ଆମେ ପଢିବା,ବଢିବା ଓ ଦେଶ ଗଢିବା
ଆମେ ପଢିବା,ବଢିବା ଓ ଦେଶ ଗଢିବା


୧୦ ବର୍ଷର ସରଳ,ନିଷ୍ପାପ ଓ କୋମଳ ଶିଶୁ କାହ୍ନା।ମନରେ ଅହେତୁକ ଇଚ୍ଛା ସାଙ୍ଗକୁ ଅନେକ ଅସୁମାରୀ ସ୍ୱପ୍ନ।ପାଠ ପଢି ଜଣେ ଭଲ ମଣିଷ ହୋଇ ସମାଜରେ ନାଁ କରିବାର ଇଛାଶକ୍ତି ତାକୁ ସବୁବେଳେ ନଵପୁଷ୍ପୁଟିତ ଫୁଲଟିଏ ପରି ଉଙ୍କି ମାରୁଥାଏ।ପାଠ ପଢ଼ିବାର ଅଗ୍ରହଟା ତାକୁ ଜଳକୁ ନଦୀ ଡାକରା ଦେଲା ପରି ଡାକୁଥାଏ।
କିନ୍ତୁ କାହ୍ନାର ଇଚ୍ଛା କେବେ ସତ ନହେବା କଥା କାହ୍ନା ଜାଣିଥାଏ।ତାର ସବୁ ସ୍ବପ୍ନ ଅବାସ୍ତବ ବୋଲି ସେ ବୁଝି ଯାଇଥିଲା।ଅର୍ଥ ରୂପକ ରାକ୍ଷସଟା କାହ୍ନା ଆଖିରେ ଟାଣୁଥାଏ ଲୁହର ଝରଣା।କାହ୍ନାର ବାପା ଦିନ ମଜୁରିଆ ,କାମକୁ ଗଲେ ଚୁଲି ଜଳେ ନହେଲେ ପେଟରେ ଓଦା କନା ପଡିବା ଥୟ। ଏଭଳି ପରିସ୍ଥିତିରେ କାହ୍ନାର ପାଠପଢା କଥା ପ୍ରାଏ ଅସମ୍ଭବ ହେଲେ କାହ୍ନାର ଇଚ୍ଛା ସେ ପାଠ ପଢିବ।
ଏମିତି ଦିନ ଗଡୁ ଗଡୁ ହଟାତ ତାଙ୍କ ଗାଁକୁ କିଛି କାମରେ ଆସିଥାନ୍ତି ନିର୍ମଳ ବାବୁ ।ସେ ଗାଁରେ ପସୁପସୁ ତାଙ୍କର ପ୍ରଥମେ ଭେଟ ହେଲା କାହ୍ନା ଉପରେ।କଣ ଯାଦୁ ଥିଲା କେଜାଣି କାହ୍ନା ମୁହଁରେ ନିର୍ମଳ ବାବୁଙ୍କୁ ଟାଣିଆଣିଲା ତାଙ୍କ ପାଖକୁ।କାହ୍ନା ସହ ସେ କଥା ହେଇ ଜାଣିଲେ ଯେ କାହ୍ନାର ପାଠପଢିବାକୁ ଇଚ୍ଛା କିନ୍ତୁ ଅର୍ଥ ସାଜିଛି ବାଧକ।
ନିଜର ବିଶାଳ ହୃଦୟରେ ନିର୍ମଳ ବାବୁ ବୁଝିପାରିଲେ କାହ୍ନାର ଦୁଃଖ। କାହ୍ନାର ସମସ୍ତ ପଢା ଖର୍ଚ୍ଚ ନିର୍ମଳ ବାବୁ ବୁଝିବେ ଏକଥାର ପ୍ରତିଶୃତି ଦେଲେ ନିର୍ମଳ ବାବୁ।କାହ୍ନାକୁ ଧରି ସିଧା ଗାଡି ଛୁଟାଇଲେ କାହ୍ନାର ବାପାଙ୍କ ପାଖକୁ।କାହ୍ନାର ବାପାଙ୍କୁ ସବୁ ବୁଝେଇ ସୁଝେଇ କାହ୍ନାର ପାଠପଢ଼ା ପାଇଁ ରାଜି କରାଇଲେ।
କାହ୍ନା ବିଦ୍ୟାଳୟ ଗଲା।ଖୁବ ମନ ଦେଇ ପାଠପଢି ମାଟ୍ରିକରେ ସାର ଓଡ଼ିଶାରେ ଟପ କଲା ।ସରକାରଙ୍କ ଅନୁଦାନ ସହ ନିର୍ମଳ ବାବୁଙ୍କର ପ୍ରଚେଷ୍ଟାରେ କାହ୍ନା ଭଲ କଲେଜରେ ପଢି ଭଲ ଚାକିରୀ କରି ଖୁବ ଟଙ୍କା ଉପାର୍ଜନ କଲା। ସବୁ ଟଙ୍କାକୁ କିଭଳି ସତ ମାର୍ଗରେ ଉପାର୍ଜନ କରିବ ସେୟା ଭାବୁଭାବୁ ତାର ମନେ ପଡିଲା ନିର୍ମଳ ବାବୁଙ୍କ କଥା।କାହ୍ନା ଟଙ୍କା ବିଷୟରେ ସବୁ ନିର୍ମଳବବୁଙ୍କୁ ଜଣେଇଲା ।ତାକୁ ନିର୍ମଳବାବୁ କହିଲେ,"ଦେଖ କାହ୍ନା ଦିନେ ତୁ ଅର୍ଥର ଅନାଟନ ଅଭାବ ଯୋଗୁଁ ଶିକ୍ଷାରୁ ବଂଚିତ ହେଉଥିଲୁ।ଆଜି ମଧ୍ୟ ବହୁତ ପିଲା ଅଛନ୍ତି ଯିଏ ଅର୍ଥ ଅଭାବରୁ ଶିକ୍ଷା କଣ ଜାଣିନାହାନ୍ତି।ତେଣୁ ତୁ ଏଇ ଟଙ୍କାକୁ ନେଇ ଏମିତି କିଛି କର ଯାହାଦ୍ବାରା ସବୁ ଗରିବ ପିଲାମାନେ ଶିକ୍ଷାର ସ୍ୱାଦ ଚାଖିପାରିବେ। ଯଦି ଏହି କୁନି ଶିଶୁମାନେ ପାଠ ପଢି ଆଗକୁ ବଢ଼ିବେ ତେବେ ସେମାନେ ଆଗାମୀ ଭବିଷ୍ୟତରେ ଏକ ନୂତନ ବିଶ୍ୱର ସ୍ରଷ୍ଟା ହେବେ।ସେମାନେ ଆମ ଦେଶର ନବନିର୍ମାତା ହେବେ।ଏକ ସମୃଦ୍ଧିଶାଳୀ ଦେଶ ଗଠନର ମୁଖ୍ୟ ଭୂମିକା ନେବେ"।
କାହ୍ନା ଏହି ବିଷୟରେ ଖୁବ ଚିନ୍ତା କଲା ଓ ଗରିବ,ଅର୍ଥଅଭାବୀ ପିଲାମାନଙ୍କ ପାଇଁ ଏକ ସଂସ୍ଥା ଖୋଲିଲା ଯାହାର ନାଁ ଥିଲା "କିଶୋର କଳିକା"।ଯାହାର ମୁଖ୍ୟ ଲକ୍ଷ ଥିଲା ଗରିବ ପିଲାମାନଙ୍କୁ ଅର୍ଥର ଅନାଟନ ଅନ୍ଧକାରରୁ ଶିକ୍ଷାର ଆଲୋକ ଦେଖେଇବା ଓ ଯାହାର ମୂଳ ମନ୍ତ୍ର ଥିଲା "ଆମେ ପଢିବା,ଆମେ ବଢିବା ଓ ଦେଶ ଗଢିବା"।
ଆଜି ସମଗ୍ର ଅଖଣ୍ଡ ଭାରତର ଅନେକ କୁନିକୁନି କୋମଳ ଶିଶୁ ଶିକ୍ଷାର ଏକ ନୂତନ ପାହାଚ ଚଢି ପାରିଛନ୍ତି କେବଳ ନିର୍ମଳବାବୁଙ୍କ ଓ କାହ୍ନାର ଅକ୍ଲାନ୍ତ ପରିଶ୍ରମ ଓ ପ୍ରଚେଷ୍ଟା ଯୋଗୁଁ।