STORYMIRROR

Sachidananda Behera

Inspirational

3  

Sachidananda Behera

Inspirational

ଇଂରାଜୀ ପଢୁଆ ପୁଅ

ଇଂରାଜୀ ପଢୁଆ ପୁଅ

1 min
111

 

  କଲେଜ ପଢୁଆ ପୁଅ ମାନସ। ବାପ ମୂଲ ଲାଗି ଘର ଚଳନ୍ତି ତ ଆଉ ମା ପର ଘରେ ଦୁଖଧନ୍ଦା କରି।ହେଲେ ବୁଢ଼ା ବାପ ଆଉ ବୁଢ଼ୀ ମାଆର ଗୋଟିଏ ଆଶା "ପୁଅ ଆମର ୟୁନିଭର୍ରର୍ସିଟିରେ ପଢିବ। ମୁଣ୍ଡ ଝାଳ ତୁଣ୍ଡରେ ମାରି ବାପମାଆ ଦୁହେଁ ଟଙ୍କା ଜମା କରୁଥାନ୍ତି।


   ସେଦିନ ଆସିଗଲା ଆକାଶରୁ କଳା ବାଦଲ ଚାଲିଯିବାପରି ଟଙ୍କା ଜମା ହେଇଗଲା ତାଙ୍କ ପାଖରେ।ବୁଢା ବୁଢ଼ୀଙ୍କର ଖୁସି କହିଲେ ନସରେ । ପୁଅ ମାନସକୁ ନେଇ ବୁଢ଼ା ଗଲା ଉନିଭରର୍ସିଟିକୁ ।ଆଡ଼ମିଶନ ହେଲା ମାନସର ।ସବୁ ହେଲା ଯେ ଗୋଟେ ବଡ଼ ଅସୁବିଧା ଘରଠାରୁ ୟୁନିଭରର୍ସଟି ବହୁତ ଦୂର ପ୍ରତିଦିନ ଯିବାଆସିବା ଅସମ୍ଭବ।ବୁଢ଼ା ମୁଣ୍ଡରେ ପଡିଲା ଚଡକ। କଣ ହବ ଏବେ??

ସବୁ ପରେ ନିଷ୍ପତ୍ତି ହେଲା ମାନସ ରହିବ ହଷ୍ଟେଲରେ। ସବୁ ଚିନ୍ତା ଗଲା।

   ଦୁଇ ଚାରି ଦିନ ଛାଡି ମାନସ ବାହାରିଲା ହଷ୍ଟେଲ। ସେଠାରେ ରହିଲା ବେଳେବେଳେ ବୁଢ଼ାବୁଢ଼ୀଙ୍କୁ ଫୋନ କରୁଥାଏ।ଏମିତି ଚାଲୁଥାଏ ସବୁ ଭଲରେ ।୬ ମାସ ବିତିଗଲା ବାପମାଆ ମନ ପୁଅକୁ ନଦେଖି ବୁଝିଲା ନାହିଁ। ବୁଢ଼ୀ ମାଆ ଭାରି ଶ୍ରଦ୍ଧାରେ ପୁଅ ପାଇଁ ବନେଇଥାଏ ଆଚାର ଆଉ ଆରିସା ପିଠା।


   ବୁଢ଼ାବୁଢ଼ୀ ପର ଦିନ ବସରେ ଚାଲିଲେ ପୁଅ ପାଖକୁ।ମାନସକୁ ଦେଖି ବାପମାଆ ଦିଟାଙ୍କ ଖୁସି କହିଲେ ନସରେ। କିନ୍ତୁ ଏ କଣ ପୁଅ ଗୋଟିଏ ସହରୀ ଝିଅକୁ ଧରି ବୁଲୁଛି ।


  ବାପମାଆ ଦିଟା ଗଲେ ମାନସ ପାଖକୁ ,ବୁଢ଼ାବୁଢ଼ୀଙ୍କୁ ଦେଖି ସହରୀ ଝିଅଟି ପଚାରିଲା ମାନସକୁ " ୟେ ଲୋଗ କୌନ ହେ "??ମାନସ ବୁଢ଼ାବୁଢ଼ୀଙ୍କର ଚିରାଫଟା ଡ୍ରେସ ଦେଖି କହିଲା " ଦେ ଆର ସରଭଣ୍ଟ ଅଫ ମାଇଁ ଭିଲେଜ " ବାପମାଆ ଦିଜଣ ଖୁସି ହେଇଗଲେ କାରଣ ତାଙ୍କ ପୁଅ ଇଂରାଜୀ କହୁଛି।

   ହେଲେ ସେମାନେ କାହିଁକି ବୁଝିବେ ଯେ ତାଙ୍କ ମାନସ ତାଙ୍କୁ ଚାକର କହି ଅପମାନିତ କରୁଛି।


【 ଏ କାହାଣୀ ସାମ୍ପ୍ରତିକ ଯୁଗରେ ଚାଲିଥିବା ଘଟଣାକୁ ଲକ୍ଷ କରି ଲେଖା ଯାଇଛି 】


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational