STORYMIRROR

Sachidananda Behera

Crime Fantasy Inspirational

4  

Sachidananda Behera

Crime Fantasy Inspirational

ସମୁଦ୍ରର ଦୁଃଖ

ସମୁଦ୍ରର ଦୁଃଖ

2 mins
318


   ସୋରେନ,ସୋମୁ,କାହ୍ନା,ଉତ୍କଳ ଖୁବ ଭଲ ସାଙ୍ଗ।ଭୁବନେଶ୍ବରରେ ପଢା ସାରି ବେସରକାରୀ କମ୍ପାନୀରେ ଚାରିଜଣ ଯାକ ଚାକିରୀ କରନ୍ତି।ଖୁବ ଭଲ ରୋଜଗାର ମଧ୍ୟ ତାଙ୍କର ହୁଏ।ଏମିତି ଖୁବ ସୁରୁଖୁରୁରେ ସେମାନେ ଚଳନ୍ତି।ଦିନେ ଚାରିଜଣ ଯାକ ମନସ୍ତ କଲେ ଟିକେ ପୁରୀ ଯିବା।ଚାରିଜଣ ଏହି କଥାରେ ସମ୍ମତି ଦେଲେ।

   ରବିବାର ଦିନ ବଡି ଭୋରରୁ ଉଠି ବ୍ୟକ୍ତିଗତ କାର ନେଇ ସେମାନେ ଯାତ୍ରା ଆରମ୍ଭ କଲେ ପୁରୀ ଅଭିମୁଖେ। ପ୍ରଥମ ପାହାନ୍ତା ସୂର୍ଯ୍ୟ ଉଦୟ ଚନ୍ଦ୍ରଭାଗାରେ ଦେଖି ଗାଡି ଛୁଟାଇଲେ ପୁରୀ।ସୁରୁଖୁରୁରେ ସେମାନେ ପୁରୀରେ ପହଞ୍ଚି ଗଲେ।ସମସ୍ତେ ପ୍ରଥମେ ଭକ୍ତିର ସହକାରେ ଜଗନ୍ନାଥ ଦର୍ଶନ କଲେ।ଜଗନ୍ନାଥ ଦର୍ଶନ ସାରି ଆନନ୍ଦ ବଜାରରୁ ଅଭଡ଼ା ଟିକେ ପାଇ ସିଧା ଚାଲିଲେ ହୋଟେଲ ।ସେଦିନ ରାତିରେ ରହିବା ପାଇଁ ରୁମବୁକ କରି ଖାଇପିଇଲା ବେଳକୁ ସନ୍ଧ୍ୟା ୫ଟା।ଟିକେ ବିଶ୍ରାମ ନେଇ ସନ୍ଧ୍ୟା ୬ଟା ବେଳକୁ ଚାଲିଲେ ସମୁଦ୍ର କୂଳକୁ ସାଥିରେ ଥାଏ ୪ଟି ମଦବୋଟଲ, ଚିପିସ ଓ ଆଚାର।


     ସମୁଦ୍ର କୂଳରେ ବିକ୍ରି ହେଉଥିବା ମାଛଛଣା ଚାରିଟା ନେଇ ଚାରିହେଁ ଚାଲିଲେ ସମୁଦ୍ର କୂଳକୁ ଆଉ ଲାଗିପଡିଲେ କାର୍ଯ୍ୟରେ ଅର୍ଥାତ ମଦ୍ୟପାନରେ।ମଦ ପିଇ ୪ଜଣ ଯାକ ସେଠାରେ ଖଟି ଜମେଇଲେ ।ସେତେବେଳେ ତାଙ୍କ ମୁହଁରେ ଥାଏ କେତେ ଅବାସ୍ତବ କଥା।

      ଖଟି ସରୁସରୁ ରାତି ୧୧ଟା ।ସମସ୍ତେ ଟଳିମଳି ହୋଟେଲ ରୁମକୁ ଫେରିଲେ।ଆସି ଖଟ ଉପରେ ପୁରା ଫ୍ଲାଟ।ମନରୁ ସବୁ ଚିନ୍ତା,ସବୁ ଦୁଃଖକୁ ସେମାନେ କୁମ୍ଭକର୍ଣ୍ଣ ଭଳି ।

      ରାତି ଧୀରେଧୀରେ ବଢ଼ିବାରେ ଲାଗିଛି।ରାତି ଯେତେ ବଢୁଛି ଚାରିଆଡ଼ ସେତେ ଶୂନଶାନ ଓ ନିସ୍ତବ୍ଧ।ଅଶରୀରୀ ମାନଙ୍କ ଅଟ୍ଟହାସ୍ୟ ଚାରିଆଡ଼କୁ ପ୍ରକମ୍ପିତ କରୁଥାଏ।କୁକୁରର ଭୋଭୋ ଓ ବିଲୁଆର ହୁକେହୋ ଶବ୍ଦ ଛାତିରେ ଅଣୁଥାଏ ଭୟର ବାତାବରଣ।

       ହଠାତ ଶୁଭିଲା ସମୁଦ୍ରର ଗର୍ଜନ ସତେ ଯେପରି ସମୁଦ୍ର ଏକଦମ ଅଶାନ୍ତ। ସେମାନେ ରହୁଥିବା ସମ୍ପୁର୍ଣ୍ଣ ହୋଟେଲ ରୁମକୁ ସମୁଦ୍ର କରିଦେଇଥିଲା ଲୀନ। ହଠାତ ସେ ୪ଜଣଙ୍କୁ କେହି ବାହୁନି ବାହୁନି କହୁଛି,-

        "ହେ ପିଲାମାନେ କି ଭୁଲ ମୁଁ କରିଥିଲେ ତୁମଠାରେ।କାହିଁକି ମୋ ଅଗଣାକୁ ତୁମେ ଅପବିତ୍ର କଲ।ମୋ ଘର ମୋ ପାଇଁ ମନ୍ଦିର କାହିଁକି ତୁମେ ତାକୁ ଅପବିତ୍ର କଲ।ମଦ୍ୟପାନ କରି ତୁମେମାନେ ଯେଉଁ ଭୁଲ କଲ ସେକଥା ଛାଡ,ପୁଣି ମୋ ଅଗଣାରେ ଛାଡିଦେଇ ଆସିଲ ମଦବୋତଲ, ଛାଡିଦେଇ ଆସିଲ ଚିପିସ ଜରି ଓ ଆଚାର ଜରି।ତୁମ୍ଭମାନକୁ କଣ ମୋ ଘର ଅଳିଆ ଗଦା ଲାଗିଲା?..........ତୁମେମାନେ ମୋ ଘରକୁ ଅପବିତ୍ର କଲନାହିଁ ଯେ ମୋତେ ଅପବିତ୍ର କରିଦେଲ।"

        ଏକଥା କହୁଥିବା ଲୋକ ଜଣଙ୍କ ଆଉ କେହି ନୁହଁ ଥିଲା ସମୁଦ୍ର ନିଜେ।ହଠାତ ୪ଜଣଙ୍କ ନିଦ ଭାଙ୍ଗିଗଲା ଓ ଉଠିପଡିଲେ ସେମାନେ ବିଛଣାରୁ।ମୁଣ୍ଡରେ ହାତ ଦେଇ ବସିଲେ ସେମାନେ ଭାବିଲେ କେତେ ବଡ଼ ଭୁଲ କରିବସିଲେ ସେମାନେ।ଟିକେ ଖୁସି ପାଇବାପାଇଁ ଆମେ ଜଣଙ୍କ ଘରକୁ ଅପବିତ୍ର କଲେ।ଧିକ ଆମ ଜୀବନ।ସଙ୍ଗେସଙ୍ଗେ ଧାଇଁଲେ ସମୁଦ୍ର କୂଳକୁ, ସମୁଦ୍ର ପାଖରୁ ହୋଟେଲ ପାଖରେ ତେଣୁ ପହଞ୍ଚିବାକୁ ଅଳ୍ପ ସମୟ ଲାଗିଲା।ଏଥି ମଧ୍ୟରେ ତାଙ୍କ ନିଶା ପୁରା ଛାଡିଯାଇଥାଏ।ସମୁଦ୍ର କୂଳକୁ ଯାଇ ଦେଖନ୍ତିତ ସେଠାରେ ପଡିଛି ମଦବୋତଲ ଆଉ ଜରି।ଯାଇ ତାକୁ ଉଠେଇଲେ ଆଉ ଶପଥ କଲେ କେବେ ଅଳିଆ କରିବେନି ଓ ସ୍ୱଚ୍ଛତାର ବାର୍ତା ବାଣ୍ଟିବେ।

 

 


साहित्याला गुण द्या
लॉग इन

Similar oriya story from Crime