STORYMIRROR

Sachidananda Behera

Abstract Inspirational

3  

Sachidananda Behera

Abstract Inspirational

ବିଡମ୍ବିତ ମାତୃତ୍ୱ

ବିଡମ୍ବିତ ମାତୃତ୍ୱ

2 mins
163


  ମ୍ୟାଡାମ ସୁଜାତା ଭୁବନେଶ୍ୱରର ଖୁବ ପୁରୁଣା ଓ ଜଣାଶୁଣା ପ୍ରଫେଶର । ସେଦିନ ଥାଏ ବୁଧୁବାର ମ୍ୟାଡାମଙ୍କ ଭିଣେଇ ଝିଅର ନିର୍ବନ୍ଧ । ଘରକୁ ଆସିବାକୁ ତରତର ହେଉଥାନ୍ତି ମ୍ୟାଡାମ ସୁଜାତା । କିନ୍ତୁ ଦୁର୍ଭାଗ୍ୟକୁ କଲେଜରେ ମିଟିଂ । ମିଟିଂ ସରୁସରୁ 5.30 । ତରତର ହୋଇ ଗାଡି ପାଖକୁ ଧାଇଁଲେ ମ୍ୟାଡାମ ସୁଜାତା । ଡ୍ରାଇଭରକୁ ଗାଡି ଜଲଦି ଚଳାଇବାକୁ ଆଦେଶ ଦେଲେ ମ୍ୟାଡ଼ାମ । ଡ୍ରାଇଭର ଗାଡି ଶୀଘ୍ର ଚଳାଉଥାଏ । ଭୁବନେଶ୍ୱର ସହର ଟ୍ରାଫିକ୍ ଜାମ ସବୁବେଳେ । ସେଦିନବି ଟ୍ରାଫିକ୍ ଜାମରେ ପଡିଗଲେ ମ୍ୟାଡାମ ସୁଜାତା । ଟ୍ରାଫିକ୍ ଜାମକୁ ଭାରି ରାଗନ୍ତି ମ୍ୟାଡାମ ସୁଜାତା । ତା ଠାରୁ ଅଧିକ ରାଗତ ଟ୍ରାଫିକରେ ବୁଲି ବିକ୍ରି କରୁଥିବା ବୁଲା ବିକାଳୀମାନଙ୍କୁ,ଦେଥିଲା ମାତ୍ରକେ ସଙ୍ଗେ ସଙ୍ଗେ ଗାଡିର ଗ୍ଲାସ ବନ୍ଦ କରିବା ମ୍ୟାଡାମଙ୍କର ନୀତିଦିନିଆ ଅଭ୍ୟାସ ।


କିନ୍ତୁ ସେଦିନ ଟ୍ରାଫିକରେ ବୁଲୁଥିବା ୧୦ ବର୍ଷର ସରଳ, ନିଷ୍ପାପ କୁନି ଝିଅକୁ ଦେଖି ମ୍ୟାଡାମ ସୁଜାତା ବନ୍ଦ କରିପାରିଲେଣି ଗ୍ଲାସ । ତାର ଦାରୁଣ ମୁହଁକୁ ଚିରାଫଟା ଡ୍ରେସ ଆଉ ନୁଖୁରାଲାଲ କେଶ ଦେଖି ମନରେ ଦୟାଭାବ ପୋଷଣ କଲେ ମ୍ୟାଡାମ ସୁଜାତା । ଆଉ ମ୍ୟାଡାମଙ୍କ ଗାଡି ଦେଖୁଦେଖୁ ଗାଡି ପାଖକୁ ଧାଇଁଲା ଝିଅଟି ଆଉ ମ୍ୟାଡାମଙ୍କୁ ବଢାଇଦେଲା କିଛି ଖଣ୍ଡ ଲାଲତକତକ ଗୋଲାପ ଆଉ କହିପକାଇଲା," ମ୍ୟାଡାମ ୟାକୁ ନିଅନ୍ତୁ, ଗୋଟିଏ ମାତ୍ର ୫ ଟଙ୍କା"ନିଅନ୍ତୁ ମ୍ୟାଡାମ ନିଅନ୍ତୁ । ମ୍ୟାଡାମ କଣ ଭାବିଲେ କେଜାଣି ତାକୁ ୧୦୦ଟଙ୍କା ବଢାଇଦେଇ କହିଲେ ୟାକୁ ନେ କିଛି କିଣି ଖାଇବୁ ଆଉ ତ ମାଆକୁ କହିବୁ ତୋ ଚିରା ପ୍ୟାଣ୍ଟଟିକୁ ଟିକେ ରିପୁ କରିଦେବ ଆଉ ତୋ ମୁଣ୍ଡରେ ଟିକେ ତେଲମାରି ଗୋଟେ ବେଣି କରିବ ତାହାଲେ ଯାଇ ମଣିଷ ଭଳିଆ ଦିଶିବୁ,କେତେଦିନ ଏମିତି ଭୁତୁଣୀ ହୋଇ ବୁଲୁଥିବୁ ।


     ୟା ଭିତରେ ଟ୍ରାଫିକ ଯାମ ମଧ୍ୟ ଖୋଲିଯାଇଥିଲା । ଗାଡି ସିଧା ଚାଲିଲା ବଙ୍ଗଳା । ସେତ ବେଳକୁ ସନ୍ଧ୍ୟା ୬.୩୦ । ସ୍ୱାମୀ ଘରେ ପହଞ୍ଚି ଯାଇଥିଲେ । ତରତର ହୋଇ ଘରକୁ ପସିଲାବେଳକୁ ମ୍ୟାଡାମଙ୍କ ବଡ଼ ଝିଅ ହଠାତ ଚମକାଇ ଦେଇ କହିଲା "surprisemom"ମ୍ୟାଡାମ ଟିକେ ଚମକି ପଡିଲେ । ଝିଅ କହିଲା, "ମାମା ଦିଖିଲ ମୋ କେଶ କେମିତି ଦିଶୁଛି, ଦିଦି ନିର୍ବନ୍ଧ ପାଇଁ ପାର୍ଲର ଯାଇ ଲାଲ କରିଛି । ଜାଣିଛ ପାର୍ଲାର ଵାଲା ୧୦୦୦ଟଙ୍କା କହୁଥିଲା ମୁଁ ତାର ରେଗୁଲାର କସ୍ଟମ୍ବର ବୋଲି ୭୦୦ରେ କରିଦେଲା । ଆଉ ଦେଖ ଏଇ scratch ପ୍ୟାଣ୍ଟ ଟିକୁ ସପିଙ୍ଗିମଅଲରୁ ୩୦୦୦ ଦେଇ କିଣିଛି ଆଜି ପିନ୍ଧିବି ।


   ସେସବୁ ଦେଖି ମ୍ୟାଡାମ ଟିକେ ଦୁଃଖ ପ୍ରକାଶ କଲେ ଆଉ ଭାବିଲେ ମାଆ ହିସାବରେ ମୁଁ କଉ ତେଲ ମାରି ମୋ ଝିଅର କେଶକୁ କଳା କରିବି ଆଉ କଉ ସୂତାରେ ମୁଁ ଏହି ପ୍ୟାଣ୍ଟଟାକୁ ରିପୂ କଲେ ମୋ ଝିଅ ଭୁତୁଣୀ ନୁହଁ ମଣିଷ ପିଲା ଭଳି ଦେଖାଯିବ ???? ଏମିତି ଅନେକ ପ୍ରଶ୍ନ ଉଙ୍କିମାରୁଥିଲା ମ୍ୟାଡାମ ସୁଜାତା ଙ୍କ ମନରେ । ମାଆ ହିସାବରେ ନିଜକୁ ଧିକ୍କାର ମନେ କରୁଥାନ୍ତି ମ୍ୟାଡାମ ସୁଜାତା । ଟ୍ରାଫିକରେ କୁନି ଝିଅଟିକୁ କହିଥିବା ପ୍ରତ୍ୟେକ କଥାଗୁଡିକ ବାରମ୍ବାର ଉଙ୍କି ମାରୁଥିଲି ମନରେ,ଶୁଭୁଥିଲା କାନରେ । ଆଉ କୁନି ଝିଅର ଚେହେରାଟା ନାଚିଉଠୁଥାଏ ମ୍ୟାଡାମ ସୁଜାତାଙ୍କ ମନରେ । ଖୁବ ଦୁଃଖିତ ଆଉ ଅନୁତପ୍ତ ହେଲେ ମ୍ୟାଡାମ ସୁଜାତା ।

    




        କିନ୍ତୁ ସବୁଠାରୁ ଦୁଃଖଦ କଥା ମାଆ ହିସାବରେ ମ୍ୟାଡାମ ଝିଅକୁ ତଗିତ କରିନଥିଲେ କି ଉପଦେଶ ମଧ୍ୟ ନଦେଇ ବିଡମ୍ବିତ ମାତୃତ୍ୱର ଜ୍ଵଳନ୍ତ ଉଦାହରଣ ପାଲଟି ଯାଇଥିଲେ ମ୍ୟାଡାମ ସୁଜାତା ।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract