STORYMIRROR

Sachidananda Behera

Children Stories Inspirational

3  

Sachidananda Behera

Children Stories Inspirational

ଜାତିପ୍ରଥାର ଭୂତ

ଜାତିପ୍ରଥାର ଭୂତ

2 mins
202

ମୋ ଗାଆଁ ଖୁବ ସୁନ୍ଦର । ଖାଲି ସୁନ୍ଦର ନୁହଁ ଆଧ୍ୟାତ୍ମିକତା, ସାମାଜିକତା ଓ ସ୍ନେହ, ପ୍ରେମ ଆଉ ଭାତୃଭାବକୁ ଜାବୁଡି ଧରିଥିବା ଭିନ୍ନ ଏକ ନିଦର୍ଶନ । ସେ ପୂଜାପର୍ବାଣୀ ହେଉ କି ଯାନିଯାତ୍ରା, ଓଷା ବାର ହଉ କି ବିବାହ ବ୍ରତଘର ସବୁ କାମରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛି ମୋ ଗାଆଁ । ମୋ ଗାଆଁ ସମ୍ପୂର୍ଣ୍ଣ ସହର ନହେଲେ ମଧ୍ୟ ସହରୀଚାଲିଚଳନ, କାର୍ଯ୍ୟକଳାପର ଟିକେ ଛିଟା ବାଜିଛି ମୋ ଗାଆଁରେ । ଅନେକ ଭଲ ଗୁଣ ଥାଇ ମଧ୍ୟ ମୋ ଗାଆଁ ଆଜି ନିନ୍ଦିତ । ଏକ କଳୁଷିତ ଚିନ୍ତାଧାରା ମୋ ଗାଆଁକୁ ଆସାମୀ ପରି ଟାଣି ନେଇଛି କାଠଗଡ଼ାକୁ । ସେ କଳୁଷିତ ଚିନ୍ତାଧାରାଟା ହେଉଛି "ଜାତିପ୍ରଥା" । 

  ସେଦିନ ଥାଏ ବୁଧବାର ଶ୍ୟାମରଞ୍ଜନ ବାବୁଙ୍କର ପୁଅର ଭୋଜି, ସବୁ ଗାଆଁଵାଲା ଭୋଜି ଖାଇବେ । ସେଦିନ ସମସ୍ତେ ପୁରା ଖୁସି । ସନ୍ଧ୍ୟା ହେଲା ସମସ୍ତଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା ହେଲା । ସମସ୍ତେ ଖାଇବାରେ ବ୍ୟସ୍ତ ହଟାତ ସେଠାରେ ଉପସ୍ଥିତ ହେଲା "ସରୋଜ" ପେଟରେ ପେଟେ ଭୋକ ନେଇ । ଖାଦ୍ୟ ଅଭାବରେ ଦୀର୍ଘ ଚାରି ଦିନ ହେବ କିଛି ଖାଇନି ସରୋଜ । ମାତ୍ର ଖାଇବା ମାଗିବା ପରେ ତାକୁ ଅପେକ୍ଷା କରିବାକୁ ହେଲା ଅଧଘଣ୍ଟା । 

  ହଠାତ ବଡିପଟୁ ଧଡ଼କିନା ଶୁଭିଲା ଶବ୍ଦଟିଏ । ସମସ୍ତେ ଚମକି ପଡି ଦେଖିବାରୁ କଦଳୀ ଗଛ ମୂଳେ ଦାଆଟିଏ ଧରି ଠିଆ ହୋଇଛି ସରୋଜ । ପରିଶେଷରେ ଜଣା ପଡିଲା ସରୋଜ ଜଣେ ନୀଚ ଜାତିର ଲୋକ । 

   ଏହି ଜାତିପ୍ରଥା ନାମକ କୁତ୍ସିତ ଶବ୍ଦଟି ସମାଜ ଆଗରେ ମୋ ଗାଆଁକୁ କରିଦେଇଛି ଘୃଣ୍ୟ । ସେ ବିଭାଗର ହେଉ ବା ବ୍ରତଘର /ଛୁତ୍ରିକା ହେଉ ବା ମୃତିକା ସବୁ କାମରେ ମୋ ଗାଆଁରେ ଚାଲିଛି ଭେଦଭାବର ଭିନ୍ନ ଏକ ପରମ୍ପରା । 

 ଗାଆଁରେ ଭୋଜିଭାତରେ ନୀଚ ଜାତି ଲୋକ ଉଚ୍ଚ ଜାତି ଲୋକଙ୍କ ଠାରୁ ବଜାଇ ରଖିବେ ସାମାଜିକ ଦୂରତା ସତେ ଯେପରି ନୀଚ ଜାତି ଲୋକଙ୍କୁ କୋରନା ପଜେଟିଭି । ଖଲି ଉଠେଇବେ ନୀଚ ଜାତି ଲୋକ ସତେ ଯେପରି ସେମାନେ ବିଲୁଆ,କୁକୁର ଯାହାର ଅଳିଆ ସଫା କରିବା ଧର୍ମ । 

  ମୋ ଗାଆଁର ସାମ୍ପ୍ରତିକ ଜନ୍ମିତ ଶିଶୁଙ୍କ ମୁଣ୍ଡରେ ତାଙ୍କ ଅଭିଭାବକ ଏପରି ଏକ ଭୂତ ପୁରେଇଛନ୍ତ ଯେ ସେମାନେ ନୀଚ ଜାତି ଲୋକଙ୍କୁ ଦେଖିଲେ ମୁହଁ ଲୁଚାଉଛନ୍ତି । କେବଳ ସେତିକି ନୁହଁ ଯଦି କେହି ଉଚ୍ଚଜାତି ଲୋକ ଯିବା ଆସିବା ବେଳେ କୌଣସି ନୀଚ ଜାତି ଲୋକଙ୍କୁ ଦେଖିକି ଯାଏ । ଯଦି ପରେ କିଛି ଖରାପ ହୁଏ ତେବେ ତୁଚ୍ଛାଟାରେ ଦୋଷ ଯାଏ ନୀଚଜାତି ଲୋକ ମୁଣ୍ଡକୁ ଆଉ କୁହାଯାଏ"ଏ ଅଜାତି ଲୋକକୁ ଦେଖିବାରୁ ଏଦଶା ହେଲା" । କିନ୍ତୁ ସତରେ ଏଠାରେ ନୀଚ ଜାତି ଲୋକର ଭୁଲଟା କଣ??..

  ଏ ସଭ୍ୟ ମଣିଷ ଭୁଲିଯାଉଛି ଯେ ନୀଚ ଜାତି ଲୋକ ମଧ୍ୟ ଜଣେ ମଣିଷ ତାର ବି ଆମ ପରି ଶରୀର ଅଛି, ଆମ ପରି ରକ୍ତ ଅଛି ତେବେ ତାକୁ ଏପରି ବ୍ୟବହାର କରିବାର କାରଣ କଣ?.........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍