ଜାତିପ୍ରଥାର ଭୂତ
ଜାତିପ୍ରଥାର ଭୂତ


ମୋ ଗାଆଁ ଖୁବ ସୁନ୍ଦର । ଖାଲି ସୁନ୍ଦର ନୁହଁ ଆଧ୍ୟାତ୍ମିକତା, ସାମାଜିକତା ଓ ସ୍ନେହ, ପ୍ରେମ ଆଉ ଭାତୃଭାବକୁ ଜାବୁଡି ଧରିଥିବା ଭିନ୍ନ ଏକ ନିଦର୍ଶନ । ସେ ପୂଜାପର୍ବାଣୀ ହେଉ କି ଯାନିଯାତ୍ରା, ଓଷା ବାର ହଉ କି ବିବାହ ବ୍ରତଘର ସବୁ କାମରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛି ମୋ ଗାଆଁ । ମୋ ଗାଆଁ ସମ୍ପୂର୍ଣ୍ଣ ସହର ନହେଲେ ମଧ୍ୟ ସହରୀଚାଲିଚଳନ, କାର୍ଯ୍ୟକଳାପର ଟିକେ ଛିଟା ବାଜିଛି ମୋ ଗାଆଁରେ । ଅନେକ ଭଲ ଗୁଣ ଥାଇ ମଧ୍ୟ ମୋ ଗାଆଁ ଆଜି ନିନ୍ଦିତ । ଏକ କଳୁଷିତ ଚିନ୍ତାଧାରା ମୋ ଗାଆଁକୁ ଆସାମୀ ପରି ଟାଣି ନେଇଛି କାଠଗଡ଼ାକୁ । ସେ କଳୁଷିତ ଚିନ୍ତାଧାରାଟା ହେଉଛି "ଜାତିପ୍ରଥା" ।
ସେଦିନ ଥାଏ ବୁଧବାର ଶ୍ୟାମରଞ୍ଜନ ବାବୁଙ୍କର ପୁଅର ଭୋଜି, ସବୁ ଗାଆଁଵାଲା ଭୋଜି ଖାଇବେ । ସେଦିନ ସମସ୍ତେ ପୁରା ଖୁସି । ସନ୍ଧ୍ୟା ହେଲା ସମସ୍ତଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା ହେଲା । ସମସ୍ତେ ଖାଇବାରେ ବ୍ୟସ୍ତ ହଟାତ ସେଠାରେ ଉପସ୍ଥିତ ହେଲା "ସରୋଜ" ପେଟରେ ପେଟେ ଭୋକ ନେଇ । ଖାଦ୍ୟ ଅଭାବରେ ଦୀର୍ଘ ଚାରି ଦିନ ହେବ କିଛି ଖାଇନି ସରୋଜ । ମାତ୍ର ଖାଇବା ମାଗିବା ପରେ ତାକୁ ଅପେକ୍ଷା କରିବାକୁ ହେଲା ଅଧଘଣ୍ଟା ।
ହଠାତ ବଡିପଟୁ ଧଡ଼କିନା ଶୁଭିଲା ଶବ୍ଦଟିଏ । ସମସ୍ତେ ଚମକି ପଡି ଦେଖିବାରୁ କଦଳୀ ଗଛ ମୂଳେ ଦାଆଟିଏ ଧରି ଠିଆ ହୋଇଛି ସରୋଜ । ପରିଶେଷରେ ଜଣା ପଡିଲା ସରୋଜ ଜଣେ ନୀଚ ଜାତିର ଲୋକ ।
ଏହି ଜାତିପ୍ରଥା ନାମକ କୁତ୍ସିତ ଶବ୍ଦଟି ସମାଜ ଆଗରେ ମୋ ଗାଆଁକୁ କରିଦେଇଛି ଘୃଣ୍ୟ । ସେ ବିଭାଗର ହେଉ ବା ବ୍ରତଘର /ଛୁତ୍ରିକା ହେଉ ବା ମୃତିକା ସବୁ କାମରେ ମୋ ଗାଆଁରେ ଚାଲିଛି ଭେଦଭାବର ଭିନ୍ନ ଏକ ପରମ୍ପରା ।
ଗାଆଁରେ ଭୋଜିଭାତରେ ନୀଚ ଜାତି ଲୋକ ଉଚ୍ଚ ଜାତି ଲୋକଙ୍କ ଠାରୁ ବଜାଇ ରଖିବେ ସାମାଜିକ ଦୂରତା ସତେ ଯେପରି ନୀଚ ଜାତି ଲୋକଙ୍କୁ କୋରନା ପଜେଟିଭି । ଖଲି ଉଠେଇବେ ନୀଚ ଜାତି ଲୋକ ସତେ ଯେପରି ସେମାନେ ବିଲୁଆ,କୁକୁର ଯାହାର ଅଳିଆ ସଫା କରିବା ଧର୍ମ ।
ମୋ ଗାଆଁର ସାମ୍ପ୍ରତିକ ଜନ୍ମିତ ଶିଶୁଙ୍କ ମୁଣ୍ଡରେ ତାଙ୍କ ଅଭିଭାବକ ଏପରି ଏକ ଭୂତ ପୁରେଇଛନ୍ତ ଯେ ସେମାନେ ନୀଚ ଜାତି ଲୋକଙ୍କୁ ଦେଖିଲେ ମୁହଁ ଲୁଚାଉଛନ୍ତି । କେବଳ ସେତିକି ନୁହଁ ଯଦି କେହି ଉଚ୍ଚଜାତି ଲୋକ ଯିବା ଆସିବା ବେଳେ କୌଣସି ନୀଚ ଜାତି ଲୋକଙ୍କୁ ଦେଖିକି ଯାଏ । ଯଦି ପରେ କିଛି ଖରାପ ହୁଏ ତେବେ ତୁଚ୍ଛାଟାରେ ଦୋଷ ଯାଏ ନୀଚଜାତି ଲୋକ ମୁଣ୍ଡକୁ ଆଉ କୁହାଯାଏ"ଏ ଅଜାତି ଲୋକକୁ ଦେଖିବାରୁ ଏଦଶା ହେଲା" । କିନ୍ତୁ ସତରେ ଏଠାରେ ନୀଚ ଜାତି ଲୋକର ଭୁଲଟା କଣ??..
ଏ ସଭ୍ୟ ମଣିଷ ଭୁଲିଯାଉଛି ଯେ ନୀଚ ଜାତି ଲୋକ ମଧ୍ୟ ଜଣେ ମଣିଷ ତାର ବି ଆମ ପରି ଶରୀର ଅଛି, ଆମ ପରି ରକ୍ତ ଅଛି ତେବେ ତାକୁ ଏପରି ବ୍ୟବହାର କରିବାର କାରଣ କଣ?.........