Sachidananda Behera

Children Stories Inspirational

3  

Sachidananda Behera

Children Stories Inspirational

◆◆◆●●ସମୁଦ୍ରର ଦୁଃଖ●●◆◆◆

◆◆◆●●ସମୁଦ୍ରର ଦୁଃଖ●●◆◆◆

2 mins
185


   ସୋରେନ, ସୋମୁ, କାହ୍ନା, ଉତ୍କଳ ଖୁବ ଭଲ ସାଙ୍ଗ । ଭୁବନେଶ୍ୱରରେ ପଢା ସାରି ବେସରକାରୀ କମ୍ପାନୀରେ ଚାରିଜଣ ଯାକ ଚାକିରୀ କରନ୍ତି । ଖୁବ ଭଲ ରୋଜଗାର ମଧ୍ୟ ତାଙ୍କର ହୁଏ । ଏମିତି ଖୁବ ସୁରୁଖୁରୁରେ ସେମାନେ ଚଳନ୍ତି । ଦିନେ ଚାରିଜଣ ଯାକ ମନସ୍ଥ କଲେ ଟିକେ ପୁରୀ ଯିବା । ଚାରିଜଣ ଏହି କଥାରେ ସମ୍ମତି ଦେଲେ । 

  ରବିବାର ଦିନ ବଡି ଭୋରରୁ ଉଠି ବ୍ୟକ୍ତିଗତ କାର ନେଇ ସେମାନେ ଯାତ୍ରା ଆରମ୍ଭ କଲେ ପୁରୀ ଅଭିମୁଖେ । ପ୍ରଥମ ପାହାନ୍ତା ସୂର୍ଯ୍ୟ ଉଦୟ ଚନ୍ଦ୍ରଭାଗାରେ ଦେଖି ଗାଡି ଛୁଟାଇଲେ ପୁରୀ । ସୁରୁଖୁରୁରେ ସେମାନେ ପୁରୀରେ ପହଞ୍ଚି ଗଲେ । ସମସ୍ତେ ପ୍ରଥମେ ଭକ୍ତିର ସହକାରେ ଜଗନ୍ନାଥ ଦର୍ଶନ କଲେ । ଜଗନ୍ନାଥ ଦର୍ଶନ ସାରି ଆନନ୍ଦ ବଜାରରୁ ଅବଢା ଟିକେ ପାଇ ସିଧା ଚାଲିଲେ ହୋଟେଲ । ସେଦିନ ରାତିରେ ରହିବା ପାଇଁ ରୁମ୍ ବୁକ୍ କରି ଖାଇପିଇଲା ବେଳକୁ ସନ୍ଧ୍ୟା ପାଞ୍ଚଟା । ଟିକେ ବିଶ୍ରାମ ନେଇ ସନ୍ଧ୍ୟା ଛଅଟା ବେଳକୁ ଚାଲିଲେ ସମୁଦ୍ର କୂଳକୁ ସାଥିରେ ଥାଏ ଚାରିଟି ମଦବୋଟଲ, ଚିପ୍ସ୍ ଓ ଆଚାର । 


   ସମୁଦ୍ର କୁଳରେ ବିକ୍ରି ହେଉଥିବା ମାଛଛଣା ଚାରିଟା ନେଇ ଚାରିହେଁ ଚାଲିଲେ ସମୁଦ୍ର କୂଳକୁ ଆଉ ଲାଗିପଡିଲେ କାର୍ଯ୍ୟରେ ଅର୍ଥାତ ମଦ୍ୟପାନରେ । ମଦ ପିଇ ଚାରିଜଣଯାକ ସେଠାରେ ଖଟି ଜମେଇଲେ । ସେତେବେଳେ ତାଙ୍କ ମୁହଁରେ ଥାଏ କେତେ ଅବାସ୍ତବ କଥା । 

   ଖଟି ସରୁସରୁ ରାତି ଏଗାରଟା । ସମସ୍ତେ ଟଳିମଳି ହୋଟେଲ ରୁମକୁ ଫେରିଲେ । ଆସି ଖଟ ଉପରେ ପୁରା ଫ୍ଲାଟ । ମନରୁ ସବୁ ଚିନ୍ତା,ସବୁ ଦୁଃଖକୁ ସେମାନେ କୁମ୍ଭକର୍ଣ୍ଣ ଭଳି । 

   ରାତି ଧୀରେଧୀରେ ବଢ଼ିବାରେ ଲାଗିଛି । ରାତି ଯେତେ ବଢୁଛି ଚାରିଆଡ଼ ସେତେ ଶୂନଶାନ ଓ ନିସ୍ତବ୍ଧ । ଅଶରୀରୀ ମାନଙ୍କ ଅଟହାସ୍ୟ ଚାରିଆଡ଼କୁ ପ୍ରକମ୍ପିତ କରୁଥାଏ । କୁକୁରର ଭୋଭୋ ଓ ବିଲୁଆର ହୁକେହୋ ଶବ୍ଦ ଛାତିରେ ଅଣୁଥାଏ ଭୟର ବାତାବରଣ । 

    ହଠାତ ଶୁଭିଲା ସମୁଦ୍ରର ଗର୍ଜନ ସତେ ଯେପରି ସମୁଦ୍ର ଏକଦମ ଅଶାନ୍ତ । ସେମାନେ ରହୁଥିବା ସମ୍ପୂର୍ଣ୍ଣ ହୋଟେଲ ରୁମକୁ ସମୁଦ୍ର କରିଦେଇଥିଲା ଲୀନ । ହଠାତ ସେ ଚାରିଜଣଙ୍କୁ କେହି ବାହୁନି ବାହୁନି କହୁଛି,-

    "ହେ ପିଲାମାନେ କି ଭୁଲ ମୁଁ କରିଥିଲେ ତୁମଠାରେ । କାହିଁକି ମୋ ଅଗଣାକୁ ତୁମେ ଅପବିତ୍ର କଲ । ମୋ ଘର ମୋ ପାଇଁ ମନ୍ଦିର କାହିଁକି ତୁମେ ତାକୁ ଅପବିତ୍ର କଲ । ମଦ୍ୟପାନ କରି ତୁମେମାନେ ଯେଉଁ ଭୁଲ କଲ ସେକଥା ଛାଡ,ପୁଣି ମୋ ଅଗଣାରେ ଛାଡିଦେଇ ଆସିଲ ମଦବୋତଲ, ଛାଡିଦେଇ ଆସିଲ ଚିପ୍ସ ଜରି ଓ ଆଚାର ଜରି । ତୁମ୍ଭମାନକୁ କଣ ମୋ ଘର ଅଳିଆ ଗଦା ଲାଗିଲା?..........ତୁମେମାନେ ମୋ ଘରକୁ ଅପବିତ୍ର କଲନାହିଁ ଯେ ମୋତେ ଅପବିତ୍ର କରିଦେଲ । "

    ଏକଥା କହୁଥିବା ଲୋକ ଜଣଙ୍କ ଆଉ କେହି ନଥିଲା ସମୁଦ୍ର ନିଜେ । ହଠାତ ଚାରିଜଣଙ୍କ ନିଦ ଭାଙ୍ଗିଗଲା ଓ ଉଠିପଡିଲେ ସେମାନେ ବିଛଣାରୁ । ମୁଣ୍ଡରେ ହାତ ଦେଇ ବସିଲେ ସେମାନେ ଭାବିଲେ କେତେ ବଡ଼ ଭୁଲ କରିବସିଲେ ସେମାନେ । ଟିକେ ଖୁସି ପାଇବାପାଇଁ ଆମେ ଜଣଙ୍କ ଘରକୁ ଅପବିତ୍ର କଲେ । ଧିକ ଆମ ଜୀବନ । ସଙ୍ଗେସଙ୍ଗେ ଧାଇଁଲେ ସମୁଦ୍ର କୂଳକୁ, ସମୁଦ୍ର ପାଖରୁ ହୋଟେଲ ପାଖରେ ତେଣୁ ପହଞ୍ଚିବାକୁ ଅଳ୍ପ ସମୟ ଲାଗିଲା । ଏଥି ମଧ୍ୟରେ ତାଙ୍କ ନିଶା ପୁରା ଛାଡିଯାଇଥାଏ । ସମୁଦ୍ର କୂଳକୁ ଯାଇ ଦେଖନ୍ତିତ ସେଠାରେ ପଡିଛି ମଦବୋତଲ ଆଉ ଜରି । ଯାଇ ତାକୁ ଉଠେଇଲେ ଆଉ ଶପଥ କଲେ କେବେ ଅଳିଆ କରିବେନି ଓ ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିବେ । 



Rate this content
Log in