STORYMIRROR

Sachidananda Behera

Inspirational

3  

Sachidananda Behera

Inspirational

ଲକ୍ଷ ବିହୀନ ଜୀବନ ସବୁଠି ଅସଫଳ ହୁଏ

ଲକ୍ଷ ବିହୀନ ଜୀବନ ସବୁଠି ଅସଫଳ ହୁଏ

1 min
408


  ଆଜିକାଲିର ପିଲାମାନେ ଜୀବନ ରୂପକ ଅଗାଧ ସମୁଦ୍ରରେ ବିନା ଲକ୍ଷ୍ୟ ନେଇ ପ୍ରବେଶ କରୁଛନ୍ତି।ଯାହାର ଲକ୍ଷ୍ୟ ନାହିଁ ତାର ସଫଳତା ନାହିଁ। ଲକ୍ଷ୍ୟ ହାସଲ କରିବା ପାଇଁ ହେଲେ ଆମକୁ ଧୀରେ ଧୀରେ ସଫଳତାର ପାହାଚ ଚଢ଼ିବାକୁ ହୁଏ।ଇଂରାଜୀରେ ଏକ ପ୍ରବାଦ ଅଛି"Winner never Quit, Quiter never Win" ଉଦାହରଣ ସ୍ୱରୂପ ଆମେରିକାର ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ କଥା ବିଚାରକୁ ନେଲେ-ତାଙ୍କ ଜୀବନର ଲକ୍ଷ୍ୟ ଥିଲା ଆମେରିକାର ରାଷ୍ଟ୍ରପତି ପଦରେ ଅଳଙ୍କୃତ ହେବା ୧୬ଥର ହାରିବା ପରେ ୧୭ଥର ବେଳକୁ ବିଜୟ ଲାଭ କରି ସାରା ଦୁନିଆକୁ ଜଣେଇଦେଲେ ମୁଁ Quiter ନୁହଁ ମୁଁ Winner ।ସଫଳତା ପାଇବାକୁ ହେଲେ ଆମକୁ Positive mental attitude ରେ କାମ କରିବାକୁ ହେବ।ଭଗବାନଙ୍କ ହାତ ସବୁବେଳେ ଖୋଲା ଯିଏ ଯେବେ ଯାହା ମାଗେ ସେ ତଥାସ୍ତୁ କହିଦିଅନ୍ତି।ତେଣୁ ଅମକୁ ସର୍ବଦା ଆଇ କ୍ୟାନ ଡୁ ଇଟ ବୋଲି ବ୍ରେନ ରେ ଭର୍ତି କରିବାକୁ ପଡିବ।ଉଦାହରଣ ସ୍ୱରୂପ ଛୋଟ ପିଲାଟିଏ ଯେବେ ବାପାଙ୍କ ସାଇକେଲ ଗାଁ ରାସ୍ତାରେ ଗଡ଼ାଏ ତାକୁ ଘର,ପରିବାର,ଗ୍ରାମବାସୀମାନେ ବାରଣ କରନ୍ତି କିନ୍ତ ସେଜେ ଦିନେ ଜଣେ ପାଇଲଟ ହୋଇ ସୁନାମ ଅର୍ଜନ ନକରିବ ତାର ପ୍ରମାଣ କିଏ ଦେବ।

   ପ୍ରଥମେ ମାଇଣ୍ଡସେଟ ନକରିବା ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ମୂଳ ସମସ୍ୟା।ଯେମିତିକି ଆଜିର ସମାଜରେ ଦେଖାଯାଉଛି ମ୍ୟାଟ୍ରିକ ପରୀକ୍ଷାରେ ବାପା ଓ ମାଆ ଉଭୟେ ରାତି ଅନିଦ୍ରା ହୋଇ ପିଲାକୁ ପଢ଼ାଉଛନ୍ତି କିନ୍ତୁ ପୁଅ ଢୋଳାଇ ଢୋଲାଇ ମୁଣ୍ଡ ତଳେ ବାଡ଼ଉଛି।ଏଥିରେ ଲାଭ କଣ ଫଳ ବାହାରିବା ବେଳକୁ କୁହାଯାଉଛି ମୋ ଭାଗ୍ୟରେ ଖରାପ ମାର୍କ ଥିଲା।

 ହେଲେ ପ୍ରକୃତରେ ଭାଗ୍ୟରେ ଫଳ ଖରାପ ନଥିଲା ଆମ ମାଇଣ୍ଡସେଟ ଭୁଲ ଥିଲା।

   



Rate this content
Log in

Similar oriya story from Inspirational