STORYMIRROR

Sunanda Mohanty

Romance Thriller Others

4  

Sunanda Mohanty

Romance Thriller Others

ମନ ତଳେ ,,,,,,,,,,,,,,,,

ମନ ତଳେ ,,,,,,,,,,,,,,,,

3 mins
18


ମନ ତଳ ଭାଷା ଅକୁହା, ଅପଢା, ଅବୁଝା ପରି ଅନେକ ଅ ପ୍ରତ୍ୟେୟଭରା ଶବ୍ଦର ଗନ୍ତାଘର. ସେଠି ପଦ୍ମବଣଟିଏ ଅଛି. ଆକାଶକୁ ଚାହିଁ ରହିଥିବା ନୀଳକଇଁ ମଧ୍ୟ ଅଛି. ପୁଣି ଅଛି ଗତାନୁଗତିକତା ଭରା କିଛି ସାମାଜିକ ଶୃଙ୍ଖଳ ଓ ଶୃଙ୍ଖଳା. ଯାହାକୁ ଓଳା ପୋଳା କରି ସୁଚରିତା ସୃଷ୍ଟି କରନ୍ତି ପଦ୍ୟ ଓ ଗଦ୍ୟ ସାହିତ୍ୟ. ତା ଭିତରେ କର୍ମଜଞ୍ଜାଳ ସରିଛି. ଅବସର ଆସିଛି. ଜୀଵନ ଦର୍ଶନ ଭିତରେ ଓ ବାହାରେ ସଂସାରରେ ଦୁଇ ନିଆଁ ଅଛି କିନ୍ତୁ ଜଣେ ଲେଖିକା ହିସାବରେ ସେ ଆପଣେଇ ନିଅନ୍ତି ଆମ ଆଖପାଖରେ ଘଟୁଥିବା କିଛି ମର୍ମସ୍ପର୍ଶୀ ଘଟଣା ଓ ଚରିତ୍ରକୁ ନେଇ କାହାଣୀ ଓ କଥା ତଥା କବିତା. ସାଙ୍ଗମାନେ ଯଥା ସୁଲଗ୍ନା, ଅନ୍ତରୀକ୍ଷା, ଉଜ୍ଜୀବିତା ଭଳି ଅନେକ ସାଙ୍ଗଙ୍କ ସମାବେଶ ହୋଇଥାଏ ସେଦିନ ଏକ ପ୍ରଚଣ୍ଡ ରୌଦ୍ର ତାପ ବିକିରଣ କରୁଥିବା ଦ୍ବିପହରରେ. କାରଣ ଏସବୁକୁ ଘରେ କେବେ ପ୍ରଶୟ ଦେଉନଥିବା ସୁଚରିତା ଆଜି ଏକୁଟିଆ. ସ୍ୱାମୀ ଗାଁକୁ ଯାଇଛନ୍ତି. ତାଙ୍କ ସାଙ୍ଗମାନେ ଆଜି ତାଙ୍କୁ ନିଜ ମନ ଭିତରେ ଥିବା ଅମ୍ପାକ୍ତେୟ ଭାବନା ସବୁକୁ ପ୍ରକାଶ କରି ଗପ ଲେଖିବାକୁ ଅନୁରୋଧ କରୁଛନ୍ତି.ପ୍ରଥମେ ଆରମ୍ଭ କରିଥିଲା ସୁଲଗ୍ନା.ତୁ ଜାଣୁ ସୁଚି? ଏ ମନ ଭିତରେ କେତେବେଳେ ଏମିତି ଜଣେ ରହିଯାଏ ତାକୁ ଭୁଲିବା ସହଜ ହୁଏନି. ସୁଚରିତା ଜାଣନ୍ତି ସୁଲଗ୍ନା ଆଜି ଅଖିଳେଶଙ୍କୁ ଭଲପାଇ ନିଜକୁ ନିଶ୍ୱ ମଣିଲା ବେଳେ କେମିତି ଭୁଲିଯାଉଛନ୍ତି ଅଖିଳେଶଙ୍କର ପତ୍ନୀଙ୍କୁ ସେ କେତେ ମାନସିକ ଯନ୍ତ୍ରଣା ଦେଇ ଚାଲିଛନ୍ତି!ଅଫିସ ଟୁର ନାମ କହି ଅଖିଳେଶ ଯେବେ ରାତି ରାତି ଗୋଟିଏ ସହରରେ ସୁଲଗ୍ନା ସହ ରାତି ବିତାନ୍ତି ସେତେବେଳେ କେବେ ଭାବିଛନ୍ତି ବିଚାରୀ ଦୁଇପୁଅ ଝିଅଙ୍କ ମାଆ ହୋଇ ଅନ୍ୟ ଜଣେ ନାରୀ,ଅଖିଳେଶ ଭଲରେ ଭଲରେ ଘରକୁ ଫେରନ୍ତୁ ବୋଲି ଶୁଭ ମନାସୁଥିବ!ସେ ମନ୍ଦିରରେ ଓଢଣା ଦେଇ ଆଣ୍ଠୁମାଡି ସ୍ୱାମୀର ମଙ୍ଗଳ କାମନା କଲାବେଳେ ଅଖିଳେଶ ଏପଟେ ବାର୍ଦ୍ଧକ୍ୟ ଦ୍ୱାର ଦେଶରେ ପହଞ୍ଚି ସୁଲଗ୍ନା ସହ ସମୁଦ୍ର କୂଳରେ ରୋମାନ୍ସ କରୁଥିବେ!ଏଥିରେ ସୁଚରିତା ସୁଲଗ୍ନାଙ୍କ ଜୀବନୀ କାହାଣୀର କୋଉ ଦିଗ ଉପରେ ଆଲୋକପାତ କରି ଓ ଲେଖି ସମାଜକୁ କି ବାର୍ତ୍ତା ଦେବେ? ବରଂ ସେ ତ ନିର୍ଭୟରେ ଲେଖିପାରିବେ ନାରୀ ହିଁ ନାରୀର ଶତ୍ରୁ. ପୁରୁଷ ନୁହେଁ ।

 ଏଥର ଅନ୍ତରୀକ୍ଷାଙ୍କ କଥା କୁହାଯାଇପାରେ. ନାମଟା ଯେମିତି ସେଥିରୁ ସ୍ପଷ୍ଟ ଅନୁମେୟ ତାଙ୍କ ବାପା ମାଆଙ୍କ ଅତ୍ୟାଧୂନିକତାର କଥା. ହଁ ଠିକ ଥିଲା ସୁଚରିତାଙ୍କ ଅନୁମାନ. କୁମାରୀ ମାଆଙ୍କ ଏକମାତ୍ର ଅଲିଅଳି ରାଜଜେମା ଅନ୍ତରୀକ୍ଷା ଯୋଗିନୀ ବେଶ ସାଜି ଆଧ୍ୟାତ୍ମିକ କଥା କହୁ କହୁ କେମିତି ମାଆ ହୋଇଗଲା ଜଣେ ସଂସାରୀ ସାଧକ ଔରସରୁ ବୁଝିପାରନ୍ତି ନାହିଁ ସୁଚରିତା! କିଏ କହୁଥିଲା ଯୋଗିନୀ ହେବାକୁ? ଏତେ ପାଠ ଶାଠ ପଢ଼ାର ମହତ୍ୱ ଥାଇ ଏସବୁ ଭୁଲକୁ ଘୋଡେଇ ଚାଲିଥିଲା ବେଳେ ବାପାଙ୍କ ପରିଚୟ ପାଇନଥିବା ଝିଅ କଲେଜରେ ପଢିଲା ବେଳେ ସେହି ସଂସାରୀ ସାଧକଙ୍କ ପୁଅର ପ୍ରେମରେ ଖାଲି ପଡ଼ିନଥିଲା ବରଂ ତା ଔରସରୁ ଗର୍ଭବତୀ ହୋଇଥିଲା. ସବୁ ଜାଣିବା ପରେ ଅନ୍ତରୀକ୍ଷା ଝିଅକୁ ଆବରେସନ କରିବାକୁ କହି ଲଜ୍ଜିତ ହୋଇଥିଲା କାରଣ ଝିଅ ମୁହେଁ ମୁହେଁ କହିଥିଲା ମୁଁ ମୋ ବାପା ପରିଚୟ ବିନା ମଣିଷ ହୋଇଛି ଯେତେବେଳେ ମୋ ଛୁଆର ବାପା ପରିଚୟ କଣ ଦରକାର? ଝିଅର ଏହି ଉତ୍ତର ଆଜି ଅନ୍ତରୀକ୍ଷାକୁ ନା ସ୍ବାଧୀ ନା ସଂସାରୀର ପରିଚୟ ଦେଇଛି ବରଂ ଗୋଟିଏ ରାତିର ଭୁଲକୁ ବଞ୍ଚାଇ ରଖି ମାତୃତ୍ୱ ଆଜି ଖଣ୍ଡ ବିଖଣ୍ଡିତ ହେବାର ଏକମାତ୍ର କାରଣ ସଂଯମହୀନତା ଓ ସ୍ୱସ୍ଖଳନ ନୁହଁ ତ ଆଉ କଣ? ଏସବୁକୁ ନେଇ ସୁଚରିତା କୋଉ ସନ୍ଦେଶ ଦେବେ ଦୁନିଆକୁ? ଯେତେ ଘୋଡେଇ ଲେଖିଲେ ମଧ୍ୟ ଜଣାପଡିବ ଆଜିବି ଏମିତି କିଛି ଚରିତ୍ର ଆମ ଆଖ ପାଖରେ କୋଉଠିନା କୋଉଠି ଅଛନ୍ତି.

ଆଉ ଆଜି ଏଠାରେ ଉପସ୍ଥିତ ଉଜ୍ଜୀବିତା ହୁଏତ କୌଣସି ପ୍ରେମିକର ଠୋକର ଖାଇ ସଂସାର କରିବାକୁ ଶ୍ରେୟ ମଣିନି କିନ୍ତୁ ପ୍ରଥମ ପ୍ରେମକୁ ଭୁଲି ହୁଏନା ହୁଏତ ଗଳ୍ପ କବିତାରେ ସ୍ଥାନ ପାଇପାରେ ଖଣ୍ଡବାକ୍ୟଟି କିନ୍ତୁ ସତରେ କଣ ସେମିତି କିଛି ଅନୁଭବ ଓ ଅନୁଭୂତି ସହ ସତ ହୋଇପାରେ? କେଜାଣି ଏମିତି ତ ଝିଅରୁ ବୋହୁ ଓ ବୋହୁରୁ ମାଆ ହେବା ଭିତରେ ଅନେକ ପୁରୁଷଙ୍କ ଅନେକ ଗୁଣ ଧର୍ମ ଜଣଙ୍କୁ ଭଲ ଲାଗିପାରେ ତା ମାନେ ସେଇଟା କଣ ପ୍ରେମ? ଯଦି କୁଆଁରୀ ଜୀବନରେ କାହାକୁ ଭଲ ଲାଗିଥିଲା କୋଉ ପୁରୁଷକୁ କିଛି ଦିନ ଓ ଆସିଥିଲା କିଛି ଭାବନା ତେବେ ପରବର୍ତ୍ତୀ ବୈବାହିକ ଜୀବନରେ ସେକଥାର ପ୍ରତିଫଳନ ଥାଏ କି? ସେଇକଥା କହିଲେ ତ ସାଙ୍ଗମାନେ ସୁଚରିତାଙ୍କୁ ଚିଡ଼ାନ୍ତି. ଥଟ୍ଟା କରନ୍ତି. ତୋର ପ୍ରେମ କରିବାର ଯୋଗ୍ୟତା ନାହିଁ କୁହନ୍ତି. ତୁ ବରଂ ଭଲ ଗଳ୍ପ ପଢ଼, ଭଲ ନାଟକ ଦେଖେ କୁହନ୍ତି ତ ସେ ଚମକି ପଡନ୍ତି. ଭାବନ୍ତି ସେ ଠିକ ଅଛନ୍ତି.ତାଙ୍କ ଭାବନା ଠିକ ଅଛି. ଆଭିଜାତ୍ୟ ଅର୍ଥ ନୁହେଁ ଉତ୍ସଙ୍ଖଳତା. ପ୍ରେମ ମାନେ ନୁହେଁ ଦୈହିକ ସନ୍ତୁଷ୍ଟତା ବରଂ ପ୍ରେମ ସ୍ବର୍ଗୀୟ ଯେମିତି ସେ ତାଙ୍କ ସ୍ୱାମୀଙ୍କୁ ପ୍ରେମ କରନ୍ତି. ବୋଉ ଶିଖାଇଥିବା ଦୁଇପଦ ମନେରଖି ଆଗକୁ ବଢିବା ବେଳେ ଦୁଇପିଲାଙ୍କୁ ଶିଖାନ୍ତି ଓ ତାଙ୍କ ଗଳ୍ପ, ଗୀତରେ ଓଡ଼ିଆ ସଂସ୍କୃତି,ପରମ୍ପରା ଓ ମର୍ଯ୍ୟାଦା ପ୍ରତିଫଳିତ ହୁଏ.ବିବାହ ପରେ ସ୍ୱାମୀଙ୍କୁ ପ୍ରେମ କଲେ ସଂସାର ରଥ ଗଡେ. ସ୍ୱାମୀ ମଧ୍ୟ ବିବାହ ପରେ ଅନ୍ୟ ନାରୀ ପ୍ରତି ଦୁର୍ବଳତା ରଖିବା ଉଚିତ ନୁହେଁ.

   ଉଠିଲେ ସୁଚରିତା କହିଲେ ତୁମମାନଙ୍କ ବିଷୟରେ କାହାଣୀ ହେଉ ପଛେ ମୁଁ ଲେଖିପାରିବିନି କିଛି. ବରଂ ଆସନ୍ତା କାଲି ରଜ ପାଇଁ ସ୍ୱାମୀ ଗାଁରୁ ଆଣି ଆସୁଥିବା ଆମ୍ବ, ପଣସ, ସପୁରୀ, ନଡ଼ିଆ, କଦଳୀକୁ ପ୍ରଥମେ ଜଗନ୍ନାଥଙ୍କୁ ଭୋଗ ଲଗେଇବି. ମନ୍ଦିର ଚାରିଦୁଆର ଖୋଲିଗଲାଣି. ଆମର ବୟସ ସରିଆସୁଛି. ଏବେ ଗତସ୍ୟ ଶୋଚନା ନାସ୍ତି ନାମରେ କେବଳ ଜଗନ୍ନାଥଙ୍କୁ ପ୍ରେମ କରିବା ଯାହା ଏକାନ୍ତ ଐଶ୍ଵର୍ଗିକ ଏଯାବତ.ସମସ୍ତେ ଉଠିବା ପୂର୍ବରୁ ଦହିବରା ଖୁଆଇବାକୁ ଭୁଲି ନଥିଲେ ସୁଚରିତା ।



Rate this content
Log in

Similar oriya story from Romance