ମନ ମୟୂରୀ ଭାଗ-୧୧
ମନ ମୟୂରୀ ଭାଗ-୧୧
ଜୀବନ ର ଯନ୍ତ୍ରଣା ଭିତରେ ଆଜି ଆଖି ସମ୍ନାରେ ନିଜର ଘର ଦୁଆର ବନ୍ଦ ନିକଟରେ ପ୍ରାଣ ର ପ୍ରିୟା କୁ ଦେଖି ନିଜକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି , ତାଙ୍କର ଉପସ୍ଥିତ କୁ ନେଇ ଆଜି ମନ ଭିତରେ ଅନେକ ପ୍ରଶ୍ନ ର ସମ୍ମୁଖୀନ ହେବା କୁ ପଡୁଥିଲା ।
ସ୍ମୃତି ରୁମ ସମ୍ନା ରେ ମାୟା ଙ୍କୁ ଛାଡି ଚାଲିଗଲେ । ଆଉ ଗଲା ବେଳେ ମତେ ଠିକ ସମୟ ରେ ମେଡ଼ିସିନ ଖାଇବା କୁ ମଧ୍ୟ କହି କି ଚାଲିଗଲେ ।
ମାୟା:- ଘର କୁ ଆସିଥିବା ଅତିଥି ଙ୍କୁ କଣ ଏମିତି ଘର ବାହାରେ ଠିଆ କରେଇଥିବ , ନା" ଭିତରକୁ ଡାକିବ !!!
ରାଜ:- ପ୍ଲିଜ କମ । ମାୟା ଙ୍କୁ ଘର ଭିତରକୁ ଆସିବା କୁ କହି କବାଟ ବନ୍ଦ କରି ବୁଲି କି ଆସିବି କଣ ଗୋଡ଼ ମୋର ଯନ୍ତ୍ରଣା ରେ ଭାରସ୍ୟାମ ହରେଇ ବାରୁ ପଡି ଯିବି କଣ , ମାୟା ମତେ ତାଙ୍କର ବାହୁ ବନ୍ଧନରେ ଧରି ପକେଇଲେ ।
ପ୍ରଥମ ଥର ପାଇଁ ମାୟା ଙ୍କର ସ୍ପର୍ଶରେ ମୋ ଦେହ ସାରା ଶୀତେଇ ଉଠୁଥିଲା । ଅଜାଣତରେ ଏକ ଉନ୍ମାଦ ର ଝଟକା ରେ ଦେହ ଭିତରେ ଯେମିତି ବିଜୁଳି ଖେଳିଗଲା ପରି ଲାଗିଲା ।
ରାଜ :- ପ୍ରଥମ ଥର ତୁମ ସ୍ପର୍ଶ ପାଇ,
ଫେରିଛି ମୋ ଓଠେ ହସ ।।
ତୁମ ବିନା ଯେତେ ଥିଲା ଏ ଯନ୍ତ୍ରଣା,
ଲାଗେ ଶେଷ ହୋଇଯାଏ ସମସ୍ତ କ୍ଳେଶ ।।
ପିରତି ଫଗୁଣ ସାତ ରଙ୍ଗ ନେଇ ,
ଆଜି ମୋ ଘରେ ଉଇଁଛି ଜହ୍ନ ।।
ତୁମ ବାହୁ ବନ୍ଧନେ ପାଇ ମୋ ନିଜକୁ ,
ଲାଗେ ସତ ହେବାକୁ ଯାଉଛି ମୋ ସ୍ୱପ୍ନ ।।
ଭାବନା ରାଇଜ ରୁ ଫେରି ଆସେ । ନିଜକୁ ଯନ୍ତ୍ରଣା ରୁ ସମ୍ଭାଳି ନିଏ ।
ମୋ ପାଖରେ କିଛି କାମ ଥିଲା ? ହଠାତ ତୁମର ଆସିବାର କାରଣ କିଛି ବୁଝି ପାରିଲି ନାହିଁ !!! ମାୟା ମୋ ପ୍ରଶ୍ନ ର ଉତ୍ତର ନ ଦେଇ , ମୋର ଅସଜଡ଼ା ଘରକୁ ସଜାଡି ବାକୁ ଲାଗି ଗଲେ ।
ମାୟା:- ଏମିତି କିଏ ଘରକୁ ଅସଜଡା ରଖି ଥାଏ । ଏତେ ବଡ଼ ପିଲା ହେଲ ଣି , ଭଲ ମନ୍ଦ ବୁଝିବାର ତୁମର ବୟସ ହୋଇ ସାରିଛି । ତା" ପରେ ବି ଏ ଘର ନା ଗୁହାଳ ହାଟ !! ଏମିତି ଅନେକ କଥା ଭିତରେ ,
ଅସଜଡ଼ା ସମସ୍ତ ଜିନିଷ କୁ ଯଥା ସ୍ଥାନ ରେ ରଖି ଦେଇ ,ନିଜର ଓଢଣୀ ରେ ମଥା ରୁ ତାଙ୍କର ଝରି ଆସୁଥିବା ପରିଶ୍ରମ ର ରୁଧିର କୁ ପୋଛି ଦେଇ ମୋ ପାଖରେ ଆସି ବସିଗଲେ।
ହଁ, କଣ କହୁଥିଲ ମତେ ! ଆଛା ଛାଡ଼ ସେ କଥା, ପରେ କଥା ହେବା । ପ୍ରଥମେ କୁହ କଣ ଖାଇଛ ନା ନାହିଁ !
ମାୟା ଙ୍କର ମୋ ପାଖକୁ ଆସିବା ,ମୋ ପାଇଁ ଥିଲା ଖୁସିର ମୁହୂର୍ତ୍ତ କିନ୍ତୁ କେମିତି ମୋ ଅସହାୟତା କୁ କହିବି ବୁଝି ପାରୁ ନ ଥିଲି । ବାଧ୍ୟ ହୋଇ ମୁଣ୍ଡ ହଲେଇ ହଁ କହିଲି ।
ରାଜ :- ଦେଖ ମାୟା , ତୁମେ ମୋ ପାଖକୁ ଏ ସମୟରେ ଏକା ଆସିବା ଜାଣିଲେ ,ଆକାଶ ଖରାପ ଭାବିବ । ମତେ ଟିକେ ବୁଝିବା କୁ ଚେଷ୍ଟା କର ।
ମାୟା :- ତୁମେ କଣ କହୁଛ ,ମୁଁ ସବୁ ବୁଝି ପାରୁଛି କିନ୍ତୁ ମୋ ମନର ଭାବନା କୁ କେବେ ବି ତୁମେ ବୁଝିବା କୁ ଚେଷ୍ଟା କରି ନାହଁ । ଏବେ ବି ତୁମ ମୁଣ୍ଡରୁ ରକ୍ତ ବାହାରୁଛି । ମେଡିକାଲ ରେ ଠିକ ସେ ଡ୍ରେସିଂ କରି ନାହାନ୍ତି ବୋଧ ହୁଏ ।
ତାଙ୍କ ହାତରେ ମୋ ମୁଣ୍ଡ କୁ ଛୁଇଁବେ କଣ , ହାତ ସ୍ପର୍ଶ ରେ ମତେ ଯନ୍ତ୍ରଣା ହେବା ରୁ ,ପାଟିରୁ ଆହାଃ ...କାଟୁଛି ବାହାରି ପଡ଼ିଲା ।
ରାଜ:- ଦେଖ ମାୟା ,ମୋ ନିଜର କେୟାର ମୁଁ ନେଇ ପାରିବି । କିଏ ତୁମକୁ ମୋ ରୁମ ରେ ଦେଖିଲେ ଖରାପ ଭାବିବେ , ଆଉ ମୁଁ ବି ଚାହୁଁନି ମୋ ପାଇଁ ତୁମ ର କିଛି ଅସୁବିଧା ହେଉ ।
ମାୟା:- କିଏ କଣ ଭାବିବ କି ନ ଭାବିବ , ସେଥିପାଇଁ ମୋର କୌଣସି କେୟାର ନାହିଁ । ତୁମେ କଣ ଭାବୁଛ ତାହା ମୋ ପାଇଁ ଇମ୍ପୋଟାଣ୍ଟ । ଆଉ ତୁମେ କଣ କହିବା କୁ ଚାହୁଁଛ ମୁଁ ସବୁ ଜାଣେ , ତା" ପରେ ବି କହୁଛି , ମୋ ନିଜ ଇଛାରେ ମୁଁ ଆସିଛି । ସେଥିପାଇଁ ତୁମର କିଛି ବ୍ୟସ୍ତ ହେବାର ଆବଶ୍ୟକ ନାହିଁ । ସ୍ମୃତି ମତେ ତୁମର ଦେହ ର ଅବସ୍ଥା କଥା କହିଲା ପରେ , ମୁଁ ଏଠିକି ବ୍ୟସ୍ତ ହୋଇ ତୁମକୁ ଦେଖା କରିବା କୁ ଆସିଛି , ହେଲେ ତୁମେ ମତେ ଅଜଣା ଅଚିହ୍ନା ପରି ବ୍ୟବହାର କରୁଛ ଜାଣି ବହୁତ କଷ୍ଟ ଲାଗୁଛି ।
ରାଜ:- ମୁଁ କେତେବେଳେ ତୁମକୁ ଚିହ୍ନି ନାହିଁ କହିଲି !!! ଏମିତି ରାତିରେ ଏକାନ୍ତ ମୁହୂର୍ତ୍ତରେ ତୁମକୁ ମୋ ସାଥିରେ ଥିବାର ଜାଣିଲେ ଏ ଦୁନିଆଁ ଯେଉଁ ବଦନାମ କରିବ , ତାହା ମୁଁ ହେବା ପାଇଁ ଚାହୁଁ ନାହିଁ ।
ତୁମର ଦେହ ରେ କିଏ କଳଙ୍କ ର ଟୀକା ଲଗେଇ ଦେଉ ,ତାହା କେବେ ବି ମୁଁ ହେବା କୁ ଦେବି ନାହିଁ ।
ମାୟା:- ତୁମ ନାଁ ର କଳଙ୍କ ଟୀକା କୁ ମୁଁ ସାରା ଜୀବନ ଆପଣେଇ ନେବାକୁ ପଛେଇବି ନାହିଁ । ଆଜି ସତରେ ତୁମ ଠାରୁ ଏତକ ଶୁଣି ଲାଗୁଚି ,ତୁମ ମନ ଭିତର କେତେ ପବିତ୍ର । ଆଉ ତୁମ ପରି ଜଣେ ହୃଦୟ ବାନ ପିଲା ସହ ଯିଏ ବି ଏମିତି କାର୍ଯ୍ୟ କରିଛି ,ଦେଖିବ ତାକୁ ତା" ଦଣ୍ଡ ର ଫଳ ଅବଶ୍ୟ ମିଳିବ।
ଯଦି ମୋ ଉପସ୍ଥିତି ତୁମ ହୃଦୟ କୁ କଷ୍ଟ ଦେଉ ଅଛି , ମୁଁ ତା" ହେଲେ ଏଇ ମୁହୂର୍ତ୍ତ ରୁ ଚାଲି ଯାଉଛି । ମୁଁ ଚାହେଁ ନା ତୁମ ମନକୁ ଆହୁରି ଅଧିକ କଷ୍ଟ ଦେବା ପାଇଁ । ମୁଁ ତ କେବଳ ଆସିଥିଲି ତୁମକୁ ଦେଖା କରି ,ତୁମ ପାଖରେ ରହି ଭଲମନ୍ଦ ବୁଝା ସୁଝା କରିବା ପାଇଁ , ହେଲେ ! ଚାଲିଯିବାକୁ ବାହାରିଲା ବେଳକୁ
ରାଜ:- ମାୟା, ପ୍ଲିଜ ଶୁଣ । ମୁଁ ସେମିତି କିଛି କହି ନାହିଁ !!! ତୁମକୁ କଷ୍ଟ ଦେବା ମୋ ର ଉଦେଶ୍ୟ ନୁହେଁ । ମୁଁ ଚାହେଁ ନା ମୋ ପାଇଁ ଆକାଶ ଆଉ ତୁମ ଭିତରେ ଭୂଲ ବୁଝାମଣା ହେଇ ଯାଉ । ଆକାଶ ଭାରି ଭଲ ପିଲା । ତୁମକୁ ସେ ବହୁତ ଭଲ ପାଏ ।
ମାୟା:- ବା ଆଉ ବା କଣ ଶୁଣିବା କୁ ବାକି ଥିଲା ମୋର । ବନ୍ଧୁତା କୁ ବା କିଏ ଆଉ ତୁମ ଠାରୁ ବେଶି ବୁଝି ପାରିବ । ସତରେ ରାଜ ତୁମେ ମହାନ । ତା' ନ ହୋଇଥିଲେ ଆକାଶ ତୁମକୁ ଦେଇଥିବା କଷ୍ଟ କୁ ଭୂଲି ଆଜି ତା ପାଇଁ ମୋ ସମ୍ନା ରେ ଓକିଲାତି କରି ନ ଥାନ୍ତ । ମୁଁ ଜାଣିଚି ଆଜି ତୁମର ଏ ଆକ୍ସିଡେଣ୍ଟ ର ବାହାନା ମିଛ ଅଟେ । ପକୃତ ସତ କଥା ମତେ ଜଣା । ଆଉ ମୁଁ ଏହା ବି ବିଶ୍ୱାସ ର ସହ କହୁଚି , ତୁମର ଆଜିର ଏ ଅବସ୍ଥା ପାଇଁ ଆକାଶ ହିଁ ଏକମାତ୍ର ଦାୟୀ ।
ଆଉ ସେମିତି ଯଦି ହୋଇଥାଏ ,ତାକୁ ତା' କର୍ମ ର ଫଳ ଅବଶ୍ୟ ମିଳିବ ।
ରାଜ:- ଆରେ ତୁମେ ଏମିତି କହୁଛ ଯେମିତି ସବୁ କିଛି ଆଖିରେ ଦେଖିଲା ପରି । ମୁଁ କହୁଚି ପରା ମୋର ଆକ୍ସିଡେଣ୍ଟ ହୋଇଛି ।
ମାୟା:- ଆଛା ,ଯଦି ତୁମର ଆକ୍ସିଡେଣ୍ଟ ହୋଇଛି ,ମୋ ରାଣ ଖାଇ କହିଲେ ,ମୁଁ ବିଶ୍ୱାସ କରି ନେବି ।
ରାଜ:- ଏ କି ପ୍ରକାରର ପାଗଳାମି । ରାଣ ନିୟମ ରେ କଣ ସତ ଟା ମିଛ ହୋଇଯିବ କି ?
ମାୟା:- ଯଦି ସତ ଟା ମିଛ ହେବ ନାହିଁ , ତା ହେଲେ ତୁମେ କହିବା ଅନୁସାରେ ,ମୋ ରାଣ ଖାଇ କୁହ ।
ରାଜ:- ମୁଁ ତୁମର ରାଣ ଖାଇ ପାରିବି ନାହିଁ ।
ମାୟା:- ମୁଁ ଜାଣିଛି । ସେଥିପାଇଁ ତୁମର ମୋ ପାଖରେ ବାହାନା କରିବାର କୌଣସି ଆବଶ୍ୟକ ନାହିଁ । ମୁଁ ଆକାଶ ଙ୍କୁ ଭଲ ଭାବରେ ଚିହ୍ନି ଛି ଆଉ ତୁମକୁ ବି । ସେଥିପାଇଁ ମୋ ସମ୍ନାରେ ସ୍ମାର୍ଟ ହେବା ପାଇଁ ଚେଷ୍ଟା କର ନାହିଁ । ଚୁପ ଚାପ ବସି ରୁହ । ମତେ ମୋ କାମ କରିବା କୁ ଦିଅ ।
ମାୟା ଙ୍କର ଜବାବ ରେ ମୋର ସମସ୍ତ ସତ କଥା କହିବା ର ସାହସ ନ ଥିଲା କି ଆକାଶ କୁ ନେଇ ଆଉ କିଛି ଝଗଡା ଆଗକୁ ବଢୁ ମୁଁ ଚାହୁଁ ନ ଥିଲି ।ମାୟା ଙ୍କର ପ୍ରଥମ ଥର ଶାସନ ମୋ ଉପରେ ଦେଖି ,ଖୁବ ଖୁସି ଲାଗୁଥିଲା । ଅନୁ ଶାସନ ରେ ତାଙ୍କର ହୃଦୟରେ ମୋ ପାଇଁ ଲୁଚି ରହିଥିବା ଭଲ ପାଇବାର ଆଭାସ ମୁଁ ଜାଣି ପାରୁ ଥିଲି ।
ଛୋଟ ଏକ ଆଜବେଷ୍ଟର ରୁମ ଭିତରେ ଆଜି ସ୍ୱର୍ଗ ର ପାରିଜାତ ର ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ର ଏକ ସୁନ୍ଦର ଆବେଗ କୁ ନଷ୍ଟ କରିବା କୁ ଚାହୁଁ ନ ଥିଲି ।
ମାୟା ଙ୍କର ଆକର୍ଷଣ ରୂପରେ ମୁଁ ବୋଭିର ହୋଇଯାଇଥିଲି । ମାୟା ଦେଖିବା କୁ , ତନୁ ପାତେଳି ଦୁଧ ଆଳତା ରଙ୍ଗର ଚେହେରା ସହ ଯେତେ ଦେଖିଲେ ବି ତାଙ୍କର ହରିଣୀ ନୟନ ରେ ବନ୍ଦୀ ହୋଇ ଯିବାକୁ ମନ କହୁଥିଲା । ଦେହରେ ଏବେ ଏବେ ଅଠର ଟି ଫଗୁଣ ଅତିକ୍ରମ କରିଲା ପରି ଲାଗୁଥିଲେ , ଭରା ଯୌବନ ରେ ଦେହର ବାସ୍ନା ଆଜି ରୁମ ରେ ସମୋହନ କରିଦେଉଥିଲା ମତେ ତାଙ୍କର ଅତର ଭିଜା ଦେହର ର ଭୂଗୋଳ କୁ ଦେଖିଲା ପରେ । ଗୋଲାପୀ ରଙ୍ଗ ର ଓଠରେ ତାଙ୍କର ଭରି ରହିଥିବା ଅନେକ ଦିନ ର ତୃଷ୍ଣା କୁ ନିଜର ଅଧର ଛୁଆଁ ରେ ମଧୁ ପାନ କରିବା କୁ ଏ ମନ ଆଜି ବ୍ୟାକୁଳିତ ।
ରାଜ:- ସପନ ପରୀ କୁ ପାଖେ ମୋର ପାଇ,
ମନ ଚାହେଁ ହେବା ପାଇଁ ଦୁଷ୍ଟ ।।
ଅନେକ ଦିନର ଦେହର ଯାତନା ,
ଜଳି ହୃଦୟେ ଦିଏ ମୋ କଷ୍ଟ ।।
ତୁମର ଯୌବନର ସାଗର ମଧ୍ୟରେ,
ଭାସେ ମୁଁ ମାଦକ ଭଅଁର ପାଗଳ।
ତୁମରି ସାନିଧ୍ୟ ପ୍ରାପ୍ତ କରିବା କୁ ,
ଦେହ ମୋ ଆଜି ବ୍ୟାକୁଳ ।
ଛୋଟ ଘରେ ମୋର ପ୍ରୟା ବାସନ୍ତୀକୁ,
ପାଖେ ପାଇ ମୁଁ ବିଭୋର ,
ତୁମ ଗୋଲାପି ଓଠର ମିଠା ଜହରରେ,
ଶେଷ କର ତୃଷ୍ନା ମୋର ।
ସବୁ ଆଶା ଆଜି ଅବସାଦ ସାଜେ ,
ଜାଣେନା କାହିଁକି ମୋର ।
ତୁମକୁ ନେଇ ସ୍ୱପ୍ନର ନଅର ,
ଜାଣେନା ପାରିବି କି ନାହିଁ ଗଢି ମୋର ।
ମାୟା:-ଗ୍ୟାସ ଚୁଲା ପାଖରେ ଗରମ ପାଣି କରିବା ଭିତରେ ତାଙ୍କର ଯନ୍ତ୍ରଣା କୁ ଦେଖି ଆଜି ଭିଜି ଆସୁଥାଏ ଆଖି ମୋର। ପ୍ରଥମ ଥର ଆଜି ପ୍ରେମରେ ନିଜର ମନର ମଣିଷ କୁ କଷ୍ଟ ରେ ଦେଖି , କେମିତି ବା ସହି ପାରିବି । ମୁଁ ଜାଣେ ତୁମେ ହୃଦୟ ରୁ କେତେ ଝୁରି ହେଉଛ ମତେ । ବନ୍ଧୁତା ଆଉ ଭଲପାଇବାର ଜୀବନର ଦୋ ଛକିରେ ଆଜି କାହିଁକି ବୁଝିବା କୁ ଚେଷ୍ଟା କରୁ ନାହଁ , ଯାହାକୁ ବନ୍ଧୁ ବୋଲି ଭାବିଥିଲ ସେ କଣ ତାର ବନ୍ଧୁତା ର ଧର୍ମ ପାଳନ କରିଲା ? ଆଜି ତୁମର ପ୍ରେମ ବି ପ୍ରଶ୍ନ କରୁଥିବ , ଯଦି ବନ୍ଧୁତା ବୁଝିପାରିଲା ନାହିଁ ତୁମର ହୃଦୟର ତ୍ୟାଗ କୁ ସେଥିପାଇଁ କଣ ତୁମର ସ୍ନେହ କାଙ୍ଗାଳିନୀ ପ୍ରେମିକା ଦାୟୀ ।
ମାୟା:-
ଆଖି ଭିଜି ଯାଏ ,ଦେଖି ତୁମ କଷ୍ଟ ।
ଆଉ ପାରୁ ନାହିଁ ଜମା ସହି ।।
ହୃଦୟ ସାଗର ଅଧିର ହେଉଛି
କେତେ ପାରିବି ନାହିଁ ମୁଁ କହି ।।
ସାତ ଜନମ କୁ ସାଥି କରିବା କୁ ,
ଡେଇଁ ଆସିଛି ମୋ ଘର ଏରୁଣ୍ଡି ।।
ଅବିବାହିତା ମୁଁ କୁଆଁରୀ ମୟୂରୀ ,
ଆଉ ପଛକୁ ପାରିବ ନି ଫୁଣି ଫେରି ।।
ମାଗୁ ନାହିଁ କିଛି ଧନ କି ସମ୍ପଦ ,
ଦେବ ଯଦି ଦିଏ ହୃଦୟରେ ତୁମ ଜାଗା ।
ସବୁ ଦିନ ହସି ତୁମ ଲୁହ ସାଥେ ,
ହୃଦୟରେ ତୁମ ହାତ ମୋର ରଖି ,
ତୁମକୁ କୋଳେ ଶୁଆଇ ଦେଉଥିବି ମୁଁ କାହ୍ନା ।।
ରାଜ:- ଫିତା ଖଟ ଉପରେ ଶୋଇ ରହିଥିବା ଅବସ୍ଥାରେ ମାୟା ଙ୍କୁ ସେମିତି ଚାହିଁ ରହିଥାଏ । ଦୁହେଁ ଦୁହିଙ୍କର ମନର ଭାଷା କୁ ଆଜି କହି ନ ପାରିଥିଲେ ବି ଆଜି ପଖା ପାଖି ପାଇ ,ଆଉ ହୁଏତ କିଛି ବୁଝିବାକୁ ବାକି ରହି ଯାଇ ନ ଥିଲା ।
ଟେବୁଲ ଉପରେ ଥିବା ଘଣ୍ଟା ରେ ସମୟ ଦେଖ ତ ରାତି ନଅ' ଟା ବାଜିଲାଣି । ତଥାପି ମାୟା ଙ୍କର ସମୟ କୁ ଖାତିର ନାହିଁ । ପିଠି ରେ ଅନେକ ଯନ୍ତ୍ରଣା ହେଉଥାଏ । ଖଟ ଉପରେ ଶୋଇ ବି କଡ଼ ଲେଉଟାଇ ପାରୁ ନ ଥିଲି ।
ମାୟା ଦୂରରୁ ହାତରେ ଦୁଇଟି ପାତ୍ର ରେ କଣ ସବୁ ଧରି ପାଖକୁ ଆସିଲେ ।
ମାୟା:- ଟିକେ ଉଠ ତ ମୁଣ୍ଡରେ ବ୍ଲଡ଼ ଲାଗି ଶୁଖି କି ଚିହ୍ନ ହୋଇ ଗଲାଣି । ଗରମ ପାଣି ରେ ଟିକେ ସଫା କରି ଦିଏ ।
ରାଜ:-ତୁମେ ଏତେ କଷ୍ଟ ମୋ ପାଇଁ କାହିଁକି କରୁଛ । ମୁଁ ଯେମିତି ବି ଅଛି ଠିକ ଅଛି । ରାତି ବେଶି ହେବା ଆଗରୁ ତୁମକୁ ଘରକୁ ଫେରି ଯିବାକୁ ହେବ । ତା' ନ ହେଲେ ତୁମ ଘରେ ସମସ୍ତେ ବ୍ୟସ୍ତ ହେଉଥିବେ ।
ମାୟା:- ତୁମକୁ ଏତେ ସବୁ ଚିନ୍ତା କରିବା କୁ କହିଲି କି? ମୋ ପାଇଁ ଘରେ କେହି ବି ବ୍ୟସ୍ତ ହେବ ନାହିଁ । ମୁଁ ଘରେ କହିକି ଆସିଛି ।
ରାଜ:- ଆଛା କଣ କହିକି ଆସିଛ ଟିକେ ମତେ କହିବ କି ?
ମାୟା:- ଏ ସମୟରେ ଶୁଣିବା କଣ ନିହାତି ଆବଶ୍ୟକ !!! ଆଗେ ତୁମେ ସୁସ୍ଥ ହୋଇଯାଅ । ତା" ପରେ କହିବି । ଆଗ ଉଠିଲ ତୁମେ ।
ମତେ ଧରି କି ବେଡ଼ରୁ ଉଠେଇ ବସେଇଲେ ।
ଓଦା କପଡ଼ା ରେ ମୋ ମୁଣ୍ଡ ର ରକ୍ତ ଲାଗିଥିବା ଚିହ୍ନ କୁ ସଫା କରୁଥିବା ବେଳେ ତାଙ୍କର ଆଖିରେ ଥିବା ମୋ ପ୍ରତି ଆବେଗ କୁ ସେ ଅଟକାଇ ପାରିଲେ ନାହିଁ । ଧୀରେ ଧୀରେ ତାହା ଆଖିର ପରିସୀମା ଡେଇଁ ତଳକୁ ଖସିବା କୁ ଆରମ୍ଭ କରି ଦେଇଥିଲା ।
ହାତରେ ତାଙ୍କ ର ଆଖିର ଲୁହକୁ ପୋଛି ଦେବା ଭିତରେ ,
ମାୟା:- ଏ ଆଖିର ଲୁହ କୁ ତୁମେ ପୋଛ ନାହିଁ ରାଜ । ଆଜି ତାକୁ ବୋହିବାରେ ରୋକ ନାହଁ । ସମସ୍ତ ଆବେଗ କୁ ଆଜି ଆଉ କୋହ ବା କେତେ ଚାପି ରଖି ପାରିବ ।
ରାଜ:- ଆଜି ତୁମ ଆଖିର ଲୁହର ଓଜନରେ ମୋ ଛାତି ଭିତରେ ଉତ୍ତପ୍ତ ଅଗ୍ନି ବର୍ଷା ହେଲା ପରି ଲାଗୁଛି । ଏ ଅମୂଲ୍ୟ ମୋତି କୁ କେମିତି ବା ଝରିବା କୁ ମୁଁ ଦେବି । ପ୍ଲିଜ ଥାଉ ସେତିକି । ଆଉ ବେଶି କିଛି କଲେ ହୁଏତ ମୋ ଦୁର୍ବଳତାକୁ ଆଉ ରୋକି ପାରିବି ନାହିଁ ।
ମାୟା:- ଯେଉଁଠି ସମସ୍ତ ଆବେଗର ପରିସୀମା ଆଜି କୂଳ ଲଂଙ୍ଘି ମିଶିବାକୁ ଅପେକ୍ଷା ଆଉ ବା କଣ ଚାପି ତୁମେ କି ଖୁସି ପାଇବ । ବରଂ ଭଲ ହେବ ସବୁ ସୀମା ଡେଇଁ ଆଜି ନିଜର ପରିଚୟ ସୃଷ୍ଟି କରିବା ର ସମୟ ଆସିଛି ।
ଏତକ କହି ମାୟା ତାଙ୍କର ବାହୁ ବନ୍ଧନ ରେ ମତେ ଭିଡି ନେଇ ଥିଲେ ।ତାଙ୍କର ସାନିଧ୍ୟ ପାଇଲା ପରେ ଦେହ ରେ ଥିବା ଯନ୍ତ୍ରଣା ଆଜି ଯେମିତି କମି ଗଲା ପରି ଲାଗୁଥିଲା ।
ଝରକା ଦେଇ ଆକାଶରେ ଜହ୍ନକୁ ଦେଖି ଲାଗୁଥିଲା । ଆଜି ସେ ଜହ୍ନ ବି ଆମର ମିଳନର ଦୃଶ୍ୟକୁ ହସି ହସି ଉପଭୋଗ କରୁ ଅଛି ।
ବହୁ ପ୍ରତିକ୍ଷୀତ ମିଳନ ଆଜି ଶେଷ ରେ ସମ୍ପର୍କର ଡୋର ରେ ବନ୍ଧା ହୋଇଗଲା । ଆକାଶରେ ସୀମା ହୀନ ଲକ୍ଷ୍ୟ କୁ ନେଇ ଘୁରି ବୁଲୁଥିବା ଦୁଇ ବିହଙ୍ଗ ଆଜି ନିଜର ବସାର ଠିକଣା ପାଇ ଯାଇଛନ୍ତି । ଅନେକ ବାଧା ପ୍ରତିଘାତ ସହି ନଦୀ ଯେମିତି ଆଜି ଶେଷରେ ସାଗର ମଧ୍ୟ ରେ ଲୀନ ହୋଉ ସାରିଛି। ଫଗୁଣ ର ମହକ ଆଉ ଥରେ ଫୁଣି ଫେରି ଆସିଲା ପରି ଲାଗୁଥାଏ । ଆଜି ଏ ରଙ୍ଗ ର ସମୀକରଣର ନାଁ କଣ ଦେଇ ହେବ ।
ପ୍ରଥମ ପ୍ରେମର ପ୍ରେମିକା କୁ ଝୁରି ଝୁରି ସ୍ୱପ୍ନ ରେ ଆଜି ଶେଷ ରେ ତାର ଠିକଣା ହୃଦୟ ପାଇ ସାରିଛି । ଯେଉଁ ମନ ତାର ଚଞ୍ଚଳ ଚେତନା କୁ ନେଇ ସବୁ ବେଳେ ଅନ୍ୟମନସ୍କ ରହୁଥିଲା ପ୍ରିୟସୀ କୁ ଝୁରି ଝୁରି , ଆଜି ସେଇ ହୃଦୟରେ ଅଦିନରେ ସାତ ମେଘ ଖୁସି ରେ ପୁଷ୍ପ ବର୍ଷା କରୁଥିଲେ ହୃଦୟ ର ମୟୂରୀକୁ ପାଖରେ ପାଇଲା ପରେ ।
ସତରେ ଡେରି ରେ ହଉ ପଛେ , ମୋ ପାଖକୁ ତ ମୋ ମନର ମୟୂରୀ ଫେରି ଆସିଛି । ଆଉ ସତ କହୁଛି ଏ ନିଶ୍ୱାସ ର ଶେଷ ସ୍ପନ୍ଦନ ଯାଏ , କେବେ ବି ତୁମକୁ ମୋ ଠାରୁ ଅଲଗା ହେବା ପାଇଁ ଦେବି ନାହିଁ ।
କ୍ରମଶଃ