STORYMIRROR

Er. Suchismita Satpathy

Romance Crime

3  

Er. Suchismita Satpathy

Romance Crime

ମାନବିକତା

ମାନବିକତା

4 mins
172


ହଠାତ ଶିବୁର ଆଖି ଖୋଲିଲା । ଶରୀରର ପୀଡାକୁ ସଜ୍ୟ କରିବାର ଶକ୍ତି ତା ପାଖରେ ନଥିଲା।ଲୁସି କୁ ହରେଇଥିବାର ଦୁଃଖରେ ସେ ଏତେ ନିଶା ଗ୍ରସ୍ତ ଥିଲା ଯେ ନିଜ ଶରୀରକୁ ବହନ କରିପାରୁନଥିଲା।କିଛି ବୁଝିବା ଆଗରୁ ସବୁ ଓଲଟ ପାଲଟ ହୋଇଗଲା।ଲୁସିକୁ ନେଇ କେତେ ସ୍ୱପ୍ନ ସେ ଦେଖିନଥିଲା।ମାତ୍ର ତିଳେହେଲେ ତାହା ପୂରଣ ହେଲା ନାହିଁ।ତାର ସବୁ ଆଶା ଆକାଙ୍ଖ୍ୟା ଆଜି ଏଇ ଜଙ୍ଗଲ ମଝିରେ ବିଲୁପ୍ତ ପ୍ରାୟ।ଅନ୍ଧ ତାର ବାଡି ହଜେଇଲାପରି ସେ ମଧ୍ୟ ତାର ସର୍ବଶ୍ୱ ହରେଇ ବସିଛି।ମାନବିକତାର ମୂଲ୍ୟବୋଧ କୁ ଆକଳନ କରୁଛି ଆଜି।

ମନେ ପଡିଗଲା ତାର ସେହି ଦିନର କଥା ଯେଉଁ ଦିନ ଦୌଡିଦୌଡି ଲୁସି ଆସି ତା ଘର ସାମନାରେ ଅଚେତ ହୋଇ ପଡିଯାଇଥିଲା।ସବୁଲୋକ ଦେଖିଲେ ମାତ୍ର କେହି ହେଲେ ତାକୁ ଉଠେଇବାରେ ସାହାଯ୍ୟ କରିନଥିଲେ।


ମନେ ପଡେ ତାର ସେହି ଶିତୁଆ ରାତିର କଥା । ଥଣ୍ଡାରେ କାଲୁଆ ମାରି ଯାଇଥିଲା ଲୁସିର ପୁରା ଶରୀର।ପାଖରେ କେହିନାହିଁ । ଅନାଥ ପିଲା ସେ।ସମାଜ ସହ ଲଢି ନିଜ ଗୋଡରେ ନିଜେ ଛିଡାହୋଇଛି ସେ।ନିଜ ମାନ ସମ୍ମାନ ନିଜେ ଗଢିଛି ସେ ନିଜ ହାତରେ। ତାଙ୍କ କଲୋନୀର ସବୁଠୁ ଭଲ ଗଣିତ ଓ ବିଜ୍ଞାନ ଶିକ୍ଷକ ହିସାବରେ ପରିଗଣିତ ସେ।ବହୁ ପିଲାଙ୍କ ଜୀବନର ଭାଗ୍ୟବିଧାତା ଭାବେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଦେଖନ୍ତି ତାକୁ।ମାତ୍ର ସେଦିନ ଲୁସିର ଚେତାଶୂନ୍ୟ ମୁଖମଣ୍ଡଳଟି କାହିଁକି କେଜାଣି ତା ମନଭିତରେ ଏକ ଘର କରିନେଇଥିଲା।ଜଣେ ବନ୍ଧୁ ଙ୍କ ସହାୟତାରେ ତାକୁ ଉଠେଇ ଘର ଭିତରକୁ ନେଇଥିଲା ସେ।ତାକୁ ପାଣି ଦେଇ ଚେତାଫେରାଇବାକୁ ଚେଷ୍ଟା କରି ବିଫଳ ହେଲାପରେ ଡାକ୍ତର ଙ୍କୁ ଡାକି ଚିକିତ୍ସା କରାଇଥିଲା।ତାଙ୍କ ପରାମର୍ଶ କ୍ରମେ ଔଷଧ ଦେବାରେ ସକାଳକୁ ଲୁସିର ଚେତା ଫେରିଥିଲା। ରାତି ତମାମ ସେ ଓ ତାର ବନ୍ଧୁ ତାକୁ ଜଗି ରହିଥିଲେ ।ଚେତା ଫେରିବା ପରେ ତାର ପରିଚୟ ପଚାରନ୍ତେ କହିଲା ତାର ଧରମ ମାମୁଁ ତାକୁ କେଉଁ ଏକ ବ୍ୟବସାୟୀ କୁ ବିକ୍ରି କରି ଦେବାର ଯୋଜନା କରିଥିଲା ।ଏହା ଶୁଣି ସେଠାରୁ ସେ ଲୁଚି ପଳେଇ ଆସିଛି।ହଠାତ ଦୌଡିକରି ଆସିବା ସମୟରେ ତା ମୁଣ୍ଡ ବୁଲେଇଦେଲା ଓ ସେ ଚେତାଶୂନ୍ୟ ହୋଇଗଲା ତାପରେ ତାର ଆଉକିଛି ମନେ ନାହିଁ।


ଏହା ଶୁଣି ବହୁତ ଦୁଃଖ କଲେ ଉଭୟ ବନ୍ଧୁ।ଏବଂ ତାର ପରବର୍ତ୍ତୀ ପଦକ୍ଷପ ବିଷୟରେ ଜାଣିବାକୁ ଚାହିଁଲାରୁ ସେ କାନ୍ଦ କାନ୍ଦ ହୋଇ କହିଲା ,ତାର ତ କେହି ନାହିଁ।ଏକା ମାମୁଙ୍କ ଭରଷାରେ ରହୁଥିଲା ମାତ୍ର ସେ ନିଜେ ରକ୍ଷକ ହୋଇ ଭକ୍ଷକ ସାଜିଲେ ତେଣୁ ଆତ୍ମହତ୍ୟା ଛଡା ଆଉ କିଛି ଉପାୟ ତା ପାଖରେ ନାହିଁ।


ଏହା ଶୁଣି ଶିବୁ ତାକୁ ସେମିତି କଳିବାକୁ ବାରଣକରି ସେ ଯେତେଦିନ ଚାହିଁଲେ ତାପାଖରେ ରହିପାରିବ ବୋଲି କହି ତାର ରହିବାର ସରଞ୍ଜାମ ଆଣିବାପାଇଁ ବାହାରିଗଲା।ବାଟରେ ତା ବନ୍ଧୁ ଶଶଧର ତାକୁ କହିଥିଲେ ,ଅଜଣା ଝିଅ ,କିଛି ନଜାଣି କେମିତି ତାକୁ ନିଜ ଘରେ ରଖିବ।ଏହାର ଉତ୍ତରରେ ଶିବୁ ସେଦିନ କହିଥିଲା ସମସ୍ତେ ଯଦି ସେମିତି ଭାବିବେ ତେବେ ନିରାଶ୍ରୟ ମାନଙ୍କୁ ସାହାରା ଦେବ କିଏ।ଏପରି ହେଲେ କେତେ ଯେ ନାରୀ ନିର୍ଭୟା ହେବେ ତାର ଠିକଣା ରହିବନାହିଁ। ତାର ଏହି ଯୁକ୍ତି ଶୁଣି ସେଦିନ ଶଶଧର ଚୁପ ହୋଇଯାଇଥିଲା।ହୁଏତ ଯଦି ଆଉଟିକେ ଜୋର ଦେଇଥାନ୍ତା ତେବେ ଆଜି ଏ ଦୁର୍ଦ୍ଦଶା ହୋଇନଥାନ୍ତା।


ସେଦିନ ଲୁସି ପାଇଁ ନୂତନ ବସ୍ତ୍ର ଓ କିଛି ଶୃଙ୍ଗାର ର ସରଞ୍ଜାମ ଧରି ଆସିଥିଲା ଶିବୁ।ତାକୁ ଦେଖି ପ୍ରଥମ ବାକ୍ୟ ଲୁସିର ଥିଲା,ଏସବୁର ଆବଶ୍ୟକତା ନଥିଲା ,ମୁଁ ତ କିଛି ବ୍ୟବସ୍ଥାକରି ଏଠାରୁ ଚାଲିଯିବି ମୋ ଭାଗ୍ୟ ଯୁଆଡେ ନେଇଯିବ।


ଏହି ଉତ୍ତରରେ ଶିବୁର କୋମଳ ହୃଦୟ ତରଳି ଉଠିଥିଲା ଓ ସେ କହିଉଠିଲା ,ଯଦି ତୁମ ଭାଗ୍ୟ ଏହି ଘର ତେବେ ତୁମର କିଛି ଆପତ୍ତି ଅଛି? ଏହାହିଁ ସେଦିନର ସର୍ବୋତ୍ତମ ଭୂଲ ପଦକ୍ଷପ ଥିଲା ଶିବୁର।ଯାହାର ପରିଣତି ଆଜି ଏହି ନିକାଞ୍ଚନ ଜଙ୍ଗଲ।

ସେଦିନ ଏକ କୋମଳ ହସ ଦେଇ ଲଜ୍ଜା ର ସହ ମୁଣ୍ଡ ତଳକୁ ପୋତି ମୁରୁକି ହସ ଭରିଥିଲା ଲୁସି।ଯେଉଁ ହସରେ ପାଗଳପ୍ରାୟ ହୋଇଯାଇଥିଲା ଶିବୁ। କିଛି ଦିନ ଏହିପରି ଗଲା।ଘରର ସବୁ ଦାୟିତ୍ୱ ଧିରେ ଧିରେ ଲୁସି ବୁଝିବାକୁ ଲାଗିଲା।ଶଶଧର ଦିନେ ହଠାତ ଆସି ଦେଖେତ ଘରଣୀ ପରି ଲୁସି ଶିବୁର ସବୁ କାର୍ଯ୍ୟ କରୁଛି।ସମ୍ପୂର୍ଣ୍ଣ ଘରଟିକୁ ନିଜ ଅନୁସାରେ ସଜେଇ ଦେଇଛି।ଦେଖି ଖୁସିହୋଇଥିଲା ଶଶଧର ମଧ୍ୟ।ସେଦିନ ଶିବୁ ପ୍ରସ୍ତାବ ଦେଇଥିଲା ଯେ ସେ ଲୁସିକୁ ବିବାହ କରିବ।ଏହା ଶୁଣି ଶଶଧର ମଧ୍ୟ ଖୁସିଥିଲା


ସବୁ ଠିକ ସମୟରେ ହେଲା।ବିବାହ ତାରିଖ ଠିକ ହେଲା।ଯାହା ସାମଗ୍ରୀ ର ଆବଶ୍ୟକତା ଅଛି ତାହା ସବୁ ଶିବୁ ଆଣି ରଖିଲା।ଲୁସି ପାଇଁ ସୁନାର ସବୁ ଅଳଙ୍କାର ଆଣି ରଖିଲା।ଏତେ ସବୁ ଦେଖି ସେଦିନ ମଧ୍ୟ ଲୁସିଶକହିଥିଲା ଏସବୁର ଆବଶ୍ୟକତା କଣ ଅଛି।କେବଳ ସିନ୍ଦୂର ଓ ଶଙ୍ଖା ହିଁ ତାର ସର୍ବ ସମ୍ପତ୍ତି ହେବ।ଏତେ ଅର୍ଥ ଖର୍ଚ୍ଚ ର ଆବଶ୍ୟକତା ନାହିଁ।ବରଂ କିଛି ଅର୍ଥ ଅନାଥାଶ୍ରମରେ ଦାନ କଲେ ଭଲ।ଆଶିର୍ବାଦ ମିଳିବ।ଲୁସିର ଏହି ଆତ୍ମିୟତା ପୂର୍ଣ୍ଣ କଥାରେ ଭାବ ବିହ୍ୱଳିତ ହୋଇ ଆଲମାରୀ ର ଚାବି କୁ ଲୁସିକୁ ଧରେଇ ଦେଇ କହିଲା ଯେତିକି ଅର୍ଥ ଠିକ ଭାବିବ ନେଇ ଅନାଥାଶ୍ରମରେ ଦେଇ ଆସିବ।ଏହା ଶୁଣି ଲୁସି ହଁ ଭରିଲା।କିଛି ଅର୍ଥ କାଢି ଚାବିଟିକୁ ଶିବୁକୁ ଦେବାରେ ଶିବୁ ତାକୁହିଁ ଚାବି ରଖିବାକୁ କହି ଲା ଓ କହିଥିଲା ଏବେଠୁ ଏସବୁର ଦାୟିତ୍ୱ ତୁମେ ନିଅ।


ବିବାହର ସବୁ ଯୋଗାଡ ସରିଲା।ସେଦିନ ସନ୍ଧ୍ୟା ରେ ଲୁସି ଶିବୁକୁ କହିଲା ,ତୁମେ ମୋ ପାଇଁ ଏତେ କରୁଛ ମୁଁ ଏକ ଛୋଟ ପ୍ରୟାସ ନିଜ ତରଫରୁ କରିଛି ତୁମକୁ ଖୁସି କରିବାକୁ ।ଯଦି ତୁମେ ହଁ ଭରିବ ତେବେ ଆଜି ରାତିରେ ଆମେ ପାଖ ହୋଟେଲର ଜଙ୍ଗଲ ମଝିରେ ଯେଉଁ ବିଳାସପୂର୍ଣ୍ଣ କୋଠରୀ ଅଛି ସେଠାରେ ରାତିର ଖାଦ୍ୟ ଗ୍ରହଣ କରିବା।କାଲିତ ଆମର ବାଭାଘର।ଏହା ଶୁଣି ବହୁତ ଖୁସି ହୋଇଯାଇଥିଲା ଶିବୁ।ଶଶଧରକୁ କହି ଦୁହେଁ ଗଲେ ସେଠାରେ ଆଗରୁ ରଖାଯାଇଥିବା କୋଠରୀକୁ।ରାତିର ଖାଦ୍ୟ ଗ୍ରହଣ ପରେ ଥଣ୍ଡା ପାନୀୟ ସମୟରେ ଶିବୁର ମୁଣ୍ଡ ଭାରୀ ହୋଇଗଲା।ଏବଂ ସେହି ମୁହୂର୍ତ୍ତରେ ଏକ ଶକ୍ତ ପ୍ରହାରର ଆଭାସ ହେଲା ତାକୁ ତାପରେ କିଛି ଜଣାନାହିଁ । ସକାଳୁ ଉଠେତ ମୁଣ୍ଡ ଭାରୀ।ସେହି ଜଙ୍ଗଲ ଭିତରେ ଥିବା ଘରର ବିଛଣାରେ ଶୋଇଛି ଓ ଶଶଧର ତା ପଖରେ ମୁଣ୍ଡ ରେ ହାତ ଦେଇ ବସିଛି। ବହୁ କଷ୍ଟରେ ଉଠିବାକୁ ଚେଷ୍ଟା କରି ଲୁସି କୁଆଡେ ପଚାରିବାରେ ଶଶଧର ବାହାର ଅଡକଙ ହାତ ଦେଖାଇଲା।ହଠାତ ପୋଲିସ କିଛି ଭିତରକୁ ପଶି ଆସିଲେ ଏବଂ ଲୁସିର ଫଟୋ ଦେଖାଇକହିଲେ,ସେ ଏକ କ୍ରିମିନାଲ ଓ କିଛି ଦିନ ତଳେ ଜେଲରୁ ତା ର ଏକ ବନ୍ଧୁ ସହ ଖସି ଆସିଛି ଏବଂ ପୋଲିସ ତାକୁ ଖୋଜୁଛି।କାଲି ରାତିରେ କେହି ଜଣେ ଖବର ଦେବାରେ ତାକୁ ଏଠାକୁ ଖୋଜିବାକୁ ଆସିଥିଲେ ମାତ୍ର ସେ ଫେରାର୍ ହୋଇ ଯାଇଛି ତା ସୟ ଶିବୁର ସବୁ ଅର୍ଥ, ସୁନାଗହଣା ସବୁ ନେଇ ଯାଇଛି।


ଏହା ଶୁଣି ଶିବୁର ଅର୍ଥ ଓ ସୁନାଗହଣା ଯିବାର ଯେତିକି ଦୁଃଖ ନହେଲା,ସେତିକି ଦୁଃଖ ହେଲା ତାର ପ୍ରଥମ ଓ ନିଷ୍କଳଙ୍କ ପ୍ରେମର ପ୍ରତାରଣାରେ।ପାଗଳପ୍ରାୟ ବିଳାପ କରିବାକୁ ଲାଗିଲା ଶିବୁ।ଶିବୁର ପ୍ରେମର ନିଶା ଏତେ ଥିଲାଯେ ସେବେଠାରୁ ଲୁସିର ସ୍ମୃତିରେ ପ୍ରାୟତଃ ନିଶାଶକ୍ତ ଅବସ୍ଥାରେ ସେହି ଜଙ୍ଗଲ ମଝିରୁ ତାକୁ ଉଦ୍ଧାର କରେ ଶଶଧର।ମାନବିକତା ଉପରୁ ଯେମିିତି ବିଶ୍ୱାସ ଉଠିଯାଇଥିଲା ତାର।


Rate this content
Log in

Similar oriya story from Romance