Parameswar Ojha

Romance Others

4  

Parameswar Ojha

Romance Others

ଲକ୍ ଡାଉନ ରେ ପ୍ରେମ

ଲକ୍ ଡାଉନ ରେ ପ୍ରେମ

8 mins
71



ଲକଡାଉନ ପରେ ସଟ୍ ଡାଉନ , ପୁଣି ସଟ୍ ଡାଉନ୍ ପରେ ଲକ୍ ଡାଉନ୍ ଏମିତି ହୋଇ ଘରେ ବସି ବସି ବିରକ୍ତି ଲାଗିଲାଣି । ପ୍ରାୟ ପନ୍ଦର କୋଡ଼ିଏ ଦିନ ଘରେ ବସିବା ପରେ ମୋତେ ଚିଡି ଚିଡା ଲାଗିଲା ।

ବାହାରେ ଥିଲି ଭଲ ଥିଲି । ରୁଟିନ୍ ଅନୁଯାୟୀ ଉଠିବା ସବୁଦିନ ଡିୟୁଟି ଯିବା ତାପରେ ସପ୍ତାହ ଥରେ ରବିବାର ଛୁଟି । ବାସ୍ ମାସ ଶେଷକୁ ୧୧/୧୨ ହଜାର ଆକାଉଣ୍ଟ ରେ । ହେଲେ ୨୨/୨୫ ଦିନ ଉପରେ ହେଲାଣି ଖାଲିଟାରେ ବସି ହାତ ବନ୍ଦ , ମାସ ଶେଷକୁ ଯୋଉଟି ଆକାଉଣ୍ଟ ରେ ୧୦/୧୨ ହଜାର ଭରି ଯାଏ । ଏବେ ଯଦି ଆକାଉଣ୍ଟ ରେ ସଂଚୟ ନହୋଇ ଖାଲି ବ୍ୟୟ ଚାଲୁଥିବ ତେବେ ଭାରି ବାଧିବ ।

ତେଣୁ ଘରେ ବସିବା ମୋତେ ଜମା ଭଲ ଲାଗେନି । ତାଛଡା ଆମ ପରିବାର ସେତେ ପଇସାବାଲା କି ରକ୍ଷଣଶୀଳ ନୁହେଁ ଯେ ରୋଜଗାର ନହେଲେ ବାଧିବନି । ତେଣୁ ବଡା'ପା ପୁଅ ପାତନ ଭାଇକୁ କହିଲି ଗୋଟେ କୋଉଠି କାମ ବୁଝିଦେବା ପାଇଁ । ଯେହେତୁ ୬ ମାସ ଭିତରେ ଏବେ ଓଡ଼ିଶା ବାହାରକୁ ଯାଇ ହେବନି ତେଣୁ । ପାତନ ଭାଇ କାଠ କାମ କରେ ବୁଝି ଦେଲା ମୋ ପାଇଁ ଗୋଟେ ଯାଗା ରେ କାମ । କାମ ମାନେ ସେ କାଠ ମିସ୍ତ୍ରୀ ତା ସହ କାମ କୁ ଯିବି । ସେ ଘର ଘର ବୁଲି ଠିକାରେ କାମ କରେ ।

ତେଣୁ ମୁଁ ରାଜି ହୋଇଗଲି । ପଚାରିଲା କେତେ ନବ କୁହ ମୁଁ କହିଲି ଯାହା ଚାଲିଥିବ ଦେବ ଆଉ କ'ଣ , ମୁଁ କହିବି କ'ଣ ଗୋଟେ ? ସେ କହିଲେ ହଉ ତେବେ ଠିକ୍ ଅଛି ।

ତାପରେ ତାଙ୍କୁ କହିଲି -" କିନ୍ତୁ ମୋର ଯିବା ପାଇଁ ସୁବିଧା ନାଇଁ । ଯଦି ଦୁର ବାଟରେ କାମ ହୁଏ ତେବେ ? ଆମର ଗୋଟିଏ ସାଇକେଲ , ମୁଁ ନେଲେ ଚଳିବନି । ବାପା ଭଲରେ ମନ୍ଦରେ କୋଉଠି କି ଯିବାକୁ ସେଇଟା ଘରେ ରହେ ।

ସେ କହିଲେ , ଠିକ୍ ଅଛି ତେବେ ମୁଁ ତମକୁ ମୋ ବାଇକ୍ ରେ ନେଇ ଯିବି କିଛି କଥା ନାହିଁ , ତୁମେ କାଲିଠାରୁ କାମକୁ ଆସ ।

ମୁଁ ରାଜି ହୋଇଗଲି । ତା ପରଦିନ ସକାଳୁ ଉଠି ନିତ୍ୟକର୍ମ ସାରି ଗାଧୋଇ ପାଧୋଇ ପଖାଳ ଆଳୁ ଭଜା ପେଟେ ବାଡ଼େଇ ଦେଇ ପ୍ରସ୍ତୁତ ହୋଇଗଲି । ବାହାର ଦାଣ୍ଡ ରୁ ଦୁଇ ଥର ବୁଲି ଆସିଲିଣି ହେଲେ ଏ ପର୍ଯ୍ୟନ୍ତ ସେ ଲୋକଟି ଆସିନଥିଲା ‌ । ତେଣୁ ରୁମ୍ କୁ ଆସି ମୋବାଇଲ ବାହାର କରି ଫେସବୁକ ହ୍ବାଟସପ ରେ ମାତିଗଲି । ଅଧଘଣ୍ଟା ପରେ ସେ ଲୋକଟି ଆସି ପହଁଚିଲା। ତା ହିରୋହୁଣ୍ଡା ସ୍ପେଣ୍ଡର୍ ପ୍ଲସ୍ ବାଇକ୍ ଧରି । ତାଙ୍କ ଗାଁ ରେ ଆଜି କାମ ଥାଏ । ଆମେ ଯାଇ ପହଞ୍ଚିଲୁ ସେ ଲୋକ ଘରେ ଚାରି ବଖରା କୋଠା ଘର ତିଆରି ସରି ଯାଇଛି । ଆମେ କବାଟ ଝରକା , ବନ୍ଧ ଏସବୁ ଲଗେଇ ସାରିଲା ପରେ ଯାଇ ବାକି ରଙ୍ଗ କାମ ହେବ ତାଙ୍କର । କମାର କାମରେ ମୋର ଆଇଡ଼ିଆ ଥିଲେ ବି ମୁଁ କାଠ କାମରେ ନୂଆ । ତଥାପି ଅରିଆ ଭାଇ ଭଲ ଲୋକଟି ବେଶି ଟିଙ୍ଗା ନୁହଁ କି ଚିଡି ଚିଡା ନୁହେଁ । ତେଣୁ ତା ସହ କାମ କଲାବେଳ ମୋର ଭଲ ପଟିଲା । କିଛି କାମରେ ଭୁଲ୍ ଥିଲେ ସେ ବୁଝାଇ ସୁଝାଇ କହି ଦେଉଥିଲା । ସେଦିନ ୮ଟି କବାଟ ବନ୍ଧ ଲାଗିଗଲା । ଆଉ ଦୁଇଟି ଝରକା କବାଟ ବନ୍ଧ , ବାକି କାମ ରହିଲା ତା ପରଦିନ କୁ ।


ସେଦିନ ତାଙ୍କ ଘରେ ଖରାବେଳେ ଖାଇଲୁ । ଭାତ ଆଳୁ ଅମୃତଭଣ୍ଡା ଡାଲମା ଆଉ ସଜନା ଛୁଇଁ ବେଶର ଦିଆ ଭଜା । ଭଲ ଶାନ୍ତି ଲାଗିଲା ଖାଇବା , ସ୍ବାଦିଷ୍ଟ ବି ହୋଇଥିଲା ବହୁତ ।

ସକାଳୁ ଖରାବେଳ ପର୍ଯ୍ୟନ୍ତ କାମ କରୁଥିଲେ ବି ସେ ପର୍ଯ୍ୟନ୍ତ ମୁଁ ଜାଣି ନଥାଏ ତାଙ୍କ ଘରେ ଗୋଟେ ବଢିଲା ଝିଅ ଅଛି ବୋଲି । ତାଛଡା ମୁଁ ଭିତରେ ଯେତେ ଦୁଷ୍ଟ ହେଲେ ବି ବାହାରକୁ ମୋଟେ ଜଣାଏନି । ଝିଅ ସ୍ତ୍ରୀ ମାନଙ୍କୁ ରାତିରେ ସ୍ବପ୍ନ ଦେଖୁଥିବି ନିଇତି ହେଲେ ସାମ୍ନାରେ ବାଲ୍ୟ ବ୍ରହ୍ମଚାରୀ । ମାନେ ମୁହଁ କୁ ଚାହିଁ ବିନି । ଯେତିକି ଆବଶ୍ୟକ ସେତିକିରେ ରହେ ମୁଁ ।

ଏଣୁ ଆମେ ସାଢେ ଗୋଟାଏ ରେ କାମ ସାରି ଧୁଆ ଧୋଇ ହୋଇ ସାରି ଖାଇବାକୁ ଗଲା ବେଳକୁ ୨ ଟା ପାଞ୍ଚ ।

ଝିଅର ମା ଖାଇବାକୁ ବାଢି ଦେଉଥିଲା । ଆଉ ଠିକ୍ ସାମ୍ନା ପଟ ଆର ଦ୍ବାର ମୁହଁ ରେ ଛିଡା ହୋଇଥାଏ ତାଙ୍କର ସୁନ୍ଦରୀ ଝିଅ ଟି । ଥରେ ମାତ୍ର ଦେଖି ତା ଆଡକୁ ଚାହିଁ  ମୁହଁ ବୁଲେଇ ନେଲି । ଝିଅଟିକୁ ଦେଖି ମୋତେ ଯାହା ଲାଗିଲା । ଝିଅଟି ଚେହେରା ଆଉ ସୌନ୍ଦର୍ଯ୍ୟ ରେ ଯେତିକି ଫୁଟିଛି । ବୁଦ୍ଧି ରେ ଆଉ ଚାଲି ଚଳଣ ରେ ସେତିକି ତୀକ୍ଷ୍ଣ ନୁହେଁ । କନ୍ କନ୍ ବୟସ ଏବେ ବି ଯାଇନି ତାର । ବାସ୍ ଗୋଟେ ବାକ୍ୟରେ କହିଲେ ଏତେ ବଡ଼ ବଗିଚା ରେ ସେ ଗୋଟିଏ ଚୁଲବୁଲି ପ୍ରଜାପତି । ବାସ୍ ତାପରେ ଆଉ କ'ଣ ଥାଏ । କାମ ଯେତିକି ହେଉଛି ତା ବାଟରେ ସେ ତାର ହେଉଥାଏ । ବାକି ମୋ ମନ ସେ ଝିଅ ଟା ପାଖରେ । ମୁଁ ‌ଘରେ ୪ ଗ୍ଲାସ୍ ରୁ ଗୋଟେ ଗ୍ଲାସ ବି ଅଧିକ କୋଉଦିନ ପାଣି ପିଇନି ହେଲେ କାମ ମଝିରେ ଦଶଥର ପାଣି ମାଗି ପିଇବାକୁ ଚାଲି ଯାଉଥାଏ ଏଠି । ଖାସ୍ କରି ସେତେବେଳେ ପାଣି ସେ ଝିଅ କୁ ଯାଇ ମାଗେ ଯେତେବେଳେ ତା ବୋଉ କୈାଣସି କାମରେ ବ୍ୟସ୍ତ ଥାଏ । ତେଣୁ ସେ ଝିଅ ଆସି ପାଣି ଗ୍ଲାସ୍ ମୋ ହାତକୁ ବଢ଼େଇ ଦିଏ । ପାଣି ପିଇ ସାରିବା ପରେ କେବଳ ସେ ଏତିକି ପଚାରେ , ଆଉ ଦେବି ? "    ମୁଁ କହେ , ନା " ।

ତାର ଆଉ ମୋ ଭିତରେ କେବଳ ଏତିକି ହିଁ କଥା ବାର୍ତ୍ତା ହେଉଥାଏ ପ୍ରତିଦିନ । ଦୁଇଦିନ ପରେ ଜାଣିଲି ତା ନାଁ ଅକ୍ଷରା । ତା ବୋଉ ତାକୁ ଅବଶ୍ୟ ଅଖି‌ ଅଖି ବୋଲି ଡାକେ । ମୁଁ ଗୋଟେ ଅଜବ ପ୍ରକାର ମଣିଷ ଅଜବ ଅଜବ ଭାବନା ମୋର କାମ କଲାବେଳେ ଭାବେ ଏ ଗାଁଉଲି ପିଲା ମାନଙ୍କ ନାଁ , ଅକ୍ଷରା , ଐଶ୍ୱର୍ୟା , ପ୍ରିତିଲଗ୍ନା ଏମିତି ଆଧୁନିକ ନାଁ ସବୁ କେମିତି ରଖି ପାରନ୍ତି ? ସେମାନଙ୍କ ନାଁ ତ ମୁଁ ଶୁଣି ଆସିଛି  ସବିତା , କାଳୀ , ମିତା , ଗୀତା , କନକ ଏମିତି ସବୁ  ଅତି ବେଶି ରେ ମହାଲକ୍ଷ୍ମୀ ।  ଛାଡ ଏ ଟିଭି ଦେଖି ସବୁ ନାଁ ରେ ଏମିତି ପରିବର୍ତ୍ତନ ।


ମୁଁ ଅକ୍ଷରାକୁ ଯେତିକି ଅନୁଧ୍ୟାନ କଲି । ସେ ମୋତେ ପ୍ରେମ କରୁ କି ନକରୁ କିନ୍ତୁ ମୋ ପ୍ରତି ସେ ଆକର୍ଷିତ ହୋଇ ସାରିଥିଲା । କାହିଁକି ନା ମୁଁ କାମ କଲାବେଳେ ଲକ୍ଷ୍ୟ କରେ କୈାଣସି ନା କୈାଣସି ବାହାନାରେ ମୋତେ ଚାହିଁଥିବ । ବେଳେ ବେଳେ ପାଖରେ ଆସି କାମ ଦେଖିବା ବାହାନାରେ ମୋ ମୁହଁ କୁ ଚାହିଁବ । ମୁଁ କାମରେ ବ୍ୟସ୍ତ ଥିବାର ବାହାନା କରେ ତା ଆଡକୁ ନ ଚାହିଁ , ତାପରେ ସେ ପୁଣି ଚାଲି ଯିବ । ମୋତେ ସବୁଠୁ ଭଲ ଲାଗେ ତାର ଓଢ଼ଣା ସଜାଡ଼ିବା । ଯେତେଥର ମୋ ନଜର ତା ଉପରେ ପଡ଼ିଛି ସେତେଥର ସେ ଓଢ଼ଣା ସଜାଡିଛି ଛାତି ପାଖର ଆଉ କାନ୍ଧ ପାଖର । ଅସଜଡା ଥାଉ କି ନଥାଉ ଓଢ଼ଣା ସେ ସଜାଡ଼ିବା କଥା ସଜାଡ଼ିବ। ତାର ଆଉ ଗୋଟେ ଅଭ୍ୟାସ - ତାର ଏକା ନୁହେଁ ମ ପ୍ରାୟ ସବୁ ଝିଅ ଙ୍କର ଏମିତି , ବିଶି ଆଉ ମଧ୍ୟମା ଆଙ୍ଗୁଠି ସାହାଯ୍ୟରେ କାନ ଉପର ଚୁଟି କୁ ସାଇଜ କରିବା । ଆଉ ସେଇ ଚୁଟି ସାଇଜ କରିବା ସମୟରେ ସେ ଅଳ୍ପ ହସି ଯୋଉ ଶୈଳୀରେ କଣେଇକି ମୋତେ ଚାହିଁ ଦିଏ ନାଁ ସେଇ ଚାହାଣୀରେ  ମା ରାଣ୍ ମୁଁ ପୁରା ଫିଦା ହୋଇଯାଏ ।

କେତେ ଷ୍ଟାଇଲିସ୍ ସୁନ୍ଦରୀ ଝିଅ ମାନଙ୍କ ଠାରୁ ନଜର ଫେରେଇ ଆଣି ପାରିବାର ସାମର୍ଥ୍ୟ ରଖୁଥିବା ମୁଁ କାଇଁ କେଜାଣି ଏଇ ଗୋଟେ ସାଧାରଣ ଚୁଡିଦାର ପିନ୍ଧୁଥିବା ଅଳ୍ପ ସଜ ପଟା ହେଉଥିବା ଝିଅ ଅକ୍ଷରା ଠାରୁ ମୋ ନଜର ଫେରେଇ ଆଣି ପାରୁନି ମୁଁ ସେ କଥା ବୁଝି ପାରୁନି । ବାରମ୍ବାର ଅନ୍ୟ ମନସ୍କ ହୋଇ ଯାଉଛି ଏବେ ଯେବେ ସେ ସାମ୍ନା କୁ ଆସେ ।କେତେବେଳେ କାମରେ ଭୁଲ୍ ଭଟକା କରି ଅରିଆ ଭାଇ ଠୁ ଢେର୍ ଗାଳି ଶୁଣୁଛି । ତାଙ୍କ ଘରେ କାମ କରିବାକୁ ଯେତେ ଆନନ୍ଦ ଲାଗୁଥାଏ ସେତିକି ମନ ଖରାପ ହେଉଥାଏ ଦିନକୁ ଦିନ ।କାମ ସରି ସରି ଆସୁଛି ଆଉ ଦିନେ କି ଦୁଇ ଦିନ ଲାଗିବ । ତାପରେ ଏ ପରିବାର ଠାରୁ ଅକ୍ଷରା ଠାରୁ ମୋର ସବୁ ସଂପର୍କ ଛିନ୍ନ ହୋଇଯିବ ।

ମୋ ଅକ୍ଷରା ମୋ ଠୁ ଦୁରେଇ ଯିବ ! ମୁଁ ତାଠୁ ଦୁରେଇ ରହିବି ? ମୁଁ ବେଳକୁ ବେଳ ଚିନ୍ତା ରେ ପଡୁଥିଲି ।

ଆମ ଭିତରେ ସେମିତି କିଛି ସଂପର୍କ ଗଢି ନ ଉଠିଥିଲେ ବି ମୁଁ ତାକୁ ଭିତରେ ଭିତରେ ଏକଦମ୍ ନିଜର କରି ସାରିଥିଲି । ତାପରେ , ଦିନେ ଖରାବେଳେ ଖାଇବା ବେଳେ ଅକ୍ଷରା କଥା ଭାବି ମୋ ଆଖିରେ ଲୁହ ଆସିଗଲା । ଅରିଆ ଭାଇ ପଚାରିଲା କ'ଣ ହେଲା ? ମୁଁ କହିଲି କିଛି ନାଇଁ ଜିଭଟା କାମୁଡି ପକେଇଲି ଭୁଲ୍ ରେ । ସେଇ ସମୟରେ ମୁଁ ଅକ୍ଷରା ମୁହଁ କୁ ଚାହିଁଲି କାହିଁ କେଜାଣି ତା ଦୁଇ ଆଖି ବି ଲୁହରେ ଟଳ ମଳ ହେଉଥିବା ସେମିତି ଦିଶୁଥିଲା ମୋତେ । ସେଦିନ ମୁଁ ଖାଇ ପାରିଲିନି ପୁରା ଅଧା ଖିଆରୁ ଉଠି ଗଲି ।

 

ଠିକ୍ ୩ ଟା ୪୦ ସମୟ ରେ କୋଉଠି ଥିଲା କେଜାଣି କଳା ହାଣ୍ଡିଆ ମେଘ ଘୋଟି ଆସିଲା ତା ସାଙ୍ଗ କୁ ଘୁର୍ଣ୍ଣି ଝଡ଼ ହେଲା ଜୋର୍ ସୋର୍ ରେ । ଚାରି ଆଡ ଅଚାନକ ଅସମ୍ଭବ ଭାବେ ଅନ୍ଧାର ହୋଇଗଲା ,  ଲୋକ ମାନଙ୍କୁ ହଠାତ୍ ଚଳଚଞ୍ଚଳ ଆଉ  ଅସ୍ତବ୍ୟସ୍ତ କରି ପକାଇଲା । ତା ପଛକୁ ପଛ ବର୍ଷା ଛେଚି ଦେଇଗଲା ତୁହାକୁ ତୁହା । କାମ ଆଉ କ'ଣ ହେବ , ଘଣ୍ଟା ? ବନ୍ଦ ରହିଲା । ସବୁ ଜିନିଷ ପତ୍ର ଗୋଟେ କଡକୁ ସାଇଜ କରି ଦେଇ ପ୍ରାୟ ଘଣ୍ଟାଏ କାଳ ଛିଡା ହେଲୁ ସେ ଘରେ । ତା ପରେ ସଂଧ୍ୟା ହେଲା , ସମୟ ୬ ଟା ୩୫ କିନ୍ତୁ ରାତି ସାଢ଼େ ଦଶର ଅନ୍ଧକାର । ତାପରେ ଅକ୍ଷରାର ବୋଉ ଆମ ଦୁଇ ଜଣକୁ ତାଙ୍କ ସେପଟ ଘରକୁ ଯିବା ପାଇଁ ଡାକିଲେ । ଗୋଟେ ପୁରୁଣା ଅସଫା ସିମେଣ୍ଟ ଆଖାକୁ ମୁଣ୍ଡରେ ପକେଇ ଚାଲିଲୁ ତାଙ୍କ ସେପଟ ମାଟି ଘରକୁ  । ପ୍ରବଳ ବର୍ଷା ଯୋଗୁ ଦୁଆର ଚୂଲି ଭିତରେ ପାଣି ଭର୍ତ୍ତି ହୋଇ ସାରିଥାଏ ତେଣୁ ସେପଟ ପିଣ୍ଡାରେ ଗୋଟେ ଡିବି ଜାଳି ଷ୍ଟୋଭ୍ ରେ ଚାହା ତିଆରି କରୁଥାନ୍ତି ଅକ୍ଷରା ବୋଉ । ଅରିଆ ଭାଇ ତାଙ୍କ ପାଖରେ ବସିଗଲା ଯେହେତୁ ସେ ଅତି ଘନିଷ୍ଠ ତାଙ୍କ ପରିବାର ସହ ।

ମୋତେ ଅକ୍ଷରା ବୋଉ କହିଲେ , ପୁଅ ବସୁନା ସେଇଟି , ଠିଆ ହେଲ କାଇଁ ? ନା ଥାଉ ତଳେ ବସନା , ସେ ଖଟ ଉପରେ ଯାଅ ବସ "

ତାପରେ ଅକ୍ଷରାକୁ କହିଲେ ତା ବୋଉ , " ଅଖି ସେ ବାଲଟି ଟା ସେ କଡ଼କୁ ଉଠେଇ ଦେଲୁ , ଭାଇ ବସିବ ।

ଅକ୍ଷରା ବାଲଟିଟା ଉଠେଇ ଦେଇ କହିଲା - ' ବସ "

ମୁଁ ବସିଲି , ଅକ୍ଷରା ମୋ ଠୁ ଦୁଇ ଫୁଟ ଦୁରରେ ଛିଡା ହୋଇଥାଏ ଖଟକୁ ଲାଗି । ମୁଁ ବସିଥାଏ ଚୁପ୍ ଚାପ୍ କିନ୍ତୁ ମନ ଭିତରେ ଚଳ ଚଞ୍ଚଳ ଖୁବ୍ ହେଉଥାଏ। ଅରିଆ ଭାଇ ଅକ୍ଷରା ବୋଉ ସହ କୋରନା ଲକଡାଉନ ବନ୍ଦ ସୁବିଧା ଅସୁବିଧା ଆଜୁରୁ ବାଜୁରୁ ଏମିତି ଗପ ରେ ମସଗୁଲ ହୋଇ ସାରିଥାଏ । ଅକ୍ଷରା ବାପା ଭାଇ ଏ ପର୍ଯ୍ୟନ୍ତ ଫେରି ନାହାନ୍ତି ବାହାରୁ । ବର୍ଷା ଛାଡିବାର ଅପେକ୍ଷାରେ ଥିବେ କୋଉ ଗଛ ମୂଳେ କି କାହା ଚାଳିଆ ତଳେ ।

ଚାହା ଫୁଟିବା ସରିଗଲା , ଅକ୍ଷରା ବୋଉ ଚାହା ଛାଣିକି ଗୋଟେ କଂସା ରେ ଆଉ ଦୁଇଟି ଗିଲାସ ଆଉ ଗୋଟେ ତାଟିଆରେ ଭାଗ କଲେ । ତାପରେ ମୋ ଆଡ଼କୁ ଗିଲାସ ବଢେଇ ଦେଇ ଅକ୍ଷରାକୁ କହିଲେ , ନେ ଭାଇକୁ ଦେଇଦେ । ଅକ୍ଷରା ଚା଼ହା ଆଣି ମୋତେ ଦେଲା । ମୁଁ ପିଇ ନଥାଏ ଗ୍ଲାସ୍ ଧରିଥାଏ କେବଳ । ତାପରେ ସେ ଚାହା ଭର୍ତ୍ତି ତାଟିଆ ଆଣି ମୋ ପାଖରେ ବସି ଯାଇ ଚାହା ପାଟିକୁ ନେଉ ନେଉ କହିଲା - ପିଉନ ?   ମୁଁ ପିଇଲି ଟିକେ । ତଥାପି ମୋ ଜିଭ ଫୋଟକା ହୋଇଗଲା । ଚାହା ପିଇବାର ଅଭ୍ୟାସ ନାହିଁ ଯେହେତୁ ଯେତେ ଧିରେ ଧିରେ ଜଗିକି ପିଇଲେ ବି ଜିଭ ଫୋଟକା ହେବାଟା ଥୟ ।  ମୁଁ ଆଃ ଶବ୍ଦ କରିଛି ତ , ଅକ୍ଷରା ହସି ପକାଇଲା , ମୁଁ ବି ଟିକେ ହସି ଦେଲି । ସେ ହସିଲା ବେଳେ ମୋ ପାଖରେ ମୁଁ ତା ପାଖରେ ସହଜ ହୋଇ ଯାଇଥିଲୁ ସେହିପରି ଲାଗିଲା । ଚାହା ପିଆ ସରିଲା ।

ଡିବିରି ଟି ଦିକ୍ ଦିକ୍ ହୋଇ ଜଳୁଥାଏ । ସବୁଆଡ ଅନ୍ଧକାର । ଅରିଆ ଭାଇ ଅକ୍ଷରା ବୋଉ ସହ ସେଇ କୋରନା ଗପରେ ସେମିତି ମସଗୁଲ ଥାଏ । ମୋ ପାଖରେ ଅକ୍ଷରା ମୁଁ ନିଜକୁ ବୋଧେ ନିୟନ୍ତ୍ରଣରେ ରଖି ପାରୁନଥିଲି ଅକ୍ଷରା ବାଁ ଭାତକୁ ମୋ ଡାହାଣ ହାତରେ ଧରି ପକାଇଲି ସେ କିଛି କହିଲାନି । ତା ହାତକୁ ମୋ ହାତ ଭିତରେ ରଖି ଜୋର୍ ସେ ଜାବୁଡ଼ି ଧରିଲି । ଈଶ୍ୱରଙ୍କୁ ମନେ ପ୍ରାର୍ଥନା କରି , କାସ୍ ଏଇ ହାତଟା ମୋର ନିଜର ସବୁଦିନ ପାଇଁ ହୋଇ ଯାଆନ୍ତାନି ?

ଅକ୍ଷରା ଧିରେ ଧିରେ ମୋ ପାଖକୁ ଲାଗି ଆସୁଥିଲା ମୁଁ ବି ତା ପାଖକୁ ଘୁଞ୍ଚି ବସୁଥିଲି । ହଠାତ୍ ଗୋଟେ ପୁବେଇ ପବନରେ ଡିବିରି ଲିଭିଗଲା । ମୋ ଓଠ ଅନିୟନ୍ତ୍ରିତ ଥିଲା କେତେବେଳୁ ବାସ୍ ଗୋଟେ ସୁଯୋଗ ଖୋଜୁଥିଲା ତାପରେ ଆଉ କ'ଣ ଥାଏ କି । ଅକ୍ଷରା କିଛି ବି କହିନଥିଲା ବରଂ ଅଧିକ ରୋମାଞ୍ଚିତ ହୋଇ ଉଠିଥିଲା ମୋ ସ୍ପର୍ଶରେ । ଅକ୍ଷରା ବୋଉର ଦିଆସିଲି କାଠି ଜଳାଇବା ଶବ୍ଦରେ ହିଁ ଆମେ ଉଠି ବସିଲୁ । ଡିବିରି ଜଳିବା ପୂର୍ବରୁ ଆମେ ଦୁହେଁ ସହଜ ଦିଶୁଥିଲୁ ବାହାରକୁ ।

ବର୍ଷାର ବେଗ କମି ଆସୁଥିଲା ଧିରେ ଧିରେ । କିନ୍ତୁ ଅକ୍ଷରା ହାତ ଭିତରେ ମୋ ହାତ ସେମିତି ଥିଲା ବର୍ଷା ସଂପୂର୍ଣ୍ଣ ଥମିବା ଯାଏ ।

ଅରିଆ ଭାଇ ମୋର ଜିନିଷ ପଟା ସଜାଡ଼ି ଫେରି ଆସିଲା ବେଳକୁ । 

ଅକ୍ଷରା ବୋଉ କହିଲା - " କାଇଁ ଅଯଥା ମେଘ ଅନ୍ଧାର ରାତିରେ ଯିବ ଆଜି ଏଇଟି ରହି ଯାଉନ "

ଆମେ କିନ୍ତୁ ବାହାରିଲୁ ଆସିବା ପାଇଁ ।

ଠିକ୍ ସେତିକି ବେଳେ କବାଟ ପାଖରେ ଅକ୍ଷରା ମୋ ହାତକୁ ଟାଣି ଧରିଲା ଆଉ କହିଲା -  " ଆଜି ରାତିଟା ରହିଗଲେ ହଅନ୍ତାନି ? "



Rate this content
Log in

Similar oriya story from Romance