STORYMIRROR

Sunanda Mohanty

Romance Tragedy Thriller

4  

Sunanda Mohanty

Romance Tragedy Thriller

କନ୍ୟାଦାନ ମହାପୂଣ୍ୟ

କନ୍ୟାଦାନ ମହାପୂଣ୍ୟ

4 mins
5

ଘାଇ ମୁଣ୍ଡରେ ଲୋକେ ଜମା ହୋଇଯାଇଥିଲେ. ଶବ ଟିଏ ଭାସି ଆସିଥିଲା. ଝିଅ କି ପୁଅ ଜଣାଅପଡୁନଥିଲା. ସମସ୍ତ ଗାଁ ଯୁବକ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ଗାମୁଛା ଧୋତି ବାନ୍ଧି ଶବ ଉଦ୍ଧାର କରିପାରୁନଥିଲେ. ଶବ ଟିକୁ ଦେଖି କେଜାଣି କାହିଁକି ଗାଁର ଯୁବକ ପ୍ରକାଶ ଯାଇ ଦନେଇ ମଉସାଙ୍କ ଘରେ ହାଜର ହେଲା ଓ ପ୍ରଥମାଷ୍ଟମୀ କୁ ମୀନା ଆସିଛି କି ନାହିଁ ପଚାରି ବୁଝି ଜାଣିବାକୁ ପାଇଲା ଦନେଇ ମଉସା ମୀନାକୁ ଆଣିବାକୁ ସହର ଯାଇ ନପାଇ ଫେରିଆସିଛନ୍ତି. ନା କଲେଜ ରେ ନା ହଷ୍ଟେଲ ରେ କୋଉଠି ମୀନାକୁ ଦେଖିନଥିଲେ. ମୀନା ବୋଉ ପଚାରିବାରୁ କହିଥିଲେ ତାର ପରୀକ୍ଷା ଥିବାରୁ ସେ ଆସିପାରିବ ନାହିଁ ଗାଁକୁ ଏ ବର୍ଷ ପ୍ରଥମାଷ୍ଟମୀରେ କହିଲା. ମୀନା ବୋଉ ଆଜି ଗୁରୁବାର ସାରି କାଞ୍ଜି ଅଁଳା ପୂଜା ପାଇଁ ସାତବୋହୁ ବସେଇ ହଳଦୀ,ସିନ୍ଦୁର, କଜ୍ଜଳ ଅଳତା ପିନ୍ଧେଇ ପିତାଶୁଖୁଆଙ୍କୁ ଚଉରା ମୂଳେ ବସେଇ ଭୋଗ ଆଣିଲା ବେଳକୁ ପିତା ଶୁଖୁଆଙ୍କ ହଳଦୀ ଲଗା ଧୋତି କପଡା ପଡିରହିଥିଲା କେବଳ. ପାଖରେ ପୋଷା ବିଲେଇଟା ଜିଭ ଚାଟୁଥିଲା ରହି ରହି.
    ସ୍ୱାମୀ ଦନେଇ ପ୍ରକାଶ ସାଥିରେ ଘାଇ ମୁଣ୍ଡକୁ ଦୌଡୁଥିଲେ ରାସ୍ତାରେ ତ ମୀନା ବୋଉ ବି ଦୌଡ଼ିଲା. କାଞ୍ଜି ଅଁଳା ଅଷ୍ଟମୀରେ ପିତା ଶୁଖୁଆ ବୋହୁ ମାନଙ୍କୁ ବିଲେଇ ଖାଇଦେଇଥିବାରୁ ତା ମନ ଭଲ ନଥିଲା. ଘାଇ ମୁଣ୍ଡରେ ସେତେବେଳକୁ ଶବ କଢା ସରିଥିଲା. ଝିଅଟା କେମିତି ମଲା ବୋଲି ତର୍ଜ୍ଜମା ଚାଲିଥିଲା ବେଳେ କିଏ ଜଣେ କହିଲା ଆମ ଗାଁ ଝିଅ ମୀନା ପରି ଦିଶୁଛି ଟିକେ ଟିକେ ତ ମୀନା ବୋଉ ତାକୁ ଶୋଧୁଥିଲା ତୋ ପାଟିରେ ପୋକ ପଡ଼ୁ କହି. ପ୍ରକାଶ କିନ୍ତୁ ସେଠାରେ ନଥିଲା କାରଣ ସେ ବୁଝିସାରିଥିଲା ଦନେଇ ମଉସା ମିଛ କହୁଥିଲେ. ମୀନା କୁ ଜୀବନ୍ତ ନପାଇ ମୃତ ଅବସ୍ଥାରେ ପାଇ ତାଙ୍କ ହୃଦୟ ଫାଟି ପଡୁଥିବ ନିଶ୍ଚୟ. ଦନେଇ କିନ୍ତୁ ଏକା ଏକା ସେହି ଝିଅର ଶବ ସତ୍କାର କରିବାକୁ ବାହାରି ପଡିଲେ. ଗାଁ ଲୋକ ଯେତେ କହିଲେ ପୋଲିସ କୁ ଜଣେଇବା ସେ ଶୁଣି ନଥିଲେ. ଅଦୂରରେ ପ୍ରକାଶ ନୀରବ ଅଶ୍ରୁ ଗଡେଇ ଚାଲିଥିଲା ବେଳେ ମୀନା ବୋଉ ଏଯାଏଁ କାହାକୁ ଶୋଧି ଚାଲିଥିଲା କେଜାଣି!କିଏ କହୁଥିଲା ବିଚାରୀ କାହା ଝିଅ କେଜାଣି ତ କିଏ କହୁଥିଲା ବିଚାରୀ ଆଉ ଭୂତ ହେଇ ଅତୃପ୍ତ ରହିବନି. ଦନେଇ ଶବ ମୁଁହଁ ରେ ନିଆଁ ଦେଉ ଦେଉ କହୁଥିଲା ଚୁପ. ସେ କହାକୁ ଚୁପ କହୁଥିଲା!ଗ୍ରାମବାସମାନଙ୍କୁ କି ମୀନା ବୋଉକୁ କେଜାଣି କିନ୍ତୁ ପ୍ରକାଶ ଲୁଚେଇ ଲୁଚେଇ ଫଟ ଦେଖୁଥିଲା ମୀନାର ସାରାରାତି.
   ପ୍ରଥମାଷ୍ଟମକୁ ସିନା ମୋ ଝିଅ ଆସିଲାନି ହେଲେ ଦେଖିବ ରୁହ ମାଣବସା ଗୁରୁବାରକୁ ନିଶ୍ଚୟ ଘରକୁ ଆସିବ. ସକାଳ ନହେଉଣୁ ରାତି ତିନିଟା କି ଚାରିଟା ରୁ ନିଦ ଭାଙ୍ଗି ଯାଏ ମୀନା ବୋଉର ତ ଘରଦ୍ୱାର ଓଳାପୋଛା କରି ସ୍ନାନ କରି ଦିପଟେ ଜାଳିଦିଏ ମିନଵୋଉ ଠାକୁର ଘରେ ପୁଣି ଦାଣ୍ଡ ଦୁଆରେ. ମନାସୁ ଥାଏ ମୋ ମୀନା ସଅଳ ସଅଳ ଘରକୁ ଆସୁ. ଏବେ ଠାକୁର ଘର ଦୀପ ଆଲୋକ ସାଙ୍ଗକୁ ଦାଣ୍ଡଦୁଆର ଦୀପ ଆଲୋକ ବି ଜଳୁଥିଲା. ତା ଭିତରେ ଶୁକ୍ରବାର ରାତିରେ ଦୀପ ଆଲୋକରେ ମୀନା ବୋଉ ଦେଖିଲା ଅଟୋ ଲାଗିଲା ଦାଣ୍ଡ ଦୁଆରେ ଆଉ କେତେଜଣ ଝିଅ ଙ୍କ ସହ ମୀନା ଅଟୋ ରୁ ଓଲ୍ହେଇ ଘରକୁ ଆସି ବାପାଙ୍କୁ ପ୍ରଣାମ କରିବା ସହ ବୋଉକୁ କୁଣ୍ଢେଇ ପକେଇଲା. ବୋଉ କାନ୍ଦୁଥିଲା ତୁମ ସମସ୍ତଙ୍କ ପାଟିରେ ପୋକ ପଡ଼ୁ ମୋ ଝିଅ ଏମିତି ଝଟକୁ ଥାଉ. ହଁ ବୋଉ ତୁ ଯେଉଁ ନାମ ଟା ମୋ ଥେସିସ ପାଇଁ ବାଛିଥିଲୁ କୃଷ୍ନାମଧୁ ବୋଲି ତାକୁ ନେଇ ଗୋଟେ ଝଡ଼ ବହିଗଲା ପରା. କାହିଁକି ଝିଅ କହି ରୋଷେଇ ମୁଣ୍ଡେ ମୀନା ବୋଉ ଝିଅ ଓ ଝିଅର ସାଙ୍ଗ ମାନଙ୍କ ପାଇଁ କୋବି ତରକାର, ମୂଳା କୁ ଧନିଆଁ ପତ୍ର ପକେଇ ସୋରିଷ ବଟା ସହ ଭାଜୁ ଭାଜୁ ମୀନା ଗପି ଚାଲିଥିଲା.
    ପ୍ରଥମେ ମୋ ଥେସିସ ଟି ର ନାମ କୃଷ୍ନମଧୁ ଦେଖି କିଛି ସାଙ୍ଗ କହିଲେ ତୁ ରାଧାଙ୍କ ବିଷୟରେ ଲେଖିବାକୁ ଯାଇ କୃଷ୍ଣା ନାମ କେମିତି ଦେଲୁ!କୃଷ୍ଣା କହିଲେ ତ ଦ୍ରୌପଦୀଙ୍କୁ ବୁଝେଇବ ରାଧଙ୍କ ପାଇଁ ପ୍ରଯୁଜ୍ୟ ହେବ କେମିତି!ତେଣୁ ପ୍ରଥମାଷ୍ଟମୀ ଛୁଟିରେ ଦୌଡ଼ିଲି ସାଙ୍କ ଘରକୁ. ମତେ ଏହି ସାଙ୍ଗ ଭଉଣମାନେ ସାହାଯ୍ୟ କଲେ. କିଛି ବ୍ୟସ୍ତ ହୁଅନା ଯଦି ସାର ଏହି ନାମ ରଖିବାକୁ ନାହିଁ କରିବେ ତେବେ ଦେଖିବା ଅନ୍ୟ ଏକ ନାମ ବାଛି ପୁଣି ପ୍ରିଣ୍ଟ ଆଉଟ କାଢି ଥେସିସ ଟିକୁ ସଜାଡ଼ିବାକୁ କେତେ ବା ସମୟ ଲାଗିବ!ସେମାନଙ୍କ ଭରସା ପାଇ ମାନବଳ ଦୃଢ଼ କରୁ କରୁ ସାର କଣ କହିଲେ ଜାଣୁ ବୋଉ କହିଲେ ହଁ ଦ୍ରୌପଦୀ କୃଷ୍ଣଙ୍କ ସଖି ହିସାବରେ କୃଷ୍ଣା ନିଶ୍ଚୟ କିନ୍ତୁ ରାଧା କାହିଁକି ହେବେନାହିଁ!ସେ ତ କୃଷ୍ଣ ଙ୍କ ସଖି ଠାରୁ ଆଉ ପାଦେ ଉପରେ ନା. ଶ୍ରୀକୃଷ୍ଣଙ୍କ ସଖି ଦ୍ରୌପଦୀ କୃଷ୍ଣା ମହାଭାରତର କୁରୁସଭା ତଳେ କୋଟବସ୍ତ୍ର ପାଇ ଯେମିତି ଧନ୍ୟା ରାଧା ଶ୍ରୀକୃଷ୍ଣ ପ୍ରଭୁଙ୍କ ଖାଲି ସଖି ନୁଁହଁ ବରଂ ଅତୀନ୍ଦ୍ରିୟ ପ୍ରେମିକା, ପ୍ରିୟା ଓ ସବୁକିଛି. ଏହାପରେ ଥେସିସ ଦାଖଲ କରି ସିଧା ଗାଁକୁ ଆସିବାକୁ ଯୋଉ ଝଡ଼ ବର୍ଷା. ଝଡ଼ ମନ୍ଥା ଛାଡୁ ଛାଡୁ ସାଙ୍ମାନଙ୍କ ସହ ଗାଁକୁ ଆସିଛି ତତେ ବଧେଇ ଜଣେଇବା ସହ ବାପାଙ୍କୁ ଜଣେଇବି ମୋ ବୋଉ ପରି ଦୀପ ଆଲୋକରେ ମୁଁ ଆଲୋକିତ ହୋଇ ମୋ ଥେସିସ ପାଇଁ ଆଜି ପିଏଚ. ଡି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି. ବାପା କୁଆଡେ ଗଲେ ବୋଉ କହି ଦେଖିଲାବେଳକୁ ଦାଣ୍ଡ ଦୁଆରେ ଜଳୁଥିବା ଦୀପ ଶିଖା ଭିତରେ ବାପା ଓ ପ୍ରକାଶ ଦୁହେଁ ପରସ୍ପରକୁ ଆଲିଙ୍ଗନ କରି ବାପା କହୁଥିଲେ କନ୍ୟା ଦାନ କରିବାର ସୌଭାଗ୍ୟ ମୋର ଅଛିରେ ପ୍ରକାଶ. ପ୍ରକାଶ ଦନେଇ ମଉସାଙ୍କୁ ମେଲାଣି ମାଗି ଫେରି ପଡ଼ୁ ପଡ଼ୁ ମୀନା ଡାକୁଥିଲା ଭିତରକୁ ଆସ ପ୍ରକାଶ ଭାଇ. ମିଠା ଖାଇକି ଯାଅ.ସାଙ୍ଗ ଝିଅ ମାନେ ଖାଉ ଖାଉ କହୁଥିଲେ ଆସ ପ୍ରକାଶ ଭାଇ ତୁମେ ତ ଆମ କହ୍ନେଇ. ଆମେ ସବୁ ଗୋପୀ ଓ ମୀନା ତୁମ କୃଷ୍ଣା. ମୀନା ଲାଜେଇ ଯାଉଥିଲା ଗୋଟା ପଣେ.ଦୀପ ଆଲୋକ ଭିତରେ ଭାରି ସୁନ୍ଦର ଦିଶୁଥିଲା ମୀନା ମୁଁହଁ. ଠିକ ଦ୍ରୌପଦଙ୍କ ପରି ତ ସାଙ୍ଗମାନେ କହୁଥିଲେ ଲାଜେଇ ରାଧା.

ଏଥର ବାପା ଦନେଇ ସନ୍ଧାନ କରୁଥିଲେ ସେ ଝିଅ କିଏ ହୋଇଥିବ ଯାହା ଶବ ସେ ନିଜ ହାତରେ ସଂସ୍କାର କରିଛନ୍ତି! ମୀନା କହୁଥିଲା ମନ୍ଥା ରେ ଗୋଟେ ଅନାଥ ଆଶ୍ରମର ଝିଅ ଡ୍ରାମାରେ ଦ୍ରୌପଦୀ ଭୂମିକାରେ ଅଭିନୟ କରିବାକୁ ଯାଇ ଆଉ ଫେରିନଥିଲା ବାପା. ଥାନାକୁ ବାହାରିଥିବା ବାପା ଦନେଇ ଦୌଡୁଥିଲେ ପ୍ରକାଶ କୁ ଖବର ଟି ଦେବାକୁ.


Rate this content
Log in

Similar oriya story from Romance