STORYMIRROR

Sunanda Mohanty

Comedy Thriller Children

3  

Sunanda Mohanty

Comedy Thriller Children

ଜେଜେ ଆମ ମଜା ଲୋକ

ଜେଜେ ଆମ ମଜା ଲୋକ

2 mins
5

ଏ ଭିତରେ ବୋହୁ କଲ୍ୟାଣୀ ପିଠା କରି ମାଆ ଲଷ୍ମୀଙ୍କୁ ଭୋଗ ଦେଇ ସାରିବା ପରେ କାହାକୁ ଚା ସଙ୍ଗେ ତ କାହାକୁ କଫି ସଂଗେ ତ କାହାକୁ ହରଲିକ୍ସ ସଙ୍ଗେ ପିଠା ଖାଇବାକୁ ଦେଇ ଶାଶୁ ମାଣିକ ଙ୍କୁ ଲଷ୍ମୀ ମାଆ ପାଖେ ବଢ଼ା ଯାଇଥିବା ଭୋଗ ଖାଇବାକୁ ଠାକୁର ଘରକୁ ଡାକୁଥିଲା ତ ମାଣିକ କହିଲେ ଯାହା କହ କଲ୍ୟାଣୀ ତୁ ତୋର ଠାକୁର ଘରେ ଖା.ମତେ ପିଠା ଡ଼ାଲମା, ଖେଚେଡ଼ି, ଶାଗ, ଭଜା ଆଦି ମାଆ ଲଷ୍ମୀ ଙ୍କ ଲାଗି ଭୋଗ ସବୁଥିରୁ କିଛି କିଛି ଦେ ମୁଁ ଯାଇ ଖରାକୁ ପିଠି କରି ବସି ଛାତ ଉପରେ ଖାଇବି. ହଉ ମାଆ କହି ବୋହୁ କଲ୍ୟାଣୀ ସବୁଥିରୁ କିଛି କିଛି ଧରାଇ ଦେଲା ମାଣିକ ଙ୍କ ହାତକୁ. ଛାତ ଉପରେ ଆଗରୁ ସ୍ୱାମୀ ପହଁଞ୍ଚି ଭୋଗ ଫଳମୂଳ ଖାଉଥିଲେ. କଲ୍ୟାଣୀ ପହଁଞ୍ଚି ଖାଇବା ଆରମ୍ଭ କରିଦେବା ଭିତରେ ଦାଣ୍ଡ ଦୁଆର ଆଗରେ ଥିବା ବରଗଛରୁ ଦଳେ ମାଙ୍କଡ଼ ଓଲ୍ହେଇ ଆସିଲେ ଛାତକୁ ଓ ସିଡ଼ି ଘର ଦେଇ ତଳକୁ ଯିବାକୁ ବସିବାରୁ ମାଣିକ ଖାଉଥିବା ଥାଳିଟିକୁ ତାଙ୍କ ଆଡକୁ ଠେଲି ଦେଇ ସିଧା ଘରେ. ପଛରେ ସ୍ୱାମୀ ଆସି ପହଞ୍ଚିବାରୁ ମାଣିକ ପଚାରୁଥିଲେ ମାଙ୍କଡ଼ମାନେ ସବୁ ଭୋଗ ଖାଇଦେଲେ ତ! ନା. ନା ମାନେ ସେସବୁ ଭୋଗ ଏବେ କଣ ହେବ?ଆରେ ରାନ୍ଧଖାଦ୍ୟ ମାଙ୍କଡ଼ ଖାଇବା ମନା ପରା. ଗୋଟେଇ ପୋଟେଇ ଗୋରୁଙ୍କୁ ଦେଇଦିଅ. କାହିଁକି ମାଙ୍କଡ଼ମାନେ ରନ୍ଧା ଖାଦ୍ୟ ଖାଆନ୍ତି ନାହିଁକି? ନା ଖାଆନ୍ତି ନାହିଁ କାରଣ ତାଙ୍କ ସଂଘର ବାରଣ ସହ ନିଷ୍ପତ୍ତି ସେଇଟା.ହସି ହସି ପେଟ ଫାଟିଗଲା ମାଣିକଙ୍କର ତ ନାତି ଓ ନାତୁଣୀ ଙ୍କର ସେତିକି ବେଳକୁ ଜିଦ ଯେ ଆମେ ତଳକୁ ଯିବୁ ଓ ବାଡ଼ିପଟକୁ ଯାଇ ସାପ କୋଉଠି ରହୁଛି ତାକୁ ଦେଖିବୁ.ଜେଜେ କିନ୍ତୁ କହିଚାଲିଥିଲେ ମାଙ୍କଡ଼ ସଙ୍ଘ ନିଷ୍ପତ୍ତି ନମାନିଲେ ମଣିଷ ହୋଇଯିବେ ବା ସାପ. ପିଲାଦୁହେଁ କିନ୍ତୁ ଶୁଣିବାକୁ ନାରାଜ
     ଜେଜେ କହିଲେ ସାପ ର ଗୋଟେ ରୁଟିନ ଅଛି. ସେ ଏବେ ଖାଇବାକୁ ଯାଇଥିବ. କୋଉଠିକୁ ଜେଜେ ଦୁହେଁ ପଚାରୁଥିଲେ ତ ଜେଜେ କହିଲେ ବେଙ୍ଗମରା ଓ ମୂଷା୍ମରା ହୋଟେଲକୁ. ସେଇଟା କୋଉଠି ଜେଜେ?ସେଇଟା ଆମ ଖଳାବାରିରେ ଅଛି. ଖାଇବା ସାରି ଆସିଲେ ସେ ଶୋଇବ. ସେତେବେଳେ ତାକୁ କେହି ଡିଷ୍ଟର୍ବ କଲେ ସେ ଫୁତ୍କାର ଛାଡ଼ି କାମୁଡି ଗୋଡ଼େଇବ. ସେ ଉଠିଲେ ତୁମେ ଯିବ ତାକୁ ଦେଖାକରିବ. ଏବେ ଖାଇ ପିଇ ଶୋଇପଡ. ନାତି ନାତୁଣୀ ଦୁହେଁ ଜିଦ ନକରି କଥା ମାନି ଜେଜେଙ୍କର ଖାଇପିଇ ଶୋଇଯିବା ପରେ ଏଥର ବୋହୁ କଲ୍ୟାଣୀ ନୁଁହଁ ବରଂ ଶାଶୁ ମାଣିକ କହୁଥିଲେ ସତରେ ତୁମେ ଏଡ଼େ ସୁନ୍ଦର ମିଛ କଥାକୁ ସତ ପରି କହିପାର ଆଜି ଜାଣିଲି. ଏତିକି ବେଳେ ନାତି ବାବା ବାଉଳି ଖାଇ ଉଠିପଡ଼ି କହିଲା ଜେଜେମାଆ ତୁମେ ଆଉ ବିଷ ଦେଇ ମୂଷା ମାରିବ ନାହିଁ. ସାପ ବିଷ ଥିବା ମୂଷା ଖାଇ ମରିଯିବ. ନା ନା ତୁ ଶୋ ମୁଁ ଆଉ ମୂଷା ମାରିବି ନାହିଁ କହୁ କହୁ ନାତୁଣୀ ବିବି ଉଠି କହୁଥିଲା ଆଉ କେତେ ସମୟ ରହିଲା ଜେଜେ ତ ଜେଜେ କହିଲେ ମୁଁ ତାକୁ ଫୋନ କରି ବୁଝି ସାରିଲା ପରେ ତୁମ ଦୁହିଁଙ୍କୁ ଉଠାଇ ଦେବି. ଏବେ ଶୋଇପଡ. ଏଥର ମାଣିକ କହୁଥିଲେ ମିଛ କହିବା ମହାପାପ... ରାତିରେ ଦେଖିବ ନାଗ ସାପ ବୋଲି କଣ ମନକୁ କଥାଟିଏ ଅଛି! ଏଥର ସେ ଦୁହେଁ ଉଠିଲେ ତାଙ୍କୁ କଣ କହିବ ଚିନ୍ତା କର ମୁଁ ଯାଉଛି ଲଷ୍ମୀ ପୁରାଣ ପଢିବାକୁ ତ ସ୍ୱାମୀ କହୁଥିଲେ ମୁଁ ସେ ଦୁହିଁଙ୍କୁ କହିଦେବି ସେ ସାପ ଲଷ୍ମୀପୂଜା ଗୀତ ଶୁଣିବାକୁ ଯାଇଛି. ହଉ ଏବେ ସମ୍ଭାଳ କହି ଜେଜେମାଆ ମାଣିକ ଚାଲିଲେ ପୂଜା ଘରକୁ. ପଛେ ପଛେ ବୋହୁ କଲ୍ୟାଣୀ.



Rate this content
Log in

Similar oriya story from Comedy