STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ବେଲୁନ ବାଲି

ବେଲୁନ ବାଲି

3 mins
5

ସେଦିନ ସିଏ ବି ଜନ୍ମ ହୋଇଥିଲା କୋଉ ଶୁଭ କି ଅଶୁଭ ମୁହୂର୍ତ୍ତ ରେ କେଜାଣି ବୟସ ବଢିବା ସଙ୍ଗେ ସଙ୍ଗେ ଯେବେ ତା ନିଜ ମାଆ ସାବି ଘରକୁ ଫେରି ଦେଖିଲା ଝିଅ କାନ୍ତି ବାନ୍ତି କରୁଛି ସ୍ଥାନୀୟ ହସ୍ପିଟାଲକୁ ନେଇ ପରୀକ୍ଷା କଲା ପରେ ଡାକ୍ତରାଣୀ ମାଆ କହିଲେ ଆଲୋ ସାବି ତୁ ମାଆ ରୁ ଆଈ ହେବୁଲୋ ଆଈ. ଖୁସି ପରିବର୍ତ୍ତେ ମୁଣ୍ଡରେ ଚଡକ ପଡିଲା ସାବିର. କେତେ ସ୍ବପ୍ନ ଦେଖିଥିଲା ଝିଅକୁ ନେଇ ହେଲେ ସବୁ ଫସର ଫାଟିଗଲା. ସାବି କୁ ବାହା କରିବ. ପୁଆଣି କରି ଆଣିବ ଭାବୁ ଭାବୁ ଝିଅ ଏବେ ତା ନିଜ ମାଆ ଆଖିରେ ଅସୁରୁଣୀ ପାଲଟି ଯାଇଥିଲା କାରଣ କାନ୍ତି କହିଥିଲା ମୋ ନିଜ ବାପାର ପରିଚୟ ମୁଁ ପାଇନି ଯେତେବେଳେ ମୋ ପିଲାର ବାପ ପରିଚୟ ବିନା ସେ କଣ ମୋ ପରି ମାଆ ପାଖରେ ରହି ପଢି ବଢି ବଡ଼ ହୋଇ ପାରିବନି ମାଆ!ଝିଅ କଥା ଶୁଣି ସାବି ସ୍ତବ୍ଧ ହେଉ ହେଉ ଅଣ୍ଟାଭିଡ଼ିଲା ସାବି. ହଁ ଲୋ ତୁ ସିନା କେବଳ ମୋର ଥିଲୁ ଆଉ ମୁଁ ତୋର. ତୋ ଆସନ୍ତା ଶିଶୁର କିନ୍ତୁ ଆମେ ମାଆ ଓ ଆଈ ଅଛେ ଦୁଃଖ କଣ!ପେଟ ଫୁଲୁ ଫୁଲୁ ଆଶା ଦିଦି ଭାରସାରେ ନାତି ଆସିଲା ଦୁନିଆଁକୁ କିନ୍ତୁ ଅଜଣା ରୋଗରେ ଆଖିବୁଜିଲା ଆଈ ବୁଢ଼ୀ ସାବି. ଦେଖାଗଲା ସହର ର କଂକ୍ରିଟ ରାସ୍ତା ଉପରେ ପିଲାଟିକୁ ଶୁଆଇ ଦେଇ କାନ୍ତି ବେଲୁନ ବିକୁଥିଲା. ରାସ୍ତାରେ ଯାଉଥିବା ଚାରିଚକିଆ ଯାନ ରେ ବସି ବାପା ମାଆ ସଙ୍ଗେ ଯାଉଥିବା ତାଙ୍କ ଛୋଟ ପୁଅ ଅବା ଛୋଟ ଝିଅ ଅଳି କଲେ ରାସ୍ତା ପାର୍ଶ୍ୱ ରେ ଗାଡି ଅଟକାଇ କାନ୍ତି ଠାରୁ ବେଲୁନ କିଣି ନେଉ ନେଉ ରାସ୍ତା ଉପରେ ଶୋଇଥିବା ପୁଅ ପାଖରେ ପୁରୁଣା ଡ୍ରେସ, ଶୀତ ବସ୍ତ୍ର ପକେଇ ଦେଇ ଯାଆନ୍ତି ବାବୁ ମାଆ ମାନେ ଆଉ ସେତିକିରେ ଖୁସି କାନ୍ତି ବେଲୁନ ବାଲୀ. କେବେ କେବେ ଅଳି କରି ବେଲୁନ କିଣିବାକୁ ଅଟକୁଥିବା କାର ର ମାଲିକାଣୀ କହନ୍ତି କଣ ଅଛି ତୁମ ଏ ବେଲୁନରେ କେଜାଣି ଦାମୀ ଖେଳନା କୁ ଛାଡ଼ି ଆମ ଝିଅ କିଏ କହେ ଆମ ପୁଅ ର ଏକା ଜିଦ ବେଲୁନ କିଣିବ. ଖାଲି ହସେନି କାନ୍ତି ବରଂ ସୁନେଲି ସ୍ବପ୍ନ ଦେଖୁ ଦେଖୁ କେହି ଅମୂଲ ଡବା ଅବା ସେରେଲାକ ପ୍ୟାକେଟ ପକେଇ ଦେଇ ଯାଆନ୍ତି କାନ୍ତି ପୁଅ ପାଇଁ.
     ସେଦିନ ସେମିତି କାର ଟି ସେପଟ ସାଇଡ ରେ ଅଟକିଲା. ପୁଅ ଏବେ ଏବେ ପେଟାଉ ପେଟାଉ ଆଣ୍ଠେଇଲାଣି ତ ଗୁରୁଣ୍ଡି ଗୋପାଳ କୁ ଛାଡ଼ି ଦୁଇପଟ ରାସ୍ତା କାଟି ଯାଉ ଯାଉ କାଳେ ପୁଅ ତାର ପଡ଼ିଯିବ ଭାବି ବ୍ୟସ୍ତ ବିବ୍ରତ କାନ୍ତି ସେଦିନ ପ୍ରଥମ କରି ମନା କରିଥିଲା ପୁଅକୁ ଛାଡ଼ି ସେପଟକୁ ସେ ଯାଇପାରିବ ନାହିଁ ବେଲୁନ ନେଇ କିନ୍ତୁ କାର ରେ ବସିଥିବା ଛୋଟ ପୁଅ ରାହା ଧରି କାନ୍ଦୁଛି ବେଲୁନ ପାଇଁ. କାନ୍ତିକୁ ଲାଗିଲା ତା ନିଜ ପୁଅ କାର ରେ ବସି ବେଲୁନ ପାଇଁ ଅଝଟ କରୁଛି ତ ଆଉ ସମ୍ଭାଳି ପାରିଲା ନାହିଁ କାନ୍ତି. ବେଲୁନ ଧରି ହାତ ଦେଖେଇ ଦେଖେଇ ଗୋଟେ ପଟ ପାର ହୋଇ ଆରପଟକୁ ଯାଉ ଯାଉ ଢ଼ୋ ଢ଼ୋ ଶବ୍ଦ ରେ ବେଲୁନ ଦୁଇଟି ଖାଲି ଫାଟିନଥିଲା ବରଂ କାନ୍ତି ର ଛିନଛତ୍ର ଦେହଟା ପଡିଥିଲା ରାସ୍ତା ଉପରେ ଆଉ କିଛି ବୁଝିପାରିନଥିବା ତା ପୁଅ କିନ୍ତୁ କାନ୍ଦୁଥିଲା ଶବ୍ଦ ରେ ଓ ମାଆ ଫେରିବା ବିଳମ୍ବ ରେ ହୁଏତ. ଅଟକିଥିବା କାର ଚାଲିଯାଇଥିଲା. କାର ଅଟକିବା ପରେ ଝିଅ ବେଶ ଧାରୀ ଟ୍ରାନ୍ସଜେଣ୍ଡର ଜଣଙ୍କ ଆଖି ଆଗରେ ଘଟୁଥିବା ଘଟଣା ସବୁ ଦେଖୁଥିଲା. ଆସ୍ତେ ଆସ୍ତେ ସମସ୍ତେ ଛାଡ଼ି ଚାଲି ଯିବା ପରେ ରାସ୍ତାରେ ପଡ଼ିଥିବା ଛିନଛତ୍ର ଶବ ବି ଉଠି ସାରିଥିଲା ଆଉ ଦୁଇ ପଟ ରାସ୍ତା ପାର ହୋଇ କାନ୍ତି ପୁଅ ଆଣ୍ଠଉ ଆଣ୍ଠଉ ରାସ୍ତା ଧାରକୁ ଗାଡିପଡିବା ପୂର୍ବରୁ ତାକୁ ଯେଉଁ ଦୁଇହାତ ତୋଳି ନେଇଥିଲା ସେ ଥିଲା ସେହି ଟ୍ରାନ୍ସଜେଣ୍ଡର.ତା ପରଠୁ ପିଲା ପାଟିରେ ପପୁ ବୋତଲ ଦେଇ ସେ ବିକୁଥିଲା ବେଲୁନ.



Rate this content
Log in

Similar oriya story from Tragedy