STORYMIRROR

Sunanda Mohanty

Comedy Fantasy Thriller

4  

Sunanda Mohanty

Comedy Fantasy Thriller

ସାପ ଖୁସି ରେ ଅଛି

ସାପ ଖୁସି ରେ ଅଛି

3 mins
5

କେହି କିଛି ମତାମତ ଦେବା ପୂର୍ବରୁ ଆଜିକାଲି ଥରେ କଣ ଶହେ ଥର ଚିନ୍ତା କରିବାକୁ ପଡୁଛି ସତ ହେଲେ ବୋହୁକୁ ବତେଇବା ଶିଖେଇବା କୁ ମଧ୍ୟ ଡର. କେବଳ ପୁଅ ସଙ୍ଗେ ବୋହୁ ଗଲା ବେଳେ ଶାଶୁ ମାଣିକ କହିଥିଲେ ମୁଁ ତ ଏଠି ଗାଁରେ ସବୁ ପର୍ବ ପର୍ବାଣୀ ଵିଧି ବିଧାନ ଅନୁଯାୟୀ କରୁଛି ତୁ ଖାଲି ମୋ ପୁଅ ନାତି ଓ ନାତୁଣୀ କଥା ବୁଝିବୁ ତ ସେଇ ମୋର ଶାନ୍ତି. ଏଭଳି ମତାମତ ପାଇ ବୋହୁ ପୁଅ ପାଖେ ଦିଲ୍ଲୀରେ ଆରାମ ରେ ଥିଲା କି ନଥିଲା ସେ କଥା ସେ ଜାଣିଥିବ କିନ୍ତୁ ପୁଅ ଖାଲି ପେଟରେ ଅଫିସ ଯାଉଥିଲା, ସାଙ୍ଗରେ କୌଣସି ଟିଫିନ ନେଉନଥିଲା, ବୋହୁ ଯିବା ପୂର୍ବରୁ ଯେମିତି କ୍ୟାଣ୍ଟିନ ରେ ଖାଉଥିଲା ସେମିତି ଅଭ୍ୟାସ ଚାଲିଥିଲା. ମାଣ ବସା ଗୁରୁବାର ରେ ଅନେକ କାମ ମାଆ ହଇରାଣ ହେବ ବୋଲି ପୁଅ, ବୋହୁ, ନାତି ଓ ନାତୁଣୀ ଘରକୁ ଆସିଥାଆନ୍ତି. ବୋହୁ ଶାଶୁ ମାଣିକ ଙ୍କ ସଙ୍ଗେ ଭୋର ରୁ ଉଠି ନିତ୍ୟକର୍ମ ବଢ଼େଇ, ଚିତା ପଇତା ଉପରେ ଗୋବର ଫୁଲ ଧୂପ ଦୀପ ତଥା ଗଙ୍ଗା ପାଣି ସିଞ୍ଚି ଭୋଗ ପ୍ରସ୍ତୁତିରେ ହାତ ବଟାଉ ବଟାଉ ପୁଅ ମତାମତ ରଖୁଥିଲା ପୁଳି ପିଠାର ଆକାର ଓଡିଶା ମାନଚିତ୍ର ପରି ତ ଚକୁଳି ଭାରତ ମାନଚିତ୍ର ପରି ଦେଖାଯାଉଛି. ମାଆ ଗ୍ଲୋବ ଟା ଆଣି ଥୋଇଦେଲୁ. ସେଇଟିକୁ ମଡେଲ କରି ତୋ ବୋହୁ ପିଠାର ଆକାର ସଜାଡିବ. ମାଆ କହୁଥାଏ ଆକାର ଯାହା ହେଉ ପଛେ ସ୍ୱାଦିଷ୍ଟ ହୋଇଥାଉ. ବୋହୁ ହସୁଥାଏ ମନେ ମନେ ତ ମାଆ ଭାବୁଥାଆନ୍ତି ଆଉ କି ପ୍ରକାର ମତାମତ ଦେଲେ ବୋହୁ ଖୁସି ହେବ ଓ କହିବ ମୋ ଶାଶୁ ପରି କିଏ ହେବ!ପୁଅ ସେତେବେଳକୁ ମୂଳା ଭଜାରେ କୋଉଠି ଡ଼ାଙ୍ଗ ରହିଗଲା, ଶାଗରେ କୋଉଠି ଖଣ୍ଡ ନଡ଼ିଆ ରହିଯାଇଛି ଯେ ଲଷ୍ମୀ ମାଆ ଙ୍କ ଦାନ୍ତ ଭାଙ୍ଗିଯିବ, ଦହି ପଖାଳ ପାଣିଆ ହୋଇଛି ନିଜେ ତୋ ବୋହୁ ହାପୁଡିକି ଖାଇବ ଭାବିଛି କହୁଥାଏ ତ ମାଆ କହୁଥିଲେ ଆରେ ସେ ଘରୁଆ ଘର ଝିଅ. ତାକୁ ସଂଠଣା, ସଂସ୍କୃତି, ପରମ୍ପରା ସବୁ ଜଣା. ତୁ କି ମତାମତ ଦେବୁ!ଗାଁଟା ସାରା ଲୋକ କହନ୍ତି ମହାନ୍ତି ବାବୁଘର ବୋହୁ ପରି କିଏ ହେବ!ପୁଅ ଝିଅର ମାଆ ହେଲାଣି ମୁଣ୍ଡରୁ ଓଢଣା ଖସେନି, ଦିଲ୍ଲୀ ଗାଁରେ ଚଳୁଥିଲେ ମଧ୍ୟ ଶାଶୁ ଶାଶୁରଙ୍କୁ ଜବାବ ଦିଏନି. ଆସିଲେ ଗାଁ ଜଳଖିଆ ଦୋକାନରୁ ଶଶୁର ନେଇଯାଆନ୍ତି ତା ପାଇଁ ଜଳଖିଆ. ମନ ଊଣା ନାହିଁ କି ଗାଁ ଦୋକାନ ବରା ପିଆଜି ସିଙ୍ଗଡ଼ା ଭଲ ନୁଁହଁ ବୋଲି ଦିନେ ଶୁଣିବାର ନାହିଁ. ଘରକୁ ତାଙ୍କର ଯିଏ ଯାଉ ଶାଶୁ ଚା କରୁଥିଲେ ବୋହୁ ପାନ ଭାଙ୍ଗୁଥିବ ସେମାନଙ୍କ ପାଇଁ.ପୁଣି ନିଜ ବାଡ଼ିରେ କଣ ନକରେ ବୋହୁ ତା ନିଜ ଶାଶୁ ଶାଶୁରଙ୍କ ସଙ୍ଗେ ମିଶି! ଶାଗ, ଧନିଆଁ, ମେଥି ଶାଗ, ପୋଦିନା ଶାଗ ଇତ୍ୟାଦି ସହ ଯାବତୀୟ ଫୁଲ ଗଛ ଲଗାଉ ଥାଏ.ଗାଁ ଲୋକ ଏତେ ଭଲ କହିଲା ବେଳେ ତୁ କିଏ ଖୁଣ କାଢି ଗୁଣ ବଖାଣି ମତାମତ ଦେବାକୁ!ମାଆ କଥା ଶୁଣି ତ ପୁଅ ଉଠି ଚାଲିଯାଏ.
     ପୁଅ ବୋହୁ ନାତି ନାତୁଣୀ କେହି ଗାଁ ଘରେ ରହୁନଥିବାରୁ ମାଣିକ ଓ ତାଙ୍କ ସ୍ୱାମୀ ମଦନ ଉପର ଘରେ ଚଳି ତଳ ଘର ଗୁଡିକୁ ଗୋଟେ ଚିତ୍ର ଶିଳ୍ପୀକୁ ଭଡ଼ା ସୂତ୍ର ରେ ଛାଡିଥାନ୍ତି. ସେହି ଚିତ୍ର ଶିଳ୍ପୀ ହରି ଙ୍କ ପାଖକୁ ବହୁତ ପୁଅ ଝିଅ ଆସି ପଟ୍ଟଚିତ୍ର ଶିଖିବା ସହ କପଡା ଓ ଶାଢୀରେ ଅଙ୍କନ କରନ୍ତି ଓ ସାଜସଜ୍ଜା ପାଇଁ ବନ୍ଧେଇ ଫଟୋ ବିକ୍ରୀ କରନ୍ତି. ପୁଅ ବୋହୁ ଘରକୁ ଆସିଥିବାରୁ ତଳେ ଥିବା ପୁଅ ବୟସର ସମସାମୟିକ ପିଲାଟି ହରି ଉପରକୁ ତା ଡ୍ରେସ, କପଡା, ରଙ୍ଗ ହୋଇ ସାରିଥିବା ଶାଢ଼ୀ ସବୁ ଶୁଖା ଶୁଖି କରିବାକୁ ଆସି ପାରନ୍ତି ନାହିଁ. ହୁଏତ କୁଣ୍ଠା ପ୍ରକାଶ କରନ୍ତି.ତ ମାଣିକଙ୍କ ପୁଅ ରବି ପଚାରୁଥାଏ ତଳେ ଶୁଖା ଶୁଖି କରି ବାରେ କି ଅସୁବିଧା ଅଛି କି ମାଆ! ସେ ହରି ଭାଇ ଏତେ ଏତେ ଲୁଗା ପଟା ନେଇ ଉପରକୁ ଆସି ଶୁଖାଶୁଖି କରିବାରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ପୁଣି ଆମେ ସବୁ ଘରେ ଥିଲେ ସଂଭ୍ରମ ରେ ଆସୁନାଁହାନ୍ତି. ସେ ଆସିଲେ ମଧ୍ୟ ତୋ ନାତି ନାତୁଣୀ ଦୁହେଁ ତାଙ୍କୁ ଅଙ୍କଲ ଚକୋଲେଟ କାହିଁ ଦିଅ ଦିଅ କହି ରଖେଇ ବସେଇ ଦେଉନାଁହାଁନ୍ତି.କଥା କଣ!ଆରେ ପୁଅ ବାଡ଼ିପଟେ ଆମ ଘର ସୀମା ଧରି ଚାରିପଟକୁ ପାଚେରୀ ଥିଲେ ମଧ୍ୟ ବୋଡା ସାପ ଟିଏ ବୁଲୁଥିବାରୁ ହରି ଆଉ ବାଡ଼ିପଟକୁ ଯାଇ ଲୁଗାପଟା ବା ଡ୍ରେସ ପତ୍ର ଶୁଖେଇପାରୁନାଁହାଁନ୍ତି ଭୟରେ. ଭିଡ଼ିଓ କରିଛନ୍ତି.କେଡେ ବଡ଼ ସାପ ସିଏ ହୋଇଛି ଦେଖିବୁ ଯା ହରି ଭାଇ ଫୋନରେ.ପୁଅ ରବି କହୁଥିଲା ହଉ ହଉ ମୁଁ ଦାନାଦାର ଆଣୁଛି ବଜାରରୁ ଯେ ପକେଇ ଦେଲେ ସାପ ପଳେଇବ କୋଉପଟେ. ପାଚେରୀ ଥିଲେ ବି ସାପ ଯିବାକୁ କଣ ବାଟ  ନାହିଁ!ଏସବୁ କଥା ତଳେ ଥିବା ହରିଙ୍କୁ ଶୁଭୁଥିଲା ତ ସେ କହୁଥିଲେ ନାହିଁ ରବି ଦାନାଦାର ଆଣିବା ଦରକାର ନାହିଁ. ସାପ ଟା ବାରିପଟେ ଭାରି ଖୁସିରେ ଅଛି ତ ଥାଉ. ସାପ ପାଇଁ ହରିଙ୍କର ଏ ମତାମତ ଶୁଣି ମାଣିକ ଓ ବୋହୁ ତଥା ରବି ହସି ହସି ଗଡୁଥିଲା ବେଳେ ଶଶୁର ମଦନ ମହାନ୍ତି କହୁଥାନ୍ତି ସାପଟା ସତରେ ଭାରି ଖୁସି ଥିବ କାରଣ ବାଡ଼ିପଟୁ ଘାସ ଓ ଅଳିଆ ଅସନା ମୁଁ ମୋ ନିଜ ହାତରେ ସଫା କରିଛି ଏବେ ଏବେ.ପୁଣି ଏ ପଟ ପ୍ରଥମ ଖଣ୍ଡି ବାଡ଼ିରୁ ସେପଟ ଖଣ୍ଡି ବାଡ଼ିକୁ ଯିବା ଆସିବା କୁ ଆଉ ତାକୁ ଅସୁବିଧା ନଥିବା ବେଳେ ସେପଟ ଖଣ୍ଡି ଖଳାବାରି ଏକଦମ ଚକ ଚକ. ଶାଶୁ ମାଣିକ ହସି ହସି ପେଟ ଫାଟିଯିବ କହୁଥିଲା ବେଳେ ବୋହୁ ଆଜି ପ୍ରଥମ କରି ଶଶୁରଙ୍କ ପ୍ରତି ମତାମତ ରଖି କହୁଥିଲା ବାପା ଏତେ ସରଳ ବୋଲି ଜାଣିଥିଲି ବୁଝିଥିଲି ହେଲେ ଶୁଣିନଥିଲି. ପୁଅ ବୋହୁକୁ ଚୁପ ରହିବାକୁ ଇଶାରା କରି ଦାନାଦାର ଆଣିବାକୁ ବାଇକ ଷ୍ଟାର୍ଟ କରିବା ଶବ୍ଦ ଉପର ଘର କୁ ଶୁଭୁଥିଲା


Rate this content
Log in

Similar oriya story from Comedy