STORYMIRROR

Sunanda Mohanty

Fantasy Thriller Others

4  

Sunanda Mohanty

Fantasy Thriller Others

ଧନ ନା ମନ

ଧନ ନା ମନ

4 mins
2

ପୁଅ ବାଇକ କାଢୁ କାଢୁ ପଛରୁ ବୋଉ ଡାକ ଛାଡିଥିଲା. ରହିଯା ଝିଅ ଟଙ୍କା ଗଛ ଡ଼ାଳ ଖଣ୍ଡେ ନେଇଯା. କେତେ କାହାକୁ ଦେଇ କୋଟିପତି କଲିଣି ମୁଁ ସେମାନଙ୍କୁ,ତୁ ମୋ ବଡ଼ ଝିଅ ତତେ ଦେଇନି ଏଯାଏଁ!କହି କହି ହସି ହସି ବୋଉ ଦେଇଥିଲା ଓ ମୁଁ ଆଣିଥିଲି. ଏତେବେଳ ଯାଏଁ ଡେରି ହେଲାଣି କହି ବିରକ୍ତ ହେଉ ଥିବା ପୁଅ ଟଙ୍କା ଗଛ ଡ଼ାଳ ଶୁଣି ଅଟକି ଗଲା. ବାଇକ ଷ୍ଟାର୍ଟ ନମାରି ଅପେକ୍ଷା କଲା ତ ମୋ ଭ୍ୟାନିଟ ଭିତରେ ବୋଉ ଟଙ୍କା ଗଛ ର ଲତାଟିକୁ ପଲିଥିନ ରେ ମୋଡି ମାଡି ଭରି କରି ଦେଉ ଦେଉ ଚେନ ଦେଇ ହେଉନଥିଲା. ପୁଅ ପାଟି କରୁଥିଲା ଓ କହୁଥିଲା ଆଈ ତୋର ସବୁ ଭଉଣୀମାନଙ୍କୁ ଭଲ ଭଲ ଦାମୀ ଜିନିଷ ଦେଇ ତତେ ଏମିତି ଠକେ. ହଉ ଯାହାତ କଲା ଆଈ ତୁ ଏବେ ପଲିଥିନ ଲୁଚେଇ ଟଙ୍କା ଗଛ ଛପେଇ ରଖି ହୁସିଆର ରେ ବସେ. ଆରେ ପୁଅ କେତେ ପ୍ରଚାର ପ୍ରସାର ଚାଲିଥିଲେ ବି ଏ ପଲିଥିନ କଣ ବ୍ୟାନ ହୋଇପାରିବ ନା ହେଲାଣି!ତୁ ଜଣେ ସାହିତ୍ୟିକା ହୋଇ ଆଉ ଏମିତି କହନା. ସ୍ୱୟଂ ଭଗବାନ ପଲିଥିନ ବ୍ୟବହାର କଲେ ମଧ୍ୟ ତୁ କି ମୁଁ କରିବା ଉଚିତ ନୁଁହଁ. ଟିକେ ବୈଜ୍ଞାନିକ ଦୃଷ୍ଟିକୋଣ ଖୋଲି ରଖ ମାଆ. ହେ ଚଲା ଶୀଘ୍ର ମୋ ଭ୍ୟାନିଟ ରେ ଏ ଅଜଗର ଭଳି ଳତା ଟା ଫୁଲି ଉଠୁଛି.
    ପୁଅ ଏଇ ଏଇ ପ୍ରଶାସନିକ ବିଭାଗର ଯେତେବେଳେ ଅଛି ତା କଥାରେ ପୁଲିସିଆ ଗନ୍ଧରେ ମତେ ଇଲିସିଆ ପରି ଲାଗେ ତ ମୋ ବୋଉ ଦେଇଥିବା ଲତା ତ ଲତା ପୁଣି ଟଙ୍କାଗଛ ଲତାଟିକୁ ପୋତୁ ପୋତୁ ପୁଅ କହୁଥିଲା ପୋତିଦେ ପୋତିଦେ ଫଳିଲେ କହିବୁ ଆଉ ସବୁ ଏ ଘର ପାଇଁ କଣ ଆବଶ୍ୟକ ଯେ ନେଇଆସିବା. ବୋହୁ ଆସି ସାହାଯ୍ୟ କରୁ କରୁ କହୁଥିଲା ଟଙ୍କା ନଫଳୁ ଆଈଙ୍କ ଦାନ କୁ ଯତ୍ନ କଲେ ରତ୍ନ ମିଳିବ ପୁଣି ପୁଣ୍ୟ ବି ହେବ. ହଉ ଶାଶୁ ବୋହୁ ପୁଣ୍ୟ କମାଉଥାଅ ମୁଁ ଚାଲିଲି. ପୁଅ ର ବୋଲି କୁ ବାପାଙ୍କର ବାଣୀ. ଘୋଡେଇ ରଖ. ଚୋର କାଳେ ମାଟି ଖୋଳି ନେଇଯିବ ଇତ୍ୟାଦି ଶୁଣୁ ଶୁଣୁ ପୁଅ ବୋହୁ ତାଙ୍କ ବାଟରେ.ମତେ ଟିକେ ବୋଉ ପାଖକୁ ନରିଯାଅନ୍ତନି କହୁ କହୁ ସ୍ୱାମୀଙ୍କ ବାଇକ ଲାଗିଲା ପୁରୀରେ. ସବୁ ଦୁଃଖ ସୁଖ ଖିଆ ପିଆ ପରେ ବୋଉ କହିଲା ଝିଅ ଲଗେଇଲୁ ଗଛ? ହଁ ବୋଉ ଲଗେଇଛି ଯେ ତତେ ଏ ମିଛ କଥା କିଏ କହିଲା!ସାନ ମାମୁଁ ନା ବଡ଼ମାମୁଁ ଙ୍କ ଦ୍ୱିତୀୟ ଝିଅ ମାନେ ମୋର ମାମୁଁ ଝିଅ ଭଉଣୀ ରୀନା!ହେ ସେମାନେ କାହିଁ ଦେବେ ମ ତୋ ବାପା ଦେଇଛନ୍ତି ମତେ. ଆରେ ବାପା ତତେ ଏବେ ଏତେ ଠକିଲେଣି!କୋଉଦିନ ଦେଲେ କହିଲୁ. ବୋଉ କଥାକୁ କ୍ୟାଲେଣ୍ଡର ମିଶାଇ କହିଲି ଆଲୋ ବୋଉ ବାପା ତତେ ଭଣ୍ଡେଇଛନ୍ତି. ସେଦିନ ପରା ଭାଲେଣ୍ଟାଇନ ଡେ ଥିଲା. ତତେ କିନ୍ତୁ ପ୍ରେମ ବୋଲି ତୁଚ୍ଛା ମିଛ କହି ଟଙ୍କା ଗଛ ନାଁରେ ମନିପ୍ଲାଣ୍ଟ ଗଛ ଦେଇଛନ୍ତି. ତା ନାଁ ଶୁଣି ତୁ ତାକୁ ଟଙ୍କା ଗଛ ଭାବିଛୁ. ଦେଖ ଝିଅ ଏ ଗଛ ଲାଗିବାଠୁ ତୋ ଦୁଇଭାଇଙ୍କର ପ୍ରମୋଶନ ସହ ଭୁବନେଶ୍ଵରରେ ଘର କିଣା. ପୁଣି ଦୁହିଁଙ୍କ ପୁଅ ଓ ଝିଅ ଚାକିରୀ ପାଇଲେ ତ ତତେ ଖଣ୍ଡେ ଡାଳ ଦେଇଛି. ଦେଖିବୁ ରହ ଖାଲି ଉର୍ନ୍ନତି.ଟଙ୍କା କଣ ଫଳେ କିନ୍ତୁ ଫଳିବ ଭାଗ୍ୟ.
     ବୋଉ କଥା ସତ କି ମିଛ କେଜାଣି ବାପା କିନ୍ତୁ ଚାଲିଗଲେ ଆଉ ବୋଉ ଆଲଯାଇମର ପେସେଣ୍ଟ ହୋଇ ଖାଲି ଟଙ୍କା ଟଙ୍କା ହେଲା ବେଳେ କିଏ କେମିତି କହିଲେ ସବୁବେଳେ ବୋଉଙ୍କ ପର୍ସ ହଜେ ବୋଲି ସେ ମୋ ପର୍ସ କୁଆଡେ ଗଲା ତା ଭିତରେ ଟଙ୍କା ଥିଲା କହି ଖୋଜନ୍ତି ଓ ଖୋଜାନ୍ତି ବୋଲି ତ ବାପା ତୁମର ଭାଲେଣ୍ଟାଇନ ଦିନରେ କରି ତାଙ୍କୁ ଟଙ୍କା ଗଛ ଦେଇଥିଲେ . ବୋଉ ବି ଚାଲିଗଲା. ହେଲେ ମୋ ବାଡ଼ିରେ ମାଡିଥିବା ମନିପ୍ଲାଣ୍ଟ ଗଛସବୁକୁ ପୁଅ ମୋର ଲୋକ ଲଗେଇ ଓପାଡୁ ଓପାଡୁ ମୁଁ ବାରଣ କରିଥିଲି. ଗଛର କି ଦୋଷ!ତୋ ଆଈ ଯେତିକି ଦିନକୁ ଆସିଥିଲା ସେତିକି ଦିନରେ ଗଲା. କାହାକୁ ଚିହ୍ନୁ ନଥିଲା କି ଠିକ ଠାକ କଥା କହୁନଥିଲା ସତ ହେଲେ ମୋର ବୋଉ ଡାକ ପରି ତୋର ଆଈ ଡାକ ଗଲା. ହଁ ସେଇଥିପାଇଁ କହୁଛି ଓପାଡେ ନହେଲେ.. ତା କଥା ଛଡେଇ ମୁଁ କହିଲି ନାହିଁରେ ଧନ ତୋ ପୁଅ ବାହାଘର ନଦେଖି କଣ ମୁଁ ଯାଉଛି ନା ତୋ ଭଉଣୀ ର ଝିଅ ବାହାଘର ନଦେଖି ବାପା ଶାନ୍ତି ପାଉଛନ୍ତି!ପୁଅ ତା ବାଟରେ ଗଲା ବୋହୁ ଓ ନାତିକୁ ନେଇ ଦିଲ୍ଲୀ. ଝିଅ ତା ସ୍ୱାମୀ କନ୍ୟା ଶାଶୁ ଶଶୁରଙ୍କ ପାଖେ କୋରାପୁଟ ରେ ତ ସେଇ ମନିପ୍ଲାଣ୍ଟ ଗଛଟିକୁ ମୁଁ ସାଉଁଳେ ପୁଅ ପରି. ସାଉଁଳେଇ ପାଚିଲା ପତ୍ର ବାଛେ ଝିଅ ପରି. ତା ମୂଳରେ ପାଣି ଦେଇ ତା ସାହାରାରେ ଗପ ଗୀତ କବିତା ଲେଖୁ ଲେଖୁ ସ୍ୱାମୀ କହନ୍ତି ବୋଉ ତୁମର ଠିକ କହିଥିଲେ. ଟଙ୍କା ଗଛ ବୋଲି ବଞ୍ଚି ବଞ୍ଚାଇଛି ତୁମକୁ. ଦୂରରୁ ଶୁଭୁଥିଲା ଗୀତଟିଏ. ମିଛରେ କହିଦେ ଭଲପାଏ ବୋଲି ଆଉ କିଛି ଦିନ ବଞ୍ଚିଯିବି.ଏହି ସମୟରେ ସ୍ୱାମୀ କହୁଥିଲେ ଏଇ ଲୁଗାବିକାଳୀ ମାଉସୀ ପାଟି ଶୁଭିଲାଣି ଡାକିବି. ହଁ ହଁ ଡାକ, ତା ପାଇଁ କେତେ ଜଳଖିଆ ରଖିଛି ଦେବି ଓ ଶୀତ ହଉଛି ଯଦି ଚାହିଁବ ଚା ପିଇବ ଓ ଫେରିଲା ବେଳେ ମନିପ୍ଲାଣ୍ଟ ଗଛଟିଏ ନିହାତି ଦେବି. ସ୍ୱାମୀ ହସୁଥିଲେ କାହିଁକି କେଜାଣି ମୁଁ ଲୁଗା ବିକାଳୀ ର ଆଗମନ କୁ ଅପେକ୍ଷା କରିଥିଲି.ଶୀତରେ ଆଜି ତା ଠାରୁ ଅନେକ ଲୁଗାପଟା କିଣିନେବି ଭାବୁଥିଲି. ଲୁଗା ବିକାଳୀ ଖାଇ ପିଇ ଫେରିଲା ବେଳେ ତା ଠାରୁ କିଣିଥିବା ଲୁଗାରୁ ତାକୁ ଖଣ୍ଡେ ଦେଇଥିଲି ମନିପ୍ଲାଣ୍ଟ ଗଛ ଡ଼ାଳ ସହ. କିଛି ଭାବିବନି ଶୀତ ପାଇଁ ମୋ ତରଫରୁ ଏଇତକ ଉପହାର ଭାବିବ କହିଥିଲି ତ ଲୁଗା ବିକାଳୀ ମାଉସୀ ଖୁସି ଖୁସିରେ ବିଦାୟ ନେଉ ନେଉ ସ୍ୱାମୀ ରସିକତା କରୁଥିଲେ କହିକି ଯେ ସେ ମାଉସୀ ଆଜିଠୁ କୋଟିପତି ହୋଇଗଲେ ଜାଣ.
,,,,,,,,,,,,,,,,,,



Rate this content
Log in

Similar oriya story from Fantasy