ଗୋଟେ ଶହୀଦ ପରିବାର କଥା
ଗୋଟେ ଶହୀଦ ପରିବାର କଥା
ତା ନାମ ଗୋଲି ଥିବାରୁ ତାକୁ ତା ସାଙ୍ଗମାନେ ଜେ ବୋଲି ଡାକାନ୍ତି. ସେ କ୍ଲାସ ରେ ସବୁଥିରେ ଆଗୁଆ. ମନ ଦେଇ ପାଠ ପଢେ ଓ ଭଲ ଖେଳେ ବୋଲି ପିଇଟି ସାର ବା କ୍ରୀଡା ଶିକ୍ଷକ ତାକୁ ରାଜା ବୋଲି ଡାକାନ୍ତି. ସ୍କୁଲରେ ସମସ୍ତେ ତାକୁ ଖୁବ ଆଦର କରିବା ସହ ବହୁତ ଭଲପାଆନ୍ତି.ସେ କିନ୍ତୁ ମାଆ କୁ ପଚାରିଥିଲା ମୋ ନାମ ଗୋଲି କାହିଁକି ରଖିଲ ମାଆ!ଏଇଟା ଗୋଟେ ଝିଅ ପିଲା ନାମ. ତାସ ପାଲିର ଚାରିଗୋଟି ଜେ ବା ଗୋଲି କଣ କେବେ ରାଜା ହୋଇପାରିବ ମାଆ!ମା ଆଉଁସି ପକେଇଲେ ପୁଅକୁ. କହିଲେ ତୋ ବାପା ଚାହିଁଥିଲେ ଝିଅଟିଏ ହେଉ.ତ ତୁ ପେଟ ରେ ଥିଲା ବେଳୁ ସେ କହନ୍ତି ମୋର ଝିଅ ହେବ ଓ ସେ ଏତେ ସୁନ୍ଦର ହେବ ଯେ ମୁଁ ତାକୁ ଗାଡିରେ ବସେଇ ସ୍କୁଲ ନେଇପାରିବିନି ଯଦି ତେବେ ଶାଢ଼ୀ ଘେରା ରିକ୍ସାରେ ବସେଇ ସ୍କୁଲ ଛାଡ଼ିବି. ସତକୁ ସତ ତୁ ଗୋଟେ ଛେତା ଅସରପା ଭଳି ହୋଇ ଜନ୍ମ ହେଲୁ ତ ତତେ ମୋ ଗେଲି କହୁ କହୁ ଦେଖିଲାବେଳକୁ ପୁଅଟିଏ ଥିଲୁ ତୁ. ଦେଶ ରକ୍ଷା କରିବାକୁ ସିପାହୀ ସାଜିଥିବା ବାପା ଫୋନ ପାଇ ଓ ବର୍ଡ଼ରୁ ରୁ ଡାକରା ପାଇ ବାପା ତୋର ଗଲେ ଯେ ଗଲେ ଆଉ ଫେରିଲେନି.ତୋ ନାମ କିନ୍ତୁ ଗୋଲି ରହିଗଲା ଧନ. ମନ ଊଣା କର ନାହିଁ. ତୁ ମୋ ରାଜା ବାବୁ ପରା. ସାଙ୍ଗମାନେ କିନ୍ତୁ କିଏ ଡାକେ ଜେ ତ କିଏ କହେ ଝିଅ ପିଲାଟାକିରେ ତୁ!ଗୋଲି ନାମଟା ତ ଏକଦମ ଝିଅ ପିଲାର ନାମ ନା. ଚୁପ ରୁହେ ରାଜା. ଝରିପଡ଼େ ଦୁଇଟୋପା ଲୁହ ନିଜ ଅଜଣାତେ ବାପାଙ୍କ ଉଦେଶ୍ୟରେ ଦୁଇ ଆଖିରୁ ଜେ ର.
ସ୍କୁଲ କୁ ପରିଦର୍ଶନ ରେ ଆସି ପରିଦର୍ଶକ ଯେବେ ତାକୁ ପାଠ ପଚାରି ସଠିକ ଉତ୍ତର ପାଇ ସାବାସୀ ଦିଅନ୍ତି ଗୋଲି ର ଛାତି କୁଣ୍ଢେମୋଟ ହୋଇଯାଏ.ତା ମୃତ ବାପାଙ୍କୁ ମନେପକାଏ ଓ ମାଆ ର ସବୁ ସ୍ବପ୍ନ ପୁରଣ କରିବାକୁ ଚାହେଁ. ଜେ ଜାଣିଥିଲା ମାଆ ତାର ଖୁବ ଆମିଷ ପ୍ରିୟ ଥିଲେ ମଧ୍ୟ ବାପାଙ୍କ ଶହୀଦ ହେବା ଖବର ପାଇ ସେ ଆମିଷ ଛାଡ଼ି ଦେଇଛନ୍ତି . ଜେ ର ଖୁବ ଇଛା ତା ମାଆ କୁ ଆମିଷ ଖୁଆଇବାକୁ ତ ସେ ପାଠ ପଢିବା ସହ କୁକୁଡ଼ା ଚାଷ କରୁଥିଲା ଓ ଏତେ ଅଣ୍ଡା ସବୁ ବିକ୍ରୀ କରି ଖୁବ ଲାଭବାନ ମାଆ ହେଉଥିଲା. ବଳିପଡିଥିବା ଅଣ୍ଡାରେ ମାଆ ଙ୍କୁ ପ୍ରଥମେ ପ୍ରଥମେ କେକ କରିବାକୁ କହି ସବୁ କେକ ସ୍କୁଲ ନେଇଯାଉଥିଲା ଜେ କାରଣ ମାଆ ଅଣ୍ଡା ଖାଉନଥିବାରୁ ସେ ତାର ସାଙ୍ଗ ମାନଙ୍କୁ କେକ ଦେଇ ନିଜେ ଖାଉଥିଲା. ସେଦିନ ସ୍କୁଲ ଫକ୍ସନ ଦିନ ଅତିଥିମାନେ ମାତୃଭାଷା ମାଆ ର ଭାଷା ଅଟେ ଓ ମାଆ ହିଁ ସନ୍ତାନର ପ୍ରଥମ ଶିକ୍ଷୟିତ୍ରୀ କହୁଥିବା ବେଳେ ସେ କାନ୍ଦି ପକେଇଥିଲା କାରଣ ମାଆ ତାର ଶହୀଦ ପିତାଙ୍କ ପାଇଁ ଜୀବନରେ ସବୁ କିଛି ତ୍ୟାଗ କରିଦେଇଥିଲେ ବୋଲି ତା ମନ ଖୁବ ଦୁଃଖ ଥିଲା. ଏମିତି ମାଆ ଙ୍କ କଥା ଭାବି ଭାବି ସେ ପାଠ ପଢିପାରୁନଥିଲା ତ ପରୀକ୍ଷାରେ ଭଲ କରିନଥିଲା. ଶିକ୍ଷକଙ୍କ ଠାରୁ ସବୁ ଶୁଣି ମାଆ ଜାଣିଥିଲେ ତାଙ୍କ ପାଇଁ ତାଙ୍କ ରାଜା ବାବୁ କଷ୍ଟ ପାଉଛି. ସେ ପୁଅକୁ ତେଣୁ କହିଥିଲେ ତୋ ବାପାଙ୍କର ଇଛା ଥିଲା ତାଙ୍କ ଝିଅ ଜନ୍ମ ହେବା ପରେ ବାରିପଟେ ଗୋଟେ ପୋଖରୀ କରିବେ. ସେଥିରେ ନୀଳକଇଁ ସହ ନୀଳମାଛ ଖେଳୁଥିବେ ଓ ତାଙ୍କ ଝିଅ ନୀଳପରୀ ସ୍ନାନ କରୁଥିବ. ଭାବୁଛି ଏବେ ସେହି ଗଡିଆ ଖୋଲାଇ କଇଁ ଫୁଲ ଫୁଟିଲେ ସେଥିରେ ବଢୁଥିବା ମାଛ ଧରି ଗାଁ ରେ ଭୋଜି କରିବା. ରାଜା ଖୁସି ହୋଇଗଲା. ଏଥର ସବୁ ହେଲା ପରେ ମାଆ ପୁଅ ରାଜା ବା ଜେ ବା ଗୋଲି ଅର୍ଥାତ ଗୋଲା ସହ ଭୋଜିରେ ମାଛ ଭାତ ଖାଇଲା ବେଳେ ପୁଅକୁ ଏଣିକି ମନଦେଇ ପାଠ ପଢିବାକୁ କହିଥିଲେ ତ ସେ ଦିନ ଠୁ ସମସ୍ତେ ଜେ କି ରାଜା ନଡାକି ଗୋଲା ବୋଲି ଡାକୁଥିଲେ. ଗୋଲା ପାଠ ପଢି ଗୋବର୍ଦ୍ଧନ ବାବୁ ହୋଇ ମାଆ ଙ୍କୁ ଖୁବ ଖୁସିରେ ରଖିଥିଲା ସତ କିନ୍ତୁ ମାଆ ଅନେକ ସମୟରେ ଲୁଚି ଲୁଚି କାନ୍ଦୁଥିବାର ଦେଖିଲେ ତା ଛାତି ଫାଟିଯାଉଥିଲା ତ ସେ ଶପଥ କରିଥିଲା ଜୀବନରେ ମାଆ ଙ୍କ ମନରେ କେବେ ଦୁଃଖ ଦେବ ନାହିଁ.
