ଛୋଟ ଝିଅର ଭକ୍ତିର ଶକ୍ତି
ଛୋଟ ଝିଅର ଭକ୍ତିର ଶକ୍ତି
1 min
2
ସେଇ ଏକା ପ୍ରଶ୍ନ.ଏଯାଏଁ ମନରେ ମିନତି ଙ୍କ ଛୋଟ ଝିଅ ଡୁଗୁ ର ଯେ ହନୁମାନଙ୍କ ମୁଁହଁ ଏମିତି ହେଲେ ସେ ଖାଇବେ କିପରି ମାଆ!ମାଆ ନିରୁତ୍ତର ରୁହନ୍ତି. ଏଣୁ ତେଣୁ ବୁଝେଇ କୁହନ୍ତି. ଏବେ ଆଜି ସୁଦଶାବ୍ରତ ତ ବଳାରାମ ଦାସ ଲେଖିଥିବା ଲଷ୍ମୀ ପୂଜା କଥା କହି ଶୁଣାନ୍ତି. ପୁଣି କେବେ ଏଇ ଫାଲଗୁନ ମାସ ର ବିଶେଷ୍ୱତ କହିବାକୁ ଯାଇ କହିଥାଆନ୍ତି ଅନେକ କଥା. ଠିକ ଯେମିତି ବୁଝୁ ନବୁଝୁ ପଢ଼ ଗୀତା ପରି.କେତେ କେତେ ଠାକୁରଙ୍କ କଥା କହୁଥିବା ମାଆ ମିନତି ଦେଖିଲେ ଝିଅ ଡୁଗୁ କିନ୍ତୁ ପାଖରେ ନାହିଁ.
ପାଖରେ ଝିଅ ନଥିବା ଦେଖି ଖୋଜି ଖୋଜି ଯାଇ ମିନତି ଦେଖନ୍ତି ତ ଠାକୁର ଘରେ ତାଙ୍କ ଛୋଟ ଝିଅ ଡୁଗୁ ତା ପାଇଁ ରଖାଯାଇଥିବା ଖାଦ୍ୟ ସବୁକୁ ବୀରହନୁମାନ ଙ୍କୁ ଚାମଚ ରେ ଖୁଆଇ ଦେବା ସହ କହୁଛି ଖାଇଦିଅ ହନୁମାନ. ଦୁଷ୍ଟ ହୁଅନି. ଏକଥା ଶୁଣି ମାଆ ମିନତି ଯେତିକି ଆଶ୍ଚର୍ଯ୍ୟ ହୋଇନଥିଲେ,ଝିଅ ଡୁଗୁ ଟେକି ରଖିଥିବା ଖାଦ୍ୟ ଭରା ଚାମଚ ରେ ଖାଦ୍ୟ ନଥିବା ଦେଖି ଚକିତ ହୋଇ ଭାବୁଥିଲେ ଏ କି ଚମତ୍କାର ହେ ପ୍ରଭୁ ବୀରହନୁମାନ ଠାକୁର!ସତରେ କଣ ତୁମେ ମୋ ଟିକି ଝିଅ ଡୁଗୁ ହାତରୁ ଖାଦ୍ୟ ଗ୍ରହଣ କରିଛ!ଡୁଗୁ କହୁଥାଏ ଏଣିକି ମୁଁ ସବୁଦିନ ତୁମକୁ ଖୁଆଇଦେବି ଯେ ତୁମର ଆଉ ଖାଇବାରେ ଅସୁବିଧା ହେବନି. ଡାକ୍ତର ପାଖକୁ ଯିବକି ଠାକୁର ପ୍ରଶ୍ନକୁ ଥରକୁ ଥର ପଚାରି ଉତ୍ତର ପାଉ ନ ଥିବା ଡୁଗୁ ମାଆ ମିନତି ଙ୍କ ଉପସ୍ଥିତି ଅନୁଭବ କରି କହୁଥିଲା ମାଆ ଦେଖୁଛୁ ତ ଠାକୁର ବୀରହନୁମାନ କଥା କହିପାରୁନାହାଁନ୍ତି. ହେଲେ ତୁ କାନ୍ଦେନା ମାଆ, ଆମେ ତାଙ୍କୁ ଡାକ୍ତର ଦେଖେଇବା. ମାଆଙ୍କ ଆଖିରୁ ଧାରା ଶ୍ରାବଣ ବନ୍ଦ ହେଉନଥିଲା.
