STORYMIRROR

Sunanda Mohanty

Children Stories Classics Thriller

3  

Sunanda Mohanty

Children Stories Classics Thriller

ଆଜି କଥା କାଲିକୁ ନାହିଁ 

ଆଜି କଥା କାଲିକୁ ନାହିଁ 

2 mins
0


ଏ ବର୍ଷ ପୁଣି ହୋଲି ଆସିଥିଲା. ବଡ଼ରୁ ଛୋଟ ଯାଏଁ ସମସ୍ତେ ରଙ୍ଗ ଖେଳିବାକୁ ବାହାରି ଥିଲା ବେଳେ ଦୁଇଟି ଛୋଟ ଛୋଟ ପୁଅ ଓ ଝିଅ ଯଥାକ୍ରମେ ମୁନା ଓ ଝିଅ ହନି ସବୁ ସାଙ୍ଗମାନଙ୍କୁ ଏକଜୁଟ କରି ସ୍ଲୋଗାନ ଦେଇ ଦେଇ ଚାଲିଥିଲେ କହି କହି ଯେ ପ୍ରକୃତିର ରଙ୍ଗ ଖେଳିବା ଉଚିତ କିନ୍ତୁ ରେଢ଼ାମିନ ଇତ୍ୟାଦି କେମିକାଲ ମିଶା ରଙ୍ଗ ବା ପିଚକାରୀ କେହି ଖେଳନାହିଁ. ବଜାରରେ ଏବେ ଭଲ ରଙ୍ଗ ମିଳୁଛି ଯାହା ମୁରୁଜ ପ୍ରସ୍ତୁତି ପରି ଗଛର ପତ୍ର ନେଳି, ବିଟ ଭଳି ପରିବା ର ରସ ନାଲି, ଗାଜର ରସ ପରି ହଳଦିଆ ଓ ଶାଗ ରସ ପରି ସବୁଜ ରଙ୍ଗ ସବୁରୁ ତିଆରି ହର୍ବାଲ ରଙ୍ଗ . ସେହି ସବୁ ରଙ୍ଗରୁ ତିଆରି ହୋଇ ବଜାରରେ ମିଳୁଥିବା ଭିର୍ନ୍ନ ଭିର୍ନ୍ନ ହର୍ବାଲ ରଙ୍ଗ ସବୁ ଲଗେଇବାକୁ ସ୍ଲୋଗାନ ଦେବା ସହ ନଈକୁ ଗାଧେଇ ନଯିବାକୁ କହୁଥିଲେ. ସେ ଦୁହେଁ ଏକଥା କହିଲା ବେଳେ କାନ୍ଦି ପକାଉଥିଲେ. ଆର ବର୍ଷ ହୋଲି ବେଳେ ମୁନାର ଭାଇ ଓ ହନି ର ଭାଇ ଦୁହେଁ, ମୁନା ଓ ହନି ଦୁହିଁଙ୍କ ନିଜ ଆଖି ଆଗରେ ନଈରେ ବୁଡିଯିବାର ଦୃଶ୍ୟ ଏଯାଏଁ ଦୁହିଁଙ୍କ ମାନସପଟରୁ ଲିଭି ନଥିଲା.
    ସେପଟେ ଏବର୍ଷ ହୋଲି ପୂର୍ବ ଦିନ ନୂଆ କରି ଶପଥ ନେଇଥିବା ବାଘ ରାଜା ସଭା କରି କହିଥିଲେ କି ଜଙ୍ଗଲ ରେ ଥିବା ସମସ୍ତ କ୍ଷୁଦ୍ର ଜନ୍ତୁ, କୀଟ ଓ ପତଙ୍ଗଙ୍କ ମଧ୍ୟରେ କୌଣସି ନା କୌଣସି ଦକ୍ଷତା ଥିବା ବେଳେ ଦୟା, କ୍ଷମା, ଆତ୍ମବଳି ତଥା ଵିଵେକୀ ପଣ ଆଦି ସୁଗୁଣ ଗୁଡିକ ରହିଛି. ଏକଥା କହୁଥିଲା ବେଳେ ବାଘ ରାଜାଙ୍କ ଆଖିରେ ଆରବର୍ଷ ର ଦୃଶ୍ୟ ନାଚୁଥିଲା. ଏହିକି ଯେ ବରଫ ଭିତରୁ ବାହାରି ନପାରି ତାଙ୍କ ଜୀବନ ଚାଲିଯାଉଥିବା ବେଳେ ମେଷ ଯଦି ତା ଶିଙ୍ଘ ସାହାଯ୍ୟରେ ବରଫ ତାଡି ତାଙ୍କୁ ବାହାରକୁ ଆଣିନଥାନ୍ତା ତେବେ ତାଙ୍କର ନିଶ୍ଚୟ ପ୍ରାଣବାୟୁ ଉଡି ଯାଇଥାନ୍ତା. ତାଙ୍କୁ ବଞ୍ଚେଇବା ବେଳେ ମେଷ ଭୁଲିନଥିଲା ଯେ ବରଫରେ ପୋତି ହେବା ପୂର୍ବରୁ ବାଘ ତାକୁ ଧରି ଖାଇବାକୁ ପ୍ରୟାସ ଜାରି ରଖିଥିଲା. ସେ କିନ୍ତୁ ସବୁ ଜାଣି ମଧ୍ୟ ବାଘର ଜୀବନ ବଞ୍ଚାଇ ମେଷ ଯେଉଁ ଆଦର୍ଶ ଓ ଦକ୍ଷତା ଦେଖେଇଲା ତାହା ବାଘ କେବେ ଭୁଲିନାହିଁ. ସେଇଥିପାଇଁ ସଭା କରି ସେ ଆଜି ସବୁ ବଡ଼ ଜୀବମାନଙ୍କୁ ଛୋଟ ଜୀବମାନଙ୍କ ପ୍ରତି ଦୟା ଦେଖେଇବାକୁ କହି ଜୀବେ ଦୟା ରୂପେ ହୋଲି ଖେଳିବାକୁ ପ୍ରସ୍ତୁତିକରଣ କରିବାକୁ ସମସ୍ତଙ୍କୁ କହୁଥିଲା.ଏପଟେ ବିଧବା ଜେଜେମାଆ, ଯିଏ ଆରବର୍ଷ ତାଙ୍କ ଧଳା ଶାଢୀରେ କେହି ରଙ୍ଗ ପିଚକାରୀ ପକେଇଦେବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଉପୁଜିଥିବା ସଂଘର୍ଷ ବଡ଼ କଷ୍ଟରେ ସମାଧାନ ହୋଇଥିଲା,ଏବର୍ଷ ସେହିକଥାର ସମ୍ମୋହନ ରେ ପରିଣତି ଏମିତି ହୋଇଥିଲା କି ସମସ୍ତେ ରଙ୍ଗ ଖେଳ ସାରି ତାଙ୍କ ଘରେ ଏକତ୍ରିତ ହୋଇଥିଲେ କାରଣ ରଙ୍ଗ ର ପର୍ବ ହୋଲି ତାଙ୍କ ସ୍ୱାଭାବିକ ମୃତ୍ୟୁ ର ବାର୍ଷିକୀ ଥିଲା.


Rate this content
Log in