STORYMIRROR

Sunanda Mohanty

Romance Action Thriller

4  

Sunanda Mohanty

Romance Action Thriller

ଏକ୍ସକ୍ୟୁଜ ମି

ଏକ୍ସକ୍ୟୁଜ ମି

3 mins
1

ସେଇ ପ୍ରଶ୍ନ ଗୁଡେଇ ତୁଡ଼େଇ ପଚାରୁଥିଲା ଆକାଶ ଲିପିକୁ. କୁହ ତେବେ ମତେ ଭଲ ପାଅ କି ନାହିଁ ଲିପି ପ୍ରଶ୍ନ ସହିତ ପଚାରୁଥିଲା ସାମାଜିକ ଓ ପରିବାର ଶୃଙ୍ଖଳ ଛିଣ୍ଡେଇ ମୋ ସହ ଯିବ କି ନାହିଁ ଲିପି? ପୁଣି ବୁଝାଉଥିଲା ମୁଁ ତୁମ ବିନା ବଞ୍ଚିପାରିବି ନାହିଁ ଲିପି. ମୋ ବାପା ବୋଉ ଯଦି ରାଜି ତେବେ ତୁମର କୋଉ ଡର? ମୋ ହୃଦୟ କଥା ଶୁଣୁ ଶୁଣୁ ବାପା ମୋର କହିଲେ ଆମ ଦେଶର ତଥା ଜାତିର ପିତା ମହାତ୍ମାଙ୍କ ଠାରୁ ତାଙ୍କ ସ୍ତ୍ରୀ କସ୍ତୁରବା ଥିଲେ ସାତମାସ ବଡ଼. ତୋର ଲିପିକୁ ବିବାହ କରିବାରେ ଆମର କିଛି ଆପତ୍ତି ନାହିଁ. ବୋଉ ମଧ୍ୟ କହୁଥିଲା କି ସଚିନ ତେନ୍ଦୁଲକର ଓ ଅମିତାଭ ବଚନ ଙ୍କ ପୁଅ ଆଦି କେତେ ସେଲିବ୍ରିଟି ଯଦି ନିଜ ବୟସ ଠାରୁ ବଡ଼ ଝିଅ ବାହା ହୋଇ ସୁଖୀ ସଂସାର କରିବା ସହ ସୁଖରେ ଅଛନ୍ତି ତବେ ତୋ ପ୍ରସ୍ତାବ ରେ ଆମେ କାହିଁକି ଦ୍ବିମତ ହେବୁ!ଗାନ୍ଧି ତ ପୁଣି କସ୍ତୁରବା ଙ୍କ ପ୍ରେରଣାରେ ସମଗ୍ର ନାରୀ ଜାତିଙ୍କୁ ସତ୍ୟାଗ୍ରହ ଆନ୍ଦୋଳନ ରେ ସାମିଲ କରିବାକୁ କସ୍ତୁରବା ଙ୍କୁ ଆଗରେ ରଖିଥିଲେ ଓ ତାଙ୍କୁ ସ୍ନେହରେ ବା ବୋଲି ଡାକୁଥିଲେ. ସ୍ୱାମୀଙ୍କ ପାଇଁ ଓ ସ୍ୱାମୀଙ୍କ ପ୍ରେରଣାରେ ଜେଲ ଯିବା,ସ୍ୱଚ୍ଛତା ଆପଣେଇ ସାବରମତୀ ଆଶ୍ରମ ଚଲେଇବା, ନାରୀ ଶିକ୍ଷା ଓ ଶିଶୁ ସୁରକ୍ଷା ପାଇଁ ମାଆମାନଙ୍କୁ ସଚେତନ କରିବା ପରି ଅନେକ ଥର ଦେଶମାତୃକାର ସ୍ବାଧୀନତା ପାଇଁ କାରାବରଣ କରିବା ଦେଖି ସୁବାଷ ବୋଷ କହୁଥିଲେ ତାଙ୍କୁ ଜାତିର ମାଆ ତଥା ରାଷ୍ଟ୍ରମାତା ବୋଲି କସ୍ତୁରବା ଙ୍କୁ କହୁଥିଲେ.ତେବେ ଲିପି ପରି ସୁନ୍ଦରୀ, ଶିକ୍ଷିତା ଆମ ଗ୍ରାମ ଝିଅକୁ ବୋହୁ କରିବାରେ ଆମର ଆପତ୍ତି ନାହିଁ. ଆକାଶ ସେହି କଥା କହି ଲିପିକୁ କହିଥିଲା କସ୍ତୁରବା ଙ୍କୁ ବିବାହ କର ଗାନ୍ଧିଜୀ ଯେବେ ଦେଶସେବା କରିପାରିଲେ ତେବେ ତୁମେ ମୋଠୁ ଗୋଟେ ବର୍ଷ ସିନିଅର ଥିଲ ତ କଣ ହେଲା!ମୋ ମନ ହୃଦୟ ରେ ତୁମେ ରହିଛି ଲିପି. କୁହ ମୋ ସହ ଯିବ ନା ନାହିଁ ଆଜି ଟ୍ରେନ ରେ!ଲିପି ଶୁଣୁଥିଲା ଆକାଶର ସେହି ପ୍ରଶ୍ନ ଆଉ ଉତ୍ତର ଦେଇପାରୁନଥିଲା.
    ଟିକେଟ କିନ୍ତୁ ହୋଇ ସାରିଥିଲା ଦୁଇଟି ଦିଲ୍ଲୀ ଯାଏଁ. ଭୁବନେଶ୍ୱର ରୁ ଗୋଟେ ରାତିର ବାଟ. ଆଜି ସେହି ଟ୍ରେନ ହିଁ ହେବ ଆକାଶ ଓ ଲିପି ଙ୍କୁ ସ୍ୱାମୀ ଓ ସ୍ତ୍ରୀ ର ପରିଚୟ ଦେବାରେ ମୁକସାଖି. ସମୟ ବଢୁଥିଲା. ବାପା ଔଷଧ ଖାଇ ଶୋଇଯାଇଥିଲେ. ତା ବାହାଘର ପାଇଁ ଜି. ପି. ଏଫ ରୁ ଉଠେଇଥିବା ଲକ୍ଷେ ଟଙ୍କା ଲିପି ପାଖରେ ହିଁ ଅଛି. ବୋଉର ସବୁ ଗହଣା ଗାଣ୍ଠି ମଧ୍ୟ ଲିପି ଜିମା ଦେଇ ବାପା ଝିଅ ଉପରେ ବିଶ୍ୱାସ ଓ ଭରସାରେ ନିଶ୍ଚିନ୍ତରେ ଶୋଇଯାଇଛନ୍ତି. ଉଠିଲା ବେଳକୁ ଦେଖିବେ କଣ!ଯେତେ ଲିପି ଲିପି ଡାକିଲେ ମଧ୍ୟ ଝିଅର ଉତ୍ତର ନାହିଁ. ଯୋଉ ଝିଅ କୁ ମଣିଷ କରିବାକୁ ଦ୍ୱିତୀୟ ବିବାହ ନକରି ତା ଉପରେ କେତେ ଆଶା, ବିଶ୍ୱାସ ଭରସା କରିଛନ୍ତି ସେ ଆଜି ନିଜ ପ୍ରେମ ପାଇଁ ଏ ବୟସରେ ତାଙ୍କୁ ଧୋକା ଦେଇ ଧକ୍କା ମାରି ଚିଠିଖଣ୍ଡେ ଲେଖି ଛାଡିଯାଇଛି. ଏଭଳି ବିଶ୍ୱାସଘାତକତା ସେ ବାପାଙ୍କ ସହ କରିପାରିବତ? ପରେ ସେ ନିଜ ଜନ୍ମଦାତାଙ୍କୁ ମୁଁହଁ ଦେଖାଇପାରିବତ? ଏହି ସବୁ ସେଇ ଏକା ପ୍ରଶ୍ନମାନେ ଅଡୁଆ ସୂତା ପରି ତା ରାସ୍ତାରେ ଛନ୍ଦଣୀ ବାନ୍ଧିବା ବେଳେ ଲିପି ଚାହିଁଥିଲା ପଞ୍ଜୁରୀରେ ଥିବା ମିଠୁ କୁ. ସକାଳୁ କାଉ ର କା କା ଡାକ ନୁଁହଁ ବରଂ ମିଠୁ ର ଦେଇ ଦେଇ ଡାକ ରେ ତା ନିଦ ଭାଙ୍ଗେ. ମିଠୁ ପାଖକୁ ଗଲେ କହିବ ବାପାଙ୍କୁ ଗରମ ପାଣି ଦିଅ ଦିଦି. କାଲି ସକାଳେ ତା ଅନୁପସ୍ଥିତି ରେ ବାପା ରୋଗଗ୍ରସ୍ତ ଆଣ୍ଠୁ ଘୋଷାଡି ଘୋଷାଡି ନିଜ ପାଇଁ ଗରମ ପାଣି କରୁଥିବା ବେଳେ ଭାବୁଥିବେ ଝିଅ ମୋର ଆଜି ଏଯାଏଁ ଉଠିନି କାହିଁକି!ତା ରୁମକୁ ଆସି ତାକୁ ନଦେଖି ତା ଚିଠି ପଢି କି ଉତ୍ତର ଦେବେ ନିଜକୁ ଓ ସମାଜକୁ ତଥା ନିରୀହ ଶୁଆଟିକୁ ପୁଣି ବିଶ୍ୱସ୍ତ ପୋଷା କୁକୁରକୁ!ପୁଣି ସେଇ ସବୁ ପ୍ରଶ୍ନ ଆନ୍ଦୋଳିତ କରୁଥିଲା ଲିପିକୁ ଆଉ ସେପଟେ ଆକାଶର ଘନ ଘନ ଫୋନ. ଲିପି ଆଖିରୁ ଧାର ଧାର ଲୁହ. ସେହି ଲୁହରେ ଜାଲୁଜାଲୁଆ ଅକ୍ଷର ରେ ମୋବାଇଲ ରେ ଟାଇପ କରୁଥିଲା ଲିପି ମତେ କ୍ଷମା କର ଆକାଶ. ଆକାଶ କାଳେ ପୁଣି କଣ ଲେଖିବେ ଓ ସେଇ ସବୁ ପ୍ରଶ୍ନ ଉପସ୍ଥାପନ କରିବେ ଭାବି ସୁଇଚ ଅଫ କରି ଦେଇ ଲିପି ଭାବୁଥିଲା ଯଦି ତୁମେ ମତେ ଏତେ ଭଲପାଅ ଆକାଶ,ତେବେ ସାମାଜିକ ସ୍ୱୀକୃତି ଦେଇ ବାପା ମାଆ ତୁମର ମତେ ବୋହୁ କରିନେବାରେ ଅସୁବିଧା କଣ ଥିଲା!ଖାଲି ଉଦାହରଣ ନୁଁହଁ ବରଂ କଥାକୁ କାମରେ ପରିଣତ କରିବା ଦରକାର.
     ସକାଳେ କିନ୍ତୁ ବାପା ଝିଅ ଲିପିକୁ କୁଣ୍ଢେଇ ପକେଇ କଇଁ କଇଁ କାନ୍ଦୁଥିଲେ. କାରଣ କଣ ଥିଲା ଲିପି ମନରେ ଅନେକ ପ୍ରଶ୍ନ. ବାପା କହିଲେ ମତେ ଆକାଶ ସବୁ କହିଛି ଝିଅ . ମୁଁ ଶୋଇବାର ଅଭିନୟ କରି ମୋ ଝିଅର ସଂସ୍କୃତି, ଆଦର୍ଶ, ନୀତି ତଥା ମୂଲ୍ୟବୋଧ ପରୀକ୍ଷା କରୁଥିଲି. ଖୁବ ଶୀଘ୍ର ଆକାଶଙ୍କର ପିତା ମାତାଙ୍କୁ ଭେଟି ପ୍ରସ୍ତାବ ପକ୍କା କରେଇବି. ଲିପି ତଳେ ନିଜ ନଖ ରେ ଗାର କାଟୁ କାଟୁ ସତେ ଯେମିତି କହୁଥିଲା ମତେ କ୍ଷମା କରିଦିଅ ବାପା.



Rate this content
Log in

Similar oriya story from Romance