କସ୍ତୁରୀ
କସ୍ତୁରୀ
ଜନଗଣନା କାର୍ଯ୍ୟରେ ମାଆ ବାହାରକୁ ଗଲାବେଳେ ସାନ ପୁଅ ମୁନା ପାଣି ବୋତଲ ଓ ଛତା ବଢ଼େଇ ଦେଉଥିଲା ମାଆ ଙ୍କ ହାତକୁ ତ ବଡ଼ ପୁଅ ଟିଫିନ ଡବା. ସାନପୁଅ କହୁଥିଲା ଫେରିବା ବେଳେ ମୋ ପାଇଁ ଗଣନସଂଖ୍ୟା ଥିବା ସ୍ଲେଟ ଆଣିଦେବ ମାଆ. ମାଆ ହଁ ହଁ ଆଣିଦେଵି କହୁ କହୁ ବଡ଼ ପୁଅ କହୁଥିଲା ମାଆ ଯେଉଁ କାମରେ ଯାଉଛନ୍ତି କେତେ କଷ୍ଟ ତୁ ଜାଣିଛୁ ନା ନାହିଁ କୁନୁ. ଘରେ ଘରେ ବୁଲି ତାଙ୍କ ପରିବାର ର ସମସ୍ତ ସଦସ୍ୟ ଙ୍କ ରିପୋର୍ଟ ସଂଗ୍ରହ କରିବାରେ ବାସ୍ତବ ରେ କେତେ ଅସୁବିଧା ତୁ ବୁଝିପାରିବୁନି କୁନୁ. ଛୋଟ ଭାଇ କୁନୁ କହୁଥିଲା ମୁଁ ସେଥିପାଇଁ ପରା ମାଆ ଙ୍କୁ ଛତା ଓ ପାଣିବୋତଲ ଆଣି ଦେଇଛି. ବଡଭାଇ ମୁନୁ କିଛି କହିବା ପୂର୍ବରୁ ମାଆ ହସିଦେଇ ବାହାରିଗଲେ. ପ୍ରାଇମେରୀ ଶିକ୍ଷୟତ୍ରୀ ମୀନା ଦାସ ଙ୍କର ସବୁଥିରେ ଋଚି ଓ ସବୁଥିରେ ସକାରାତ୍ମକ ଭାବନା. ଯୋଉଠି ସାହିତ୍ୟ ମିଟିଙ୍ଗ ହୁଏ ଲୋକେ ଓ ଆୟୋଜକମାନେ ତାଙ୍କୁ ଖୋଜନ୍ତି. ତାଙ୍କ କଥାକୁ ସମର୍ଥନ କରି ତାଳି ବାଡାନ୍ତି ସତ ହେଲେ ପାଖରେ ବସିଥିବା ସାଥି ସହକର୍ମୀ ଅର୍ଥାତ ଅତିଥି ଅଭିଭାଷଣକାରୀମାନେ ତାଙ୍କ କଥାରେ ସନ୍ତୁଷ୍ଟ ହୁଅନ୍ତି ନାହିଁ କାହିଁକି ଭାବି ଭାବି ମୁଁହଁରୁ ନିଗିଡି ପଡୁଥିବା ଝାଳ ପୋଛି ଆଗେଇ ଚାଲୁଥାଆନ୍ତି.
ଗତ କାଲି ଫେବୃଆରି ଏକୋଇଶ ତାରିଖ ଥିଲା ବିଶ୍ୱମାତୃଭଭାଷାଦିବସ.ତ ଉତ୍କଳ ସମ୍ମିଳନୀ ପକ୍ଷରୁ ଆୟୋଜିତ କରାଯାଇଥିଲା ସାହିତ୍ୟ ସଭା. ସେଠି କେତେକ ଅତିଥି ତାଙ୍କ ବକ୍ତବ୍ୟ ରେ କେବଳ ଓଡ଼ିଆ ସାହିତ୍ୟ ବିଷୟକୁ ପ୍ରାଧାନ୍ୟ ଦେଇ କିଛି କିଛି ମନ୍ତବ୍ୟ ରଖୁଥିଲା ବେଳେ ମୀନା ଦାସ କହିଥିଲେ. ମାତୃଭାଷା ଅର୍ଥାତ ମାଆ ର ଭାଷା. ମାଟିର ଭାଷା. ଶିଶୁ ପ୍ରଥମେ ମାଆ କୋଳରେ ରହି ଯୋଉ ଭାଷା ଶୁଣି, ବୁଝି, କହି ଲେଖି, ଶିଖି ପଢେ ସେହି ଭାଷାକୁ ଆମେ ମାତୃଭାଷା କହିବା. ଯାହା ଆଞ୍ଚଳିକ ତାହା ମାତୃଭାଷା.ଯୁଆଡେ ଗଲେ ଆମ ଦେଶ କଣ ପୃଥିବୀ ବା ବିଶ୍ବର ଭାଷା ଅଲଗା ଅଲଗା ହେଲେ ମଧ୍ୟ ମାଟି ଏକା, ଗଛ ଏକା. କୋଉ ମାଟିରେ କଣ ଚାଷ ହୁଏ କୋଉ ବୃକ୍ଷ କେମିତି ବଢିଛି କିମ୍ବା ତା ପତ୍ର ଭିର୍ନ୍ନ ଓ ଫୁଲ ଫଳ ଭିର୍ନ୍ନ ତଥା ଔଷଧୀୟ ଗୁଣ ଭିର୍ନ୍ନ ହେଲେ ମଧ୍ୟ ସମସ୍ତେ ଛାଇ ଦିଅନ୍ତି. ମାଟି ର ରଙ୍ଗ ଆକାର, ଉର୍ବରତା ଭିର୍ନ୍ନ ଭିର୍ନ୍ନ ହେଲେ ମଧ୍ୟ ସେ ମାଆ ତା କୋଳରେ ଆମେ ବଢ଼ିଛେ ଓ ସେ ଜାତି ଜାତି ଫଳ ଦେଉଛି.ତେଣୁ ନିଜ ଆଞ୍ଚଳିକ ରାଜ୍ୟର କଥା କୁ ମାତୃଭାଷା ରୂପେ ପୂଜା କରି ସେହି ଭାଷା ବିନିମୟରେ ଆମେ ନିଜ ରାଜ୍ୟ ବା ମାତୃଭୂମି ର ଭାଷା ବିନିମୟରେ ଐତିହ୍ୟ, ପରମ୍ପରା, ସଂସ୍କୃତି ଶିଖିବା ସହ ଅନ୍ୟ ଭାଷାର ସମ୍ମାନ କରିବା ଉଚିତ. ତା ସହିତ ସେ କହିଥିଲେ ଏହି ଉତ୍କଳ ସମ୍ମିଳନୀ ପୋଷ୍ଟର ରେ ଥିବା ମଧୁବାବୁ, ଗୋପବନ୍ଧୁ ଓ ତାଙ୍କ ସହସଖା ପଞ୍ଚସଖା , ଐର ଖାରବେଳ, ଗଜପତି କୃଷ୍ଣଚନ୍ଦ୍ର ଦେବ,ଫକୀର ମୋହନ ସେନାପତି ଆଦି ଯୋଗ୍ୟ ବରପୁତ୍ରଗଣ ଜ୍ଞାନ ଗାରିମା ରେ ଅତୁଳନୀୟ ହୋଇ ନିଜ ମାତୃଭୂମିର ଉର୍ନ୍ନତି ସାଧନ ପାଇଁ ମାତୃଭାଷା ର ପୃଷ୍ଠପୋଷକ ରେ ନିଜ ମାଟିରେ କାମ କରି ଓଡିଶାର ସ୍ୱତନ୍ତ୍ର ଗର୍ବ ଓ ଗୌରବ ଅଟନ୍ତି. ସେହିମାନଙ୍କ ଆଦର୍ଶ ରେ ଅନୁପ୍ରାଣୀତ ପର ପିଢ଼ି ମଧ୍ୟ ନିଜର ସମୃଦ୍ଧଶାଳୀ ଜ୍ଞାନ କୁ ନେଇ ବ୍ରେନ ଡ୍ରେନ ହେବା ଅନୁଚିତ. ଓଡ଼ିଆ ମାଟିରେ ନାହିଁ କଣ!ଯେମିତି ଯାହା ନାହିଁ ଜଗତେ... ତାହା ଅଛି ଭାରତେ. ଠିକ ସେମିତି ଓଡ଼ିଆର ଯୁବପିଢ଼ି ସାହିତ୍ୟ,ବିଜ୍ଞାନ, ଗଣିତ, ଇତିହାସ ସବୁଥିରେ ପାରଙ୍ଗମ ହେଲେ ମଧ୍ୟ ନିଜ ମାତୃଭୂମି ରେ ନରହି ଅନ୍ୟ ଦେଶ ବା ବିଦେଶକୁ ଚାଲିଯାଉଛନ୍ତି. ଯାହାକୁ ଆମେ ବ୍ରେନ ଡ୍ରେନ କହୁଛୁ, ତାହା ବନ୍ଦ ହେଲେ ଆମେ ଓଡ଼ିଆ.. ଆମ ଭାଷା ବଢିଆ ଉକ୍ତିଟିର ସଦୁପଯୋଗ ହୋଇପାରିବ କିନ୍ତୁ ନିଜ ଭାଷା ଓ ଦେଶକୁ ଭଲ ପାଇ ସମ୍ମାନ ଦେଖାଇବା ସହ ଅନ୍ୟ ରାଜ୍ୟ ଓ ତାର ଭାଷାକୁ ମଧ୍ୟ ସୁସମ୍ମାନ ଜଣେଇବା ଉଚିତ. ତା ଭିତରେ ଇଂରାଜୀ ଶିଖି ବିଦେଶକୁ ଗଲେ ଅନ୍ୟ ଦେଶର ଲୋକଙ୍କ ସଙ୍ଗେ ଭାବ ଆଦାନ ପ୍ରଦାନ କରିବା ସୁବିଧା ଜନକ ହେବ ବୋଲି କହି ମୀରା ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ. ଉପସ୍ଥିତ ଦର୍ଶକମାନେ ଭାଷଣ କୁ ଖୁବ ପସନ୍ଦ କରି ତାଳି ମାରିଥିଲା ବେଳେ ସହସାଥିରେ ଥିବା ଜୈନିକ ରାମ ଚରିତ ମାନସ ପଠନ, ଶ୍ରବଣ, କଥନ ତଥା କୀର୍ତ୍ତନ ଓ ପାରାୟଣ ରେ ପ୍ରସିଦ୍ଧି ଲାଭ କରିଥିବା ଵ୍ୟକ୍ତି ବିଶେଷ ତାଙ୍କ ଭାଷଣ ରେ ସମସ୍ତଙ୍କୁ ଓ ସମସ୍ତଙ୍କ ବାଣୀ ଓ ଭାଷଣ କୁ ପ୍ରତ୍ୟେକ୍ଷ ଭାବେ ଉଚ୍ଚକୋଟୀର ବୋଲି କହୁଥିବା ବେଳେ ମୀରା ଦାସଙ୍କ ଭାଷଣ କୁ ପରୋକ୍ଷ ଭାବେ ଇଙ୍ଗିତ କରି କହୁଥିଲେ ଆଜି କାଲି ସଭ୍ୟ ସମାଜ ର ଵ୍ୟକ୍ତିମାନଙ୍କର ନିଜ ପିଲାଙ୍କ ପାଟିରୁ ଡାଡି ଓ ମମି ଶୁଣିଲେ ଖୁସି ତ ଆମ ଓଡ଼ିଆ ଭାଷା ଆଗକୁ ବଢିବ କେମିତି!ମୀରା ଦାସ ତାଙ୍କ ଭାଷଣ ଶୁଣି ଭାବୁଥିଲେ ଆମେ ଆଜି ଇଂରେଜମାନଙ୍କ ଭଳି ପ୍ୟାଣ୍ଟ ସାର୍ଟ ପିନ୍ଧୁଛୁ. ଜାନୁଆରୀ ମାସରୁ ଆରମ୍ଭ କରି କ୍ୟାଲେଣ୍ଡର ଓ ପାଞ୍ଜି ଡ଼ିସେମ୍ବର ରେ ଶେଷ କରୁଛୁ ତ ଅନ୍ୟଠାରୁ ଭଲ ଶିଖି ଖରାପ ତ୍ୟାଗ କରିବାରେ ଅସୁବିଧା କୋଉଠି!ପୁଣି ଭାବୁଥିଲେ ଆସନ୍ତା କାଲି ବେରବୋଇ ରେ ଚିଫ ଗେଷ୍ଟ ହୋଇ ଗଲେ କସ୍ତୁରବାଙ୍କ ମହାପ୍ରୟାଣ ଦିବସ ରେ କଣ କହିଲେ ସମସ୍ତେ ଖୁସି ହୋଇପାରିବେ. ସେ ତ ପିଲାଦିନୁ ଶିଖିଛନ୍ତି ସତ କହିବାକୁ କିଆଁ ଡରିବି... ସତ କହି ପଛେ ମଲେ ମରିବି. ଆଉ ସେହି କଥାକୁ ବଳିଷ୍ଠ କରିବାକୁ ଯାଇ ଗାଈ ଆସିଛନ୍ତି ରାମକୃଷ୍ଣ ନନ୍ଦ ଙ୍କ ଲିଖିତ ଆହେ ଦୟା ମୟ ବିଶ୍ୱ ବିହାରୀ...ଘେନ ଦୟା ବହି ମୋର ଗୁହାରି ଜଣାଣ ଗାଇବା ସହ ପିଲାଙ୍କୁ ଶିଖେଇ ଆସୁଛନ୍ତି ସତ୍ୟ ଓ ଅହିଂସା ର ଅସ୍ତ୍ର. ଭାବୁ ଭାବୁ ଘର ଆସିଯାଇଥିଲା. ସନ୍ଧ୍ୟାର ଗୋଠ ବାହୁଡା଼ ସମୟ.ସାନପୁଅର ଫରମାସୀ ସ୍ଲେଟ, ଯୋଉଥିରେ ଗଣନା ପାଇଁ ଗଣନ ଗୋଟି ଲାଗିଥିବ ଆଣିବାକୁ ଭୁଲି ଯାଇଥିଲେ ମୀରା ଦାସ. ଅପ୍ରସ୍ତୁତ ମାଆ ଦୂରରୁ ଦେଖିଲେ ସାନ ପୁଅକୁ କଦମ୍ବ ତାଳ ପକେଇ ବଡ଼ପୁଅ ଗଣେଇ ଚାଲିଛି ଏକ, ଦୁଇ, ତିନି, ଚାରି ଓ ପାଞ୍ଚ.ପୁଣି ଆଗକୁ ଆଗକୁ. ଆଖିରେ ଲୁହ ଆସିଗଲା ମାଆ ମୀରା ଦାସଙ୍କର. ଭାବିଲେ କସ୍ତୁରୀ ମୃଗ ସମ ପୁଅ ଦୁହେଁ କସ୍ତୁରୀରେ ମହକିତ କରିଦେଉଛନ୍ତି ତାଙ୍କ ଗାଁ ଘର ଅଗଣା. ହଠାତ ମୀରା ଦାସଙ୍କ ମନ କହୁଥିଲା ହଁ ଏମିତି ଜଣେ ଥିଲେ କସ୍ତୁରବା ଯାହାଙ୍କ ନାଭିରେ କସ୍ତୁରୀ ଥିଲା ବୋଲି ସେ ଗାନ୍ଧିଜୀ ଙ୍କ ଉପଯୁକ୍ତ ସହଧର୍ମିଣୀ ଓ ସହକର୍ମିଣୀ ହୋଇ ସ୍ୱାଧୀନତା ଆନ୍ଦୋଳନ ରେ ଝାସ ଦେବାକୁ ପ୍ରସ୍ତୁତ ହୋଇ ନାରୀ ଜାଗରଣ ର ମୁଖ୍ୟ ପୁରୋଧା ହୋଇଥିଲେ. କାଲି ସେ ଏହା ହିଁ କହିବେ ସଭା ରେ. ତେଣିକି ମିଳୁ ଗାଳି ଅବା ତାଳି.
