STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ପ୍ରଣାମ ଜଗନ୍ନାଥ

ପ୍ରଣାମ ଜଗନ୍ନାଥ

4 mins
1

ଜଗନ୍ନାଧାମ ଚାରିଧାମ ଭିତରୁ ଅନ୍ୟତମ. ସେଠାକୁ ଯିବା ପୂର୍ବରୁ ମାଆ ପ୍ରସ୍ତୁତ ହେଉଥିଲେ ଓ କାର୍ତ୍ତିକ ସାରି ଫେରିଆସିବା ପରେ ଜଗନ୍ନାଥ ଙ୍କ ଲୀଳା ସହ ପ୍ରଣାମ ର ମହତ୍ତ୍ୱ କଥା କହୁଥିଲେ ତ ନାତି ସବୁ ଶୁଣି, ଦୁଇହାତ ଟେକି ଦେଇ କହୁଥିଲା ଜୟ ଜଗନ୍ନାଥ କହି... ଜୟ ଜଗନ୍ନାଥ କହି, ନାଚୁ ଥିଲା ନାତି ତା ଥେଇ ଥେଇ. ଜେଜେ ମାଆ କହୁଥିଲେ ଆଗେ ଶୁଣୁ ମୋ କଥା.
       ଜଗନ୍ନାଥ ହିଁ ଜଗତର ନାଥ. ସେ ପରଂବ୍ରହ୍ମ. ତାଙ୍କର ଆଦି କାହିଁ ଓ କାହିଁ ଅନ୍ତ!ତଥାପି ସେ ବତିଶ ବେଶ ରେ ଲାଗନ୍ତି ଅତୀବ ଜୀବନ୍ତ. ସେ ସ୍ରଷ୍ଟା. ସେ ସୃଷ୍ଟି. ପୁଣି ସେ ହିଁ ବିଲୟ. ଜଗନ୍ନାଥ ଙ୍କ ଦଶ ଅବତାର ଭିତରେ ସେ ଧାରଣ କରିଥିଲେ ମୀନ ରୂପ, କଚ୍ଛପ ବା କୂର୍ମ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମ, ବଳରାମ ଓ ବୁଦ୍ଧ ରୂପ. ଜଗନ୍ନାଥ ଙ୍କ ଲୀଳା ବଡ଼ ବିଚିତ୍ର. ଭାଗବତ ରେ ଲିଖିତ କରି କରାଉ ଥାଏ ସେହି.. ତା ବିନୁ ଅନ୍ୟ ଗତି ନାହିଁ. ମୀନ ଅବତାର ରେ ସମୁଦ୍ର ମନ୍ଥନ କରି ବେଦ ଗ୍ରନ୍ଥ ଉଦ୍ଧାର କରିଥିଲେ. କଚ୍ଛପ ରୂପରେ ସମୁଦ୍ର ମନ୍ଥନ ସମୟରେ ମନ୍ଦର ପର୍ବତ କୁ ଧାରଣ କରିଥିଲେ. ବରାହ ରୂପରେ ପୃଥିବୀ କୁ ଜଳ ମଧ୍ୟରୁ ନିଜ ଦନ୍ତ ଦ୍ୱାରା ଉତ୍ତୋଳନ କରିଥିଲେ. ନୃସିଂହ ରୂପରେ ପ୍ରହଲ୍ଲାଦ କୁ ରକ୍ଷା କରିବା ସହ ବାମନ ରୂପରେ ଦାନୀ ଅଥଚ ଅହଙ୍କାରୀ ବଳି ରାଜାଙ୍କ ବିନାଶ କରିଥିଲେ. ପର୍ଶୁରାମ ରୂପରେ ପୃଥିବୀରୁ ଏକୋଇଶିବାର କ୍ଷତ୍ରିୟ ନିପାତ କରିଥିଲେ. ଅତ୍ୟାଚାରୀ ତଥା ପାପୀ ରାବଣ ର ନିଧନ କରିଥିଲେ ରାମ ଅବତାରେ. ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଙ୍କ ବଡ଼ ଭାଇ ବଳରାମ ରୂପେ ଆବିର୍ଭୁତ ହୋଇଥିଲେ. ଶିକ୍ଷାଗୁରୁ ବୁଦ୍ଧ ରୂପେ ଜଗତକୁ ନୀତି ଶିକ୍ଷା ପ୍ରଦାନ କରିଥିଲେ. କଳ୍କୀ ଅବତାର ରେ ଜଗନ୍ନାଥ ରୂପେ, ଶ୍ରୀକ୍ଷେତ୍ର ପୁରୀଧାମ ରେ ରହି ଘୋର କଳିଯୁଗକୁ ନିୟନ୍ତ୍ରିତ କରୁଥିବାରୁ ତାଙ୍କୁ କୋଟି କୋଟି ପ୍ରଣାମ କରିବା ସହ କହିବା ଜୟ ଜଗନ୍ନାଥ.
    ଆମେ ଭଗବାନଙ୍କର, ଭଗବାନ ଆମର. ସେ କର୍ମ ଦେଖନ୍ତି ନାହିଁ କେବଳ ଭାବ ଦେଖନ୍ତି. ତେଣୁ ସେ ଭାବଗ୍ରାହୀ ଜନାର୍ଦ୍ଦନ. ତାଙ୍କ ନିକଟରେ କେହି ଶତୃ କେହି ମିତ୍ର ନାହିଁ. ତାଙ୍କର ସମସ୍ତ ଦିବ୍ୟଗୁଣକୁ ଧାରଣ କରି ଭାବ ସହିତ ହୃଦୟର ଅନ୍ତରତମ ପ୍ରଦେଶରୁ କୋହଭରା ପ୍ରାର୍ଥନା କଲେ ହୃଦୟରୁ ପାପ ନାଶ ଯାଇ ଅନ୍ତର ଶୁଦ୍ଧ ହୋଇଯାଏ. ଯେଉଁଭାବେ ହେଉପଛେ ତାଙ୍କୁ ସ୍ମରଣ ରଖି ସମର୍ପିତ ହୋଇପାରିଲେ ସେ ଆମକୁ ତାଙ୍କ ହୃଦୟରେ ସ୍ଥାନ ଦେବେ. ଭଗବତ ସମ୍ମୁଖରେ ନିଜକୁ ଶୂନ୍ୟରେ ପରିଣତ କରିଦେଇ ପାରିଲେ ସେ ଆମର ସମ୍ପୂର୍ଣ୍ଣ ଦାଇତ୍ୱ ନେଇ ଆମକୁ ସୁପରିଚାଳିତ କରିବେ. ସେପରି ଶୁନ୍ୟ ହୋଇପାରିଲେ ହିଁ ପ୍ରଣାମ ସ୍ୱରୂପ ଆମର ଆତ୍ମସମର୍ପଣ ସମ୍ପୂର୍ଣ୍ଣ ହୋଇପାରିବ.
     ଜୁହାର, ପ୍ରଣାମ, ଦଣ୍ଡବତ, ନମସ୍କାର ଯଦିଓ ଗୋଟିଏ କଥା କିନ୍ତୁ ସ୍ଥାନ କାଳ ପାତ୍ର ନେଇ ଭିର୍ନ୍ନ ଭିର୍ନ୍ନ ନିଶ୍ଚିନ୍ତ.ଜଗନ୍ନାଥ ଙ୍କ ନିକଟରେ ସବୁବେଳେ ଦୁଇହାତ ଟେକି ଜୟ ଜଗନ୍ନାଥ କହି ପ୍ରଣାମ ଜଣେଇବା ବାଞ୍ଛନୀୟ. ବହୁ ଶ୍ରଦ୍ଧାଳୁ ଏପରି କରିବା ସହ ଏପରି କରିବାକୁ ମତବ୍ୟକ୍ତ କରିଥାନ୍ତି. ଦେବୀଙ୍କ ନିକଟରେ ଦୁଇ ହାତ ଯୋଡି ପ୍ରଣତି ଜଣାଇବା ଉଚିତ. ଆବଶ୍ୟକ ସ୍ଥଳେ ଚକାମାଡି ବସିପାରିବା. ଶିବଙ୍କ ନିକଟରେ ହାତ ଯୋଡି, ଆଣ୍ଠୁ ମାଡି, ଗାଡ଼ ଛନ୍ଦି ନାତମସ୍ତକ ହୋଇ ଭକ୍ତି ଜଣାଇବା ଉଚିତ. ଏହାର ଅର୍ଥ ହେ ପ୍ରଭୁ ସମସ୍ତ ଶରୀର ତୁମ ଅଧୀନରେ. ତୁମେ ହିଁ ପିଣ୍ଡ ର ପ୍ରାଣ. ତୁମେ ଚାହିଁଲେ ଦଣ୍ଡ ରୁ ମୁକ୍ତି ମିଳିବ. ଅସାଧ୍ୟ୍ୟ ରୋଗ ଦୂର ହେବ. ଠିଆ ଠିଆ ନମସ୍କାର କୌଣସି ଦେବ ବା ଦେବୀ ଙ୍କ ନିକଟରେ କରିବା କଥା ନୁଁହଁ. ଯାନବାହାନ ରେ ମନ୍ଦିର ଅତିକ୍ରମ କରିବା ବେଳେ ମୁଣ୍ଡ ନୁଆଁଇ ପ୍ରଣାମ କରିବା ଉଚିତ. ନମସ୍କାର କେବଳ ଗୁରୁଜନ ରୂପୀ ମାନବ କ୍ଷେତ୍ରରେ ପ୍ରଯୁଜ୍ୟ. ଦୁଇହାତ ଟେକି ବା ଗୋଟିଏ ହାତ କିନ୍ତୁ ମଣିଷକୁ ମଣିଷ ନମସ୍କାର କରିବା କଥା ବା ଉଚିତ. କୁରୁସଭା ତଳେ ଦ୍ରୌପଦୀ ଭଗବାନ ଙ୍କ ନିକଟରେ ହାତ ଟେକି ସମର୍ପିତ ହୋଇଥିଲେ. କୃଷ୍ଣ ହିଁ ଜଗନ୍ନାଥ. ଜଗନ୍ନାଥ ହାତ ଖୋଲି ଭକ୍ତଙ୍କୁ କୋଳେଇ ନେବାକୁ ଚାଁହାଁନ୍ତି. ତେଣୁ ଭକ୍ତମାନେ ହାତ ଖୋଲି ହାତ ଟେକି ଜୟ ଜଗନ୍ନାଥ କହି ସମ୍ପୂର୍ଣ୍ଣ ସମର୍ପିତ ହେବା ବିଧେୟ.
    ଜଗନ୍ନାଥ ସର୍ବୋଚ୍ଚ ମହାନାୟକ. ନିଳାଦ୍ରୀ ଶିରୋମଣି. ଚତୁର୍ଦ୍ଦଶ ବ୍ରହ୍ମାଣ୍ଡ ର ରାଜାଧୀରାଜ. ସର୍ବ କାରଣ ର ମୂଳ. ଏ ଜାଣିର ପ୍ରାଣ ସ୍ପନ୍ଦନ. ତୁମେ ମହାପ୍ରଭୁ ଘେନ ପ୍ରଣାମ. କଳି ଯୁଗରେ ତୁମେ ଯାହାକୁ ଅଧିକ ବିଶ୍ୱାସ କରିବ, ସେ ହିଁ ତୁମକୁ ଧୋକା ଓ ଧକା ଦେବ କିନ୍ତୁ ଜଗନ୍ନାଥଙ୍କୁ ପ୍ରଣାମ କଲେ ନା ଧକା ଧୋକା ପାଇବ ନା ବିଶ୍ୱାସ ହରାଇବ. ତାଙ୍କୁ ଖୁସି କରିବାର ପ୍ରଣାମ ସ୍ୱରୂପ ମନ୍ତ୍ର ଗାଇ ପ୍ରଣାମ କଲେ ସେ ଖୁସି ହୁଅନ୍ତି ବୋଲି ଅନେକଙ୍କ ମତ. ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କଲାବେଳେ ଓଁ ନୀଳାଚଳ ନିବାସାୟ... ନିତ୍ୟାୟ ପରମାତ୍ମନେ... ବଳଭଦ୍ର ସୁଭଦ୍ରାୟ... ଜଗନ୍ନାଥାୟ ତେ ନମଃ ପରି ମନ୍ତ୍ରଟି ଗାଇ ପ୍ରଣାମ କଲେ ଜଗନ୍ନାଥ ଙ୍କ କୃପା ଦୃଷ୍ଟି ବଳବତ୍ତର ରହେ ବୋଲି ବିଶ୍ୱାସ ରହିଛି. ମାନବ ସେବା ହିଁ ମାଧବ ସେବା ହେଲେ ମଧ୍ୟ ଜଗନ୍ନାଥ ଙ୍କୁ ସମର୍ପିତ ହୋଇ ପ୍ରଣାମ କଲେ ଦୁଃଖ, ଶୋକ, ରୋଗ, ଋଣ ଉଭେଇ ଶାନ୍ତି ମିଳିଥାଏ.
    ରଥଯାତ୍ରା ରେ ଜଗନ୍ନାଥକୁ ପ୍ରଣାମ କରିବା ପାଇଁ କୋଟି କୋଟି ଭକ୍ତ ଧାଇଁ ଆସନ୍ତି ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ କୁ. ମଣିମାଙ୍କୁ କୋଟି କୋଟି ଦଣ୍ଡବତ ବା ପ୍ରଣାମ କରି ଭକ୍ତ ରଥ ଦଉଡି ଟାଣେ ଗତି ମୁକ୍ତି ପ୍ରାପ୍ତି ହେବାକୁ. ତୁଳସୀ ଚଢ଼ାଇ ମନୋବାଞ୍ଛା ପୁରଣ କରିବାକୁ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରାଙ୍କୁ ପ୍ରଣାମ ଜଣେଇବାକୁ ରଥଯାତ୍ରା ଏକ ସୁନ୍ଦର ନବାଦିନ ବ୍ୟାପୀ ଯାତ୍ରା ଅଟେ. ସେହି ରଥଯାତ୍ରାରେ ପ୍ରଣାମୀ ସ୍ୱରୂପ ଦାସିଆ ବାଉରୀ ହାତରୁ ନଡ଼ିଆ ନେବା ତଥା ଭକ୍ତ ସାଲବେଗ ଙ୍କ ପାଇଁ ରଥ ଅଟକିବା କାହାରିକୁ ଅଛପା ନାହିଁ. ଛଡା ତୁଳସୀ ଟିକେ ପାଇବାକୁ ଭକ୍ତ ପ୍ରଣାମ ଜଣାଏ ପ୍ରଭୁ କାଳିଆ ଠାକୁରଙ୍କୁ, ପ୍ରଭୁ ବଳଭଦ୍ରଙ୍କୁ ଓ ମାଆ ହଳଦୀମୁଖି ସୁଭଦ୍ରାଙ୍କୁ. ଜୀବନକୁ ଧନ୍ୟ କରିବାକୁ ଦୁଇ ହାତ ଟେକି ଦେଇ ପ୍ରଣାମ କରି କହୁଥାଏ ଜୟ ଜଗନ୍ନାଥ ପ୍ରଭୁ ଜୟ ଚତୁର୍ଦ୍ଧା.ଆଉ କାହିଁକି ଅପେକ୍ଷା ଆସନ୍ତୁନା ପ୍ରଣାମ କରିବା ଦୁଇହାତ ଟେକି ଦେଇ... ଜୟ ଜଗନ୍ନାଥ କହି କରିବା ପ୍ରଣାମ.ଜେଜେମାଆ ଙ୍କ କଥା କୁ ଅପେକ୍ଷା ନକରି ନାତି ପୁଣି ପାଳି ଧରି ଚାଲିଥିଲା ଦୁଇହାତ ଟେକି ଜୟ ଜଗନ୍ନାଥ କହି.. ଜୟ ଜଗନ୍ନାଥ କହି.



Rate this content
Log in

Similar oriya story from Classics