ଜୀବନର ଧୁ ଧୁ ଖରା ସଦୃଶ ମାୟା ମରୀଚିକାର ମରୁବାଲିରେ କାହାକୁ ଯଦି ଓଏସିସ ମିଳିଯାଏ ଜୀଵନ ହୁଏ ଧନ୍ୟ ଓ ପୂର୍ଣ୍ଣ. ସେମିତି ଆଗପଟ ବାଲକୋନିରେ ବସିଥିବା ଝିଅଟି ଯେବେ ହସିଦିଏ, ଆଣ୍ଟି ବୋଲି ଡାକିଦିଏ ପୁଣି ଆଉ କୋଉ ବହି ଆପଣଙ୍କର ପ୍ରକାଶିତ ହେଲାଣି କି ପଚାରି ପଢିବାକୁ ମାଗିବସେ ସତରେ ଅସୀତାଙ୍କ ଜୀଵନ ସାୟାହ୍ନ ଆକାଶରେ ଚାନ୍ଦ ହସେ. ଝିଅଟି ଚାହିଁଥାଏ ସତେଯେମିତି ଦୁଇପଦ କଥା ହେବାକୁ ଅସୀତାଙ୍କ ସହ. ଅସୀତାଙ୍କୁ ମଧ୍ୟ ସମ୍ପର୍କ ମରୁଝଡ଼ରେ ସଜଫୁଟା ଗୋଲାପ କଢ଼ିଟି ମିଳିଯାଏ. ଝିଅଟିକୁ ଦେଖିଦେଲେ ଭାବପ୍ରବଣତା ଭିତରେ ଅନେକ ପ୍ଲଟ ମିଳିଯାଏ ଲେଖିବାକୁ. ଆଗକୁ ବଢିବାକୁ. ଏଇ କିଛି ଦିନ ହେଲାଣି ଝିଅଟି ଆଉ ବାଳାକୋନିର କାଠ ଚେୟାର ଉପରେ ବସୁନି. ଆଖି ସହ ହୃଦୟ ଝିଅଟିକୁ ଖୋଜିଲା ବେଳେ ଝିଅଟି ହସ୍ପିଟାଲରେ ଅଛି ଶୁଣି ଅସ୍ଥିର ଲାଗିଲା ଅସୀତାଙ୍କୁ ତ ଦଉଡି ଗଲେ ସେ କ୍ୟାପିଟାଲ ହସ୍ପିଟାଲର ଥାର୍ଡ଼ ଫ୍ଲୋରେ ଥିବା ସିଟ ନମ୍ବର ଦଶ ରୁମନମ୍ବର ବାଇଶକୁ. ଝିଅଟିକୁ ଇଞ୍ଜେକ୍ସନ ଦିଆଯାଉଥିଲା. ସାଲାଇନ ଅସ୍କିଜେନ ମଧ୍ୟ ଲାଗିଥିଲା. ବହୁ ସମୟ ପରେ ଝିଅଟିର ଚେତା ଫେରିବା ପରେ ତାର ପ୍ରଥମ ଦୃଷ୍ଟି ଅସୀତାଙ୍କ ଉପରେ ପଡିଥିଲା ତ ଗୋଟେ ସୁନ୍ଦର ହସ ଉକୁଟି ଆସିଥିଲା ଝିଅଟି ମୁଁହରୁ. ଡାକ୍ତର, ନର୍ସ ଓ ପରିବାର ଲୋକ ଆଶ୍ଚର୍ଯ୍ୟ ହେଲେ. ପୋଲିଓ ପେସେଣ୍ଟ ଝିଅଟିକୁ ଠିକ ହୋଇ ଘରକୁ ଫେରିବାକୁ ଢେର ଦିନ ଲାଗିବ କହୁଥିଲେ ଡାକ୍ତର. ପୁଣି ଶାରୀରିକ ଶକ୍ତି ଅପେକ୍ଷା ମାନସିକ ଶାନ୍ତି ଝିଅଟି ପାଇଁ ଦରକାର ଥିଲା ବେଳେ ଅସୀତାଙ୍କ ହାତରୁ ସଜ ଗୋଲାପ ଫୁଲ ତୋଡ଼ା ଗ୍ରହଣ କରୁ କରୁ ଝିଅଟି ପଚାରୁଥିଲା ସବୁଦିନ ଆସିବ ନା ଆଣ୍ଟି?ନିଶ୍ଚୟ ମୋ ମାଆକୁ ଦେଖିବାକୁ ସବୁଦିନ ଆସିବି. ମୋ ପାଇଁ ଏମିତି ତାଜା ଲାଲ ଗୋଲାପ ଫୁଲ ତୋଡ଼ା ଆଣିଦେବ ନା ଆଣ୍ଟି?ନିଶ୍ଚୟ ଆଣିବି କହି ଅସୀତା ସବୁଦିନ ଯାଉଥିଲେ ଓ ଝିଅଟି ଖୁବ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବ ଶୁଣି ଖୁସିରେ ଫାଟି ପଡୁଥିଲେ.ବାଲକୋନୀରେ ନିଜ ହାତରେ ଲଗାଇଥିବା ଲାଲ ଗୋଲାପ ଗୁଡିକୁ ସାଉଁଳି ଦେବା ବେଳେ ଅସୀତାଙ୍କୁ ଲାଗୁଥିଲା ଝିଅଟି ଯେମିତି ତାଙ୍କ ପାଖରେ ଅଛି.
ବଙ୍ଗାଲୋର ସାହିତ୍ୟାୟନ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଆସିବା ପରେ ଝିଅଟିର ଅବସ୍ଥା ଖୁବ ସାଙ୍ଘାତିକ ହୋଇ ପଡିଥିଲା ଶୁଣି ତାର ଦିନେ ଦୁଇଦିନ ପରେ ଅସୀତା ଖୁବ ସୁନ୍ଦର ସଜ ଗୋଲାପର ତୋଡ଼ା କରି ଦଉଡି ଯାଇଥିଲେ ଝିଅଟିକୁ ଦେଖା କରିବାକୁ ହେଲେ ଥାର୍ଡ଼ ଫ୍ଲୋରର ଦଶ ନମ୍ବରସିଟରେ ବାଇଶ ନମ୍ବର ରୁମରେ ଆଉ କେହି ଥିଲେ. ପରିଚିତ ଡାକ୍ତରଙ୍କୁ ଦେଖି ଅସୀତା ପଚାରିଥିଲେ ଝିଅଟି ସମ୍ପର୍କରେ କାରଣ ଏଥର ବାଲକୋନୀରୁ ସବୁଦିନ ତା ସହ ଦେଖା ହେବ ନିଶ୍ଚୟ . ଡାକ୍ଟର କହିଲେ ଆଉ କେବେ ବି ଝିଅଟି ସଙ୍ଗେ ଦେଖାହୋଇପାରିବ ନାହିଁ ମ୍ୟାଡାମ. କାହିଁକି ଡକ୍ଟର? ସେ ଆଉ ଏ ଦୁନିଆଁରେ ନାହିଁ କିନ୍ତୁ ଆପଣଙ୍କୁ ଖୋଜୁଥିଲା ଖୁବ. କଣ ହୁଏ ସେ ଆପଣଙ୍କର?ସେ ମୋର ମରୁଭୂମିର ଓଏସିସ ଡକ୍ଟର ସେ ମୋ ଜୀଵନ ମରୁଦ୍ୟାନର ସଜ ଗୋଲାପଟିଏ. ଡାକ୍ତରଙ୍କ ପ୍ରତିକ୍ରିୟା କୁ ଅପେକ୍ଷା ନକରି ଅସୀତା ଦଉଡିଥିଲେ ଘରକୁ. ବାଲକୋନୀର କାଠ ଚେୟାର ଶୁନ୍ୟ ପଡିଥିଲା ଆଉ ଘରେ ତାଲା ଝୁଲୁଥିଲା. ଏବର୍ଷ ରଥ ଯାତ୍ରାରେ ତାଙ୍କୁ ଘୋଷିକା ଭାବେ ନିର୍ବାଚିତ କରାଯାଇଥିଲା ସତ ହେଲେ ଅଭିମାନରେ ସେ ପ୍ରତ୍ୟାକ୍ଷାନ କରିଥିଲେ.ସ୍ୱପ୍ନରେ ଝିଅଟି ସତେ ଯେମିତି କହୁଥିଲା ଦୁରେଇ ଦେଲେ ଦୂରତା ବଢିଯାଏ. ଶ୍ରଦ୍ଧା ସୁମନ ଦେଇ ଭକ୍ତି ଭାବ ଉଜ୍ଜୀବିତ କରିବାକୁ ହେଲେ ସମୟ ପରିସ୍ଥିତି ଓ ସୁଯୋଗକୁ ହାତଛଡା କରିବା ଉଚିତ କଥା ନୁହେଁ. ରଥଯାତ୍ରା ଦିନ ଢେର ସାରା ସଜ ଗୋଲାପ ସହ ପୁରୀକୁ ଚାଲିଲା ବେଳେ ପଛରୁ କେହି କହୁଥିଲା ଜଗନ୍ନାଥଙ୍କୁ ଆମ ଭିତରେ ଥିବା ଶ୍ରଦ୍ଧା କଥା କହିବ ନା ଆଣ୍ଟି?ଆଖିଦୁଇଟି ଲୁହରେ ଗଙ୍ଗା ଯମୁନା ପାଲଟି ଯିବାବେଳେ ଫୋନ ଆସିଥିଲା ଜଗନ୍ନାଥଙ୍କ ରଥଯାତ୍ରା ଧାରାବିବରଣୀ କାର୍ଯ୍ୟ ଶ୍ରଦ୍ଧାରେ ମିଳିଛି. ମନା କରନ୍ତୁନି ମ୍ୟାଡାମ ଶୀଘ୍ର ପହଞ୍ଚନ୍ତୁ. କିଏ କହୁଛନ୍ତି କହିବା ବେଳକୁ ଫୋନ କଟିଯାଇଥିଲା. ରଥଯାତ୍ରାରେ ସେ ସବୁରି ସ୍ୱର ଭିତରେ ତାଙ୍କୁ ଫୋନ କରୁଥିବା ସ୍ୱର ଖୋଜିଲା ବେଳେ ଝିଅଟିର ସ୍ୱର ଶୁଭୁଥିଲା ଯେମିତି.
ରଥଯାତ୍ରା ପରେ ରଥଯାତ୍ରା ଆସୁଥିଲା ସବୁବର୍ଷ ଆଉ ଉତ୍ତାପର ଡିଗ୍ରୀ ବଢୁଥିଲା ଦିନକୁ ଦିନ. ଠିକ ସେହି ସମୟରେ ଏସି ଖରାପ ହୋଇଯାଇଥିଲା ତ ଅସୀତା ନିଜ ଘରୋଇ ଇଲେକ୍ଟ୍ରିସିଆନ ପଙ୍କଜକୁ ଡକାଇ ପଠାଇଥିଲେ. ପଙ୍କଜର ଝିଅ ହୋଇଥିବାରୁ ସେ ଖୁବ ଦୁଃଖ କରୁଥିବା ଶୁଣି ଅସୀତା ଖୁବ ବୁଝାଇଥିଲେ ପଙ୍କଜକୁ. ଝିଅ ଘରର ଲଷ୍ମୀ. ଝିଅ ଦୁଇକୂଳର ହିତା ବୋଲି କହି ଅନେକ ଉଡାହାରଣ ଦେଇ ଚାଲିଥିଲେ ଝିଅ ସପକ୍ଷରେ ତ ପଙ୍କଜ ଏଯାବତ ଧର୍ଯ୍ୟର ସହ ଝିଅମାନଙ୍କ ଗୁଣଗାନ ଶୁଣୁଥିବା ବେଳେ ଏକଦମ ବିରକ୍ତି ପ୍ରକାଶ କରିଥିଲା. କହିଥିଲା ରାଣୀ ଲଷ୍ମୀବାଇ ହୁଅନ୍ତୁ ବା ରେଜିଆ ସୁଲତାନା ହୁଅନ୍ତୁ ସମସ୍ତଙ୍କ ପଛରେ କେହିନାହା କେହି ପୁରୁଷ ସ୍ୱାମୀ ରୂପେ, ପିତା ରୂପେ, ବନ୍ଧୁ ରୂପେ ତାଙ୍କୁ ବଳ ଦିଅନ୍ତି ଓ ସହାୟ ହୁଅନ୍ତି ମୁଁ ଗରୀବ ଇଲେକ୍ଟ୍ରିସିଆନ ମାତ୍ର. ମୋର କାହିଁ ବଳ କଳ କୌଶଳ ଓ ସାମର୍ଥ୍ୟ ମ୍ୟାଡାମ ଯେ ମୁଁ ଝିଅ ବୋଝ ମୁଣ୍ଡେଇ ପାରିବି!ଏହି ଝିଅକୁ ମିଶେଇ ତିନିତିନିଟା ଝିଅ ଜନ୍ମ କଲାଣି ମୋ ସ୍ତ୍ରୀ. କେତେ ସହିବି ଆଉ? ବଡ଼ ଦୁଇଝିଅ କେତେ ବଡ଼ ହେଲେଣି ପଚାରିଦେଇ ଯାହା ଉତ୍ତର ପାଇଲେ ପଙ୍କଜଠାରୁ, ସ୍ତବ୍ଧ ଚକିତ ହୋଇଗଲେ ଅସୀତା. ଦୁଇଝିଅ ଜନ୍ମ ହେଉ ହେଉ ତାଙ୍କ କାମ ବଢ଼େଇ ଦିଏ ମ୍ୟାଡାମ ହେଲେ ଏ ଝିଅଟାକୁ ମାଆ ତାର ଜାବୁଡି ଧରି ଖାଲି କାନ୍ଦୁଛି. ପୋଲିଓ ଆକ୍ରାନ୍ତ ଝିଅଟା କୋଉଦିନ ମରିବ ହେଲେ ସେଯାଏଁ ତାକୁ ରଖି ପାରିବାର କ୍ଷମତା କାହିଁ ମୋର?ଦେହ ଥରି ଉଠିଲା ଅସୀତାଙ୍କର. ସେହିଦିନ ରାତିରେ ପଙ୍କଜର ଝିଅକୁ ତା ମାଆ କୋଳରୁ ଆଣି ଆସିବା ବେଳେ ଝିଅର ମାଆ ବସୁଧା କହୁଥିଲା ମୋ ବୁକୁ ପଛେ ଫାଟିଯାଉ ମୋ ଝିଅ ବଞ୍ଚିଯାଉ. ଛାତିରେ ଝିଅକୁ ଜଡ଼ାଇ ଧରି ଅସୀତା କହୁଥିଲେ ତୁମ ବୁକୁର ସୁଧା ପିଇ ସେ ଆଜି ଶ୍ରଦ୍ଧା ସ୍ୱରୂପ ରୂପେ ମୋ ଝିଅ ଗୋଲାପ.ଝିଅଟିକୁ ପାଇ ଅସୀତା କହୁଥିଲେ ମୁଁ ଫେରିପାଇଛି ତାକୁ. କାହାକୁ ମ୍ୟାଡାମ? ମୋ ସଜ ଫୁଟା ଗୋଲାପକୁ. ତାଙ୍କର ଆଜି ଖୁବ ମନେ ପଡୁଥିଲା ସେଇ ଝିଅଟି ଯିଏ ତାଙ୍କୁ ଆଣ୍ଟି ଡାକୁ ଡାକୁ ଅତ୍ମୀୟତା କାଟି ଏ ଦୁନିଆଁରୁ ବିଦାୟ ନେଇଯାଇଥିଲା.ଅସୀତା ଖାଲି ଗୋଲାପକୁ ଆଣିନଥିଲେ. ଖୋଜି ଖୋଜି ବାପା ପଙ୍କଜ ଓ ମାଆ ବସୁଧା ସହାୟତାରେ ତା ଉପର ଦୁଇଭଉଣୀଙ୍କୁ ମଧ୍ୟ ବାଳାଶ୍ରମରୁ ନେଇଆସିଥିଲେ ପାଖକୁ. ଘରେ ରଖିଥିଲେ ବାପା ପଙ୍କଜ ଓ ମାଆ ବସୁଧାକୁ. ଜୀବନର ତମାମ ସମୟ କିଛି ପାଇନଥିଲେ ମଧ୍ୟ ଏବେ ଦାନରେ ପୁଣ୍ୟ ଓ ମହତ ଉଦ୍ଦେଶ୍ୟର ମହତ୍ୱକାଂକ୍ଷା ସନ୍ଧାନ ପାଇ ରୋଜା ଲିଜା ଓ ଗୋଲାପକୁ ପଢ଼େଇ ବଢ଼େଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ଲକ୍ଷ ପୁରଣ ଦିଗରେ ଲାଗିପଡ଼ିଥିଲେ ଅସୀତା . ରୋଜା ଡାକ୍ତର ହୋଇ ବାହାରିଲା ବେଳେ ଲିଜା ବ୍ୟାଙ୍କ ଅଫିସର ହୋଇ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ ଦୁହେଁ କିନ୍ତୁ ଗୋଲାପ ତାର ପୋଲିଓ ଗୋଡ଼ରେ , ପାଠ ଶାଠ ପଢିଥିଲେ ମଧ୍ୟ ଗୀତା, ବେଦ, ରାମାୟଣ ପଢା ସହିତ ଜଗନ୍ନାଥଙ୍କୁ ଖୁବ ଭକ୍ତି କରୁଥିଲା. ତା ଭକ୍ତି ଥିଲା ମୀରାଙ୍କ ପରି ଉପଲବ୍ଧି କରି ବାପା ମାଆଙ୍କ ସହାୟତାରେ ଅସୀତା ତାକୁ ପ୍ରତିବର୍ଷ ଜଗନ୍ନାଥ ଧାମକୁ ନେଉଥିଲେ,ନବଦିନ ବ୍ୟାପୀ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ଭଜନ ଓ ଅବଢ଼ା ଭୋଜନ କରୁଥିଲେ ମଧ୍ୟ ଗୋଲାପ ତାର ଦେବଦାସୀ ହେବାର ଇଛା ପ୍ରକଟ କରିଥିଲା. ଜଗନ୍ନାଥଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ଯାଇ ଗୋଲାପ ତା ଇଛା ଵ୍ୟକ୍ତ କରିଥିଲେ ମଧ୍ୟ ପୋଲିଓ ଆକ୍ରାନ୍ତ ଗୋଡ଼ ହୋଇଥିବାରୁ ଏଥିରୁ ନିବୃତ୍ତ ରହିବାକୁ ସମସ୍ତେ ତାକୁ ପରାମର୍ଶ ଦେଇଥିଲେ ମଧ୍ୟ ସେ ନାଚ ଶିଖୁଥିଲା. ଥରକୁ ଥର ପଡି ମଧ୍ୟ ଅଭ୍ୟାସ ଜାରିରଖିଥିଲା. ସେଥର ବହୁ ମହିଳା ଭକ୍ତ ଦେବଦାସୀ ହେବାପାଇଁ ଆବେଦନ କରିଥିଲେ. ସେଥିପାଇଁ ପ୍ରଶ୍ନ,କବିତା, ଗୀତ, ଭଜନ ଜଗନ୍ନାଥଙ୍କ ମହିମା କଥନ ଇତ୍ୟାଦି ସବୁ ବିଭାଗର ପରୀକ୍ଷା ପରେ ମୁଖ୍ୟ ପରୀକ୍ଷା ଥିଲା ନାଚ. ପରିବାର ସଦସ୍ୟଙ୍କ ପ୍ରୋତ୍ସାହନ ଥିଲେ ମଧ୍ୟ ନାଚରେ କଣ ଗୋଲାପ ପାରିବ ଭାବି ସମସ୍ତେ ଦୁଃଖୀ ଥିଲେ.ହାରିଯାଇ ନଥିଲା ଗୋଲାପ.
ଶେଷରେ ନାଚିବାକୁ ଜଣଙ୍କ ପରେ ଜଣଙ୍କର ପାଳି ପଡୁଥାଏ. ଶେଷକୁ ଗୋଲାପର ନାମ ଡାକରା ହେଲା. ଜଜ ମାନେ ପରସ୍ପର ମୁହଁକୁ ଚାହୁଁଥିଲା ବେଳେ ଅନ୍ୟ ପାର୍ଥିନୀମାନେ ଥଟ୍ଟା ପରିହାସ କରୁଥିଲେ.ଷ୍ଟେଜକୁ ଉଠିବା ପୂର୍ବରୁ ଗୋଲାପ ପ୍ରଥମେ ପିତା ମାତା ଓ ଅସୀତାଙ୍କ ପଦ ବନ୍ଦନା କରିବା ପରେ ଜୟ ଜଗନ୍ନାଥ କହି ଉଠିଲା ଷ୍ଟେଜକୁ. ଅସୀତା ମଧ୍ୟ ଘରୋଇ ଡାକ୍ତରଙ୍କୁ ଡକାଇଥାଆନ୍ତି. ଗୋଲାପ ନାଚୁଥିଲା ଅଭିନଵ ଢଙ୍ଗରେ, ତା ସହ ନିଜେ ଗାଉଥିଲା ଭକ୍ତି ରସ ପୂର୍ଣ୍ଣ ଜଣାଣ. ଏମିତି ନାଚୁଥିଲା କଳ୍ପନା ବାହାରେ ଥିଲା. ସେ ତା ପୋଲିଓ ଗୋଡ଼ରେ ଏପରି ପ୍ରତିଭା ଦେଖାଇ ପାରିବ କେହି ବିଶ୍ୱାସ କରିପାରୁନଥିଲେ. ସବୁ ସେଇ ଲୀଳାମୟଙ୍କ ଇଛା କହି ଅସୀତା କନ୍ୟାକୁ କୋଳେଇ ନେଇଥିଲେ ନାଚ ଶେଷରେ.ଫଳ ଘୋଷଣାର ସମୟ. ଜଗନ୍ନାଥଙ୍କର କାହା ପ୍ରତି ଆଶୀର୍ବାଦ ଅଛି? ତାଙ୍କ ସେବା କରିବାର ସୁଯୋଗ ପାଇବାକୁ କିଏ ହକଦାର ଦେଖିବାର କଥା. ନାମ ଘୋଷଣା ପରେ ଗୋଲାପ ଚେତା ହରାଇ ପଡିଥିଲା କାରଣ ତା ନିଜ ନାମ ହିଁ ବିଜେତା ରୂପେ ଘୋଷଣା କରାଯାଇଥିଲା. ଡାକ୍ତରଙ୍କୁ ଦେଖାଇ ପରୀକ୍ଷା କଲାପରେ ସମସ୍ତଙ୍କୁ ଚକିତ କରି ବିନା କ୍ରଚ ଓ ବିନା କାହା ସାହାରାରେ ଗୋଲାପ ଆସିଥିଲା ଘରକୁ.ଯାହାର ଜଗନ୍ନାଥ ଭରସା ଯେତେ ଲୋକ ହସିଲେ ମଧ୍ୟ ସେ ବିଜୟ ଲାଭ କରିବ ହିଁ କରିବ . ଯିଏ ନାଚି ପାରିଲା ସେ ଆଉ ବିନା ସାହାଯ୍ୟରେ ନଚାଲିବ ଏକଥା ମଧ୍ୟ ସତ କି ମିଛ ମନ ମାନୁଥିଲେ ଆଖି ବୁଝୁନଥିଲା କି ଆଖି ବୁଝୁଥିଲେ ମନ ମାନୁନଥିଲା.ପୋଲିଓ ଗୋଡ଼ ଦେଖି କେହି ବିଶ୍ୱାସ କରୁନଥିଲେ ମଧ୍ୟ ଗୋଲାପର ନାଚ ତାକୁ ସଜ ଗୋଲାପଟିଏ ବନେଇ ଦେଇଥିଲା. ସମସ୍ତେ କହୁଥିଲେ ଜୟ ଜଗନ୍ନାଥ କି ଜୟ.ଅସୀତା ସଜ ଗୋଲାପ ମାଳ ଚଢେଇ ଦୀପ ବସାଉଥିଲେ ଜଗନ୍ନାଥଙ୍କୁ ଝିଅର ସୁନେଲି ଭବିଷ୍ୟତ ପାଇଁ.
ଏପଟେ ଭିକ୍ଷାବୃତ୍ତି ଆପଣେଇବା ଅପେକ୍ଷା ଅନ୍ୟ କିଛି କରି ପେଟ ପୋଷିବାକୁ ସ୍ଥିର କରି ମାଦଳ ମାଧବ ସେଦିନ ଠାକୁରଙ୍କୁ ମୁଣ୍ଡିଆ ମାରି ଉଠିଲା ବେଳକୁ ସୋମୁ ଓ ତା ମାଆ କାନ୍ତା ମନ୍ଦିର ଭିତରକୁ ପ୍ରବେଶ କରୁଥିଲେ. ବାପା ମାଆ ଚାଲିଯିବା ପରେ ଅସହାୟ ହୋଇପଡିଥିବା, ପୋଲିଓ ଗ୍ରସ୍ତ ମାଧବର ଏବେ ସୋମୁ ଓ ତା ମାଆ ଭାରି ନିଜର. ମାଧବ ଚିନ୍ତାରେ ପିତା ମାତା ଦୁହେଁ ଚିନ୍ତିତ ରହି ବାଧିକା ପଡିଲା ବେଳେ ମାଧବ କାନରେ କହିଦେଇ ଯାଇଥିଲେ କାହା ସଙ୍ଗେ କଳି କରିବୁ ନାହିଁ ପୁଅ. ସେଇ ନୀଳମାଧବଙ୍କୁ ଭରସା କରିବୁ ସେ ହିଁ ତୋତେ ଆହା କରିବେ,ସାହା ହେବେ ଓ ରାହା ଦେଖେଇବେ. ସତକୁ ସତ ପିତା ମାତାଙ୍କ ଅନ୍ତେ ଭାଇମାନଙ୍କ ସଙ୍ଗେ କଳି କଲା ନାହିଁ ସମ୍ପତ୍ତି ପାଇଁ ମାଧବ କାରଣ ସେ ଜାଣିଥିଲା, ସମ୍ପତ୍ତି ଅର୍ଥାତ ଜମିନେଇ ସେ ଚାଷବାସ କରିପାରିବ ନାହିଁ. ଦ୍ୱିତୀୟ କଥା ଅନୁଯାୟୀ ମନ୍ଦିରରେ ଭାବ ଭକ୍ତିରେ ବସି ନୀଳମାଧବଙ୍କୁ ଭକ୍ତି କରିବା ଭିତରେ ସୋମୁ ଓ ତା ମାଆ କାନ୍ତାଙ୍କ ନଜରରେ ପଡେ ମାଧବ. ପ୍ରତିଦିନ ସେମାନେ କିଛିନା କିଛି ଖାଦ୍ୟ ସହ ଶୀତ ଦିନ ପାଇଁ ଶୀତ ବସ୍ତ୍ର ଓ କମଳ ଦେଇଥାନ୍ତି. ଆଖିରୁ ଲୁହ ଦୁଇଟୋପା ଝରାଇ ମାଧବ ନିଜ ଦୁଃଖ ଜଣାଇବା ସହ ସୋନୁ ପାଇଁ ମଧ୍ୟ ଡାକୁଥାଏ ଠାକୁରଙ୍କୁ. କେତେଦିନ ତାଙ୍କ ହାତଟେକାରେ ଜୀବନ ଧାରଣ କରିବ ଭାବି ସେ ଅନେକ ସମୟରେ ଭିକ୍ଷା ବୃତ୍ତିକୁ ଆପଣେଇବାକୁ ଯାଇ ପାରିନି. ଆଜି ସେ ସୋନୁ ବାବୁଙ୍କ ହାତରେ ଲାଲ ରକ୍ତର ଗୋଲାପ ଗୁଚ୍ଛ ଦେଖି ଆକର୍ଷିତ ହେଲା. ଜାଣିପାରିଲା ସୋନୁ ବାବୁଙ୍କ ବାଡ଼ିରେ ଏହି ଫୁଲ ଫୁଟୁଛି. ତା ଆରଦିନ ଛଡା ଫୁଲ ଭିତରେ ଲାଲ ଗୋଲାପ ଡ଼ାଳ ଗୁଡିକୁ ନେଇ ସେ ମନ୍ଦିର ଚାରିପଟେ ପୋତିଦେଲା. କଣ୍ଟା ଡ଼ାଳ ହେଇଥିବାରୁ ଛେଳି ଗାଈ କେହି ଗଛକୁ କ୍ଷତି ପହଞ୍ଚାଉ ନଥିବା ବେଳେ, କିଛି ଦିନ ପରେ ସେଥିରୁ ଅନେକ ଡାଳ ଶୁଖିଯାଇଥିଲେ ମଧ୍ୟ ଗୋଟିକରୁ ନୂଆଡାଳ ବାହାରି ଗଛ ବଢିବାକୁ ଲାଗିଲା. ଚାହୁଁ ଚାହୁଁ ଫୁଲ ମଧ୍ୟ ଫୁଟିଲା. କି ଆନନ୍ଦ ମାଧବର ସେଦିନ. ଫୁଲଟିକୁ ତୋଳି ନୀଳମାଧବଙ୍କୁ ଦେଲାବେଳେ ତା ଭିତରେ ତା ବାପାଓ ମାଆ ଯେମିତି କହୁଥିଲେ ତୁ ବି ଗୋଲାପ ଚାଷ କରିପାରିବୁ.ଭାଇମାନେ ରାଜି ହୋଇଯାଇଥିଲେ, ଜମି ଦେବାକୁ ତ ଗୋଲାପ ବଗିଚାଟିଏ ଅଚିରେ ମୁଣ୍ଡଟେକିଥିଲା ଜମିରେ. ମନ୍ଦିରକୁ ଆସୁଥିବା ପ୍ରତ୍ୟକ ଭକ୍ତ ଗୋଲାପ କିଣି ଠାକୁରଙ୍କୁ ସମର୍ପିତ କରୁଥିବାରୁ ଦୁଇ ପଇସା ରୋଜଗାର କରିପାରିଲା ମାଧବ.
ଏଣିକି ସୋନୁ ବାବୁଙ୍କ ପରିବାରଙ୍କର ସାହାଯ୍ୟ ସହଯୋଗରେ ତାଙ୍କ ଗାଡିରେ ଗୋଲାପ ଗୁଚ୍ଛ କରି ସହରକୁ ନେଇ ଯାଉଥିଲା ମାଧବ. ଖୁବ ଚାହିଦା ଥିଲା ମାଧବ ଭାଇର ରକ୍ତ ଗୋଲାପ ତୋଡ଼ାର. ତ ମାଧବ ଭାବୁଥିଲା ତା ନିଜର ଯଦି ଦୋକାନଟିଏ ଥାଆନ୍ତା ତେବେ ସେ ଆଉ ସୋନୁ ବାବୁଙ୍କୁ ବା ତାଙ୍କ ପରିବାରର ନିର୍ଭରଶୀଳ ନହୋଇ, ସହରରେ ଦୋକାନ ଖଣ୍ଡେ କରିପାରାନ୍ତା. ଏଥର କାନ୍ତା ତାକୁ କହିଥିଲେ, ବ୍ୟାଙ୍କ ଲୋନ ପାଇଁ ଆବେଦନ କରିବାକୁ. ନିଜେ ପୋଲିଓ ରୋଗୀ ହୋଇଥିବାରୁ ଏଣିକି ଦୌଡ଼ା ଧାପାଡ଼ କରିପାରୁନଥିଲା ମାଧବ. ସହଜେ ଶିକ୍ଷା ଅଭାବରୁ ତାର ଯୋଗ୍ୟତା ନାହିଁ କହି ଲୋନ ଖାରଜ ହୋଇଯାଇଥିଲା. ବେଳକୁ ବେଳ ବୟସ ବଢ଼ୁଥିବାରୁ ସେ ଆଉ ଗୋଲାପ ଚାଷ କରିବାକୁ ପାରୁନଥିବା ବେଳେ ଶୁଣିଲା ତାକୁ ଭତ୍ତା ମିଳିବ. କେବେ ବିଡ଼ିଓ କେବେ କଲେକ୍ଟରଙ୍କ ପାଖକୁ ଯାଇ ଯାଇ ସେ ହତାସ ହେଉଥିବା ବେଳେ, ସେମାନଙ୍କ ପ୍ରତିଶ୍ରୁତି ତାକୁ ମିଛ ଭଳି ଲାଗୁଥିଲା. ସେମାନେ ପ୍ରତ୍ୟେକ ଥର ତାକୁ ଆଶା ଆଶ୍ଵାସନା ଦେଇ ଭତ୍ତା ହୋଇଯିବ ବୋଲି କହୁଥିଲେ, ହେଲେ ତା ନାମ ଭତ୍ତା ତାଳିକାରେ କାହିଁକି ନଥିଲା ସେ ବୁଝିପାରୁନଥିଲା. ହତାସ ଓ ନିରାଶ ନହୋଇ ଏବଂ ସରକାରୀ ସୁବିଧା ପାଇବାକୁ ପାଦରେ ଏଡେଇ ସେ ପୁଣି ଗୋଲାପ ଚାଷ କଲା. ମନ୍ଦିର ସାମ୍ନାରେ ବସି ଗୋଲାପ ବିକୁଥିଲା ବେଳେ କେତେ କିଏ ଭକ୍ତ କିଣିନେଉଥିଲେ ଲାଲ ରକ୍ତର ଗୋଲାପ. ସେଦିନ ମଧ୍ୟ ଜଣେ ବାବୁ ଯେବେ ତା ଦୋକାନରୁ ଲାଲଗୋଲାପ କିଣିନେଇ ତାକୁ ପଚାରିଲେ ତୁମେ ଭତ୍ତା ପାଉଛ ତ ?? ସେ କାନ୍ଦି ପକାଇ ଥିଲା. କହିଥିଲା ଏବେ ବଡ଼ବାବୁମାନଙ୍କ କଲମ ଗାରରେ ଆଉ ପୁଣ୍ୟ ତରାଜୁ ନାହିଁ ବାବୁ. ଦୁର୍ନୀତି ଓ ଲାଞ୍ଚ ପରି ପାପ ପଶିଯାଇଛି ସେଥିରେ. ମୋ ଲେଙ୍ଗେଡା ଗୋଡ଼ ନେଇ କେତେ ଆଉ ଦଉଡି ଥାଆନ୍ତି ବ୍ଲକ ଅଫିସରୁ କଲେକ୍ଟର ଅଫିସ ଯାଏଁ? ସହଜେ ଗୋଲାପ ଫୁଲ ବିକ୍ରୀ କରି କେତେ ପଇସା ପାଇବି ଯେ ନିଜେ ଚଳି, ଦୁର୍ନୀତିର ପେଟ ପୋଷିବି?ବାବୁ କଣ ବୁଝିଲେ କେଜାଣି ତା ନାଁ ଗାଁ ଟିପି ନେଲେ. ଆଉ ଏଥର ତାଙ୍କ ଗାଁ ସ୍କୁଲରେ ଯେବେ ଭତ୍ତା ବଣ୍ଟନ ହେଉଥିଲା, ଏଥର ମାଧବର ନାମ ଥିଲା. ତା ପାଳି ଆସିବା ବେଳକୁ ସେ ଭତ୍ତା ନେବାବେଳେ ସେହି ଚେହେରାଙ୍କୁ ମନେପକେଇ ଦେଖୁଥିଲା ତାଙ୍କ ଫଟୋ ମରା ବ୍ୟାନର ଟଙ୍ଗା ଯାଇଛି. ସମସ୍ତେ କହୁଥିଲେ ନୂଆ କଲେକ୍ଟର. ବାବୁ ଭାରି ଦୟାପରାୟଣ. ତାଙ୍କ କଲମମୁନରେ ପ୍ରକୃତ ଗରୀବ ଭତ୍ତା ପାଇଥାନ୍ତି. ମାଧବ ଭତ୍ତା ନେଇ ସେଠିକୁ ଗଲା. ତାଙ୍କୁ ଚାହିଁ ରହିଲା ଏକଲୟରେ.ଫଟୋରେ ନୀଳ ମାଧବଙ୍କ ରୂପ ପ୍ରତୀୟମାନ ହେଉଥିଲା. ସେ ସେହି ବ୍ୟାନର ତଳେ, ଲାଲ ରକ୍ତ ଗୋଲାପଟିଏ ରଖି ଲୁହ ନିଗାଡିଚାଲିଥିଲା ବେଳେ ପଛରେ ସୋମୁ ଓ ମାଆ କାନ୍ତା ତା କାନ୍ଧରେ ହାତ ରଖିଥିଲେ.ଡ଼ିସେମ୍ବର ମାସ ଶୀତରେ ମଧ୍ୟ ମାଧବ ବିଶ୍ୱାସର ଉଷ୍ମ ଅନୁଭବ କରୁଥିଲା.
ସୋମୁ ଆଜି ମାଧବ କାକାଙ୍କଠାରୁ ବହୁତ କିଛି ଲାଲ ରକ୍ତ ରଙ୍ଗର ଗୋଲାପ ଧରି ସ୍କୁଲ ବାହାରିଥିଲା. ଆଜି ଚାଚା ନେହେରୁଙ୍କ ଜନ୍ମ ଦିବସ, ତେଣୁ ତାଙ୍କ ପସନ୍ଦର ଲାଲ ଗୋଲାପ ନେଇ ଯାଉଛି ସେ.ଜବାହାର ଲାଲ ନେହେରୁଙ୍କ ଫୋଟୋ ତଳେ ଶ୍ରଦ୍ଧା ସୁମନର ଅର୍ଘ୍ୟ ବଢ଼ିଦେବ. ମାଆ କାନ୍ତାଙ୍କୁ ପଚାରିଥିଲା ସୋମୁ ମାଆ ଏହି ସବୁ ଦିବସ ଯଥା ଗୁରୁଦିବସ, ଶିଶୁ ଦିବସ, ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ କାହିଁକି ସ୍କୁଲରେ ପ୍ରତିବର୍ଷ ପାଳନ କରାଯାଏ? ମାଆ କାନ୍ତା ବୁଝାଇ ଦେଇଥିଲେ କି ମଣିଷ ସବୁଠୁ ବୁଦ୍ଧିଆ ସତ ହେଲେ ଖୁବ ଶୀଘ୍ର ସେ ସବୁ ଭୁଲିଯାଏ. ତେଣୁ ଏହି ସବୁ ବିଶେଷ ଦିନ ପାଳନ କରି ଗୁରୁଦିବସରେ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ଶିଶୁ ଦିବସରେ, ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ ଓ ଗାନ୍ଧି ଜୟନ୍ତୀରେ ଦେଶ ଓ ଜାତିର ପିତା ମହାତ୍ମା ଗାନ୍ଧି ଓ ଲାଳବାହାଦୂର ଶାସ୍ତ୍ରୀଙ୍କ ପରି ସାହାସୀ ପ୍ରଧାନ ମନ୍ତ୍ରୀଙ୍କ କଥା ପିଲାମାନଙ୍କର ନିହାତି ଜାଣିବା କଥା. ସେହି ମହାପୁରୁଷ ମାନଙ୍କ ବିଷୟରେ ଶୁଣି, ଲେଖି, ପଢି ଓ କହିବା ଦ୍ୱାରା ଶିଶୁମାନେ ଓ କିଶୋରମାନେ ବହୁତ କଥା ଜାଣିବା ସହ ସେହି ଜାତୀୟ ହିରୋ ମାନଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଭବିଷ୍ୟତରେ ଭଲମଣିଷ ହେବେ. ବୁଝିଗଲା ସୁନାପୁଅ ସୋମୁ, ଗୋଲାପ ଫୁଲ ନେଇ ଚାଲିଗଲା ସ୍କୁଲ. ଏ ଥିଲା ନଭେମ୍ବର ଚଉଦ ତାରିଖ କଥା.
ଆଜି ଡ଼ିସେମ୍ବର ନଅ ତାରିଖ ଥିଲା. ସୋମୁ ସ୍କୁଲରୁ ଫେରି ଦେଖିଲା ତାଙ୍କ ଘରେ ତା ମାଆ କାନ୍ତା ଠିକ ସ୍କୁଲରେ ଶିଶୁଦିବସରେ ଜବାହାର ଲାଲ ନେହେରୁ ଓ ଗୁରୁଦିବସରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ରଖି ବକୃତା, ରଚନା ଇତ୍ୟାଦି ହେଲାଭଳି କାହା ଫଟୋ ରଖି ଖୁବ ସାଜସଜ୍ଜା କରିଛନ୍ତି. ବାପା ମଧ୍ୟ ସେହି କାମରେ ମାଆଙ୍କୁ ସାହାଯ୍ୟ କରୁଛନ୍ତି. ବହୁ ଦୂର ଦୁରାନ୍ତରୁ କବି,ସାହିତ୍ୟିକ, ସାହିତ୍ୟିକା ମାନଙ୍କର ଭିଡ଼ ଜମିଛି ଘରେ. ମାଇକିରେ ଶୁଭୁଛି ଦେଶାତ୍ମକ ଗୀତ ସହ ଭଜନ "ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡାଇବ ହେ.... ଯାହା ଦେଇଥିଲ ସବୁ ତ ନେଲଣି ଆଉ ଏବେ କିସ ଛଡ଼ାଇବ ହେ...," ସୋମୁ ମନରେ ଅନେକ ପ୍ରଶ୍ନ. ମାଆଙ୍କୁ ପଚାରିଲା ଇଏ କିଏ ମାଆ. ମାଆ କହିଲେ ଇଏ ହେଉଛନ୍ତି କାନ୍ତକବି, ଲଷ୍ମୀକାନ୍ତ ମହାପାତ୍ର. ସେ ରଚନା କରିଥିବା ଦେଶାତ୍ମକ ଗୀତ ଆଜି ସବୁ ସ୍କୁଲରେ ଗାନ କରାଯାଉଛି. ସେ ଲେଖିଥିବା ଭଜନ ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡାଇବ ହେ, ଏକ କାଳଜୟୀ ଭକ୍ତି ଗୀତ. ହଁ ହଁ ମାଆ ଏହି ଭଜନ ଟି ଅଜା ସବୁବେଳେ ଗାଇଥାଆନ୍ତି ଓ ଏବେ ଅଧିକାଂଶ ସମୟ ସେଇ ଭଜନଟି ମାଧବ କାକା ଗାଉଥିବାର ଶୁଣିଛି. ମାଆ କହିଲେ ହଁ ପୁଅ,ପୋଲିଓ ରୋଗୀ ହେଲେ ମଧ୍ୟ ତାକୁ ଭୟ ନକରି ତୋ ମାଧବ କାକା ଯେପରି ଜୀବନ ଯୁଦ୍ଧରେ ହାରି ଯାଇନାହାଁନ୍ତି ଠିକ ସେମିତି ଏହି କାନ୍ତ କବି ଶରୀରର ବ୍ୟାଧିକୁ ଖାତିର ନକରି ଅନବଦ୍ୟ ଅର୍ଥାତ କାଳଜୟୀ କବିତା ଲେଖି ସାହିତ୍ୟକୁ କରିଛନ୍ତି ରୁଦ୍ଧିମନ୍ତ. ସୋନୁ ଚାହିଁଲା ଆଶ୍ଚର୍ଯ୍ୟରେ ମାଆ କାନ୍ତାଙ୍କ ମୁଁହକୁ ଆଉ ପଚାରିଲା କିନ୍ତୁ କାନ୍ତକବିଙ୍କ ଜୟନ୍ତୀ ସ୍କୁଲରେ କାହିଁକି ପାଳନ କରାଯାଉନି ମାଆ??
ବାପା ଜଣେ ଶିକ୍ଷକ ଥିଲେ. ସେ ସୋମୁକୁ ବୁଝାଇଦେଲେ, ସ୍କୁଲରେ ବିଷୟ ବିତ୍ତିକ ପାଠ୍ୟ ପୁସ୍ତକ ଯଥା ଗଣିତ, ବିଜ୍ଞାନ,ସାହିତ୍ୟ,ଭୂଗୋଳ, ଇତିହାସ, ଇଂରାଜି, ସଂସ୍କୃତ, ହିନ୍ଦି ଆଦି ବିଷୟ ପଢ଼ାଇବା ଭିତରେ ପିଲାଙ୍କ ଉପଯୋଗୀ କେତେକ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନୀ ପାଳନ କରାଯାଏ.ପ୍ରତ୍ୟକ ବିଷୟରେ ଦକ୍ଷତା ହାସଲ କରିଥିବା ସମସ୍ତ ଜନନାୟକଙ୍କ ଜନ୍ମଦିବସ ପାଳନ କଲେ ପାଠ ସରିପାରିବନି. ସେସବୁ ଜୟନ୍ତୀ ପିଲାମାନେ ବଡ଼ ହେଲାପରେ ପାଳନ କରିବେ. ଯେମିତି ତୋ ମାଆ ଓ ମୁଁ ତଥା ଅନେକ କବି ଲେଖକ ଓ ସାହିତ୍ୟିକ ଆଜି ତାଙ୍କ ଜନ୍ମ ଜୟନ୍ତୀ ପାଳନ କରି ତାଙ୍କ ନୀତି ଆଦର୍ଶକୁ ନିଜ ଜୀବନରେ ସାମିଲ କରିବାକୁ ଚେଷ୍ଟା କରୁଛନ୍ତି. ବୁଝିଗଲା ସୋମୁ. ଦଉଡିଯାଇ ବାଡ଼ିରୁ ଲାଲ ରକ୍ତଗୋଲାପ ଆଣି କାନ୍ତ କବିଙ୍କୁ ଶ୍ରଦ୍ଧା ସୁମନ ଦେଉଥିଲା ବେଳେ ମାଧବ କାକା ଗାଉଥିଲେ "ସବୁଥିରୁ ବଞ୍ଚିତ କରି... "ଭଜନଟିକୁ ଆଉ କବି କବୟିତ୍ରୀ ତଥା ସାହିତ୍ୟିକ ମାନେ ଉତ୍କଳର ସମ୍ମାନ ପାଇଁ କାନ୍ତକବି ଲେଖିଥିବା ଜାତୀୟ ସଂଗୀତଟିକୁ, "ବନ୍ଦେ ଉତ୍କଳ ଜନନୀ ବନ୍ଦେ ଉତ୍କଳ ଜନନୀ... "ସୋମୁ କହୁଥିଲା ଏହି ଦେଶାତ୍ମକ ଗୀତଟି ଆମେ ଜାତୀୟ ପତାକା ତଳେ ଗାଉ. ଏହାକୁ ଦୁଇ ହଜାର କୋଡିଏ ମସିହାରେ ଜାତୀୟ ସ୍ୱୀକୃତି ମିଳିଛି ବୋଲି ସାର କହୁଥିଲେ. ମାଧବ କାକା ଉଠିଆସି ତାଳି ଭିତରେ, ସଜ ଲାଲ ରକ୍ତଗୋଲାପର ତୋଡ଼ା ଶ୍ରଦ୍ଧା ସୁମନ ଦେଉଥିଲେ.ତା ପର ଦିନ ଗୋଲାପ ଦେବୀ ନିଜ ପିତା ମାତା ଓ ଅସତା ଦେଵୀ ଙ୍କ ସହ ନୀଳମାଧବ ଙ୍କ ମନ୍ଦିର ଆସି ମାଧଙ୍କ ଠାରୁ ରକ୍ତ ଗୋଲାପ ଗୁଚ୍ଛ କିଣି ଠାକୁରଙ୍କୁ ଚଢେଇବା ସହ ମାଧବ ବିଷୟରେ ସବୁ ଜାଣି ଦୁଇପରିବାର ଭିତରେ କଥା ବାର୍ତ୍ତା ହୋଇ ଗୋଲାପ ଓ ମାଧବଙ୍କ ବାହାଘର ହୋଇଥିଲା. ଏବେ ଗୋଲାପ ଦେବଦାସୀରୁ ମାଧବଙ୍କର ସହଧର୍ମିଣୀ ବା ସହକର୍ମିଣୀ ଅର୍ଥାତ ହାଉସ ୱାଇଫ ଅଟନ୍ତି.
,,,,,,,,,,,,,,,,,,,,,,,,,