ନଜର
ନଜର
ଝିଅ ହେଉ ଅବା ପୁଅ ପିଲାଦିନୁ ତାଙ୍କୁ ତେଲ ହଳଦୀ ଲଗାଇ ପୋଛାପୋଛି କରି ହାତ କୁ ବଢ଼େଇ ଦେଲା ପରେ କଳା ଟିପା ସାଙ୍ଗକୁ ନଣ୍ଡେ ଛେପ ପକାଇ ଦିଅନ୍ତି ମମତା. ନଜର ନଲାଗୁ ତୋତେ କହି. ସେହି ପୁଅ ଝିଅ ଆଜି ବଡ଼ ହୋଇ ପାଠ ଶାଠ ପଢି ଚାକିରୀ କରିବା ସହିତ ବାହାଚୋରା ହେବା ପରେ ପୁଅର ପୁଅ ଟିଏ ଓ ଝିଅର ଝିଅଟିଏ. ଆଜି କାଲି ଡକ୍ଟର କୁହନ୍ତି ସେକାବୁଜା ବନ୍ଦ. ତେଲ ଘଷା ଘଷି ମଧ୍ୟ ବନ୍ଦ ଆଉ ବୋହୁ ଝିଅଙ୍କର ଛୁଆ ଦୁହିଁଙ୍କ ମଥାରେ କଳା ଟିପା ଦେବା ବି ବନ୍ଦ.ଏହା କୋଉ ଜ୍ଞାନ, ବିଜ୍ଞାନ କି ବୈଜ୍ଞାନିକ ଚିନ୍ତା ଧାରା ମମତା ଜାଣନ୍ତି ନାହିଁ କିନ୍ତୁ ସମ୍ମୁଖ ରେ ନହେଲେ ନାହିଁ ଛୁଆକୁ କୋଳକୁ ନେଲେ ତାଙ୍କ ବାପା ମାଆ ଙ୍କ ଅଜଣାତରେ ପାଟିରେ ଆଙ୍ଗୁଠି ଦ୍ୱାରା କୋଉ ସୂତ୍ରରେ ଛେପ ଟିକେ ଆଣି ଦେହ ମୁଣ୍ଡ ସାରା ବୋଲିବା କିନ୍ତୁ ଥୟ ମମତାଙ୍କର. ବୋହୁ ସିନା ଜାଣିପାରେ ନାହିଁ. ଝିଅ କିନ୍ତୁ ଟରକିସ ରେ ରଗଡି ରଗଡି ପୋଛି ପକାଉଥାଏ ତା ଝିଅକୁ. ନାତୁଣୀ ଟା ମଧ୍ୟ କିଛି ନଖାଇ ନପିଇ କଣ୍ଟା ପରି ହୋଇଛି ଆଉ ନାତିଟା ମମତାଙ୍କ ପୁଅ ପରି ନହେଲେ ମଧ୍ୟ ସାଉଣ୍ଡ ହେଲଥ ରେ ଅଛି କହୁ କହୁ କଣ୍ଟା ହେବାକୁ ବସିଲାଣି. ତଥାପି ଚିନ୍ତା ମମତାଙ୍କର. ପିଲାଏ ନଜର ଦୋଷରେ ପଡି ଝଡି ଝାଡ଼ି କଣ୍ଟା ହେଇଯାଉଛନ୍ତି. ଭାରି ଇଛା ନାତି ନାତୁଣୀଙ୍କ ସଙ୍ଗେ ଉଠାଇଥିବା ଫଟୋ ସବୁକୁ ସୋସିଆଲ ମିଡ଼ିଆ ରେ ଛାଡ଼ନ୍ତେ ଜେଜେମାଆ ତଥା ଆଈ ମମତା. ଲାଇକ କମେଣ୍ଟ ପାଇ ଖୁସି ହୁଅନ୍ତେ କିନ୍ତୁ ଡର. ନଜର ଦୋଷ ଲାଗି ପିଲା ଝଡିଯିବେ ବରଂ ବଢି ଯାଆନ୍ତୁ. ମମତା କିନ୍ତୁ ନାତି ନାତୁଣୀ ଙ୍କ ଭିତରେ ନିଜ ପିଲାଦିନ ଦେଖି ଖୁସି ହେଉଥାଆନ୍ତି.
ସେଦିନ ଜଣେ ଅଚିହ୍ନା ଭାଇଙ୍କ ପାଖରୁ ମେସେଜ ପାଇଲେ ମମତା ଯେ ଆପଣଙ୍କ ଶିଶୁ ଗଳ୍ପ ଗୁଡିକ ଅତ୍ୟନ୍ତ ମନଛୁଆଁ କେମିତି?ଭଲ ଲୋକ ଜଣେ ସେ ଓ ତାଙ୍କ ଭଲ କଥା ଶୁଣି କହିଲେ ମମତା ଏଇ ନାତି ନାତୁଣୀ ଦିଟା ଙ୍କ ପାଇଁ ଶିଶୁ ଗଳ୍ପ ମୋର ଏତେ ଜୀବନ୍ତ ଜୀବନ୍ତ. ଭାଇ କହିଲେ ଆପଣଙ୍କ ଦୃଷ୍ଟି କୋଣ ଅତୀବ ଉଚ୍ଚ କୋଟୀର ଥିବାରୁ ନିଜ ନାତି ନାତୁଣୀଙ୍କ ପାଖରୁ ଅନୁଭବ ଓ ଅନୁଭୂତି ସମ୍ପର୍ଣ୍ଣ ଲେଖା ଆପଣଙ୍କର.ଖୁସି ହେଲେ ମମତା. କେଇପଦ କଥାରୁ ଭାଇଙ୍କୁ ଭାଇ ଆସନ ଦେଇଦେଲେ. ସ୍ନେହ କାଂଗାଳ ମଣିଷ ମମତା, ଏଥିରୁ ବାଦ ଯିବେ କେମିତି!ଭାଇ ମଧ୍ୟ ଲେଖିଥିଲେ ଜୀବନ ଏମିତି ନଈ....ଭଲଲୋକ ମାନେ ଖୁସି ଦିଅନ୍ତି ଛାଇ.. ଖରାପ ଲୋକ ଅନୁଭବ ଦିଅନ୍ତି ରହି... ଅତି ଖରାପ ଓ ମତଲବୀ ଲୋକ ଶିକ୍ଷା ଯାଆନ୍ତି ଦେଇ. ଆଉ ସବୁଠୁ ଭଲ ଲୋକ ସ୍ମୃତି ହୋଇ ରହିଯାଆନ୍ତି ପାଖେ ଥାଇ. ଏବେ ନାତି ବାବା ଓ ନାତୁଣୀ ଡୁଗୁ କହିବୁଲୁଛନ୍ତି ଆମ ଜେଜେମାଆ ତଥା ଆଈ ଏତେ ଭଲ ଲୋକ ଥିଲେ ଯେ ନଜର ଦୋଷ ଲାଗି ସ୍ମୃତି ହୋଇ ରହିଗଲେ ଆକାଶରେ ତାରା ହୋଇ.ପ୍ରତିବର୍ଷ ଶ୍ରାଦ୍ଧ କୁ ଶ୍ରାଦ୍ଧ ମମତା ଙ୍କ ଫୋଟୋରେ ବୋହୁ ଓ ଝିଅ ସଜ ଫୁଲ ମାଳ ଚଢେଇବା ସହ କଳାଟିପା ଦେଇ ଝିଅ ଯେବେ କହେ ନଜର ନାଲଗୁ ତତେ,ବାପାଙ୍କ ଆଖିର ଲୁହ ବୋଲ ମାନେନି ନାତି ବାବା ଓ ନାତୁଣୀ ସହ.
