ଡୋନର
ଡୋନର
ସାବେରୀ ନାମ୍ନୀ ସେହି ଟ୍ରାନ୍ସଜେଣ୍ଡର ପିଲାଟିକୁ ନେଇ ତା ମୃତା ମାଆ ମନରେ ଥିବା ସ୍ବପ୍ନ ସବୁ ପୂରଣ କରିବାକୁ ଭାବି ବଡ଼ ଯତ୍ନ ରେ ବଢ଼େଇ ଥିଲା ମାନସ କୁ. ସ୍କୁଲରେ ପଢ଼ାଇଲା ବେଳେ ବାପା ନାଁ ଭଗବାନ ଓ ମାଆ ନାମ ଲଷ୍ମୀ କହିଥିଲା. ଆଧାର କାର୍ଡ ଦୁଇଟି ମଧ୍ୟ ଯୋଗାଡ଼ କରି ପୁଅ ମାନସ କୁ ପଢେଇଲା ଓ ବଢ଼େଇଲା ତଥା ବୁଦ୍ଧି ଦେଲା. ସବୁ ସତ କହିଲା. ମାନସ ମଧ୍ୟ ସାବେରୀ ଙ୍କ ଦୁଃଖ ଦୂର କରିବାକୁ କଲେଜ ରେ ପଢିଲା ବେଳେ ଟ୍ରାନ୍ସଜେଣ୍ଡରମାନଙ୍କୁ ସାମାଜିକ ସ୍ତରରେ ସମାନ ଅଧିକାର ଓ ସୁଯୋଗ ଦେବାକୁ ବିପ୍ଳବ କରୁଥିଲା ତ ଥରେ ବିକ୍ଷୋଭ କରୁ କରୁ ଥାନାରେ ରହି ସେ ବର୍ଷ ପାଠ ଛାଡିଲା ପରେ ଥାନାକୁ ଦଉଡି ଦଉଡି ସାବେରୀ ମାଉସୀ ପୁଅ ମାନସ କୁ ମୁକୁଳେଇ ପୁଣି ଅର୍ଥ ବଳ,କଳ ଓ କୌଶଳ ଏକଜୁଟ କଲା ବେଳକୁ ମାନସ ପଢିବାକୁ ରାଜି ନଥିଲା ଆଉ ତ ସାବେରୀ କୁ ବେଲୁନ ବିକିବାରେ ସାହାଯ୍ୟ କରିଚାଲିଥିଲା. ସେଦିନ ରାସ୍ତା ପାର ହେଉ ହେଉ ଆହତ ହୋଇଥିବା ଷଣ୍ଢ ଟି ମଧ୍ୟ ଏବେ ସେ ଦୁହିଁଙ୍କ ଜୀବନ ରେ ନୂତନ ଅତିଥି ରୂପେ ପ୍ରବେଶ କରି ସାରିଥିଲା. ଦିନେ ଦେଖିଲାବେଳକୁ ଷଣ୍ଢ ଟି ଚରିବୁଲି ଠିକ ସମୟରେ ଘରକୁ ଫେରିଲା ନାହିଁ ତ ଦେଖିଲା ବେଳକୁ ତା ସାଥି ଗାଈଟିର ରୋଡ଼ ଆକ୍ସିଡେଣ୍ଟ ଯୋଗୁଁ ତା ମାଲିକ ତାକୁ ଟ୍ରଲିରେ ପକାଇ ନେଉଥିବା ବେଳେ ଷଣ୍ଢ ଟି ମଧ୍ୟ ତା ପଛେ ପଛେ ଯାଇ ହସ୍ପିଟାଲ ରେ ପହଁଞ୍ଚି ଥିଲା. ଗାଈ ଭଲ ହୋଇ ଫେରିବା ପର୍ଯ୍ୟନ୍ତ ଷଣ୍ଢ ଟି ହସ୍ପିଟାଲରୁ ବାହାରୁନଥିବା ଦେଖି ମାନସ ଭାବୁଥିଲା ପଶୁଟିର ସହୃଦୟତା, ଆନ୍ତରିକତା ତଥା ଭଲପାଇବା କଥା କୁ ତ ସେ ଯେତେ କୁଟା, ଘାସ କି ବିସ୍କୁଟ ପକେଇଲେ ମଧ୍ୟ ଗାଈଟି ସୁସ୍ଥ ନହେବା ଯାଏଁ କିଛି ଖାଉନଥିଲା ଷଣ୍ଢ. ଏବେ ବେଲୁନ ଭଲ ବିକ୍ରୀ ହେଉନଥିଲା. ମାନସ କୁ ପାଳୁଥିବାରୁ ସାବେରୀ ମଧ୍ୟ ତାଙ୍କ ଦଳ ର ସଂଘରୁ ବହିସ୍କୃତ ହୋଇଥିଲା. ତେଣୁ ଅଭାବ ଅନାଟନ ଭିତରେ ଦିନ କାଟୁଥିବା ବେଳେ ସାବେରୀ ର ଦେହ ଖରାପ ହେବାରୁ ତାଙ୍କୁ ହସ୍ପିଟାଲ ରେ ଦାଖିଲା କରି ଲିଫ୍ଟ ରେ ଫେରିଲା ବେଳେ,ମାନସ ଯାହାକୁ ଦେଖିଲା ଚମକି ପଡିଲା.
ସେ ଝିଅ ମାନସୀ ହିଁ ଥିଲା.ତା କଲେଜ ର ସହପାଠୀ. ମାନସ କଲେଜ ଛାଡ଼ିବା ପରେ ଅଭାବୀ ଝିଅ ତା ମାଆ କଥାରେ ଯାହାକୁ ବାହା ହେଲା ତାକୁ ଆଜି ଖୁବ ଦେହ ଖରାପ. କିଡ଼ନୀ ଦରକାର. ଏ ଭିତରେ ଔଷଧ ଇଞ୍ଜେକ୍ସନ ରେ ସବୁ ଖର୍ଚ୍ଚ ଯୋଗୁଁ ପାଣ୍ଠି ସରିଗଲା ପରେ ବେଲୁନ ବିକି ସେ ତା ସଂସାର ଚଳାଇ ସ୍ୱାମୀଙ୍କ ପାଇଁ ଡୋନର ଖୋଜୁଥିଲେ ମଧ୍ୟ ଏଯାଏଁ ପାଇନି. ମାଗେଣାରେ ଡୋନେଟ କରିବାକୁ କିଏ ବା କାହିଁକି ଆଗେଇ ଆସିବ!ତା ଛଡା ଅନ୍ୟ କାହାରି କିଡ଼ନୀ ନେଇ ସ୍ୱାମୀଙ୍କୁ ବଞ୍ଚେଇବା ପରିସ୍ଥିତି କୁ ସ୍ୱୀକାର ନକରି କେହି ମୃତକର କିଡ଼ନୀ ଦାନ କୁ ଚାହିଁ ଚାହିଁ ମାନସୀ ଆଜି ହାରି ଯାଇଛି. ଶୁଖି ଯାଇଛି ତା ମନ ଓ ଶରୀର. ଆଜି ଯଦି ସେହି ପୁରୁଣା ଦିନ ମନେପଡେ କଲେଜ ଜୀବନ କଥା ତେବେ ମାନସୀ ହିଁ ସବୁକିଛି ଥିଲା ମାନସ ଜୀବନର. ଆଜି ଏତେ ଦୁଃଖରେ ମଧ୍ୟ ସେ ତୁମ ବାପା ଭଗବାନ ଓ ମାଆ ଲଷ୍ମୀଙ୍କ ସମାହାର ରେ ଗଠିତ ସାବେରୀ ମାଉସୀ କଥା ପଚାରିବାକୁ ଭୁଲି ନଥିଲା. ଏତେବେଳକୁ କାନ୍ଦି ପକେଇଥିଲା ମାନସ କହିଥିଲା ତାଙ୍କୁ ଜ୍ୱର ନଛାଡିବାରୁ ପରୀକ୍ଷା ନିରୀକ୍ଷା କଲାପରେ ତାଙ୍କର ଗୋଟେ ପଟ ଅର୍ଥାତ ଡାହାଣ ପଟ କିଡ଼ନୀ ନଷ୍ଟ ହୋଇଛି ଶୀଘ୍ର ଅପରେସନ କରି ନୂଆ କିଡ଼ନୀ ଟ୍ରାନ୍ପପରେଣ୍ଟ ନକଲେ କିଛି ବି ହୋଇଯାଇପାରେ ବୋଲି ଡକ୍ଟର କହିସାରିଛନ୍ତି ତେଣୁ ମୁଁ ମଧ୍ୟ ଏବେ ତୁମ ପରି ସମାନ ପରିସ୍ଥିତି ଭୋଗିବାକୁ ଯାଉଛି. ମାନସୀ ପଚାରିଲା ତୁମକୁ କି ପ୍ରକାର ସାହାଯ୍ୟ କରିପାରିବି କୁହ ତ ମାନସ କହିଲା କିଛି ନାହିଁ ଆମ ଦୁହିଁଙ୍କ ବେଲୁନ ବିକ୍ରୀକୁ ଏକାଠି କରି ବେଲୁନ ଦୋକାନ ଚଳେଇ ତୁମ ପୁଅ ଝିଅ ଦୁହିଁଙ୍କ ସଙ୍ଗେ ଆମ ଷଣ୍ଢ ଟିର ଭରଣ ପୋଷଣ ଦାଇତ୍ୱ ନେଇଗଲେ ମୁଁ ଉପକୃତ ହୁଅନ୍ତି. ବେଲୁନ ବାଲି ମାନସୀ କଥା ଦେଲା. ମୁଁ ସେ ଦାଇତ୍ୱ ନେଲି ତୁମେ ଡୋନର ଯୋଗାଡ଼ କର ନଚେତ ଆମ ଦୁହିଁଙ୍କର ସଂସାର ଭାସିଯିବ. ମାନସ କଥା ଦେଲା ତୁମେ ବ୍ୟସ୍ତ ହୁଅ ନାହିଁ. ତୁମ ସ୍ୱାମୀଙ୍କ ବାମ ଓ ମୋ ସାବେରୀ ମାଉସୀଙ୍କ ଡାହାଣ କିଡ଼ନୀ ପାଇଁ ଡୋନର ଖୋଜିବା ଦାଇତ୍ୱ ମୋର. ମାନସୀ ଫେରିଗଲା. ବେଲୁନ ନେବ ବେଲୁନ ଡାକ ଛାଡ଼ି ଛାଡ଼ି ବେଲୁନ ବିକି ନିଜେ, ଦୁଇପିଲା ଓ ଷଣ୍ଢ କଥା ବୁଝି ଏକାଠି କରିଥିବା ପଇସା ପତ୍ର ଧରି ପଡୋଶୀ ଙ୍କ ଜିମା ସବୁ ଛାଡ଼ି ହସ୍ପିଟାଲ ରେ ପହଁଚିଲା ପରେ ସ୍ୱାମୀ ଙ୍କ ଦାଇତ୍ୱ ରେ ଥିବା ଡକ୍ଟର କହିଲେ କଂଗ୍ରାଚୁଲେସନ. ଅପରେସନ ସକ୍ସେସଫୁଲ. ଆଶ୍ଚଯ୍ୟରେ ମାନସୀ ଦୌଡୁଥିଲା ସାବେରୀ ମାଉସୀଙ୍କ କ୍ୟାବିନ କୁ. ସେଠି ମଧ୍ୟ ସେଇ ଗୋଟିଏ କଥା କଂଗ୍ରାଚୁଲେସନ ଓ ଅପରେସନ ସକ୍ସେସଫୁଲ କିନ୍ତୁ ତାଙ୍କର ଦାବିଦାର କିଏ! ମାନସ କୁ ଯେତେ ଖୋଜିଲେ ମଧ୍ୟ ପାଉନଥିଲା ସାବେରୀ. ଝାଡୁଦାର ମଉସା ମାଉସୀ ଚୁପି ଚୁପି କଥା ହେଉ ଥିଲେ. କାନରେ ପଡିଲା ମାନସୀ ର.ହଉ ସାଙ୍ଗ ପାଇଁ ବାମ ପଟ କିଡ଼ନୀ ଦେଲୁ ଦେଲୁ ବିଚାରର ସ୍ତ୍ରୀ ଓ ପୁଅ ଝିଅ ଅଛନ୍ତି ହେଲେ ଏ ଟ୍ରାନ୍ସଜେଣ୍ଡର ଙ୍କ ପାଇଁ ଡାହାଣ କିଡ଼ନୀ ବି ଦେଇଦେଲା ତ ବଞ୍ଚିଥାଆନ୍ତା କେମିତି ଯୁବକ ଟି! ସେମାନଙ୍କ କଥା ଶେଷ ହୋଇଛି କି ନାହିଁ ପାଗେଳୀ ପରି ସାବେରୀ ମାଉସୀ କ୍ୟାବିନ ଆଡ଼େ ଧାଉଁଥିଲା ବେଲୁନ ବାଲି ମାନସୀ କହିବାକୁ ଯେ ତାଙ୍କ ଦାବିଦାର ହିଁ ସେ ନିଜେ.
