ଟୁକୁନାର ବୁଦ୍ଧି
ଟୁକୁନାର ବୁଦ୍ଧି
ଶୀତ ଦିନିଆ ଚାଷ ବାସ ରେ ମନ ଦେଇଥିବା ତଥା ମଗ୍ନ ରହିଥିବା ଜେଜେ ସୁଦାମ ସେଦିନ ଘରକୁ ଫେରି ଖାଇପିଇ ଖବର କାଗଜ ପୃଷ୍ଠା ଓଲଟାଉ ଥିଲେ. ନାତି ଟୁକୁନା ପାଖରେ ବସିପଡ଼ି ପଚାରିଲା କଣ ପଢୁଛ ଜେଜେ? ଆରେ ଟୁକୁନା ତୁ ଆଉ ତୋ ବାପା ସିନା ମୋବାଇଲ ରୁ ସବୁ ପାଇ ଯାଅ ବୋଲି କହୁଛ କିନ୍ତୁ ଆମ ବୁଢ଼ା ବୁଢୀ ମାନଙ୍କ ପାଇଁ ଏ ଖବର କାଗଜ ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ. ଏଇ ଦେଖ ତୋ ଜେଜେମାଆ ଆସିଗଲାଣି. ଖବର କାଗଜରୁ ମୁଁ ଯେମିତି ଚାଷ ବାସ କଥା ଖୋଜୁଛି ତୋ ଜେଜେମାଆ ସେମିତି ମହିଳା ମାନଙ୍କ ଲାଗି ଉଦିଷ୍ଟ ପୃଷ୍ଠା ରୁ ପଢି ତୋ ପାଇଁ ଭିର୍ନ୍ନ ଭିର୍ନ୍ନ ଜଳଖିଆ ପ୍ରସ୍ତୁତ କରେ. ସିଲେଇ କରି ଘରର ସମସ୍ତଙ୍କ ପାଇଁ ଶୀତ ଦିନ ଆସିବା ଆଗରୁ ମଫଲର ଓ ସ୍ୱଏଟର ବୁଣିଥାଏ. ହଁ ଜେଜେ ଠିକ କଥା କହିଛ. ଆଜି ର ଡିଜିଟାଲ ଯୁଗରେ ଟେଲିଭିଜନ ଓ ମୋବାଇଲ ରୁ ସବୁ ଖବର ମିଳିଲେ ମଧ୍ୟ ସେଥିରେ ସତ୍ୟତା ପରଖ କରାଯାଉ ନାହିଁ କିନ୍ତୁ ଖବର କାଗଜ ରେ ଖବର ପ୍ରଶାରଣ ପୂର୍ବରୁ ସାମ୍ବାଦିକ ଭାଇ ମାନେ ସତ୍ୟ ଖବର ପରିବେଷଣ କରିବାକୁ ଖରା ବର୍ଷା ଶୀତ କାକର କୁ ପିଠି କରି ରାତି ଦିନ ଏକାକାର କରି ଘୁରି ବୁଲି ସତ୍ୟ ଖବର ପ୍ରଦାନ କରୁଛନ୍ତି ବୋଲି ଆମ ସାର କହୁଥିଲେ. ନ୍ୟୁଜ ଚ୍ୟାନେଲ ମାନଙ୍କରେ ପ୍ରତିଯୋଗିତା ମନୋଭାବ ରଖି ଦେଖିଲୁନି କି ଏଇ କିଛି ଦିନ ତଳେ ଚଳଚିତ୍ର ଜଗତର ପ୍ରଖ୍ୟାତ ଅଭିନେତା ଧର୍ମେନ୍ଦ୍ର ହସ୍ପିଟାଲରେ ଭର୍ତ୍ତି ହେଉ ହେଉ ତାଙ୍କ ମୃତ୍ୟୁ ଖବର ପ୍ରଶାରଣ କଲେ କିଛି ଚ୍ୟାନେଲ. କିନ୍ତୁ ଖବର କାଗଜ ବାଲା ପୁଙ୍ଖାନୁପୁଙ୍ଖ ଭାବେ ସତ୍ୟସତ୍ୟ ବିସ୍ଲେସଣ ନକରିବା ପର୍ଯ୍ୟନ୍ତ ଖବର ଛାପିବେ ନାହିଁ. ଏତିକି ହେଲା ଯେ ଧର୍ମେନ୍ଦ୍ର ସାହେବ ବଞ୍ଚିଥାଉ ଥାଉ ନିଜ ମୃତ୍ୟୁ ଖବର ପ୍ରଶାରଣ ଖବର ଶୁଣିବା ସହ ଦେଖିପାରିଲେ. ଏତିକି କହି ଜେଜେ କହୁଥିଲେ ଭୁଲ ହୁଏ ଏମିତି କେବେ କେବେ. କହୁ କହୁ ଦେଖିଲେ ନାତି କୋଉକଥା କୁ ନେଇ ମଗ୍ନ ଭାବନାରେ ତ ଜେଜେ ପଚାରିଲେ କାହିଁକି ମନଦୁଃଖ ଟୁକୁନା ତୋର?
ଟୁକୁନା ଏଥର କହିଲା ମୋ ସାଙ୍ଗ ମୁନା କଥା ତୁମେ ଜାଣ. ଆମେ ଦୁହେଁ ଖୁବ ଭଲ ସାଙ୍ଗ. ସ୍କୁଲରେ ବେଷ୍ଟ ଫ୍ରେଣ୍ଡ ଉପରେ ରଚନା ଲେଖିବାକୁ କହିଲେ ସେ ମୋ ନାମ ନେଇ ଲେଖେ. ମୁଁ ମଧ୍ୟ ତା ଭିତରେ ଥିବା ଭଲ ଗୁଣ ବର୍ଣ୍ଣନା କରି ଲେଖେ. ହଁ ତ ସେକଥା କଣ ମୁଁ ଜାଣିନି! ସେ ତା ରଚନାରେ ତୋ ନାଆଁ ରେ ଲେଖିଥିଲା କି ଟୁକୁନା ସବୁଦିନ ଉଠି ପ୍ରଥମେ ତା ବାପା, ମାଆ, ଜେଜେ ଓ ଜେଜେମାଆ ଙ୍କୁ ପ୍ରଣାମ କରିଥାଏ. ସେ କଥା ପଢି ତୁ ଆଗରୁ ସକାଳୁ ଉଠିଲା ପରେ ଖାଲି ସୂର୍ଯ୍ୟ ନମସ୍କାର କରୁଥିଲେ ବି ସେବେଠୁ ମତେ, ଜେଜେମାଆ କୁ ଓ ବାପା ମାଆ ଙ୍କୁ ପ୍ରଣାମ କରିବା ପରେ ଯାଇ ଗାଧେଇ ପାଧେଇ ସୂର୍ଯ୍ୟନମସ୍କାର କରୁଛୁ. ହଁ ଜେଜେ ଗୁରୁଜନ ମାନେ ପରା ଜୀବନ୍ତ ସୂର୍ଯ୍ୟ. ଜେଜେ କହିଚାଲିଥିଲେ ସେ ମଧ୍ୟ ତୋ ରଚନା ପଢି ସେବେଠୁ ଗଛ ଲଗାଇବା ଅଭ୍ୟାସ ଜାରି ରଖି ତାଙ୍କ ବାଡ଼ିରେ ଫୁଲ ବଗିଚା କରି ଲାଲ ଲାଲ ଗୋଲାପ ଫୁଟେଇବା ସହ କଦଳୀ, ଅମୃତଭଣ୍ଡା, ସଜନା ଶାଗ ଗଛ ଲଗାଇ ସମସ୍ତଙ୍କୁ ମଧ୍ୟ ବିନା ପଇସାରେ ସେସବୁ ଗଛ ଲଗାଇବାକୁ ଆହ୍ୱାନ ଦେଇଚାଲିଛି. ତାର ଶ୍ରେୟ ତ ତତେ ମିଳିବା କଥା କାରଣ ତୁ ତା ନାମରେ ତୋ ରଚନାରେ ଲେଖିଥିଲୁ କି ମୁନା ଗଛ ଲଗାଇବାକୁ ଖୁବ ଭଲ ପାଏ. ଗାଁଟା ଯାକର ଲୋକଙ୍କୁ ଗଛ ଲଗାଇବାକୁ ପ୍ରେରଣା ଦିଏ ମୁନା. ତୋ ବେଷ୍ଟ ଫ୍ରେଣ୍ଡ ରଚନା ଲେଖା ପରଠୁ ଗଛ ଲଗାଇ ସେ ପ୍ରକୃତି ପ୍ରେମୀ ହୋଇଯାଇଛି. ଏବେ କଣ ହେଇଛି କି ଟୁକୁନା?ହଁ ଜେଜେ ମୁଁ ତା କଥାରୁ ପ୍ରେରଣା ପାଇ ଗୁରୁଜନ ମାନଙ୍କୁ ପ୍ରଣାମ କରିବାରେ ମଗ୍ନ ରହିଲା ବେଳେ ସେ ମୋ ଠାରୁ ପ୍ରେରଣା ପାଇ ଗଛ ଲଗାଇବା ରେ ମଗ୍ନ ରହିଛି ସତ କିନ୍ତୁ ସେ କହୁଛି କୁକୁଡ଼ା ବା ଗଞ୍ଜା ର କୁକୁଡୁ କୁ ଡାକରେ ଆମ ନିଦ ଭାଙ୍ଗେ. କାହିଁକି ତୁ କଣ ମନା କଲୁ କି? ମନକରିନି ଜେଜେ କିନ୍ତୁ କାଉର କା କା ଡାକରେ ଆମ ନିଦ ଭାଙ୍ଗେ ବୋଲି କହିବାରୁ ତାର ମୋର ଯୁକ୍ତି ହୋଇଛି.
ଜେଜେ ଟିକେ ଚିନ୍ତିତ ଦେଖାଗଲେ. କିଛି ଉତ୍ତର ଦେଇପାରିଲେ ନାହିଁ କାରଣ ତାଙ୍କ ନିଦ ପ୍ରକୃତରେ ରାତ୍ରୀର ଶେଷ ପ୍ରହର ରେ ଗଞ୍ଜା ର କୁକୁଡୁ କୁ ପରି ଉଚ୍ଚ ତଥା ଦୂରରୁ ଶୁଭୁଥିବା ବୋବାଳି ରେ ହିଁ ଭାଙ୍ଗିଥାଏ. ଯୋଉମାନେ ଆଉଟିକେ ଶୋଇରହନ୍ତି ସେମାନଙ୍କ ନିଦ କାଉ ଡାକରେ ଭାଙ୍ଗେ. ବଡ଼ ଅଡୁଆରେ ପଡିଲେ ଜେଜେ. ସବୁକଥା ଶୁଣି ତାଙ୍କ ପୁଅ ରାଜେଶ ଯିଏ ଗୋଟେ ଖବର କାଗଜର ସମ୍ପାଦକ ସେ କହିଲେ ମୋ ନିଦ କିନ୍ତୁ ହକର ଡାକ ରେ ହିଁ ଭାଙ୍ଗେ. ଏଥର ଘର ସାରା ସମସ୍ତଙ୍କୁ ପଚାରିବାରେ ସେମାନେ ପ୍ରତ୍ୟେକ କହୁଥିଲେ ହକର ଡାକରେ ତାଙ୍କ ନିଦ ଭାଙ୍ଗେ. ଜେଜେ ମନେ ମନେ ଭାବୁଥିଲେ ହକର ଜଣେ ମଣିଷ.ତା ନିଦ ହୁଏତ ଆଲାରାମ ଯୋଗୁଁ ଭାଙ୍ଗୁଥିବ କିନ୍ତୁ କୁକୁଡ଼ା ଓ କାଉ ଭିତରୁ କିଏ ଆଗ କହିବା ଯେତିକି ମୁସ୍କିଲ ଏଠି ଟୁକୁନା କୁ କହିବା ଆହୁରି ବିପଦ ତେଣୁ ଜେଜେ ମଧ୍ୟ ତାଙ୍କ ପୁଅ କୁ ସମର୍ଥନ କରି କହୁଥିଲେ ହଁ ହଁ ଠିକ କଥା ହକର ହିଁ ନିଦ ଭାଙ୍ଗେ ମଣିଷର. ଟୁକୁନା କହୁଥିଲା ନାହିଁ ଜେଜେ ତୁମ ଭଳି କୃଷକ ଓ ସୈନିକ ହେଲେ ଦେଶର ଜାଗ୍ରତ ପ୍ରହରୀ. ସେମାନେ କୁକୁର ପରି ଦେଶର ଖୁବ ବିଶ୍ଵସ୍ତ.ତାଙ୍କର ଶ୍ଵାନ ନିଦ ତେଣୁ ସେମାନେ କୋଉ ଦୂରରୁ ଶୁଭୁଥିବା କୁକୁଡ଼ାର କୁକୁଡୁ କୁ ଡାକରେ ନିଦ ଭାଙ୍ଗେ ସେମାନଙ୍କର. ସାଧାରଣ ଜନତାଙ୍କର କାଉ ଡାକରେ ନିଦ ଭାଙ୍ଗୁଥିଲା ବେଳେ ଦେଶର ଖବର ଜାଣିବାକୁ ଉତ୍ସକତାର ସହିତ ଚାହିଁଥିବା ସଚେତନ ନାଗରିକଙ୍କର ହକର ଡାକରେ ନିଦ ଭାଙ୍ଗେ. ଟୁକୁନା ଏବେ ଏତେ ବଡ଼ ହୋଇଗଲାଣି ବୋଲି ଜେଜେ କହୁ କହୁ ଟୁକୁନାର ମାଆ ସମସ୍ତଙ୍କ ପାଇଁ ଗରମ ଗରମ ଚା ପରଷୁ ଥିଲେ ଶୀତ ସାୟାହ୍ନ ରେ. ଜେଜେମାଆ ଚା ସୋଡ଼କୁ ସୋଡ଼କୁ କହୁଥିଲା ଆରେ ଟୁକୁନା କୁକୁଡ଼ା ଓ କାଉ ହେଲେ ପ୍ରକୃତି ବନ୍ଧୁ ଆଉ ହକର ପରା ମଣିଷ ର ବନ୍ଧୁ. ଟୁକୁନା ହସିଦେଇ ମୁନା ଘରକୁ ଦୌଡୁଥିଲା ବେଳେ ଜେଜେ କହୁଥିଲେ ଯିଏ ଯାହା କାମରେ ମଗ୍ନ.ମୁନା ଯାଉ ଯାଉ କହୁଥିଲା ହଁ ହଁ ଠିକ ଶ୍ରୀକୃଷ୍ଣ ଯେମିତି ବଇଁଶୀ ବଜେଇବାରେ ମଗ୍ନ ରହି ମହାଭାରତ ଯୁଦ୍ଧ ର ନିର୍ଣ୍ଣାୟକ ଥିଲେ. ସେଠି ମଧ୍ୟ ଅଶ୍ଵସ୍ଥମା ମରିଗଲେ ବୋଲି ଖବର ପ୍ରଶାରଣ କରିବାକୁ ସକାଳୁ ସୂର୍ଯ୍ୟ ଉଇଁବା ସହ କୁକୁଡ଼ା ଓ କାଉ ଚଞ୍ଚଳ ବୋବେଇଥିଲେ.
ଜେଜେମାଆ କହୁଥିଲେ ମୁଁ ସବୁଦିନ ଟୁକୁନାକୁ ଗପ କହେ. ସେହି ଗପର ମର୍ମ ବୁଝି ତାକୁ ସ୍ଥଳ ବିଶେଷରେ ଏମିତି ଲଗେଇବ ବୋଲି ଭାବିନଥିଲି. ଦ୍ରୌପଦୀ ଙ୍କ ଜନ୍ମ ପୂର୍ବରୁ ଦ୍ରୁପଦ ରାଜାଙ୍କ ବାଲ୍ୟବନ୍ଧୁ ଥିଲେ ଦ୍ରୋଣ. ଦ୍ରୋଣଙ୍କୁ ସାହାଯ୍ୟ କରିବେ ବୋଲି କଥା ଦେଇ ଦ୍ରୁପଦ ରଖିନଥିଲେ. କାଳକ୍ରମେ କୃଷ୍ଣା ବା ଦ୍ରୌପଦୀ ଙ୍କ ଜନ୍ମ ପରେ ଓ ତାଙ୍କର ପଞ୍ଚୁପାଣ୍ଡବ ସ୍ୱାମୀ ହେବା ପରେ ତଥା ଦ୍ରୌପଦୀ ଦୁର୍ଯ୍ୟୋଧଙ୍କ ପଡିଯିବା ରେ ହସିବା ସହ ଶକୁନି ମାମୁଙ୍କ ମନ୍ତ୍ରଣା ଯୋଗୁଁ ମହାଭାରତ ଯୁଦ୍ଧରେ ଗୋଟେ ପଟେ ଦୁର୍ଯ୍ୟୋଧନ ସହ ସମସ୍ତେ ଥିବା ବେଳେ ପାଣ୍ଡବ ଙ୍କ ପଟେ କେବଳ ଶ୍ରୀକୃଷ୍ଣ ଥିଲେ ଓ ଶ୍ରୀକୃଷ୍ଣ ଜାଣିଥିଲେ ରଥି ମହାରଥୀ ମାନଙ୍କୁ ହରାଇଲେ ହିଁ ଦୁର୍ଯ୍ୟୋଧନ ହାରିବ. ଧର୍ମର ହେବ ଜୟ..ଦ୍ରୋଣଙ୍କୁ ହରେଇବା ସମ୍ଭବ ହୋଇନଥିବାରୁ, ଅଶ୍ୱସ୍ଥମା ନାମକ ଗୋଟେ ହାତୀର ମୃତ୍ୟୁ କୁ ପୁତ୍ର ଆଶ୍ଵସ୍ଥମା ର ମୃତ୍ୟୁ ବୋଲି ପ୍ରଚାର ଓ ପ୍ରସାର କରିବାକୁ ଶ୍ରୀକୃଷ୍ଣ ମଗ୍ନ ଥିଲା ବେଳେ ଯାହା ସବୁ କରିଥିଲେ ସେସବୁକୁ ଗପ ଆକାରରେ କହି ଥିଲି ମୋ ନାତି ଟୁକୁନା କୁ ଆଉ ସେ ତାକୁ ତା ନିଜ ଵୁଦ୍ଧି ବଳରେ ପ୍ରୟୋଗ କରି ନିଜ ସାଙ୍ଗ ଭିତରେ ଉପୁଜିଥିବା ଯୁକ୍ତିକୁ ନିଜେ ନିଜେ ସମାଧାନ କରିପାରିବ ବୋଲି ମୋର ଏବେ ଦୃଢ଼ ବିଶ୍ୱାସ. ଜେଜେମାଆ ଙ୍କ କଥା କୁ ସମର୍ଥନ କରି ଜେଜେ, ବାପା ରାଜେଶ ଓ ଟୁକୁନାର ମାଆ କଲ୍ୟାଣୀ ବିଶ୍ୱାସ ରଖି ସଞ୍ଜ ଗଡ଼ିଗଲା ପୂର୍ବରୁ ଝୁଣା ଓ ବତୀ ସହ ଧୂପ ସଜାଡୁଥିଲେ. ସତକୁ ସତ ଟୁକୁନା ଓ ମୁନା ଭିତରେ ବନ୍ଧୁତ୍ୱ ଝଟକୁ ଥିଲା. ସେ ଦୁହେଁ ନିଜ ନିଜ କାମ ରେ ମଗ୍ନ ରହି ଶ୍ରେଣୀରେ ଭଲ ନମ୍ବର ରଖୁଥିଲେ.
