STORYMIRROR

Sunanda Mohanty

Tragedy Fantasy Thriller

4  

Sunanda Mohanty

Tragedy Fantasy Thriller

ଗଭୀର ଆଲୋଡନ

ଗଭୀର ଆଲୋଡନ

3 mins
2

ସବୁ ବୋଉମାନେ ବୋଧେ ଏମିତି!ଯେତେ ଟା ସନ୍ତାନ ଥାଆନ୍ତୁ ନା କାହିଁକି ସମସ୍ତଙ୍କୁ ସ୍ନେହ ଶ୍ରଦ୍ଧା ବାଣ୍ଟିଦେଇଥାନ୍ତି ସମାନ ଭାବେ. ନହେଲେ ପିଲାବେଳେ ଛଅ ଭାଇଭଉଣୀଙ୍କ ପସନ୍ଦ ଜାଣୁଥିବା ବୋଉ ତାଙ୍କର କେମିତି ବାଢିଦିଏ କାହାକୁ ଉଷୁମ ଉଷୁମ ଚାଇଁ ପଖାଳ ସାଙ୍ଗକୁ ପାଗ ପୁଗା ତ କାହାକୁ ଚୁନା ଚୁନା କଟା ଆଳୁ ଭଜା ସହ ଅଣ୍ଡା ଭୁଜିଆ ପୁଣି କାହାକୁ ଗରମ ଭାତ ସାଙ୍ଗକୁ ଚୁଙ୍ଗୁଡ଼ି କାଲିଆ. ଏବେ ସେହି ଛଅ ଭାଇଭଉଣୀ ଙ୍କ ଭିତରୁ ସୁନିତା ଙ୍କର ଏକମାତ୍ର ଝିଅ ତ ସବୁ ସ୍ନେହ ଶ୍ରଦ୍ଧା ସହିତ ତା ସୁରକ୍ଷା ପାଇଁ ଖୁବ ଚିନ୍ତିତ ମା ସୁନିତା. ଜନ୍ମ ବେଳେ ଏକୋଇଶିଆରେ କୋଷ୍ଠି ଗଣନା କରି ଜଣେ ନାହାକ କାଳସର୍ପ ଦୋଷ ଅଛି କହିଥିବାରୁ ସେକଥା ସୁନିତାଙ୍କ ମନରେ ଗଭୀର ଭୟ ସୃଷ୍ଟି କରିଥିଲା ତ କୋଷ୍ଠା ଗଣନା ଚାଲିଥିଲା ବିଭିର୍ନ୍ନ ନାହାକମାନଙ୍କ ପାଖେ. ଜାତକ ଦେଖି କୋଉ ନାହାକ ପାଣିକୁ ଜଗିଥିବେ ତ କିଏ ନିଆଁ କୁ ଜଗିଥିବେ କହୁଥିଲା ବେଳେ କିଏ କହେ ଜଗତଜିତା ହେବ. ସୁନିତା କିନ୍ତୁ ଡାକୁଥାଆନ୍ତି ମା ଲୋ ମା କାକଟପୁର ମଙ୍ଗଳା ମାଆ ମୋ ଝିଅକୁ ରକ୍ଷା କର ମା. ତତେ ଡାକି ଡାକି କେତେ କଷ୍ଟରେ ମୋର ଏ ଝିଅ. ତାକୁ ବୁଦ୍ଧି, ବିଦ୍ୟା, ଧନ,ଜନ, ଗୋପ, ଲଷ୍ମୀ ଦେବା ସହ ଆୟୁଷ, ଆଶିଷ ଓ ନିରୋଗୀ ରଖ ମା. ପୁଣି ଡାକୁଥାଆନ୍ତି ଵୀରହନୁମାନଙ୍କୁ କାରଣ ତାଙ୍କ ଝିଅ ନିଜେ ପିଲାଦିନୁ ବୀରହନୁମାନ ଙ୍କୁ ଦେଖି ଖୁବ ଖୁସି ହେବା ସଙ୍ଗେ ସଙ୍ଗେ ପଚାରି ବସେ ସେ କେମିତି ଖାଇବେ ଓ କଥା କହିବେ ମାଆ?ତାଙ୍କ ପାଟି କାହିଁକି ଏମିତି ହୋଇଛି? ତୁ ଭୋଗ ବଦଳରେ ଔଷଧ ଆଣିଲୁନି ତାଙ୍କ ପାଇଁ!ଝିଅର ପ୍ରଶ୍ନ ରେ ସୁନିତା କହନ୍ତି ସେ ପରା ଠାକୁର ମାଆ ସେ ନିଜେ ନିଜର ସବୁ ଅସୁବିଧା ଦୂରେଇ ନିଜ ସୁରକ୍ଷା ନିଜେ କରିପାରିବେ. ପିଲାଦିନେ କିଛି କିଛି ବୁଝୁଥିବା କିଛି କିଛି ବୁଝୁନଥିବା ଝିଅ ଏବେ ଗଭୀର ପାଣି ଭିତରେ ଯୋଗଭ୍ୟାସ କରିବା ଦେଖି ସୁନିତା ଆଶଙ୍କିତ ହୋଇପଡୁଥିଲା ବେଳେ ଝିଅ କହେ ତୁ ପରା କହୁ ମାଆ ଯେ ଡର କାହାକୁ ଭୟ କାହାକୁ.... ଇଶ୍ୱର ଅଛନ୍ତି ଚଉବାହାକୁ. ତୁ ପରା କହୁଥିଲୁ ମୋର ମାଆ କାକଟପୁର ମଙ୍ଗଳା ଓ ବୀରହନୁମାନ ସାହା ବୋଲି. ଝିଅକୁ ହଁ ହଁ କହିଦେଇ ଭାବନା ରେ ବୁଡି ଯାଆନ୍ତି ସୁନିତା.
    ଝିଅ ଜନ୍ମ ହେବା ଦିନର ଘଟଣା ମନେ ଅଛି ସୁନିତାଙ୍କର. ନର୍ସ ଦିଦି ତାଗିଦା କରି କହି ଗଲେ ପିଲାକୁ ଘୋଡେଇ ରଖି ବସ ଝିଅ. ଏତିକି କହି କହୁଥିଲେ ଏତେ ପିଲା ଆଜି ଏ ୱାର୍ଡ ରେ ଜନ୍ମ ହୋଇଛନ୍ତି. କୋଉ ବେଡ଼ ରେ ଏମିତି ପିଲାଟିଏ ଅଛି କହତ!ପ୍ରଥମ ସନ୍ତାନ ଝିଅ ଜନ୍ମ ହୋଇଛି ବୋଲି ମନ ଟିକେ ନା ଟିକେ କୋଉଠି ଊଣା ଥିଲେ ବି ବୁଝିଗଲା ସୁନିତା ଙ୍କ ମନ.ଦିଦିଙ୍କ ସେହି କେଇପଦ ଶବ୍ଦ ସମାହାର ବାକ୍ୟଟିରେ ତ ସୁନିତା ଝିଅକୁ କୋଳକୁ ନେଇ କୋଳେଇ ଆଗ୍ରହରେ କ୍ଷୀର ଦେଉ ଦେଉ ଦେଖିଲେ ପାଖ ବେଡ଼ ରେ ବର୍ଷେ ପାଖା ପାଖି ଝିଅଟିଏ ର ନାକରେ ଅକ୍ସିଜେନ ନଳୀ ଲାଗି ହେଙ୍କା ଉଠୁଥାଏ ଛୁଆଟିର ଓ ପାଖରେ ମାଆ ଟି କାନ୍ଦୁଥାଏ. ସୁନିତାଙ୍କ ଦେଖାଶୁଣା କରିବା ପାଇଁ ତାଙ୍କ ପାଖରେ ଥିବା ତାଙ୍କ ନିଜ ଆଈ ଓ ମାଉସୀ ଶାଶୁ ପରସ୍ପର ଭିତରେ କଥା ହେଉଥାଆନ୍ତି ଯେ ବିବାହର ପନ୍ଦର ବର୍ଷ ପରେ ମାଆ ହୋଇଥିବା ସାନଯାଆ ଘର କାମ କରିବାକୁ ତା ଛୋଟ ଝିଅ ଛାଡ଼ୁନଥିବାରୁ ବଡ଼ଯା ଅର୍ଥାତ ପିଲା ଝିଅର ବଡ଼ମାଆ ଛୁଆଟିକୁ ଅଫିମ ଦେଇ ଶୁଆଇବାର ନିର୍ଦ୍ଦେଶ ରେ ସେକଥା ଟି ସବୁଦିନିଆ ରୁଟିନ ହୋଇଯାଇଥିଲା ଆଉ ସେହି କାରଣରୁ ଏବେ ଛୋଟ ଝିଅର ବାନ୍ତି ଓ ଝାଡା ପୁଣି ନିଶ୍ଵାସ ପ୍ରଶ୍ୱାସ ନେବାରେ କଷ୍ଟ ତ ଡକ୍ଟର କହୁଛନ୍ତି ଭଗବାନଙ୍କୁ ଡାକ. ନିଜେ ଯୋଉ ଭୁଲ କରିଛ ତାକୁ ସୁଧାରିବାକୁ ଆମେ ଅସମର୍ଥ. ତଥାପି ଝିଅଟିର ହେଙ୍କା ଉଠୁଥାଏ ରାତିସାରା ଓ ମାଆ ଟି କାନ୍ଦୁ କାନ୍ଦୁ ହଠାତ ହେଙ୍କା ବନ୍ଦ ହୋଇଗଲା ଛୋଟ ଝିଅଟିର ତ କାନ୍ଦ ର ରୋଳରେ ହସ୍ପିଟାଲ ଫାଟି ପଡୁଥିଲା ବେଳେ ଏପଟ ବେଡ଼ ରେ ସୁନିତା ନିଜ ଝିଅ ଦେହରୁ ମଶା ଉଡାଉ ଉଡାଉ କୋଳରେ ଚାପି ଧରି କାହିଁକି କେଜାଣି କାନ୍ଦିଥିଲେ ଖୁବ. ଆଜି ଝିଅ ଗଭୀର ପାଣି ଭିତରେ ଯୋଗ କରିବା ସେ ସହନ୍ତେ କେମିତି!
    ସେଦିନ ଯୋଗ କରୁ କରୁ ଅନେକ ପିଲାଙ୍କ ଭିତରୁ ପୁଅଟିଏ ଗଭୀର ଜଳ ଭିତରେ ଶ୍ୱାସ ରୁଦ୍ଧ ହୋଇ ଚାଲିଗଲା ଆରପୁରକୁ. ଝିଅ ଖୁବ ଡେରିରେ ଘରକୁ ଫେରିଲା ସେଦିନ. ସେଦିନ ରାତିରେ ସୁନିତା ଶୋଇପାରିନଥିଲେ. ଝିଅ ରୁମକୁ ପଶିଆସିବାରୁ ଝିଅ କହୁଥିଲା ତୁ ଏଯାଏଁ ଶୋଇନୁ ମାଆ!ତୁ ମଧ୍ୟ ଶୋଇନୁ ତ!ହଁ ସେଇ ପୁଅର ମୃତ୍ୟୁ ଗଭୀର ଦୁଃଖ ଦେଉଛି ମାଆ. ସୁନିତା କଇଁ କଇଁ ହୋଇ କାନ୍ଦି ବଢିଲା ଝିଅ ବେବିନାକୁ କୋଳରେ ଧରି ଖୁବ କାନ୍ଦିଥିଲେ ସେ ରାତି ସାରା. କହୁଥିଲେ ପୁଅ ହେଉ ଅବା ଝିଅ, ମାଆ ପାଇଁ ତା ସନ୍ତାନ ସବୁକିଛି. ମାଆ ସୁନିତା ଙ୍କ କାନ୍ଦ ଓ କଥାରେ କେତେ ଗଭୀରତା ଥିଲା କେଜାଣି ଝିଅ ବେବିନା କିନ୍ତୁ ଏବେ ଆଉ ଗଭୀର ଜଳ ଭିତରେ ଯୋଗାଭ୍ୟାସ ଅଭ୍ୟାସ ଛାଡି ଦେଇଥିଲା. ଦିନେ କିନ୍ତୁ ଯୋଗରେ ବିଶ୍ବ ରେକର୍ଡ ସୃଷ୍ଟି କରି ମାଆ ସହ ବାପାଙ୍କୁ ଚତ୍ମତକୃତ କରିଦେଇଥିଲା ବେବିନା. ଗଭୀର ଆବେଗରେ ବାପା କହୁଥିଲେ ଝିଅ କାହାର!



Rate this content
Log in

Similar oriya story from Tragedy