STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ବୁଢା ଝିଟିପିଟି ନା ପାଳଭୂତ ,,,,,,,,,,,,,,,,,,,,,,,,,

ବୁଢା ଝିଟିପିଟି ନା ପାଳଭୂତ ,,,,,,,,,,,,,,,,,,,,,,,,,

3 mins
1


ଶଶୁରଙ୍କ ଦେହ ଭଲ ନାହିଁ ଗାଁକୁ ଯିବାକୁ ପଡିବ ଆଭାଙ୍କୁ. ନଣନ୍ଦ ତାଙ୍କ ଆଗରୁ ପହଁଞ୍ଚି ଯାଇ ଶଶୁର ବାପାଙ୍କ ସେବା କରୁଥିଲେ. ଆଭା ପହଁଞ୍ଚି ଯିବା ପରେ ଶଶୁରଙ୍କ ପାଇଁ ସେଦିନ ଚା ନେଇ ଗଲାବେଳକୁ  ଶଶୁର ବାପା ତାଙ୍କ ଝିଅ ସଙ୍ଗେ କଣ କଥା ହେଉଛନ୍ତି କୌତୁହଳ ରେ ଶୁଣିବାକୁ କବାଟ ପାଖରେ ଛପି ଗଲେ ଆଭା. ନଣନ୍ଦ କୁନି ପଚାରୁଥିଲେ ଏ ଲିମ୍ବ ଗଛ ମୂଳଟାରେ ଶୋଇ ରହିଲେ ଦେହ ଆହୁରି ବିଗିଡି ଯିବନି ବାପା. ଏ କୋହଲିଆ ପାଗ ସାଙ୍ଗକୁ ତାପମାତ୍ରା ରେ ହ୍ରାସ ଦେହ ଖରାପ କରିଦେବ. ବାପା କହୁଥିଲେ ଦେହ ସଙ୍ଗେ ମନ ର ଗୋଟେ ଗଭୀର ସଂଯୋଗ ଅଛି ଜାଣିଛୁ ମାଆ. ତୋ ବୋଉ ଯେବେ ଗଛ ଲଗାଉଥିଲା ଓ ଗଛ ମରିଗଲେ କି ଶୁଖିଗଲେ ତା ଦେହ ଖରାପ ହୋଇ ଯାଉଥିଲା ତ ମୁଁ ସେକଥାର ପ୍ରମାଣ ପାଇସାରିଥିଲି. ସେ ଏଇ ଲିମ୍ବ ଗଛ ଲଗାଇ ସାରି କହୁଥିଲା. ଏ ହେଲେ ଦାରୁ ଦେବତା. ସତ ଦାରୁ ହୁଅନ୍ତୁ କି ନାହିଁ କିନ୍ତୁ ମଳୟ ପବନ ବାଜି ଚନ୍ଦନ ସୃଷ୍ଟି ହେଲା ପରି ଏହାର ପବନ ବାଜି ଦେହ ମୁଣ୍ଡ ସୁସ୍ଥ ରହିବ. ଲିମ୍ବ ଗଛ ରୁ ଆସୁଥିବା ପବନ ରେ ବହୁତ ଅମ୍ଳଯାନ ଥାଏ ବୋଲି ମଧ୍ୟ ବୋଉ ଜାଣିଥିଲା. ଲିମ୍ବ ଗଛ ସହ ତୁଳସୀ ଗଛ ଲଗାଇ ପରିବେଶ ସୃଷ୍ଟି କରି ଦେହ ମନ ସୁସ୍ଥ ରଖିପାରିବା ଭଳି ବିଜ୍ଞାନ ତୋ ବୋଉ ଜାଣିଥିଲା. ଲିମ୍ବ କଢି ଆସିଲେ ମୋର ଭାରି ମନ ତୋଳିବାକୁ କିନ୍ତୁ ବୋଉ ତୋର ହାତ ଦିଆଇ ଦେଉନଥିଲା କହୁଥିଲା ଏ ଲିମ୍ବ କଢ଼ରେ ଚନ୍ଦନ ସୁବାସ ରହିଛି. ପୁଣି ଶୁଆ ଓ ହଳଦୀବସନ୍ତ ଚଢ଼େଇ ଙ୍କ ବାସସ୍ଥଳ ହୋଇଛି. ତୁମେ ବରଂ ବଜାରରୁ କିଣି ଆଣ କିନ୍ତୁ ଏ ଗଛରେ ଆଙ୍କୁଡ଼ି ଲଗାଅ ନାହିଁ. ସେହି ସବୁ କଥା ତୋ ବୋଉ କହିଲା ବେଳେ ମୁଁ ବିରକ୍ତ ହୁଏ ସତ କିନ୍ତୁ ଏବେ ଅନୁଭବ କରିବାକୁ ଏ ଗଛ ମୂଳେ ଶୋଇଗଲେ ଶାନ୍ତି ମିଳୁଛି. ଆଭା ଏସବୁ ଶୁଣି ଚା ଗରମ କରିବାକୁ ଫେରିଯାଇ କମଳ ସହ ପୁଣି ଆସିଥିଲେ. ଶାଶୁରଙ୍କୁ ଘୋଡେଇ ଦେଇ ଚା ପିଇବାକୁ ଦେଇ ଖବର କାଗଜ ଧରେଇ ଦେଇଥିଲେ. ତାଙ୍କ ବୋଉଙ୍କ ଅନୁଭୂତି ଓ ଅନୁଭବ ରୁ ସେ ଜାଣନ୍ତି ସ୍ମୃତି କେବେ ମରେନା ବରଂ ନୂଆ ରୂପରେ ନୂଆ ଢଙ୍ଗରେ ଜୀବନ୍ତ ଲାଗୁଥାଏ ସବୁବେଳେ. ଝିଅ ବୋହୁଙ୍କୁ ଦେଖି ଉମାଶଙ୍କର ଟିକେ ଉଠିବସିଲେଣି. ଏବେ ଏବେ କୁନି ଫେରିଯିବେ. ଆଭା ମଧ୍ୟ ଡ଼ିସେମ୍ବର ମାସ ସରିଲେ ସ୍କୁଲରେ ଯୋଗ ଦେବେ ତ ବାପାଙ୍କୁ ଏଥର ଜୋର କରି ନେଇଯିବେ.
    ସେଦିନ ବାପାଙ୍କୁ ସେହିକଥା କହିବାକୁ ଯାଇ ଆଭା ଦେଖିଲେ ବାପା ଆମ୍ବ ଗଛ ମୂଳେ ଖଟିଆ ପକେଇ ଶୋଇଛନ୍ତି. ପାଦ ମଚାଳୁ ମଚାଳୁ ମନକଥା ଖୋଲି କହିଲେ. ଏଥର ଆପଣଙ୍କୁ ଛାଡ଼ି ଏମିତିରେ ମୁଁ ଯାଉନି ବାପା. ବାପା ହସିଲେ କହିଲେ ହଁ ମୋ ନାତି ସହ ଖେଳିବାର ସୁଯୋଗ ପାଇବି. ଝିଟି କହି ଝିଟିପିଟି ଦେଖୁଥିବା ନାତି ଟୋକା ପାଖରେ ଝିଟିପିଟି ହେବି ସତ କିନ୍ତୁ ଏ ଘରେ ତ ମୁଁ ଗୋଟେ ଝିଟିପିଟି. କାନ୍ଥ ରଙ୍ଗ କରେ, ଅଳନ୍ଧୁ ଝାଡେ, ତୁମ ଶାଶୁ ଲଗେଇଥିବା ଗଛ ଗୁଡିକର ଯତ୍ନ ନିଏ ଝିଟିପିଟି ଚଢି ପାଚିଲା ପତ୍ର ଝଡ଼େଇଲା ପରି ଆଉ ପରି ନାତି ନାତୁଣୀ ପାଖେ ମଧ୍ୟ ଝିଟିପିଟି ଟିଏ ହୋଇ ଯାଇଥାନ୍ତି. ସେ ଝିଟିପିଟି କୁ ଚଟି କହି ଖୁବ ଡରୁଥିଲା ବେଳେ ତାକୁ ଡରେଇ ଦିଅନ୍ତି ମଝିରେ ମଝିରେ ଏଇ ଝିଟିପିଟି କହି ହେଲେ ଏଠି ମୋ ସମ୍ମୁଖରେ ମତେ ଏକୁଟିଆ କରି ଅହ୍ୟ ଡେଙ୍ଗୁରା ବଜେଇ ସ୍ମଶାନ ଯାଇଥିବା ମୋ ବୁଢ଼ୀ ଝିଟିପିଟିର ସ୍ମୃତି ସାଉଁଟି ବଞ୍ଚିବା ଏକ ନିଆରା ଅନୁଭବ ମାଆ ଆଭା. ମୁଁ ଯାଇପାରିବିନି. ଖଞ୍ଜାରେ ଥିବା ପୁତୁରା ବୋହୁ ଓ ନାତୁଣୀ ବୋହୁ ମାନେ ମୋ ଖିଆପିଆରେ ଜମା ହେଳା କରୁନାହାଁନ୍ତି. ମଝିରେ ମଝିରେ ଦେହ ଖରାପ ହେବା ମଣିଷର ସହଜାତ ସାଙ୍ଗକୁ ଏ ବୁଢା ଝିଟିପିଟି କୁ ବୟସ ହେଲାଣି ନା ନାହିଁ ମାଆ ଆଭା!ଆଭା ଚୁପ ରହିଥିବା ବେଳେ ନାତି କହୁଥିଲା ତୁମେ ଝିଟିପିଟି ନୁଁହଁ ଜେଜେ ପୁରା ପାଳଭୂତ. ନାତୁଣୀ ମିଶିଯାଇ ଭାଇ ସଙ୍ଗେ କହୁଥିଲା ହଁ ଜେଜେ ତୁମକୁ ଟିକେ ରଙ୍ଗ କରିଦେଲେ ତୁମ ମୁଁହଁ ସମ୍ପୂର୍ଣ୍ଣ ପାଳଭୂତ ପରି ଦେଖାଯିବ ପରା. ଓଃ ଏ ଭିତରେ ତୁମେ ଦୁହେଁ ବହୁତ ବଡ଼ ହୋଇଗଲଣି ବୋଲି ମୁଁ ବୁଢା ଝିଟିପିଟି ଜାଣିବି କୋଉଠୁ!ପୁଅ ରବି ପହଁଞ୍ଚି ଧମକାଉଥିଲା ପୁଅ ଝିଅଙ୍କୁ କହିକି ଜେଜେଙ୍କୁ କଣ ଏମିତି କୁହନ୍ତି ତ ଦଉଡି ପଳେଇଥିଲେ ଦୁହେଁ.


Rate this content
Log in

Similar oriya story from Abstract