STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ନବକଳେବର

ନବକଳେବର

3 mins
1

ବାପା ବୁଝିଯାଇଥିଲେ ଏକୁଠିଆ ରହି ନିଜ ଚାରିପଟେ ଥିବା ପ୍ରକୃତିକୁ ଭଲପାଇ ପାରିଲେ ସେ ଖୁସି ପାଇବେ. ପତ୍ରଝଡା ଆସିବା ପୂର୍ବରୁ ରୋଗ ତ ଲାଗିବ କିନ୍ତୁ ନୀରୋଗ ରହିବାକୁ ପ୍ରାଣପଣେ ଉଦ୍ୟମ କରିବାକୁ ଯାଇ ଗାଁ ଘର ଆଗରେ ଥିବା ବରଗଛ ରୁ ପଡୁଥିବା ପତ୍ର ଓଲେଇ ସଫା କରନ୍ତି ସବୁଦିନ ବାପା ଦୀନବନ୍ଧୁ. ପଡ଼ିଥିବା ପାଚିଲା ପତ୍ର ଓଳାଉ ଓଳାଉ ପ୍ରତିଟି ପତ୍ର ତାଙ୍କୁ ଗୋଟେ ଗୋଟେ ଅତୀତ ର ପୃଷ୍ଠା ପରି ମନେହୁଏ. ବେଳେ ବେଳେ ଅଜବ ଇଛା ହୁଏ ସେସବୁ କୁ ଗୁନ୍ଥି ରଖିବାକୁ. ହେଲେ ସେଥିରେ ଲେଖା ଥିବା ଅକ୍ଷର ସବୁକୁ ତାଙ୍କ ଛଡା ପଢିବ ବା କିଏ!ସମୟ କ୍ରମେ ଏଣିକି ସେ ଆଉ ଓଳା ଓଳି କରିନପାରି ଦେଖୁଥିଲେ ରାତିରେ ସେସବୁ ପତ୍ର ଉପରେ ଗାଈମାନେ ଆସି ଶୋଇ ଯାଉଛନ୍ତି. ଅଜବ ଓ ବିସ୍ମୟ ଏ ସୃଷ୍ଟି ଓ ସୃଷ୍ଟିର ସବୁ ଚରିତ୍ର. ପ୍ରକୃତି ହିଁ ପ୍ରକୃତି ପାଇଁ ସଜାଡି ରଖିଛି ସବୁକିଛି. ସକାଳେ ଗଉଡ଼ ପହଞ୍ଚିଯାଏ ପତ୍ର ସହିତ ଗୋବର ସଂଗ୍ରହ କରି କରିବାକୁ ଖତ ଆଉ ବଳକା ପତ୍ର ସବୁକୁ ଏକାଠି କରି ବୁଢୀଟି ବସ୍ତା ବାନ୍ଧୁଥାଏ ଘରକୁ ବୋହି ନେଇଯିବାକୁ. ଏସବୁ ଦେଖି ବାପା ଦୀନବନ୍ଧୁ ବହୁତ ଖୁସି ହେଉଥିଲା ବେଳେ ସେଦିନ ବୁଢ଼ୀ ବସ୍ତା ରେ ଶୁଖିଲା ପତ୍ର ତୋଳୁ ତୋଳୁ ପେଚା ଛୁଆଟିକୁ ଦେଖି ଚମକି ପଡ଼ୁ ପଡ଼ୁ ସେ ଉଡିଆସିଲା ଦୀନବନ୍ଧୁ ବାବୁଙ୍କ ଘର ଉପର ମହଲାକୁ ଓ ସେଠୁ ସିଧା ତାଙ୍କ ଶୋଇବା ଘରକୁ. ତ ପୁଅକୁ ଜଣେଇ ଦେଲେ ଦୀନବନ୍ଧୁ ମୋର ବୋଧେ ପତ୍ର ଝଡା ଦେବାର ସମୟ ଆସିଗଲା. ଭାଇଠୁ ଭଉଣୀ ଶୁଣିଲା. ଦୁଇ ଭାଇ ଭଉଣୀ ପହଞ୍ଚିଗଲେ ଘରେ. ଧଳା ପେଚାଟିକୁ ଯେତେ ତଡିଲେ ସେ ଯାଉନଥିଲା କିନ୍ତୁ ତଡା ହେଲେ ଦୀନବନ୍ଧୁ ବୃଦ୍ଧା ଶ୍ରମ କୁ. ପୁଅ ଝିଅଙ୍କର ଏକାଜିଦ ଆମ ସାଙ୍ଗରେ ଯଦି ରହିବନି ତେବେ ବୁଢା ବୁଢ଼ୀଙ୍କ ସଙ୍ଗେ ମିଶି ରୁହ ପଛେ ଏକୁଟିଆ ଆଗ ପଟେ ଏ ବରଗଛ ଟା ଥିବା ଘରେ ରୁହନାହିଁ. ସବୁ ଖୁସି ଉଭାନ ହୋଇଗଲା ଦୀନବନ୍ଧୁଙ୍କର. ପୁଅ ଝିଅ ବୁଝିଲେ ନାହିଁ ସେ ପ୍ରକୃତିକୁ ଭଲ ପାଆନ୍ତି. ଭଲପାଆନ୍ତି ତାଙ୍କ ହାତ ଗଢ଼ା ଚଉଦ ପୁରୁଷର ଭିଟାମାଟି ଗାଁ ଘରଟାକୁ ଓ ତା ଚାରିପଟ ପରିବେଶ କୁ.ଖବର ଟିକୁ ପୁଅ ପାଖକୁ ଲେଖିଦେଲେ ମଧ୍ୟ ପେଚା କୁ ସେ ଅଶୁଭ ଦୃଷ୍ଟିରେ ଦେଖନ୍ତି ନାହିଁ କିନ୍ତୁ ଶୁଣିବାକୁ ପୁଅ ଝିଅ ପ୍ରସ୍ତୁତ ନୁଁହଁନ୍ତି କି ଏଠି ଥିବା ରୁଟିନ ରେ ଚାଲିବା ଓ ଚଳିବା କୁ ଅନିଛୁକ ଦୀନବନ୍ଧୁ ବାବୁ ଚାଲିଗଲେ କେଇଟା ଦିନ ଭିତରେ ଆରପାରିକୁ.
    ସ୍ୱଶରୀର ରେ ନହେଲେ ମଧ୍ୟ ଅଦୃଶ୍ୟ ରେ ଥରେ ଘରକୁ ଆସିବାକୁ ଇଛା କରି ଆସି ଶୂନ୍ୟରେ ବରଗଛ ଉପରେ ବସି ଘରକୁ ନିରୀକ୍ଷଣ କରୁଥିଲେ ଦୀନବନ୍ଧୁ. ଦେଖିଲେ ବୋହୁ ତାଙ୍କର ଶାଶୁ, ଜେଜୀ ଶାଶୁଙ୍କ ଭଳି ସବୁଦିନ ଛାତ ଉପରେ ଥିବା ତୁଳସୀ ମୂଳକୁ ଆସି ପୂଜାର୍ଚନା କରୁଛି. ଫୁଲ ଗଛର ଯତ୍ନ ନେବା ସହ ଫୁଳ ଗଛ ରୁ ପାଚିଲା ପତ୍ର ସବୁ ଛିଡେଇ ତଳକୁ ଫୋପାଡି ଗଛ ମୂଳ ପରିଷ୍କାର କରୁଛି.ପୁଣି ବସିଥିବା ପକ୍ଷୀ ମାନଙ୍କୁ ଦେଖି ଖୁସି ହେବା ସହ ତାଙ୍କ ପାଇଁ ଜଳ ଓ ଖାଇବା ପାଇଁ ଫଳ ରଖୁଛି. ଏସବୁ ଦେଖି ଖୁବ ଖୁସି ହୋଇ ଫେରିଯିବାକୁ ଚାହିଁ ଟିକେ ଘର ଭିତରକୁ ଯିବାକୁ ଚାହିଁଲେ ତ ମାର୍ଗଶୀର ମାସ ଶେଷ ଗୁରୁବାର ରେ ବୋହୁ ପାଟି କଲା ବରଗଛରେ ପେଚା ଦେଖିବ ଆସ. ପୁଅ ଛାତ ଉପରକୁ ଆସି କହୁଥିଲା ହଁ ଧଳାପେଚା. ଲଷ୍ମୀଙ୍କ ବାହାନ. ଆମ ଘର ଖୁବ ଭଲ. ବରଗଛ ଥିବାରୁ ସବୁଆଡେ ତାତି ଥିଲା ବେଳେ ଆମ ଘର ଅପେକ୍ଷାକୃତ ଥଣ୍ଡା ଆଉ ଶୀତ ଦିନେ ଖରା ସହ ବରଗଛ ର ଛାଇ ପଡି ଅଧା ଖରା ଓ ଅଧା  ଛାଇ ରାଧା କୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି ପରି ପ୍ରତୀୟ ମାନ ହୁଏ.ସେ ସ୍ଥାନରେ ଘଡିଏ ବସିଗଲେ କି ଶାନ୍ତି! ସେଇଥିପାଇଁ ବାପା ଗାଁ ଛାଡ଼ି କୁଆଡେ ଯାଆନ୍ତି ନାହିଁ. ପେଚା ଆସି ତାଙ୍କ ଖଟ ଉପରେ ବସିଲେ ବି ତାଙ୍କୁ ଆମେ ଭୟରେ ବୃଦ୍ଧା ଶ୍ରମ ଛାଡ଼ିବା ଉଚିତ ନଥିଲା. ଝଡାପତ୍ର ର ବେଳ ଆସିଗଲା ବୋଲି ତାଙ୍କଠୁଁ ଶୁଣି ଆମେ ବେକାର ଭୟଭୀତ ହେଲୁ. ଏସବୁ ଶୁଣି ଦୀନବନ୍ଧୁ ପୁଣି କାନ ଡେରିଲେ.ପୁଅ କୁ ବୋହୁ କହୁଥିଲା ଆମେ ଏହି ପ୍ରାକୃତିକ ପରିବେଶରେ ଗାଁରେ ରହିବା ଆଉ ସହରରେ ରହି ପ୍ରଦୂଷଣ ର ଭୟଭୟତା ର ଶୀକାର ହେବାନି. ଆତ୍ମତୃପ୍ତି ରେ ଚାଲିଯିବାକୁ ଚାହିଁ ଉଠିଲେ ଦୀନବନ୍ଧୁ. ଯା ହେଉ ଉଚିତ କଥା ଓ ପଦକ୍ଷେପ ନେଇଛି ପୁଅ. ବୋହୁ ରଡି ଛାଡିଲା ଦେଖ ଦେଖ ପେଚାଟି ଉଡିଯାଉଛି. ଫେରିପଡ଼ୁ ପଡ଼ୁ ଦୀନବନ୍ଧୁଙ୍କୁ ମଧ୍ୟ ପେଚାର ଫଡ଼ ଫଡ଼ ଶବ୍ଦ ସହ ଅନୁଭବ ହେଲା ସେ ଏ ଭିତରେ ପେଚା ରୂପେ ଜନ୍ମ ହେଇସାରିଛନ୍ତି. ତାଙ୍କ ଘର ଆଗରେ ଥିବା ବରଗଛରୁ ପତ୍ର ଝଡ଼େ, ତଳେ ପଦେ ହେଲେ ଦୀନବନ୍ଧୁ ଆଉ କେବେ ପେଚା ରୂପେ ସେଠିକି ଆସନ୍ତିନି. କାଳେ ତାଙ୍କ ନାତି ପେଚା ଦେଖି ଡରୁଥିବା ବାପା ମାଆ ଦୁହିଁଙ୍କୁ ବୃଦ୍ଧାଶ୍ରମ ଛାଡ଼ିଦେବ ବୋଲି ଖୁବ ଡର ତାଙ୍କର. ପତର ପତର ଭିତରେ ମୁଁହଁ ଲୁଚେଇ ଦିନ ସାରା ଶୋଇରହୁଥିଲେ କାହିଁକି ଦୀନବନ୍ଧୁ ଏବେ ବୁଝିପାରିଥିଲେ ତାଙ୍କର ପେଚା ରୂପେ ନବକଳେବର ହୋଇସାରିଛି.



Rate this content
Log in

Similar oriya story from Tragedy