STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ପୁଣ୍ୟତୋୟା ,,,,,,,,,,,,,,,,,,

ପୁଣ୍ୟତୋୟା ,,,,,,,,,,,,,,,,,,

3 mins
1


ଆଉ ବୋଉ କୁ ପାଇବି କାହିଁ! ଆଉ ବାପାଙ୍କୁ ପାଇବି କାହିଁ!ଭାବୁ ଭାବୁ ଆଭା ହଜି ଯାଇଥିଲେ ଅତୀତରେ. ସେଦିନ ଖାତା ଦେଖା ସାରି ସବୁଦିନ ପରି ବୋଉ ପାଖେ ପହଞ୍ଚିଗଲା ପରେ ବୋଉ ଆଭାଙ୍କୁ ଦେଖି ଧଡ଼ପଡ଼ ହୋଇ ଉଠିଲେ କୋଉଠି କଣ ଅଛି ଝିଅକୁ ଦେବେ ବୋଲି ଘର ସାରା ସାଉଁଟି ମଟର ଧୋଇ ପ୍ରେସର କାଢି ବସେଇଲା ବେଳକୁ ଆଭା କହିଲେ ଶୀତରେ ହଇରାଣ ହୁଅନା ବୋଉ. ତୁ ନେ ଏ ଜଳଖିଆ ରଖେ ମୁଁ ଯାଉଛି ବସରେ ଚାଲିଯିବି ଘରକୁ. ସିଏ ହଇରାଣ ହେବେ. ରୁଟି କରିବି ତାଙ୍କ ପାଇଁ. ବୋଉ ଆଭାଙ୍କ ହାତରୁ ଜଳଖିଆ ପୁଡିଆ ଧରି ଶୁନ୍ୟ ଦୃଷ୍ଟି ତୋଳି ଚାହିଁଥିଲା କେବଳ. ଆଉ ଆଭା ଫେରିପଡ଼ୁ ପଡ଼ୁ ଶୂନ୍ୟରୁ ଶୁନ୍ୟ ହୋଇ ମହାଅଶୁନ୍ୟ ରେ ବୋଉ ତାଙ୍କର କେତେ ନିଃସଙ୍ଗ ହୋଇଯାଇଥିବ ସେଦିନ ଆଜି ଭାବିଲା ବେଳକୁ ହୃଦୟ ଫାଟିଗଲା ପରି ଲାଗେ. ବୋଉ କହେ ଛଅ ଛଅଟା ପିଲା ଙ୍କୁ ଜନ୍ମ କରି ପାଠ ଶାଠ ପଢ଼େଇ ବଡ଼ କରି ହାତ କୁ ଦୁଇହାତ କାଲି ଯେ ଶେଷ ବେଳକୁ କେହି ଟିକେ ଆସୁନାଁହାନ୍ତି. ତୁମେ ସବୁ ତ ଗୋଟେ କି ଦିଟା ପିଲା ର ମାଆ ହୋଇଛ କେମିତି କଟେଇବ ଜୀବନ କେଜାଣି. ବାପା ନଥିବା ଘରେ ବୋଉ ଏକୁଟିଆ ରହେ. ପୁଅ ଝିଅ ମାନେ ତାଙ୍କ ପାଖକୁ ଡାକିଲେ କହେ ସେ ବେଳ ଆସୁ ଯିବି କିନ୍ତୁ କେହି ନା କେହି ତା ପାଖେ ଥାଆନ୍ତୁ ବୋଲି ଭାବୁଥିଲେ ବି ବାଧ୍ୟ କରେନି. ତୁ ଆସୁନୁ ଖାଲି ଘରଟାକୁ ଜାବୁଡି ଧରି ଘର ଘର ହେଉଛୁ କହି ପିଲାଏ ଅର୍ଥାତ ଆଭାଙ୍କ ଭାଇ ଭଉଣୀ ଆଉ ଆସୁନଥିବା ବେଳେ ବୋଉ କହେ ଜୀବନଟା କଣ ସମୟ ଆସୁ ବୁଝିବ. ବାପା ଚାଲିଯିବା ପରେ ବୋଉ ସତରେ ସେ ଏକୁଟିଆ ଘରଟାକୁ କାହିଁକି ଛାଡ଼ି ଯାଏନି ବୋଲି ପଚାରିଲେ ଆଭାଙ୍କୁ ଭିଡ଼ିନେଇ ବୋଉ ଦେଖାଇ ଦିଏ କୋଉଠି ଉଈ ଲାଗିଛି ଝରକାରେ ତ କୋଉଠି ପିମ୍ପୁଡି ଗାତ କରି ଚଟାଣ ରୁ ସିମେଣ୍ଟ ଛାଡେଇଲେଣି. ଏସବୁ କଥା ଶୁଣି ଓ ଆଲୋଚନା କରି ଘରେ ପ୍ଲେଟ ପଡିଲେ ମଧ୍ୟ ବୋଉ ଦେଖାଉଥାଏ ଅଳନ୍ଧୁ ଆଉ ଝିଟିପିଟି. ପୁଣି ଛାତ ଉପରୁ ନୀଳଚକ୍ର ବାନା ଦେଖାଇ କହୁଥାଏ ଏଇଠୁ ଦର୍ଶନ ମିଳିଯାଉଛି କାଳିଆଙ୍କର, ତୁମମାନଙ୍କ ପାଖକୁ ଗଲେ ଏ ସୁବିଧା ମାନେ ଏହି ପତିତପାବନ ବନା ଦର୍ଶନ କୋଉଠୁ ପାଇବି ଆଉ. ଚୁପ ହୋଇଯାଆନ୍ତି ସମସ୍ତେ ଆଭାଙ୍କ ସହିତ. ବାପା ଥିଲା ବେଳେ ମୋ ଝିଅ ଆସିଲା ରେ କହି ଉଠି ଆସନ୍ତି ଲେଖାପଢାରୁ. ପୁରୀ ସହରରେ କେତେ କଷ୍ଟରେ କରିଥିବା ଘର ଓ ବଡଦାଣ୍ଡ ରେ ଛେନାଖଇ ଓ ରାବିଡି ଖାଉଥିବା ବାପା ଆଭା ଆଣିଥିବା ଗାଁ ପିତା ଶାଗ ପକଡି ଖାଉଥିଲା ବେଳେ କହନ୍ତି ବୋଉକୁ ଦେଖିଲ ମୋ ଝିଅ କେମିତି କରିଛି!ବୋଉ ଯେବେ କହେ ମୁଁ ତୁମକୁ କରିକି ଦେଉନି କି!ସେଇଥି ପାଇଁ ତ ଘର ଛାଡ଼ି ଯାଉନି ପିଲାଙ୍କ ପାଖକୁ. ବାଛୁଛି ଲିମ୍ବ କଢ଼, ଉଁଚୁଛି ସଜନା ଡ଼ାଳ ପୁଣି କରୁଛି ପିଠଉ ଦିଆ କଖାରୁ ଫୁଲ ବରା ସାଙ୍ଗକୁ ପଣସ କଠା ଭଜା ବୋଉ କହେ ବୋଲି ବାପା ହସନ୍ତି ଓ କହନ୍ତି ହେଲେ ମୋ ଝିଅ ହାତ ସ୍ୱାଦ ନିଆରା. ତେବେ ଯାଉନ ଝିଅ ପାଖକୁ. ଯାଆନ୍ତି ଯେ ସେ ତ ପିଲାଦିଟା ଙ୍କ ସହ ସ୍କୁଲ କଥା ବୁଝୁ ବୁଝୁ ନାକେଦମ! ବାପା ସିନା ଆସି କାହାକୁ ହଇରାଣ କରନ୍ତିନି କିନ୍ତୁ ବୋଉ ଭାତ ନବାଢିଲେ ସେ ଖାଆନ୍ତି ନାହିଁ ଶାନ୍ତିରେ ବୋଲି ଆଭା ଜାଣନ୍ତି. ଆଉ ବୋଉକୁ ଏକୁଟିଆ କରି ଚାଲିଗଲା ପରେ ବୋଉ ଭିତର ଶୂନ୍ୟତାକୁ ପରିପୂର୍ଣ୍ଣତା ଦେଇପାରୁନଥିଲେ ପିଲା ଛଅଟା କିନ୍ତୁ ଦେଉଥିଲା ଘର ଓ ଘରେ ଥିବା ସବୁ ସ୍ମୃତି ନହେଲେ ବୋଉ ଆସୁନଥିଲା କାହିଁକି ଘର ଛାଡ଼ି କାହା ପାଖକୁ!
   ସେଦିନ ମଧ୍ୟ ବୋର୍ଡ ଖାତା ଦେଖା ସାରି ବୋଉ ପାଖରେ ପହଁଞ୍ଚି ଗଲେ ଆଭା. ବୋଉ ଶୂନ୍ୟରେ ଚାହିଁଲେ ଆଭାକୁ. ବୋଉ ମାଜୁଥିଲା ବାପାଙ୍କ ପାନ ପିକଦାନୀଟାକୁ ଚକ ଚକ କରି ପୁଣି ଝାଡୁଥିଲା ବାପାଙ୍କ ବହି ଭର୍ତ୍ତି କାଚ ଆଲମିରା ଟାକୁ. କହୁଥିଲା ଦେଖୁନୁ ଝିଅ କେତେ ଅଳନ୍ଧୁ ହେଲାଣି ଏସବୁ. ମୁଁ ଆଜି ରହିବି ବୋଉ. ବୋଉ ର ନିସ୍ତେଜ ଦେହରେ ଜୀବନ ପଶିଲା. ଅବିଶ୍ୱାସ ଆଖି ମେଲି କହିଲା ରୁଟି କରିଦେବି ଜୋଇଁ ଙ୍କ ପାଇଁ ନେଇକି ଯିବୁ କି ଝିଅ! ନାଇଁ ଲୋ ବୋଉ ରହିବି ତୋ ପାଖେ ଆଜି ତଥାପି ବୋଉ କହୁଥିଲା ଜୋଇଁ ରୁଟି ଖାଇବାକୁ ହଇରାଣ ହେବେନି ଝିଅ. ହୁଅନ୍ତୁ କି କିଣି ଖାଆନ୍ତୁ ମୁଁ ରହିବି. ସେଦିନ ରାତିରେ ବୋଉ କେତେ କଥା କରୁଥିଲା ଆଭାଙ୍କ ପାଇଁ. ବଳେଇ ବଳେଇ ଖୁଆଉ ଖୁଆଉ କହୁଥିଲା ଆସୁଥିବୁ ଝିଅ. ଏ ଘର ଦ୍ୱାର ତୋ ଭାଇ ଭଉଣୀ ଙ୍କୁ ଦେଖୁଥିବୁ. ମୁଁ ଆକାଶରେ ରହି ତତେ ଓ ଜୋଇଁ ଙ୍କ ସହ ତୋ ପିଲାଙ୍କୁ ଅମୃତ ଦୃଷ୍ଟିରେ ଚାହିଁଥିବି. ଏବେ ସତକୁ ସତ ବୋଉ ଆକାଶକୁ ଚାଲିଗଲା ପରେ ସେ ଘରେ ପାଦ ଦେବାକୁ କାହିଁକି ଇଛା ହୁଏନି ଆଭାଙ୍କର କେଜାଣି! ଘରର ରୂପରେଖ ବଦଳି ସ୍ମୃତି ଲିଭି ଲିଭି ଆସିଲେ ବି ମନ ତଳେ ସେସବୁ ସାଇତା ହୋଇ ଅଛି ଥିଲା ଥିବ ସମସ୍ତଙ୍କ ଭଳି ଆଭାଙ୍କର ସତ ହେଲେ ଦୀର୍ଘନିଶ୍ଵାସଟିଏ ବାହାରି ଆସି ଭାରି କଷ୍ଟ ହୁଏ ଯନ୍ତ୍ରଣାରେ ଛାତି. ଡକ୍ଟର କୁହନ୍ତି ରୋଗ କିଛି ନାହିଁ ଖାଲି ମାନସିକ.
,,,,,,,,,,,,,,,,,,


Rate this content
Log in

Similar oriya story from Abstract