କ୍ଷମା ରେ କ୍ଷମତା
ଲୁକ୍କାୟିତ
ଅସରା ପସରା କ୍ଷମା
ପ୍ରଶାରିତ
ବାହୁ ମେଲେଇ ମହାବାହୁ
ଫେଡ଼ନ୍ତି ଆରତ
କ୍ଷମା ସାଗର ବୋଲି ଭକ୍ତ
ଡାକେ ହେବାକୁ ଆଶ୍ଵସ୍ତ
କ୍ଷମା କରିଦେଇ ଧରଣୀ ରାଣୀଙ୍କୁ
ବର୍ଷା କରେ ଆପ୍ଲୁତ
କ୍ଷମା କରିଦେଇ ଫୁଲକୁ
ମହୁ ସଂଗ୍ରହ କରେ ମହୁମାଛି ସେତ
କୁଣିଆ ହୁଅନ୍ତି ଆତଯାତ
ଥାଉ ରାଗ ରୁଷା
ହସିଦେଲେ ଥରେ ତୁଟେ ବ୍ୟୁତ୍ପାତ
ପାଉଁଶ ତଳେ ନିଆଁ କୁହୁଳି
ଧ୍ବଂସପ୍ରାପ୍ତ
ତଥାପି କ୍ଷମା ର ଅଛି ମହତ୍ତ୍ୱ
ଅନେଶତ
କ୍ଷମା ଏକ ଅସ୍ତ୍ର ଶସ୍ତ୍ର ମନ୍ତ୍ର ଓ ସ୍ତୋତ୍ର
ହୁଏ ଆତଯାତ
କ୍ଷମତା ଥିଲେ କ୍ଷମା କରିବା
ସତରେ ସହଜ ବହୁତ