କଲେଜଚ୍ଥକ
କଲେଜଚ୍ଥକ
ଆଜି ବହୁତ ଢେରି ହୋଇଗଲାଣି । ସେ ଜଗିଥିବ କଲେଜ ଚ୍ଥକରେ । ମୁଁ ଗଲେ ମିଶିକରି ଖାଇବୁ । କ'ଣ ବା ମୁଁ ତାକୁ ଦେଇଚି; ସାମାଜିକ ପରିଚୟ ଚ୍ଥଡା । ସେ ମୋର ସ୍ତ୍ରୀ । ବିବାହର ଆଠବର୍ଷ ବିତିଗଲାନି । ମୁଁ ତାକୁ ଆଜି ପର୍ଯ୍ଯନ୍ତ ଭଲକେ ଶାଢୀ ଖଣ୍ଡିଏ କିଣି ଦେଇପାରିଲି ନାହିଁ ? ମୁଁ ଚାହୁଁନି; ତାହା ନୁହେଁ । କହିଲେ ସେ ମନା କରେ । କୁହେ "ଏତେ ଦାମିକା ଶାଢୀ କଣ ହବ? ଶରୀର ଘଡେଇବା ପାଇଁ ଲୁଗାଟେ ମିଳିଗଲେ ଗଲା । ତା' ଚ୍ଥଡା ପୁଅ ବଡ ହେଲାଣି । ତା’ ପାଠ ପଢାପାଇଁ ଟଙ୍କା ସଞ୍ଚୟ କର। ତାକୁ ଚ୍ଥାଡି ଦେଲେ ଆମର କିଏ ଅଛି ?
ଆଜି ବି ମନେ ପଡେ; ସେ ଦିନର କଥା । ରୋଜଗାର ନାହିଁ ବୋଲି ଭାଇମାନେ ଘରୁ ରାତି ଅଧରେ ବାହାର କରିଦେଲେ । ମନ ଖରାପରେ ନାଲିପାଣି ଟିକିଏ ପିଇଦେଲି। ତା ହାତରୁ ଝାଡୁ ପାହାର ଖାଇବାକୁ ପଡିଲା । କିଚ୍ଥି ବ୍ଯକ୍ତି ଉପଦେଶ ଦେଲେ। ତାକୁ ଚ୍ଥାଡପତ୍ର ଦେଇଦେ। ମୁଁ ଭାବିଲି ସେ ଶାସନ କରି କିଚ୍ଥି ଭୁଲ୍ କରିନି। ମା ଥିଲେ, ସେ ବି ଶାସନ କରିଥାନ୍ତା ନା । ମୋତେ ମାରି ସାରିଲା ପରେ; ସେ ବି କାନ୍ଧିଲା । ସତରେ ସ୍ତ୍ରୀ ମାନଙ୍କୁ ବୁଝିବା କଷ୍ଟକର।
ଆଜି ବଞ୍ଚି ରହିବା ପାଇଁ ସଂଘର୍ଷ । ଆଖିରେ ଲାଖି ରହିଚି, ପୁଅକୁ ବଡ କରିବାର ସ୍ବପ୍ନ। ସଂଘର୍ଷ ଅଛି । ତଥାପି, ମନରେ ଶାନ୍ତି ଆଉ ଖୁସି ରହିଚି । ସେ ଭଲ ରୋଷେଇ କରେ । ତେଣୁ କଲେଜ ଚ୍ଥକରେ ଦୋକାନଟିଏ ପକାଇଚି । ଭଲ ଦୁଇ ପଇସା ଲାଭ ହୁଏ । ମୁଁ ପ୍ରଥମେ ରାଜି ହଉନଥିଲି । ଆଜିକାଲିର ମହରକ ଦୁନିଆଁରେ ଦୁଇ ଜଣ ନ ଖଟିଲେ ଚଳିବା ବଡ କଷ୍ଟକର । ତେଣୁ ମୁଁ ରାଜି ହେଲି।
ଆଜି ଏ ସବୁ ଭାବୁଚି କ'ଣ ପାଇଁ ? ସେଦିନ ଆଉ ନାହିଁ । ଆରେ ମୁଁ କଲେଜ ଚ୍ଥକ ପାଖରେ ପହଞ୍ଚିଗଲିନି । ତମକୁ ଭାରି ଭୋକ ଲାଗୁଥିବ! ହଁ, ଚାଲ ମିଶି କି ଖାଇବା ।