STORYMIRROR

Sunanda Mohanty

Romance Fantasy Thriller

4  

Sunanda Mohanty

Romance Fantasy Thriller

କାଉ ମାଆ

କାଉ ମାଆ

3 mins
259

ମାଆ ତତେ ଏବେ ଆଉ ବସ ଟ୍ରେନରେ ବସିଲେ ଅଣନିଶ୍ଵାସୀ ଲାଗୁନି ନିଶ୍ଚୟ, ନହେଲେ ଏସି ବସରେ ଗାଁରୁ ଭୁବନେଶ୍ୱର ଆସି କବିତା ଆସରରେ ଯୋଗ ଦେବା କଣ ସହଜ କଥା!ମାଆ ସ୍ୱାତିଙ୍କର ମନେପଡୁଥିଲା ସେଦିନ ରାଜଧାନୀ ଏକ୍ସପ୍ରେସରେ, ପୁଅ ପାଖକୁ ଦିଲ୍ଲୀ ଯିବାକୁ ଚଢି ସାରିବା ପରେ ତାଙ୍କ ଦୁହିଁଙ୍କ ପାଇଁ ହୋଇଥିବା ରିଜର୍ଭ ସିଟ ପାଇ ବସିଗଲା ପରେ ସ୍ୱାତି କେମିତି ଅଣନିଶ୍ୱାସୀ ହୋଇ ସ୍ୱାମୀଙ୍କୁ କହୁଥିଲେ ପଚାର ପଚାର ବିନା ଏସି କମ୍ପାର୍ଟମେଣ୍ଟ ଅଛି ନା ନାହିଁ ମତେ ଏଠି ଅଣନିଶ୍ୱାସୀ ଲାଗୁଛି. ସ୍ୱାମୀ ପରେଶ ବିରକ୍ତ ହୋଇ କହୁଥିଲେ ଏହି ଟ୍ରେନର ସବୁ ବଗି ଏସି ହୋଇଥିବାରୁ ତ ଏଥିରେ ସୁବିଧା ହେବ ଯିବାକୁ ବୋଲି ପୁଅ ଟିକେଟ କରିଛି.ଆଉ ଏବେ ନନଏସି ବଗି କୋଉଠୁ ଆସିବ!ସ୍ୱାତି କିଛି ସମୟ ଆଡ଼ଜଷ୍ଟ କରି ସମ୍ଭାଳି ବସିଯିବାକୁ ଚାହିଁ ମଧ୍ୟ ପାରିନଥିଲେ. ଥରକୁ ଥର ଦୁଆର ମୁହଁ ଲାର୍ଟିନ ବାଥରୁମ ପାଖେ ଆସି ଠିଆ ହେବାରୁ ପୁଅ କହିଥିଲା ଶୀଘ୍ର ମାଆକୁ ଧରି ଓଲ୍ହେଇଯାଅ ବାପା. ଦେଢ଼ ଦିନ କେମିତି ଆଡ଼ଜଷ୍ଟ କରି ଆସିବ ମାଆ,ଅସମ୍ଭବ!ବାଲେଶ୍ୱର ଯାଏଁ ଆସିଲେ କେମିତି କେମିତି. ତା ପରେ ବି ସେମିତି ଅଣନିଶ୍ୱାସୀ ଲାଗିଲେ ଉପାୟ ନଥିବ ଓଲ୍ହେଇ ଫେରିଯିବାକୁ. ତ ସେଥର ବାଧ୍ୟ ହୋଇ ଓଲ୍ହେଇ ଯାଇଥିଲା ମାଆ ବାପାଙ୍କ ସହ . ପୁଅ ଆଜି ମାଆକୁ ଏସି ବସରେ କବିତା ଆସରକୁ ଯିବା ଦେଖି କହୁଥିଲା ଭଲ ଭଲ ଅଭ୍ୟାସ କରେ. ଝିଅ ମଧ୍ୟ କହୁଥିଲା କାହିଁ କହୁଛୁ ଭାଇ ସେଦିନ କଟକ ଯାଏଁ ଏସି ବସରେ ମାଆ ଯୋଉ ଛଟପଟ ହେଲା ଖାଲି ମୁଁ ସାଙ୍ଗରେ ଥିଲି ବୋଲି ଆଉ ଏବେ ଫର୍ଦେ କବିତା ପଢିବ ବୋଲି ଯାଉଛି ଗାଁରୁ ଭୁବନେଶ୍ୱର କେଜାଣି କେମିତି! ତ ମାଆ ଏତେବେଳକୁ ମୁହଁ ଖୋଲିଥିଲା କହିଥିଲା ପ୍ରଥମତଃ ପାଖ ବାଟ, ଦ୍ୱିତୀୟତଃ ବାପାଙ୍କ ସଙ୍ଗେ ଯାଉଛି. ଆଉ ତୃତୀୟରେ କବିତା ବୋଲିବା ଆକର୍ଷଣରେ ବୋଲି କହୁନୁ କି ମାନୁନୁ କାହିଁକି ଯେ! ଏକାସଙ୍ଗେ କହୁଥିଲେ ପୁଅ ଝିଅ.

  ସ୍ୱାତି ଭାବୁଥିଲେ ସତ. ଏକଦମ ଖାଣ୍ଟି ସତ. ଛାତ ଉପରେ ପକ୍ଷୀ ଅନ୍ୱେଷଣ, ନିରୀକ୍ଷଣ କରୁ କରୁ ଯେତେସବୁ ଅନୁଭବ ତାଙ୍କର ତାକୁ କଣ ପୁଅ ଝିଅ ନା ସ୍ୱାମୀ କେହି ବୁଝିବେ ବରଂ କବିତା ପଦେ ଲେଖି ମନର ଭାବକୁ ଶବ୍ଦରେ ଗୁନ୍ଥି ପାଞ୍ଚ ପଚିଶଙ୍କ ଆଗେ ପଢିବା ବା ଶୁଣେଇବାରେ ଯୋଉ ଆନନ୍ଦ ଅଛି ସେକଥା କୋଉଠୁ ଏମାନେ ବୁଝିବେ ଯେ! ସ୍ୱାମୀ କହନ୍ତି ମତେ ଆଉ ସେ ଆଇ ଡ୍ରପ ଆଣିବାକୁ କହିବନି. ଯେଉଁ ଦୁଇଟା କାମରେ ମନ ଲଗେଇଛ ଯଥା ପକ୍ଷୀମାନଙ୍କ ରାବ ଠାଵ କରି ହଳଦୀବସନ୍ତ, ଶୁଆ, ଭଦଭଦଳିଆ ଦେଖିବା ଓ ତାଙ୍କ ଉପରେ ଗୀତ କବିତା ମୋବାଇଲ ଦ୍ୱାରା ଟାଇପ କରି ଲେଖିବା ଦୁଇଟି ଯାକ କାମରେ ଆଖି ଖରାପ ହେଉଛି ଥରକୁ ଥର. ଦୋକାନ ଦୋକାନ ବୁଲି ସେ ହାଇସୋଡିୟୁ ଆଇଡ୍ରପ ଯୋଗାଇବାରେ ମତେ ଯେ କେତେ ଅଣନିଶ୍ଵାସୀ ହେବାକୁ ପଡେ ଏ ମେଡ଼ିସିନ ଷ୍ଟୋରରୁ ସେ ମେଡ଼ିସିନ ଷ୍ଟୋର ବୁଲିବା ତୁମ ମାଆକୁ କଣ ଜଣାଅପଡୁଛି! ସ୍ୱାତି ସେତେବେଳେ କହିପାରନ୍ତିନାହିଁ ପକ୍ଷୀଙ୍କ ଗତି ଵିଧି ଜାଣି ତାଙ୍କୁ ଅନୁସରଣ କରିବାରେ ଯୋଉ ଆନନ୍ଦ ସେକଥା ଅନ୍ୟକୁ ମଧ୍ୟ ଜଣା ପଡ଼େନି.କାରଣ ପକ୍ଷୀ ସଙ୍ଗେ ଭାବ ବିନିମୟ ହୁଏ ବୋଲି କିଏ ବିଶ୍ୱାସ କରିବ ତାଙ୍କ କଥା!

  ଏଇ ଗତକାଲିର ଘଟଣା କଥା. ଚିକ୍କଣ କାଉଟି ପାଣି ପିଇ ସାରି ଧୀର ସ୍ୱରରେ କା କା ଡାକି ଅଳ୍ପ ଦୂରରେ ଚେୟାର ଉପରେ ବସିଥିବା ସ୍ୱାତିଙ୍କ ଆଡକୁ ମାଡି ଆସୁଥିଲା ତ ଭୟ ମିଶା ଆଶ୍ଚର୍ଯ୍ୟ ଆଖିରେ ଉଠିପଡିଲେ ସ୍ୱାତି. ପକ୍ଷୀ ପଶୁ ସିନା କଥା କହିପାରନ୍ତିନି କିନ୍ତୁ ତାଙ୍କ ଗତି ଵିଧି ଓ ସ୍ୱରରେ ଅନେକ ସନ୍ଦେଶ ଦେଇଥାନ୍ତି ମଣିଷକୁ. କାଉ ସଙ୍ଗେ ଖୁବ ଭାବ ସ୍ୱାତୀଙ୍କର କାରଣ ଅନ୍ୟ ପକ୍ଷୀଙ୍କ ତୁଳନାରେ ନିର୍ଦ୍ଦିଷ୍ଟ କାଉଟି ପାଣି ସ୍ଵଚ୍ଛନ୍ଦରେ ପିଏ ଥୋଇଥିବା ସ୍ଥାନରୁ.ପୁଣି ପ୍ରଥମ ଭାତ କାଉ କୁକୁରଙ୍କୁ ଦେଉଥିବୁ ବୋଲି କହିଥିବା ଶାଶୁଙ୍କ ଗଦ୍ୟାଂସଟି ମନେରଖି କାଉ ପାଇଁ ଥୁଆଯାଉଥିବା ଭାତ ମଧ୍ୟ ଖାଏ ନିର୍ଭିକରେ ସେହି କାଉଟି. ତେବେ ଆଜି ତାର ବ୍ୟବହାରରେ ପରିବର୍ତ୍ତନ ଦେଖି ବିଚଳିତ ବୋଧ କଲେ ସ୍ଵାତି. ସେତେବେଳକୁ କାଉଟି ଉଡି ଉଡି ଆସି ପ୍ରାୟେ ତାଙ୍କ ପାଖାପାଖି ପହଁଞ୍ଚି ଯାଇଥିଲା ତ ମନେ ପଡିଗଲା ଆଜି କାଉକୁ ଭାତ ଦେଇନାହାଁନ୍ତି ସେ ତେଣୁ ଉଠିଯାଇ ଭାତ ଓ ଚାଉଳ ଆଣି ଥୋଇଲା ପରେ କାଉ ସେତକ ଖାଇ ପୁଣି ପାଣି ପିଇ ଉଡିଯିବା ପରେ ସ୍ଵାତି ଭାବିଥିଲେ ଏଣିକି ଆଉ ରିଷ୍ଟ କାଟିବା ପାଇଁ ପ୍ରଥମ ଭାତ କାଉକୁ ନଦେଇ ସେତକ ନିଜେ ଖାଇ ତା ପରେ କାଉକୁ ଖାଇବାକୁ ଦେବେ. ନଚେତ ପୂର୍ବରୁ ପ୍ରଥମ ବଢ଼ା ଭାତ ଖାଇ ଏହି କାଉଟିର ସହୋଦର ପରି ପୂର୍ବ କାଉଟି ଭଳି ରିଷ୍ଟ ନେଇ ଇଲେକ୍ଟ୍ରି ତାରରେ ବସି ଯଦି ଏ କାଉଟି ମୃତ୍ୟୁ ବରଣ କରିବ, ତେବେ ଅଣନିଶ୍ଵାସୀ ହୋଇ ସ୍ୱାତି ମରିବା ଥୟ ବରଂ ଏ କାଉଟିର ମାଆ ହୋଇ ଆଉ କିଛି ଦିନ ଏ ସମ୍ପର୍କ ତିଷ୍ଠି ରହୁ ଭାବି ତଳକୁ ଆସି ଦେଖନ୍ତି ତ ପୁଅ ଓ ଝିଅଙ୍କର କେତେ ମିସ କଲ. ସ୍ୱାତି ପୁଅ ଓ ଝିଅଙ୍କୁ କଲ ବ୍ୟାକ କରି କହୁଥିଲେ ଆରେ ବହୁତ ଶୀଘ୍ର ବାପା ଓ ମୁଁ ତୁମ ଦୁହିଁଙ୍କ ପାଖକୁ ଯିବାକୁ ବାହାରିଛୁ ହେଲେ ସେଠି କାଉ ଅଛିତ!ପୁଅ ଝିଅ ଦୁହେଁ କହୁଥିଲେ ଆରେ ତୋ ନାତି ନାତୁଣୀ ଦୁହେଁ ପରା ଦୁଇଟି କାଉ. ରାଉ ରାଉ ହୋଇ ତତେ ଅଣନିଶ୍ୱାସୀ କରିପକେଇବେ. ଆଜି କାଉପାଇଁ ଖାଦ୍ୟ ରଖିସାରି ଝିଅର ଝିଅ ଡୁଗୁ ଓ ପୁଅର ପୁଅ ବାବା ପାଇଁ ବିସ୍କୁଟ ସଜାଡୁଥିଲେ ସ୍ୱାତି. ପିଲା ଦୁଇଟାଙ୍କୁ ଦେବା ସହ କାଉଙ୍କୁ ଦେବେ ସେମାନଙ୍କ ଘରକୁ ଗଲେ.ଏଠା କାଉ କଥା ଭାବି ଅଣନିଶ୍ୱାସୀ ଲାଗିବା ଆଗରୁ ସ୍ୱାମୀ କହୁଥିଲେ ତୁମେ ତେବେ କାହାର ମାଆ ହେବ ଆଗ କୁହ.ହସୁଥିଲେ ସ୍ୱାତି ଓ କହୁଥିଲେ ଜାଣିନକି,ମମତାରୂପକ ପ୍ରେମ ବାଣ୍ଟି ମାଆ ମଧ୍ୟ ବାଣ୍ଟିହୋଇ ଯାଏ ପରା .



Rate this content
Log in

Similar oriya story from Romance