STORYMIRROR

Sunanda Mohanty

Children Stories Inspirational Thriller

4  

Sunanda Mohanty

Children Stories Inspirational Thriller

ସାଣ୍ଟା ଆଣ୍ଟି

ସାଣ୍ଟା ଆଣ୍ଟି

2 mins
10


ବହୁତ ଦିନ ପରେ ଦିଲ୍ଲୀ ରୁ ଗାଁକୁ ଆସିଥିବାରୁ ସଦାନନ୍ଦ ଗାଁ ହାଟ କୁ ଯାଇଥିଲେ କିନ୍ତୁ ସାଣ୍ଟାକ୍ଲଜ ଡ୍ରେସରେ ଥିବାରୁ କେହି ତାଙ୍କୁ ଚିହ୍ନି ନପାରି ଆବାକାବା ହୋଇ ଚାଁହୁଥିଲେ ତ ବିଜୁର ଜେଜେ ଲୋହିତ ବାବୁ ପହଁଞ୍ଚି ଅନ୍ୟସବୁ ପିଲାଦିନର ସାଙ୍ଗମାନଙ୍କୁ ସେ ସାଣ୍ଟାକ୍ଲଜ ଡ୍ରେସ ପିନ୍ଧା ଲୋକ ଆମ ସାଙ୍ଗ ସଦାନନ୍ଦ ବୋଲି କହିଦେବାରୁ ସମସ୍ତେ କିଣାକିଣି ଛାଡ଼ି ଦୌଡ଼ି ଆସିଥିଲେ ଓ ସାଣ୍ଟା ସାଣ୍ଟା ବୋଲି ଘେରିଯାଇ ଦିଲ୍ଲୀର ପ୍ରଦୂଷଣ ତଥା ଦେଶର ହାଲଚାଲ ପଚାରି ବୁଝିଥିଲେ. ଏତିକି ବେଳେ ପାଖରେ ଜଣେ ବୁଢ଼ୀ କଇଁଥ ବିକୁଥିଲେ. ଏବେ ବୟସ ଯାହା ହେଉନା କାହିଁକି ବୁଢ଼ୀଙ୍କର କଇଁଥ କିଣି ଖାଇବା ଲୋଭ ରେ ଦେଖିଥିଲେ ବୁଢୀକୁ ଓ ଚମକି ପଡ଼ିଥିଲେ. କାରଣ ସେହି ବୁଢ଼ୀ ମହିଳା ଜଣକ ସେମାନଙ୍କ ସହପାଠିନୀ ଥିଲେ. ତାଙ୍କର ଏପରି ଅବସ୍ଥା ପଛରେ କାରଣ ଥିଲା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ବରଣ ପରେ ପୁଅ ତାଙ୍କୁ ସହାୟ ନହୋଇ ଅନ୍ୟ ସ୍ଥାନରେ ରହୁଥିଲା. ସଦାନନ୍ଦ ଅନ୍ୟ ସାଙ୍ଗମାନେ ଆଜିଯାଏଁ କେହି କେମିତି ହାଟ ରେ କେତକୀ ଙ୍କୁ ଭେଟି ଚିହ୍ନି ପାରିନାଂହାନ୍ତି କହୁଥିଲା ବେଳେ ବିଜୁ ସେଠି ପହଞ୍ଚିଥିଲା ଓ ତାଙ୍କଠୁଁ କଇଁଥ କିଣିଥିଲା.
    ସଦାନନ୍ଦଙ୍କୁ ଦେଖି ସାଣ୍ଟା ଅଙ୍କଲ ତୁମେ ବହୁତ ଭଲ ବୋଲି ବିଜୁ କହିଥିଲା.ମତେ ଏତେ ଉପହାର ଦେଇଛ ବୋଲି କହି ଧନ୍ୟବାଦ ଜଣେଇଥିଲା ବେଳେ ସଦାନନ୍ଦ କହୁଥିଲେ ଏବେ ଆଉ ଗୋଟେ ଉପହାର ପାଇବୁ ବିଜୁ. ଏ ଯେଉଁ କଇଁଥ ବିକୁଥିବା ବୁଢ଼ୀ ଙ୍କୁ ଦେଖୁଛୁ ତାଙ୍କୁ ଏଥର ସାଣ୍ଟା ଆଣ୍ଟି ଡାକିବୁ କାରଣ ତାଙ୍କ ପୁଅ ତାର ଭୁଲ ନବୁଝିଵା ଯାଏଁ ମୁଁ ମୋ ପିଲାଦିନର ଏହି ମହିଳା ସାଙ୍ଗକୁ ମୋ ସହ ଦିଲ୍ଲୀ ନେଇଯିବି. କେତକୀ କିନ୍ତୁ ମନା କରିଥିଲେ. ନିଜ ହାତ ଗୋଡ଼ ଚାଲୁଥିଲା ଯାଏଁ ପେଟ ପୋଷ.. ନାହିଁ ଦୋଷ କହି ସମସ୍ତଙ୍କୁ କଇଁଥ ଦେଇଥିଲେ ଓ ଉଚିତ ମୂଲ୍ୟର  ପଇସା ନେଇଥିଲେ. ବିଜୁ କହୁଥିଲା ତାଙ୍କ ନାତି ମିଟୁ ମୋ ସହ ପଢେ. ସେ କହୁଥିଲା ମୋ ଜେଜେମାଆ ଙ୍କୁ ବୋଉ କଥାରେ ପଡି ବାପା ଯେମିତି ଛାଡ଼ି ଦେଇଛନ୍ତି ମୁଁ ବଡ଼ ହେଲେ ମୋ ବାପା ବୋଉଙ୍କୁ ( ସେ ଦୁହିଁଙ୍କୁ )ତାଙ୍କ ବୁଢା ବୁଢ଼ୀ ବୟସରେ ସେମିତି ଛାଡ଼ି ଦେବି. ସାଣ୍ଟା ଅଙ୍କଲ କହିଲେ ନାହିଁ ବିଜୁ ତୋ ସାଙ୍ଗ ମିଟୁ କୁ କହିବୁ ସେମିତି କରିବନି. କୁକୁର ଆମକୁ କାମୁଡିଲେ ଆମେ କଣ କୁକୁରକୁ କାମୁଡିବା କି!ପରେ ବିଜୁ ଠାରୁ ଏକଥା ଶୁଣି ମିଟୁ ଘରେ ସବୁ କଥା କହିବାରୁ ତା ବାପା ମାଆ ନିଜ ଭୁଲ ବୁଝିପାରି କେତକୀ ଜେଜେମାଆ ଙ୍କୁ ଏଣିକି ନିଜ ପାଖକୁ ଫେରାଇ ନେଇଥିଲେ. ବିଜୁ ଓ ମିଟୁ ସାଣ୍ଟାକ୍ଲଜ ବନିଥିବା ଜେଜେଙ୍କୁ ଧନ୍ୟବାଦ ଜଣେଇ ପ୍ରଣାମ କରିଥିଲେ.ପିଲାଏ ଏଥର କେତକୀ ଜେଜୀ କହି କଇଁଥ ମାଗିଲେ ସେ ନିଜକୁ ସାଣ୍ଟା ଆଣ୍ଟି ବୋଲି ଡାକିବାକୁ କହୁଥିଲେ.
,,,,,,,,,,,,,,,,,,,,,,


Rate this content
Log in