STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ଦି ମୁଠା ନାଲି ଚୁଡ଼ି

ଦି ମୁଠା ନାଲି ଚୁଡ଼ି

4 mins
0

ଆଗରୁ ଏମିତି କେବେ କେମିତି ଦେଖା ହୋଇଥିଲା ମନେ ନଥିଲା. ସେଦିନ ଵି ଦେଖା ହେବ ବୋଲି ତାଙ୍କ ସଙ୍ଗେ ମନେ ନଥିଲା କିନ୍ତୁ ଦେଖା ହେବା ସ୍ୱାଭାବିକ ଥିଲା. ବୋଧହୁଏ ସାହିତ୍ୟ ଆମ ଦୁହିଁଙ୍କୁ ପାଖାପାଖି କରିଥିଲା ସେଦିନ.ଯେହେତୁ ସେ ଥିଲେ ଟୁନୁ ଙ୍କ ଭିଣୋଇ ସାକ୍ଷାତ ହେବା ସ୍ୱାଭାବିକ ମଧ୍ୟ ଥିଲା. ଟୁନୁ ମାନେ କାକଳୀ ଙ୍କ ତଳ ଭଉଣୀ ଅନ୍ନଦା ଙ୍କ ସ୍ୱାମୀ. ପୁଣି ଟୁନୁ ଓ ଅନ୍ନଦା ଦୁହିଁଙ୍କ ଘର ପ୍ରତିଷ୍ଠା ଯେତେବେଳେ କାକାଳୀ ଙ୍କ ଅପେକ୍ଷା ସେ ମଣିଷଟି ବେଶି ଲୋଡ଼ା. ଭଉଣୀ ର ନଣନ୍ଦେଇ. ସେ କିନ୍ତୁ ସମସ୍ତଙ୍କ ଭିତରେ କାକଳୀ ଙ୍କ ସଙ୍ଗେ ଗପ ଯୋଡ଼ିଦେଇଥିଲେ ଅଧିକରୁ ଅଧିକ ଭାବେ. କାହିଁ କୋଉ ପୁରୁଣା ଅମଳ ର କଥା ମାନେ ଅନ୍ନଦା ସହିତ ଟୁନୁଙ୍କ ବିବାହ ବେଳ କଥା ପଡିଥିଲା. ପୁଣି କାକଳୀଙ୍କ ପୁଅ ଝିଅଙ୍କ ଖବର ସହିତ ତାଙ୍କ ନିଜ ଦୁଇ ଝିଅଙ୍କ ଫଟୋ ସହିତ ତାଙ୍କ ପାଖକୁ ଯାଇ ରହିବା ବେଳର ସ୍ମୃତି ମଧୁର ଦିନ ସବୁର ଫଟୋ ଦେଖାଇବା ବେଳେ ସେ କାକଳୀଙ୍କ ସାଙ୍ଗରେ ଏତେ ଘନିଷ୍ଠ ହେବାର କାରଣ ସେହି ସାହିତ୍ୟ ଥିଲା ନିଶ୍ଚୟ. କାକଳୀଙ୍କ ପ୍ରକାଶିତ ଲେଖା, ଗୀତ, କବିତା, ଗଳ୍ପ, ସ୍ତମ୍ଭ, ପ୍ରବନ୍ଧ ସବୁର ନିୟମିତ ପାଠକ ଜଣେ ଥିଲେ ବିନୋଦ ଭାଇ.ଏ ଭିତରେ ସେ କାକଳୀଙ୍କ ଅଲକ୍ଷରେ ତାଙ୍କ ସବୁ ଲେଖା ପଢ଼ୁଥିବା ଓ ବିଭିର୍ନ୍ନ ଗଳ୍ପ କବିତାର ସମୀକ୍ଷା କରୁଥିବା ଶୁଣି କାକାଳୀ ମଧ୍ୟ ଉଲ୍ଲସିତ ହେଉଥିଲେ. ଆଜିକାଲି ଯୁଗରେ ଅନେଶତ ଭାଗ ଲୋକ ଲେଖକ ହେବାକୁ ଚାହିଁ ପାଠକ ସଂଖ୍ୟା କମିଆସୁଥିବା ବେଳେ କାକଳୀ ଜଣେ ସମ୍ପର୍କୀୟ ପାଠକଙ୍କୁ ପାଖରେ ପାଇ ଖୁଲମ ଖୁଲା ଗପ ଯୋଡି ଦେଇଥିଲେ. ଯିବା ଆସିବା ବନ୍ଧୁ ବାନ୍ଧବ ଲକ୍ଷ କରୁଥିଲେ କାକଳୀ ଙ୍କ ସହିତ ତାଙ୍କର ମାନେ ଏ ଘରର ଭୂତପୂର୍ବ ଜୋଇଁ ଙ୍କ ସହିତ କଥୋପକଥନ. ସେ ଥିଲେ ବିନୋଦ ଭାଇ. ପରାମର୍ଶ ଦେଉଥିଲେ ଏଣିକି କବିତା ଭିଡ଼ିଓ ପ୍ରସ୍ତୁତ କରି କାହାଣୀ ଭିଡ଼ିଓ ସବୁର ଅଡ଼ିଓ କରି ୟୁବ ଟ୍ୟୁବ ରେ ଛାଡ଼ି ଅଧିକ ଲୋକଲୋଚନ କୁ ଆଣିବାକୁ.
    ଠିକ ସେତିକି ବେଳେ କାକାଳୀ ଭାବୁଥିଲେ ସେଦିନ ଥିଲା ରବିବାର. ଆଉ ଜଣେ ଭାଇ ଜିତେନ୍ଦ୍ରିୟ ପଣ୍ଡା ନାମ୍ନୀ ଵ୍ୟକ୍ତି ଫୋନ କରିଥିଲେ. ସମାଜ ରେ ପ୍ରକାଶିତ ହୋଇ ଥିବା ଗଳ୍ପଟିର ଭୁରି ଭୁରି ପ୍ରଶଂସା କରି କହିଥିଲେ ମୁଁ ଆପଣଙ୍କୁ ମୋ ତରଫରୁ ଏହି ଗଳ୍ପ ଟି ପାଇଁ ଗୋଟେ ଚାନ୍ଦୁଆ ଦେବି. କାକଳୀ ଯେତେ ମନା କଲେ ମଧ୍ୟ ଗୋଟେ ମାସ ଭିତରେ ଭାଇ ଜଣଙ୍କ ଚାନ୍ଦୁଆ ଧରି ପହଁଚିଲେ. କେତେ ପଇସା ତଥା ଚନ୍ଦୁଆ ଦାମ ପଚାରି ଦେଲେ ସୁନ୍ଦର ହେବ ନା ଅସୁନ୍ଦର ହେବ ଭାବୁ ଭାବୁ ଭାଇ ଜଣକ କହିଥିଲେ ଏଇଟି ମୋ ତରଫରୁ ଆପଣଙ୍କୁ ଉପହାର. ସେ କଥା ଭୁଲିହୁଏନି ଏଇଥି ପାଇଁ ଯେ ଆଜି ଵି ପାଠକ କେହି କୋଉଠି ଚାହିଁ ବସିଛନ୍ତି ଭଲ ଲେଖାଟିଏ ପଢିବାକୁ. ଭଲ ଲେଖାର ସଂଜ୍ଞା କଣ ହୋଇପାରେ ଅନେକ ଭାବିଛନ୍ତି କାକଳୀ. କିଛି ଲେଖିଛନ୍ତି. ପୁଣି ଲେଖିଲାବେଳେ ଭାବନା ଆସିଛି ଯଦି ଲେଖୁଥିବା କଥାକୁ ବା ବାର୍ତ୍ତାକୁ ନିଜେ ନରଖିପାରୁଛେ ତେବେ ଲେଖି କି ଲାଭ କଣ!ଯେମିତି କି ବୁଲାକୁକୁର ଙ୍କ ପ୍ରତି ସଦୟ ହେବାକୁ ଲେଖିଲା ବେଳେ ଭୋଜି ଭାତ ଖାଉଥିବା ବେଳେ ଅଇଁଠା ପତ୍ର ରେ ବଳି ପଡ଼ିଥିବା ଖାଦ୍ୟକୁ ଜଳ ଜଳ କରି ଚାହିଁଥିବା ଭୋକିଲା କୁକୁର ଆଗରେ ଥୋଇ ନଦେଇ ଡଷ୍ଟବିନ ରେ ପକେଇବାକୁ ହୁଏ.କିଏ କାଳେ କଣ ଭାବବ ବା କହିଦେବ ଯେ ତେବେ ଡଷ୍ଟବିନ ରଖିବାର ମୂଲ୍ୟ କଣ!ବା କେହି କହିଦେଇ ପାରେ କୁକୁର ଖାଇସାରିଲା ପରେ ସେ କାଗଜ ପ୍ଲେଟ ଉଠେଇବ କିଏ!  ଦିନ ଯାଇ ରାତି ପାହିଲା ପର୍ଯ୍ୟନ୍ତ କିନ୍ତୁ ସେହି କୁକୁର ର ଦୁଇ ଆଖିର ବିକଳ ଚାହାଣୀ ଅସ୍ଥିର କରୁଥାଏ ମନ ପ୍ରାଣ ଓ ହୃଦୟ ଓ ତାକୁ ଶୀତଳ କରିବାର ଏକମାତ୍ର ଉପାୟ କିଛି ଲେଖି ବାର୍ତ୍ତା ପରଷି ଦେବା କାକଳୀ ଙ୍କ ପାଇଁ ଥିଲା ସମାଧାନ ର ବାଟ. ଫଳ କିନ୍ତୁ ଓଲଟା ହେଲା ଏମିତି କି ଭଗବାନ ଙ୍କ ସୃଷ୍ଟିର ସେହି ବିଶ୍ଵସ୍ତ ପ୍ରାଣୀମାନଙ୍କ କଥା ହାଇକୋର୍ଟ ପର୍ଯ୍ୟନ୍ତ ଗଲା. ଯିଏ ବୁଲାକୁକୁରମାନଙ୍କୁ ଖାଇବାକୁ ଦେବ ସେହି ବୁଲାକୁକୁର ଯଦି କୌଣସି ମଣିଷକୁ କାମୁଡ଼େ ତେବେ ଜୋରିମାନା ଦେବାକୁ ପ୍ରସ୍ତୁତ ରହିବ ସେହି ଵ୍ୟକ୍ତି. ଏସବୁ କଥା ଦେଖି ଶୁଣି ଅନୁଭବ କରି କାକଳୀ ଲେଖନ୍ତି କବିତା. ପ୍ରଭୁଙ୍କୁ.ପ୍ରଭୁହେ ଦଉଛ ଜନମ ଯଦି... କରନା ନିରାଶ୍ରୟ..... ଭୋକିଲା ତୁଷାର୍ତ୍ତ ପାଇଁ....ବାକିରୁ କିଛି ରଖିନିଅ. ସେହି ବିନୋଦ ଭାଇ ପୁଣି କହୁଥିଲେ କଣ ଏଥର ସବୁ କବିତା ଭିଡ଼ିଓ କରି ପୋଷ୍ଟ କରିବ ୟୁଟ୍ୟୁବ ରେ ବୋଲି ଭାବି ଭାବନାରେ ବୁଡି ଗଲକି!ହଁ ହଁ.. ନା ନା କହି ଅପ୍ରସ୍ତୁତ ହେଉ ହେଉ କାକଳୀ କହିଥିଲେ ନାହିଁ ଏହି ସୃଷ୍ଟି ଓ ସ୍ରଷ୍ଟା ଙ୍କ କଥା ଭାବୁଥିଲି ଭାଇ.
    ଆରମ୍ଭ ହୋଇ ସାରିଥିଲା ହୋମ. ପଞ୍ଚାମୃତ ଗ୍ରହଣ ର ଶୁଭ ମୁହୂର୍ତ୍ତ ପାଖେଇ ଆସିଥିଲା. ପୁଣି ଉଡ଼ିଗଲା ମନ କାକଳୀଙ୍କର ସେହି ସାହିତ୍ୟ ଆଡକୁ ଯାହାକୁ ଲେଖି ହୁଏ ନିଭେଇ ହୁଏନି ଜମା. ଘରୁ ମନ୍ଦିର ଦେଇ ବସ ଷ୍ଟାଣ୍ଡ ଆସିଲାବେଳେ ଲମ୍ବି ଆସେ କେତୋଟି ହାତ. କିଛି ମିଳୁ ମାଆ ବୋଲି. ଅଟୋ କି ବାଇକ ରେ ବସିଥିଲେ ସିନା ଦେଇହେବନି କିନ୍ତୁ ଚାଲି ଚାଲି ଆସୁଥିଲେ ଟିକେ ଠିଆ ହୋଇ ଯାଇ ଭ୍ୟାନିଟ ରୁ ପାଞ୍ଚ କି ଦଶ ଟଙ୍କିଆ କଏନ ଦେବାରେ ମଧ୍ୟ ଅସୁବିଧା ଥାଏ. କେବେ ପାଞ୍ଚ କି ଦଶ ଟଙ୍କିଆ କଏନ କି ନୋଟ ନଥାଏ ତ କେବେ ବସକୁ ଯିବା ପାଇଁ ତରତର ହେଉ ହେଉ ସମୟ ନଥାଏ. ପୁଣି କେବେ ଘଡିଏ ଠିଆ ହୋଇ ଭ୍ୟାନିଟ ପରି ବାଈମାପାଞ୍ଜି ଟିକୁ ଅଣ୍ଡାଳି କଏନ କି ନୋଟ ଖୋଜିବା ସମ୍ଭବ ହୁଏନି କାହିଁକି କେଜାଣି! ଭାବନାରେ କିନ୍ତୁ ରାତି ସରି ଦିନ ବିତୁଥାଏ ତଥାପି ସେହି ଲମ୍ବିଆସିଥିବା ହାତ ଦେଖାଯାଉଥାଏ ଅନେକ ଦିନ ପର୍ଯ୍ୟନ୍ତ ତ ଭାବିବାକୁ ହୁଏ ଆରଥର ଗଲା ବେଳକୁ ଦେଇଦେବି କିନ୍ତୁ ଆରଥର ଯାଇ ଅନେକ ଥର ଗଲେ ମଧ୍ୟ ସେଇ ହାତ ଦୁଇ ଯୋଡ଼ା ନଥାଏ ଯୋଉ ହାତରେ ନାଲି ପାଣି କାଚ ଚୁଡ଼ି ମୁଠେ ଲେଖା ଥାଏ. ସେଦିନ କିନ୍ତୁ ଭଉଣୀର ନୂଆ ଘର ପ୍ରତିଷ୍ଠା ସାରି, ଭୋଜି ଭାତ ଖାଇ, ମନ୍ଦିର ପାଖରେ ବସରୁ ଓଲ୍ହେଇ ଘରକୁ ଫେରିବା ବେଳକୁ ଦୁଇଯୋଡ଼ା ହାତ ଲମ୍ବିଆସିଲା. ମହିଳା କଣ୍ଠସ୍ୱର ଶୁଭୁଥିବା ଫୁଙ୍ଗୁଳା ହାତ ଦୁଇଟିକୁ ଦେଖୁ ଦେଖୁ ମୁଁହଁ କୁ ଚାହିଁ ଚମକି ପଡିଲେ କାକଳୀ. ଇଏ ସେହି ସ୍ତ୍ରୀ ଲୋକ. ଯିଏ ନାଲି ନାଲି ପାଣି କାଚ ମୁଠେ ଲେଖା ପିନ୍ଧି ହାତ ବଢ଼େଇ ଦେଇ ଅନେକ ଥର ମାଗିଥିଲେ ଵି ଦେଇହୋଇନି ସେ ହାତରେ କିଛି. ଆଜି ଦଶ ଟଙ୍କିଆ ଟିଏ ଦେଇ ଫେରିଆସୁ ଆସୁ ପଛରୁ ସ୍ତ୍ରୀ ଲୋକଟି କହୁଥିଲା ପଚାଶ ଟା ଟଙ୍କା ଦିଅନ୍ତ ନାହିଁ!ଏଇ ଦଶ ଟଙ୍କା କଣ ହେବ. ଭାରାକ୍ରାନ୍ତ ମନ ନେଇ ରାତି ପାହିଲା ବେଳକୁ ଭଉଣୀ ଅନ୍ନଦା ଫୋନ କରି କହିଲା ଜାଣିଛୁ ଅପା ବିନୋଦ ଭାଇ କାଲି ରାତିରେ ହାର୍ଟ ଆର୍ଟାକ ରେ ଚାଲିଗଲେ. କେତେ ଗପୁଥିଲେ ତୋ ସହ କାଲି!ଆଜି ନାଁହାଁନ୍ତି. ବିକଳରେ ଘର ଚାରିପଟକୁ ଚାହିଁ ଦେଖିଲଲେ କାକଳୀ. ପ୍ରିୟ ପାଠକ ଜିତେନ୍ଦୀୟ ପଣ୍ଡା ଭାଇଙ୍କ ଚାନ୍ଦୁଆ ଟି କାନ୍ଥରେ ଥିଲା ଓ ତା ମଧ୍ୟ ସ୍ଥଳୀରେ ଜଗନ୍ନାଥ ଙ୍କ ହସିଲା ମୁଁହଁ. ଭୋ ଭୋ କାନ୍ଦି ପକାଉଥିଲେ କାକଳୀ.ସାନ ଭଉଣୀର ନଣନ୍ଦ ମୁଁହଁ ଓ ଗତକାଲି ର ବିନୋଦ ଭାଇଙ୍କ ସହ ଆଳାପ ଓ ଆଲୋଚନା ମନେପକେଇ କୋହ ଲୁହ ଜଡ଼ସଡ଼. ହୃଦୟରୁ ଶୁଭୁଥିଲା ଭାଗବତ ବାଣୀ ପଦେ.ପ୍ରାଣୀର ଭଲ ମନ୍ଦ ବାଣୀ... ମରଣ କାଳେ ତାହା ଜାଣି.



Rate this content
Log in

Similar oriya story from Tragedy