STORYMIRROR

Sunanda Mohanty

Tragedy Fantasy Thriller

4  

Sunanda Mohanty

Tragedy Fantasy Thriller

ଜଙ୍ଗଲ ବାଘ

ଜଙ୍ଗଲ ବାଘ

2 mins
0

ଜଙ୍ଗଲର ବାଘ କୁ ପୋଷା ମନେଇ ଖେଳ ଦେଖେଇବା କେତେ କଷ୍ଟ ହୋଇନଥିବ ସତରେ ଭାବି ଅନେକ ଦର୍ଶକ ଆସନ୍ତି ସର୍କସ ଦେଖିବାକୁ. ନନ୍ଦନକାନନ ଭଳି ଚିଡିଆଖାନା ରେ ଜଙ୍ଗଲର ବାଘ ଅଛନ୍ତି ସତ କିନ୍ତୁ ଜଙ୍ଗଲ ର ବାଘ ଖେଳ ଦେଖାଉଛି!ସେସବୁ ଦେଖିବାକୁ ଲୋକଙ୍କ ଭିଡ଼. ଖେଳ ଭିତରେ ମଝିରେ ମଝିରେ ବାଘ ଆସେ. ତାକୁ ଦେଖି ଲୋକେ ସିଟ ରୁ ଉଠି ପଛକୁ ଘୁଞ୍ଚିଯାଆନ୍ତି କିନ୍ତୁ ବାଘଟି ପୋଷା ବିଲେଇ ପରି ଘଷି ହେଉଥାଏ ସର୍କସ ଦେଖାଉଥିବା ଝିଅଟି ଦେହରେ. କେବେ ବଲ ଖେଳୁଥାଏ ତ କେବେ ଦୁଇ ଗୋଡ଼ ପଛକୁ ଟେକି ଯୋଗ ବା୍ୟାମ ପ୍ରାଣା୍ୟାମ ପରି ମୁଦ୍ରା ସବୁକୁ ଦେଖାଉଥିଲା ବେଳେ କେବେ କେବେ ଚାବୁକ ପ୍ରହାର ମଧ୍ୟ ଖାଉଥାଏ ଝିଅଟିଠାରୁ. ଆଜିକାଲିର ଆର୍ଟିଫିସିଆଲ ଇଣ୍ଟେଲିଜେନସି ରେ ଜଙ୍ଗଲ ବାଘ ର ଅନେକ ଦୃଶ୍ୟ ମୋବାଇଲ ଓ ଟିଭି ପରଦାରେ ଆସିଯାଉଛି ସତ କିନ୍ତୁ ବିନା ଏ. ଆଈ(AI) ରେ ଜଙ୍ଗଲ ବାଘକୁ ପୋଷା ମନେଇ ତାକୁ ନେଇ ସର୍କସ ରେ ଦେଖାଇବା ଅବାସ୍ତବ ଲାଗୁଥିଲେ ମଧ୍ୟ ସତ ଥିଲା. ସେଦିନ ଘଟଣା ଟି ଅଧିକ ରୋଚକପୂର୍ଣ୍ଣ ଥିଲା. ବାଘ ଖେଳ ଦେଖାଉ ଦେଖାଉ ଛୋଟ ପିଲାଟିଏ ତା ଆଗକୁ ଚାଲିଯାଇଥିଲା ତ ଦେଖେଣାହାରୀ ଦର୍ଶକ ସ୍ତବ୍ଧ ଓ ତା ମାଆ ବାପା କାନ୍ଦି କାଟି ଅଥୟ. ସର୍କସ ର ପ୍ରତିଷ୍ଠାତା ଓ ସହକର୍ମୀମାନେ ମଧ୍ୟ ପ୍ରମାଦ ଗଣୁଥିଲେ. ଜଙ୍ଗଲ ବାଘ ସର୍କସ ର ନିର୍ଦିଷ୍ଟ ଲୋକ ମାନଙ୍କୁ ଶୁଙ୍ଘି ଶୁଙ୍ଘି ଚିହ୍ନିଛି କିନ୍ତୁ ଅଜଣା ଶିଶୁ ପାଇଁ ସେ ବିପଦ ସାଜି ପାରେ. ଏକଥା ଭାବି ସମସ୍ତ ଦର୍ଶକ ଓ ସର୍କସ ର ସହକର୍ମୀ ଓ ଅନ୍ୟାନ୍ୟ ଲୋକ ବିଚଳିତ. ଏତେ ସବୁ ଭିତରେ ଜଙ୍ଗଲ ବାଘ ପାଖେଇ ଆସିଲା ଶିଶୁଟି ପାଖକୁ. ପରସ୍ତେ ଶୁଂଘିଲା ଶିଶୁଟିର ଆପାଦମସ୍ତିକ. ଶିଶୁଟି ମଧ୍ୟ ହସି ହସି ହାତ ରଖିଲା ବାଘ ପିଠିରେ. ଗଲା ଗଲା ଖାଇଲା ଖାଇଲା ରଡି ଭିତରେ ବାଘଟି ଶିଶୁଟିକୁ ଶୁଙ୍ଘି ଦେଇ ପଛକୁ ଫେରିଯାଇଥିଲା. ସମସ୍ତେ ସ୍ତବ୍ଧ. କଟକଣା ଯୋଗୁଁ ଖବର ପ୍ରଶାରଣ ସ୍ଥଗିତ ରହିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳ ରେ କଥା କାନ ରୁ କାନ ହୋଇ ପ୍ରାଘଟ ହେଲା ତ ସୀମା ମଧ୍ୟ ବାହାରି ପଡିଲା ସର୍କସ ଦେଖିବାକୁ. ପୁଣି ଏକା ଓ ରାତିର ସେକେଣ୍ଡ ଶୋ.
    ଫେରିଲା ବେଳେ ସାହି ଲୋକ ଓ ଗଳିକନ୍ଦି ଲୋକଙ୍କ ସହ ମିଶି ଚାଲିଆସିବ ଘରକୁ ବୋଲି କହିଯାଇଥିଲା ଘରେ ସୀମା. ବାଟରେ କିନ୍ତୁ ରାସ୍ତାରେ ସାଣ୍ଡାଲ ପଟେ ଦଗା ଦେଲା. ମୋଚି ପାଖରେ ସିଲେଇ ନକଲେ କାଲି ଅଫିସ ଯିବାକୁ ଅସୁବିଧା ଭାବି ସିଲେଇ ସାରିଲା ବେଳକୁ ଦଳ ଛଡା ହୋଇଯାଇଥିଲା. ରାତି ଏଗାର. ଗଳି ମୁଣ୍ଡେ ହାତକୁ ତାର କିଏ ଧରିନେଲା. ଜଙ୍ଗଲ ବାଘଠାରୁ ମଧ୍ୟ ସେ ଭୟଙ୍କର ଲାଗୁଥିଲା. ସେ ଆଗ ତଣ୍ଟି ଚିପି ତାକୁ କ୍ଷତାକ୍ତ କରିବା ପରେ ତା ସହ ଥିବା ଅନ୍ୟ ମାନେ ଜଣଙ୍କ ପରେ ଜଣେ ଜାମ୍ପି ପଡ଼ିଥିଲେ ତା ଉପରକୁ. ସେହି ରାତିର ଶେଷ ପ୍ରହରରେ ତା ନିସ୍ତେଜ ଦେହଟାକୁ ବାପା ଓ ଗ୍ରାମ ଯୁବକ ମାନଙ୍କ ଟର୍ଚ୍ଚ ଲାଇଟ ଆଲୋକରେ ରେ ଫର୍ଚ୍ଚା ଦେଖିଲା ବେଳକୁ କଥାଟା ଚର୍ଚ୍ଚା ହେଉଥିଲା ମଣିଷ ଏମିତି କେମିତି ଏତେ ଭୟଙ୍କର ଜଙ୍ଗଲ ବାଘ ଠାରୁ! ସୀମା ବୋଉଟା କାନ୍ଦି କାନ୍ଦି ବାହୁନୁ ଥିଲା ଏସିଡ ମାଡ଼ କରିଥିଲେ ବରଂ ମୋ ଝିଅ ବଞ୍ଚିଯାଇ ଥାଆନ୍ତା ଓ ଜଙ୍ଗଲ ବାଘର ଠିକଣା କହିପାରିଥାନ୍ତା ଅନ୍ତତଃ. ସେହି କିଛି ଦିନ ତନା ଘନା ପରେ କିନ୍ତୁ କଥାଟା ସତ ନା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବୋଲି କେହି କେହି ଦ୍ଵନ୍ଦ ରେ ପଡୁଥିଲେ.ପୁଣି କେହି କେହି ଜଙ୍ଗଲର ବାଘ କେତେ ଭଲ ବୋଲି ମଧ୍ୟ କହୁଥିଲେ.



Rate this content
Log in

Similar oriya story from Tragedy