STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ତିନିସାଙ୍ଗ ଙ୍କ ଗାଁ ମସ୍ତି

ତିନିସାଙ୍ଗ ଙ୍କ ଗାଁ ମସ୍ତି

3 mins
0


        ବାପା ଅଶୋକ ଓ ମାଆ ମିନତି ଙ୍କ ସଙ୍ଗେ ଛୁଟିରେ ମସ୍ତି କରିବାକୁ ଗାଁକୁ ଆସିଥାଆନ୍ତି ଦୁଇଭାଇ ଚିକୁ ଓ ମିକୁ. ଗାଁ ତାଙ୍କୁ ଖୁବ ଭଲ ଲାଗୁଥାଏ. କେବେ ଜମିରେ ଠିଆ ହୋଇଥିବା ପାଳଭୂତ ଦେଖି ଅଭିଭୂତ ହୁଅନ୍ତି ଦୁଇଭାଇ ତ କେବେ ବାଇଚଢେଇ ବସା, ପୁଣି କେବେ ଧାନ ବେଙ୍ଗଳା ପଡ଼ିବାର ଦୃଶ୍ୟ ତ କେବେ ହଳ ଲଙ୍ଗଳ ଧରି ବିଲ ଚାଷ କରିବା ଦୃଶ୍ୟ. ଏସବୁ ମସ୍ତି ଭିତରେ ପଡୋଶୀ ଘର ସମସାଅମାୟିକ ପୁଅ ମୁନା ସହ ସାଙ୍ଗ ହୋଇ ତାଙ୍କ ଘରେ ଅଁଳା କୋଳି ଆଚାର ଖାଇବା, ମୁନା ର ଜେଜେ ମାଆ ଙ୍କ ପାଖରୁ ଗପ ଶୁଣି ମୁନା ସହ ଚିକୁ ମିକୁ ତାଙ୍କ ଘରେ ମୁନା ଜେଜେମାଆ କୋଳରେ ଶୋଇଯାଆନ୍ତି ପୁଣି ମୁନା ତା ଜେଜେଙ୍କୁ ଘୋଡା କରି ତାଙ୍କ ପିଠିରେ ଦୁଇଭାଇ ଚାଲ ଘୋଡା ଚାଲ କହି ମୁନାର ଜେଜେଙ୍କ ପିଠି ରେ ବସିଲେ ମୁନା ନିଜେ ଓ ମୁନା ଘର ଲୋକ ତାଳି ମାରୁଥାନ୍ତି ମସ୍ତି ମଜ୍ଜା କରୁଥାନ୍ତି କିନ୍ତୁ ମାଆ ଆସି ବିରକ୍ତ ହୋଇ ଚିକୁ ମିକୁଙ୍କୁ ବାରଣ କରନ୍ତି. ସେଦିନ ଚିକୁ ମିକୁ ଦୁଇଭାଇ ପଡୋଶୀ ମୁନା ଘରକୁ ଯାଇ ନପାରି ଖୁବ କାନ୍ଦୁଥିଲେ ତଥାପି ମାଆ କହୁଥିଲେ ତୁମେ ଦୁଇଜଣ ଯାହା କରୁଛ ଘରେ କର ତାଙ୍କ ଘରକୁ ଯାଇ ସେମାନଙ୍କୁ ହଇରାଣ କର ନାହିଁ.
    ସେତିକି ବେଳକୁ ମୁନାର ଜେଜେମାଆ ନିଜ ହାତ ତିଆରି ଆରିସା ପିଠା ନେଇ ଚିକୁ ମିକୁ ଙ୍କୁ ଖୋଜି ପହଁଚିଲେ ଓ ଆଜି କାହିଁକି ଆମ ଘରକୁ ଯାଇନ ପଚାରିଲେ. ମୁନା ତୁମ ଦୁହିଁଙ୍କୁ ନଦେଖି ଋଷି ବସିଛି. ତୁମେ ଦୁହେଁ ଗଲେ ସେ ତୁମ ଦୁହିଁଙ୍କ ସଙ୍ଗେ ବାଡ଼ିପଟ କଇଁ ଗଡିଆରୁ ଧରା ହୋଇଥିବା ଶେଉଳ ମାଛର ଝୋଳ... ବେଟା ହରିଆ ହରିଆ ବୋଲ କହି ମସ୍ତି କରିବା ସହ ଛୁଟିରେ ସାଙ୍ଗ ହୋଇ ଖାଇବାକୁ ଜିଦ ଧରି ବସିଛି. ଚିକୁ ମିକୁ ଡରି ଡରି ନିଜ ମାଆ ଙ୍କୁ ଚାହିଁଲେ ତ ମାଆ କହିଲେ ସେ ଦୁହେଁ ଗାଧେଇ ନାଁହାଁନ୍ତି. ଜେଜୀ ମାଆ କହୁଥିଲେ ନଗାଧାନ୍ତୁ କଣ ହେଲା ସେଇଠୁ!ମୁନା ସହମରା ନଡ଼ିଆ ତେଲ  ଲଗେଇ ଗାଧେଇଦେବି. ଡରୁଛୁ କି ବୋହୁ. ମୁଁ ପରା ତୋର ଖୁଡି ଶାଶୁ ହେବି. ସହରକୁ ଚାଲିଗଲ ବୋଲି ଚିକୁ ମିକୁ କଣ ପର ହୋଇଗଲେ କହି ଚିକୁ ମିକୁ ଙ୍କ ପୋଷାକ ସହ ଜେଜୀ ମାଆ ସେ ଦୁହିଁଙ୍କୁ ନେଇ ଚାଲିଯିବା ବେଳେ ଚିକୁ ମିକୁ ଙ୍କ ମୁଁହଁରୁ ଝରିପଡୁଥିଲା ଛୁଟି ରେ ଗାଁ କୁ ଆସି କି ମଜ୍ଜା ସତରେ!ପଡୋଶୀ ଘର କି ପର ଆପଣା ଭେଦ ଭାବ ନଥିଲା ଗାଁରେ. ଦୁହେଁ ଭାବୁଥିଲେ ଗାଁ କେତେ ଭଲ ସତରେ!
    ଚିକୁ ମିକୁ ଦୁଇଭାଇଙ୍କ ମାଆ ମିନତି, ଛୁଟିରେ ମସ୍ତି କରିବାକୁ ଗାଁକୁ ଆସି କିନ୍ତୁ ଭାବୁଥିଲେ ଅଲଗା କଥା. ଏଇ ଗାଁ ଝିଅ ମିନତି ସେଦିନ ଅଗିରା ପୂର୍ଣ୍ଣମୀ ଚାନ୍ଦିନୀ ରାତିରେ ଚନ୍ଦ୍ର ଙ୍କ ଶୀତଳତା ଭରା ଜୋଛନା ତଳେ ଠିଆ ହୋଇ କେତେକଣ ଭାବି ଚାଲିଥିଲା ବେଳେ ଅଶୋକ ଆସି ତାଙ୍କ ବାମ ହାତ ପାପୁଲଟିକୁ ଭିଡ଼ିନେଇ କହିଥିଲେ ତତେ ଗୋଟେ କଥା ପଚାରିବି ସତ କହିବୁ ମିନତି. କଥା ଶେଷ ହେବା ପୂର୍ବରୁ ହାତ ଛିଞ୍ଚଡି ଘର ଭିତରକୁ ଦୌଡ଼ି ପଳେଇଥିଲେ ମିନତି କିନ୍ତୁ ଆଜି ର ଏହି ପଡୋଶୀ ଖୁଡିଶାଶୁ ବୋଲାଉଥିବା ତାଙ୍କ ବୋଉ ବାପାଙ୍କ ପାଖେ କଥାଟା ପକ୍କା କରିବାକୁ ପଛେଇନଥିଲେ. ମଙ୍ଗଳ ଦୋଷ ଥିଲା ଜାତକରେ ବୋଲି ସବୁ ପ୍ରସ୍ତାବ କାଟ ଖାଇ ଯାଉଥିଲା ବେଳେ ଅଶୋକ ଙ୍କୁ କାହିଁକି ସେ ମଙ୍ଗଳ ଦୋଷରେ ଘାଣ୍ଟିବେ ବା କିଛି କ୍ଷତି ପହଞ୍ଚାଇବେ ଭାବି ସେଦିନ ଅଗିରା ଜଳା ସ୍ଥାନରୁ ଅଶୋକଙ୍କ ସ୍ପର୍ଶ ରେ ଫିଟି ଆସିଥିବା ମିନତି ଙ୍କ ମାନତଳେ କେବଳ ଯେ ଅଶୋକ ରାଜା ହୋଇ ହୃଦୟ ମାଡିବସିଥିଲେ ଏକଥା ସେ ଅନେକଙ୍କ ସହିତ ଅଶୋକଙ୍କୁ ଫାଙ୍କି ଦେଲେ ଵି ନିଜ ପାଖରେ ହାରି ଯାଉଥିଲା ବେଳେ ବାହଘର ହୋଇଗଲା ନେତି ଖୁଡିଙ୍କ ମଧ୍ୟସ୍ଥି ରେ. ବୋହୁ ହୋଇ ଆସିଲା ପରେ କିନ୍ତୁ ଶାଶୁଙ୍କ ଅସହ୍ୟ ଗାଳି ଗୁଲଜ ସାଙ୍ଗକୁ ପରୋକ୍ଷ କଟାକ୍ଷ ଓ ପ୍ରତ୍ୟେକ୍ଷ ଯନ୍ତ୍ରଣା ସହି ନପାରି ନେତି ଖୁଡିଙ୍କ ବାଡ଼ିପଟ କଇଁ ଗାଡିଆରେ ବସି କେତେ କାନ୍ଦନ୍ତି. ପଛରୁ ପିଠିରେ ହାତ ରଖି ନେତି ଖୁଡି ଖାଲି ତାଙ୍କୁ ବୁଝାନ୍ତି ନାହିଁ ବରଂ ଶାଶୁଙ୍କୁ ମଧ୍ୟ ବୁଝାନ୍ତି. ପାଚିଲା ପତର ଆମେ ଫଗୁଣ ଆସୁ ଆସୁ ପତ୍ରଝଡା ଦେବା ପରି କେତେବେଳେ ଝଡିଯିବା କିଏ କହିବ ନାନୀ. ତେଣୁ ବୋହୁକୁ ଝିଅ ପରି ଭାବ ଦେଖିବ ଜୀବନରେ ରଙ୍ଗ ଭରିଯିବ. କି ମଙ୍ଗଳ ଦୋଷ.. କାହିଁକି କରୁଛ ମିଛରେ ଅବଶୋଷ!ଆହେ ନାନୀ ଆଜିକାଲି ପରା ନାହାକ ପଣ୍ଡିତ କହନ୍ତି ମିଛ... ଦ୍ୱାରେ ଦ୍ୱାରେ ବୁଲି ମାଗନ୍ତି ଭିକ. ଏମିତି ସବୁ କହି କେତେ ବୁଝେଇଥିଲେ ଶାଶୁଙ୍କୁ ନେତି ଖୁଡି. ତାଙ୍କୁ ମଧ୍ୟ କହିଥିଲେ ଗୁରୁଜନ ମାନଙ୍କ କଥା ଧରିବୁନି. ମାଆ ଗାଳି ହେଲା ଆଶୀର୍ବାଦ ଭଳି. ତୁମ ନିଜ ଜନ୍ମ କଲା ମାଆ କହିଲେ ଯଦି ବାଧୁନି ତେବେ ଶାଶୁଙ୍କ କଥା ଧରିବା ଉଚିତ ନୁଁହଁ. ଆମେ ପୁରୁଣକାଳିଆ ମଣିଷ. ସେଦିନ ଖାଲି ମିନତି ବୁଝିଯାଇଥିଲେ ନୁଁହଁ ବରଂ ଶାଶୁ ଙ୍କ ବ୍ୟବହାର ରେ ଢେର ପାରିବର୍ତ୍ତନ ଆସିଥିଲା. ଆଜି ନିଜ ବାପା ବୋଉ, ଶାଶୁ ଶଶୁର ସମୟ ଚକ୍ରରେ ଆରପାରିରେ ସତ କିନ୍ତୁ ନେତି ଖୁଡିଙ୍କ ପରି ହାତଗଣତି କେତେ ଜଣ ଅଛନ୍ତି!ଯିଏ ପର ହୋଇ ଵି ଭାରି ଆପଣାର. ରକ୍ତର ନହୋଇ ମଧ୍ୟ ଭିଡି ଧରନ୍ତି ସମ୍ପର୍କ ଡୋର. ଏଇ ନେତି ଖୁଡିଙ୍କ ଭଳି ଲୋକସବୁ ଗାଁରେ ସେହି ପୁରୁଣାକାଳିଆ ଲୋକ ହୋଇ ପୁରୁଣା ସଂସ୍କୃତି, ସଂହତି, ପରମ୍ପରା ଜାବୁଡି ଧରିଛନ୍ତି ବୋଲି ତ ଛୁଟିରେ ମସ୍ତି କରିବାକୁ ଗାଁକୁ ସେ ଦୌଡ଼ି ଆସିଛନ୍ତି ସୁଦୂର ସହରରୁ.


Rate this content
Log in

Similar oriya story from Action