ଥରେ ମିଠା ଖାଦ୍ୟ ସବୁ ମାନଙ୍କ ଭିତରେ ଖୁବ ଝଗଡା ଲାଗିଲା. ରସଗୋଲା କହୁଥିଲା ମୋ ପରି ନରମ ନରମ, ଧଳା ଗୋଲ ଗୋଲ ଶିରା ଯୁକ୍ତ ମିଠା ପରି କୋଉଠି କିଏ ଆଉ କାହିଁ? ଭଗବାନ ଜଗନ୍ନାଥ ପରା ମାଆ ଲଷ୍ମୀ ଙ୍କୁ ମତେ ଦେଇ ମନେଇ ନେଇଥିଲେ ତେଣୁ ମିଠା ଭିତରେ ମୁଁ ରାଜା.ତ ଝିଲାପି କହୁଥିଲା ମୋ ପରି ସ୍ୱାଦିଷ୍ଟ ରସଯୁକ୍ତ ପୁଣି ପଥି ପରି ଜିଲାପି କୋଉଠି ଅଛି. ଥରେ ଖାଇଲେ ବାରବାର ଖାଇବାକୁ ଇଛା ହୁଏ. ଏଥର ଲଡ଼ୁ କହିଲା ମୋ ସ୍ଥାନ ସ୍ୱତନ୍ତ୍ର ବୋଲି ଭଗବାନଙ୍କ ହାତରେ ସବୁବେଳେ ରହିଥାଏ ମିଠା ଯୁକ୍ତ ଲଡ଼ୁ. ଏମାନଙ୍କ କଥା ଶୁଣି ଛେନାପୋଡ଼, ରାବିଡି, ଛେନା ଝିଲି, ରସାବଳୀ, ଖିରା, ଗୋଲାପଜାମୁ ଇତ୍ୟାଦି ସମସ୍ତ ମିଠା ବଡ଼ପାଟି କରି କଳିଗୋଳ କଲାଭଳି କଥାବାର୍ତ୍ତା ଶୁଣି ଚିନି କହିଲା ଚୁପ କର ସମସ୍ତେ. ତୁମ ସମସ୍ତଙ୍କ ଅସ୍ତିତ୍ୱ ହେଲା ଚିନି. ଚିନି ସହିତ କୋଉଥିରେ ମଇଦା, ଅଟା, ଘିଅ, କ୍ଷୀର ଇତ୍ୟାଦି ସହ ଗୁଜୁରାତି, ଅଳେଇଚ, ଲବଙ୍ଗ, ଚେରି, ପେସ୍ତା, ବାଦାମ, କାଜୁ,ଛେନା, ସର, ଲବଣି, କିସମିସ ଭଳି ମସଲା ମିଶି ଜାତି ଜାତି ମିଠା ହୋଇଛି ଯାହା. ଏଥିରେ ବଡ଼ିମା କରିବା କଣ ଦରକାର!ଏଥର ସମସ୍ତେ ଚୁପ ଥିଲା ବେଳେ ମୁନା ନିଦ ଭାଙ୍ଗିଗଲା.
ଜେଜେ ମାଆ ମୁନାର ବିସର୍ଣ୍ଣ ମୁଁହଁ କୁ ଚାହିଁ ପଚାରିବାରୁ ମୁନା କହିଲା ଆମେ ସମସ୍ତେ ମଣିଷ ସୃଷ୍ଟିରେ ଏକା ନା ଜେଜେମାଆ!ହଁ ତ କଣ ହେଲା କି. ନାହିଁ ଯେ ଜେଜେମାଆ ଆମ ସ୍କୁଲରେ ପଢ଼ୁଥିବା ରାମୁକୁ ସମସ୍ତେ ରିକ୍ସାବାଲା ପୁଅ କହି ଘୃଣା କରୁଥିଲା ବେଳେ ସେ ସବୁବେଳେ ଚୁପଚାପ ବସି ପାଠ ପଢୁଥାଏ. ତାକୁ ପାଖରେ ବସେଇବାକୁ ସମସ୍ତେ ଘୃଣା ଦୃଷ୍ଟିରେ ଦେଖନ୍ତି. ଭଗବାନ ତ ସମସ୍ତଙ୍କ ଦେହରେ ଅଛନ୍ତି ନା!ହଁ ମୁନା ସମସ୍ତଙ୍କୁ ବଦଳାଇ ରାମୁ କୁ ଭଲପାଇବା ସହ ସାହାଯ୍ୟ କରିବା ଉଚିତ. ଏଣିକି ମୁନା ନିଜେ ଉଦାହରଣ ସାଜି ରାମୁକୁ ପାଖରେ ବସାଉଥିଲା. ଖାତା,କଲମ, ପେନସିଲ ଇତ୍ୟାଦି ସାହାଯ୍ୟ କରୁଥିଲା. ମୁନା ଦେଖାଦେଖି ସବୁ ସାଙ୍ଗମାନେ ରାମୁ କୁ ଭଲପାଉଥିଲେ ଏଣିକି. ପ୍ରତ୍ୟେକ ସାଙ୍ଗ ନିଜ ନିଜ ଟିଫିନ ରୁ ଅଳ୍ପ ଅଳ୍ପ ଦେଇ ରାମୁ ଟିଫିନ ଭରି କରିଦେଉଥିଲେ. ସେକଥା ଶୁଣି ଜେଜେମାଆ ମୁନାକୁ ସ୍ନେହରେ ଆଶୀର୍ବାଦ କରୁଥିଲେ.