ସାଣ୍ଟା ଅଙ୍କଲ
ସାଣ୍ଟା ଅଙ୍କଲ
ବିଜୁ ର ପାଟି ଆଜି ଶୁଭିବା ବଦଳରେ ଚୁପ ଥିଲା. ମାଆ ଯାହା ଜଳଖିଆ କରିଥିଲେ ଭଲ ମନ୍ଦ ନବାଛି ବିନା ପାଟିତୁଣ୍ଡ ରେ ଖାଇଦେଇ ପଢିବାକୁ ବସି ଯାଇଥିଲା. ଜେଜେମାଆ ଯେବେ ଚା ନେଇ ଏଘର ସେଘର ଖୋଜୁଥିଲେ ଜେଜେଙ୍କୁ ପାଉନଥିଲେ. ଶେଷକୁ ବିଜୁ କୁ ଜେଜେ କୁଆଡେ ଯାଇଛନ୍ତି କହିପାରିବୁ କି ବୋଲି ପଚାରିଥିଲେ. ବିଜୁ କହୁଥିଲା ଆସ୍ତେ କୁହ ଜେଜେମାଆ. କାହିଁକି ରେ ବିଜୁ? ତ ବିଜୁ କହୁଥିଲା ଡ୍ରଇଂ ରୁମକୁ ସାଣ୍ଟାକ୍ଲଜ ଆସି ଚୁପଚାପ ବସିଛନ୍ତି. ଜେଜେ ଯାଇ ଯାଇ ଆଉ କୁଆଡେ ଯିବେ, ନିଶ୍ଚୟ ଧାନ ବିଲକୁ ଯାଇଥିବେ. ସେଠି ପାଳଭୂତ ସଙ୍ଗେ କଥା କରୁଥିବେ ଯେ ତୁ ଜଗିଥା ନଚେତ ପଶୁ ପକ୍ଷୀ ସବୁ ଆସି ଧାନ ଖାଇଯିବେ. ଜେଜେମାଆ ସବୁ ଶୁଣି କହିଲେ ହଉ ଜେଜେ ତ ନିଶ୍ଚୟ ବିଲ କୁ ଯାଇଥିବେ କିନ୍ତୁ ଏ ବେଳାରେ ଆମଘରକୁ ସାଣ୍ଟାକ୍ଲଜ ଆସିବାର କାରଣ କଣ!କାରଣ ଆଉ କଣ!ମୁଁ ଭଲ ପିଲା ହୋଇଛି. କଥା ମାନୁଛି. ନିଜ କାମ ନିଜେ କରିବା ସହ ଆଜିର କାମ ମଧ୍ୟ ଆଜି କରି ସାରୁଛି ତ ସେଇଥିପାଇଁ ସେ ଆମ ଘରକୁ ଆସିଛନ୍ତି ନିଶ୍ଚୟ. ସେ ଶିଶୁମାନଙ୍କୁ ଖୁବ ଭଲ ପାଆନ୍ତି ଓ ଭଲପିଲାମାନଙ୍କୁ ଭେଟି ଦେବାକୁ ଆସନ୍ତି. ବଡଦିନ ଦିନ ଥାଏ ତାଙ୍କର ଲାଲ ଲାଲ ପୋଷାକ ସାଙ୍ଗକୁ ନାଲି ଟୋପି, ନାଲି ମୋଜା. ଆଜି କିନ୍ତୁ ତାଙ୍କ ଦେହରେ ଧଳା ପୋଷାକ ସହ ଧଳା ଟୋପି ଓ ମୋଜା. ଯାଉନ ଦେଖିବ.
ଜେଜେମାଆ ଯାଉଛି ଯାଉଛି କହି ଡ୍ରଇଂ ରୁମ ଆଡକୁ ଅଗ୍ରସର ହେଲା ବେଳକୁ ବିଜୁର ମାଆ କହିଲେ ଏ ଜଳଖିଆ ଓ ଚା ନେଇକି ଯାଆନ୍ତୁ ବୋଉ. କେତେଦିନ ପରେ ଆଜି ଆମ ଘରକୁ ସହଦେଵ ମଉସା ଆସିଛନ୍ତି. କଥାଟା ବୁଝିପାରି ଜେଜେମାଆ ଠୋ ଠୋ ହସୁଥିଲେ କହିଲେ ଓଃ ସହଦେଵ ତେବେ ଦିଲ୍ଲୀରୁ ଧଳା ପୋଷାକ ପିନ୍ଧି ଶାନ୍ତିଦୂତ ସାଣ୍ଟାକ୍ଲଜ ବନି ଆମ ଘରକୁ ଆସିଥିବାରୁ ବିଜୁ ତାଙ୍କୁ ଦେଖି ଆଜି ଖୁବ ସୁନା ପିଲା ହୋଇଯାଇଛି. ଏତିକି ବେଳେ ଜେଜେଙ୍କ ପାଟି ଶୁଣି ବିଜୁ ମଧ୍ୟ ତା ପଢ଼ାରୁ ଉଠି ଦୌଡ଼ି ଆସି ଦେଖିଲା ଜେଜେ ଓ ସାଣ୍ଟାକ୍ଲଜ ଦୁହେଁ ପରସ୍ପର ପରସ୍ପରକୁ ବନ୍ଧୁତା ସୂତ୍ରରେ କୁଣ୍ଢେଇ ଧରିଛନ୍ତି. ଏସବୁ ଦେଖି ବିଜୁ କହିଲା ମୁଁ ଖୁବ ଭଲ ପିଲା ହୋଇଥିବାରୁ ସାଣ୍ଟାକ୍ଲଜ ଆମ ଘରକୁ ଆସିଛନ୍ତି ଜେଜେ. ହଁ ହଁ ଏମିତି ସୁନାପିଲା ହେଲେ ସାଣ୍ଟାକ୍ଲଜ ନିଶ୍ଚୟ ଉପହାର ନେଇ ଆସିବେ କହି କେତେ ଫଳମୂଳ ଓ ଗୁଡ଼ି ସହିତ ବହିପତ୍ର ଝୁଡି ବଢ଼େଇ ଫେରିପଡୁଥିଲେ ସଦାନନ୍ଦ ଓରଫ ସଣ୍ଟାକ୍ଲଜ ତ ମାଆ ଓ ଜେଜେମାଆ ଖୁବ ହସୁଥିଲା ବେଳେ ଜେଜେ କହୁଥିଲେ ସେ ପରା ସଦାନନ୍ଦ ଜେଜେ. ଏବେ ସାଣ୍ଟାକ୍ଲଜ ହୋଇଯାଇଛନ୍ତି. ଭଲପିଲାମାନଙ୍କ ଘରକୁ ଯାଇ ଜ୍ଞାନ ବିଜ୍ଞାନ ବହି ଝୁଡି ଓ ଫଳ ଝୁଡି ସହିତ ଗୁଡ଼ି ଭେଟି ଦେଉଛନ୍ତି. ବିଜୁ ର ସେଇଦିନଠୁ ଆଉ ଦୁଷ୍ଟାମୀ ନଥିଲା.
