STORYMIRROR

Gangotri Priyadarshini

Fantasy Inspirational

3  

Gangotri Priyadarshini

Fantasy Inspirational

କାହିଁ ସେ ପିଲାଦିନ

କାହିଁ ସେ ପିଲାଦିନ

2 mins
192


  କାହିଁ ଆଉ ସେ ପିଲାଦିନ? ଭାବିଦେଲେ ମନ ଭିତରଟା କେମିତି ଗୋଳମାଳ ହେଇ ଯାଉଛି । ସବୁ ଯେମିତି ପଛରେ ରହିଯାଉଛି, ଖାଲି ଆମେ ଦୌଡୁଛେ ଅଣନିଶ୍ୱାସୀ ହେଇ ଆଗକୁ ଆହୁରି ଆଗକୁ । ବୟସର ମଧ୍ୟାହ୍ନ ରେ ଜୀବନ, ଶାନ୍ତି କାଇଁ ଯେ.... 


  ପିଲା ବେଳେ ଜଗିକି ରହୁ ଦୁର୍ଗା ପୂଜା ଛୁଟି କୁ । ଶରତ ଆଗମନେ ଯେମିତି,ଆଦ୍ୟ ଆଷାଢ ଟା ଫୁଲେଇ ଭଳି ମନେ ହୁଏ । ଆମ ଭାଇ ଭଉଣୀ ଦୁଇଟା ଯାକର ଜନ୍ମଦିନ,ଆମ ପାଖ ଗାଁ ରେ ଦୁର୍ଗା ପୂଜା ହୁଏ,ପୂଜାରେ ଯାତ୍ରା ପ୍ରତିଯୋଗିତ । ସେଥିପାଇଁ ସମ୍ପର୍କୀୟ ମାନଙ୍କର ଭିଡ ଗାଆଁ ପରିବେଶ ରେ ଯେମିତି ଆତ୍ମହରା କରିଦିଏ । ସବୁ କମ ଭିତରେ ଯେମିତି ଅଧିକ ଖୁସି ଟା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । ଃ

ଚାରେଣି,ଆଠେଣି ରେ ବି ଦୁନିଆଯାକର କିଣା ବିକିବାର ସଫଳ ପ୍ରୟାସ । ମୁହଁରେ ରଙ୍ଗ ବୋଳି,ଯାତ୍ରା ପୂର୍ବ ରୁ ପ୍ରଦର୍ଶିତ ପୌରାଣିକ ଗୀତିନାଟ୍ୟ ରେ ଶିଶୁ ଚରିତ୍ର ରେ ଅଭିନୟ କରିବା । ଗାଆଁ ଯାତ୍ରା ପରଦିନ ଠାକୁରାଣୀଙ୍କ ପାଖରେ ପନକୁଆଣି ଭୋଜି ।କାହିଁ ସେ ଦିନ ସବୁ,କେବଳ ସ୍ମୃତି ଯାହା ସବୁ ।


  ହଁ ପିଲାଦିନ ସ୍ମୃତି ରେ ମାମୁଁ ଘରର ସ୍ମୃତି ଯେମିତି ଜୀବନ୍ତ.. ମୁଁ ଜାଣୁନଥିଲି ପାଠ କଣ? ସ୍କୁଲରେ ପାଠ ର ବୋଝ ଟିକେ ଅଧିକ ହେଇଗଲେ ମାମୁଁ ଘର କଥା ଭାରି ମନେ ପଡେ । ଖରା ଛୁଟି ରେ ମାମୁଁ ଘର ଯିବା ଖୁସି ଵି ନିଆରା ।  


  ବେଶୀ ହେଲେ ପଚିଶ ତିରିଶ କିଲୋମିଟର ଦୂର ଆମ ଗାଁ ରୁ, ବସରୁ ଓଲ୍ହେଇ ମହାପାତ୍ର ସାହି ଗଣ୍ଡ ତାପରେ ବ୍ରିଟିଶ ଅମଳର ଭଙ୍ଗା ଡାକବଙ୍ଗଳା... ମାମୁଁ ଘର ଗାଁର ସବୁ ଲୋକଙ୍କ ସହ ମାମୁଁ ମାଇଁ ଅଜା ଆଇ ଙ୍କ ସମ୍ପର୍କ । 


  ସମସ୍ତଙ୍କର ସେହି ସ୍ନେହବୋଳା ପ୍ରଶ୍ନ ଭଲ ଅଛୁ ଟି? ଭାଇ ଭଉଣୀ ନୂଆ ନୂଆ ଖେଳ ଖେଳନା, ରକମ ରକମ ଖାଇବା । କେମିତି କେଜାଣି ଛୁଟି ସରି ସରି ଆସିଲେ ଛାତି ଚିରିଗଲା ଭଳି ଲାଗେ, ଏବେ ଯେମିତି ବୟସ ବଢ଼ି ବଢ଼ି ଯାଉଛି ଏଲାଗୁଛି ;ଏଇଟା କଣ ଜୀବନ ଯାତ୍ରା । ଏବେ ତ ଗୁଡ଼ାଏ ବର୍ଷ ହେଇ ଗଲାଣି ମାମୁଁ ଘରକୁ ଯିବାର । କେହି ଆଉ ଭଲରେ ନାହାନ୍ତି । ସବୁକିଛି ବଦଳି ଯାଇଛି । ଗଣ୍ଡା ଗଣ୍ଡା ମଟର ଗାଡି, ସବୁ ସୁବିଧା, ଖାଦ୍ୟ ପାନୀୟ, ବେଶ ଭୁଷା, ଏମିତି କି ପରିଚୟ ଵି । 


  ଏବେ ତ ଘର ଠିକଣା କହିଲେ ଆଉ ମୋ ଗାଁ ନାଁ ଵି ନେଇ ପାରୁନି ସାହସ ରେ, ଶାଶୁଘର ଠିକଣା କହୁଛି । ଆଜି ମୁଁ କାହାର ବୋହୁ, ସ୍ତ୍ରୀ ଆଉ ମାଆ ହେଇ ସାରିଛି। ମୋର ପୂର୍ବ ପରିଚୟ ବଦଳି ଯାଇଛି । ମୋର ସରକାରୀ ପରିଚୟ ପତ୍ର ଵି ବଦଳି ଯାଇଛି । 


  ମୋ ଡେଣାରେ ଖୁବ ଓଜନିଆ କର୍ତବ୍ୟ ର ଭାର ଲଦି ଦିଆ ଯାଇଛି । ଆକାଶ ରେ ବି ଭାରି ଭିଡ଼ ଆଜିକାଲି, ମନଖୋଲି ଉଡି ହେଉନି। ସବୁ ସୁଖ ଅଛି, ପରିବାର ସାଙ୍ଗ ସାଥୀ, ଆଧୁନିକ ଜୀବନ ଶୈଳୀ ଭରପୁର ସମାଜ । କୋଉଠି ମନର ଛୋଟିଆ କଣ ରେ ପିଲାଦିନ, ସାଙ୍ଗ ସାଥି, ମାମୁଁ ଘର, ଜହ୍ନ ରାତି ସବୁ ସ୍ମୃତି ବେଳେ ବେଳେ ରହି ରହି ବ୍ୟାକୁଳ କରି ଦେଉଛନ୍ତି । ଜାଣିଛି ଯାହା ବିତି ଯାଇଛି ଆଉ ପାଇବିନି । ତଥାପି ସ୍ମୃତି ର ଵି ସାହାରା ନେଇଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy