Gangotri Priyadarshini

Tragedy Inspirational

3  

Gangotri Priyadarshini

Tragedy Inspirational

ପରୀ ପାଇଁ ଚିଠିଟିଏ

ପରୀ ପାଇଁ ଚିଠିଟିଏ

4 mins
210



ମୋ ସୁନା ପରୀ, ମୋ ରାଣୀ କଣ୍ଢେଇ, ମୋ ଗେହ୍ଲୀ ମାଆଟା । ନିଶ୍ଚୟ ତୁ ଯନ୍ତ୍ରଣାରେ ଅଛୁ । ତୁ ଏକା ନୋହୁଁ ଅନେକ ପିତା ମାତା ତୋ ପାଇଁ ଯନ୍ତ୍ରଣା ଜର୍ଜରିତ ଆଜି । ହୁଏତ କ୍ଷୋଭ ପ୍ରକାଶ କରିବାକୁ ଯୁ ନାହିଁ । ହେଲେ ଅଭିଶାପ ସବୁ ପାପ ପୃଥିବୀ ଦୋହଲେଇ ଦେବ ନିଶ୍ଚୟ ।

ଜାଣିଛୁ ମାଆ ମୁଁ କୁନି କୁନି ଝିଅମାନଙ୍କୁ ଦେଖିଲେ ମୋ ଖୁସି କିଛି ବନ୍ଧ ବାଡ ମାନେନି । ବିବାହର ଅନେକ ପୂର୍ବରୁ ସାଙ୍ଗମାନଙ୍କୁ କୁହେ, ମୋର ବହୁତ୍ ଝିଅ ହେବେ, ମୁଁ ସୁନ୍ଦର କରି ସଜେଇ ଦେବି, ଏକା ଭଳି ଫ୍ରକ୍ ପିନ୍ଧିବେ, ରିବନ ବାନ୍ଧିବେ, କୁନି କୁନି କେତେ କଥା ହେବେ, ଏସବୁ ମୁଁ ଭାବି ଭାବି କେଉଁ ଏକ ଅଜଣା ମାତୃତ୍ଵ ସୁଖରେ ଆହ୍ଲାଦିତ ହେଇ ଯାଉଥିଲି । ହୁଏତ ଦୁନିଆରେ ଚାଲିଥିବା ବର୍ବରତା ବିଷୟରେ ମୁଁ ଅଜଣା ଥିଲି । 

ମୁଁ ଭାବୁଥିଲି କେବଳ ନାରୀଟେ ସ୍ତ୍ରୀ ରୂପେ, ବୋହୁ ରୂପେ କି ମାଆ ରୂପେ ଅବହେଳିତ ହୁଏ, ବିଶ୍ୱାସ ଯୋଗ୍ୟା ହୋଇ ପରେ ନାହିଁ । ଅନେକେ ନାରୀର ଅସ୍ତିତ୍ୱକୁ ଏତେ ସହଜରେ ଗ୍ରହଣ କରି ପାରି ନଥାନ୍ତି । ନାରୀ ସବୁ ମୁଣ୍ଡ ପାତି ସହି ଯାଏ । କାହାକୁ କହିବ, କାହା ଆଗେ ଲୁହ ଗଡେଇବ, କୋଉଠି ଅଭିଯୋଗ କରିବ ? ଏତେ ସହଜ ନୁହେଁ ଏ ସବୁକୁ ସାମ୍ନା କରିବା, ଏ ସବୁରେ ପ୍ରତିବାଦ କଲେ ବଞ୍ଚିବ କେମିତି, କାହାକୁ ନିଜର ବୋଲି କହିବ । କେତେ ସନ୍ଦେହ ଆଖିର ଉତ୍ତର ଦେବ । 

ସେଥିପାଇଁ ଆମେ ଚୁପ୍ ରହିବାକୁ ବାଧ୍ୟ ହେଉ, ମନରେ ଅଭିଶାପ ବି ଆସେନି, ଭାଗ୍ୟର ଦୋଷ ମାନି ସବୁ ଭବିତବ୍ୟ ମୁଣ୍ଡରେ ପଣସ ଅଠା ଘଷି ଦେଉ । 

ନାରୀ ଯଦି ଅଭିମାନ କରିବ, ଦୁଃଖ କରିବ, ଆଖିରୁ ଲୁହ ଝରେଇବ, ତା ପରିବାର କିଏ ସମ୍ଭାଳିବ ?

ବେଳେ ବେଳେ ବିବେକ ବହୁତ ପ୍ରତିବାଦ କରେ, ରହି ରହି ଅସ୍ତିତ୍ୱ ପ୍ରମାଣ କରିବାକୁ ଜିଦ୍ କରେ । ହେଲେ ଆମେ କେହି କିଛି କରି ପାରୁନା ।

ମାଆ ମୋର ଏତ ଗଲା ଊଣା ଅଧିକେ ବହୁତ ଘର ଆଉ ନାରୀ ଅବସ୍ଥା । ବାହାରେ ଆଉ କଣ ଭଲ ଲୋକ ଅଛନ୍ତି । ଘରର ଅବସ୍ଥା ତ ଏମିତି, ବାହାରେ ତ ବିକଟାଳ ରାକ୍ଷସ, ନର ହନ୍ତା, ଆହୁରି କେତେ ନାରୀ ମାଂସ ଭକ୍ଷୀ ସୈତାନ ଅଛନ୍ତି । ଗଗନ ପବନ ଗଳି କାନ୍ଦି ଏ ପ୍ରକାର ଭିଡ଼ । ମୁଖା ଲଗା ମଣିଷ ଏମାନେ । କେବେ ଇଜ୍ଜତ ସହ ଖେଳି, କେବେ ଏକ ପାଖିଆ ପ୍ରେମରେ ପାଗଳାମିର ବଶବର୍ତ୍ତୀ ହୋଇ ଏସିଡ ଢାଳିଦେବା ଭଳି ଲୋମହର୍ଷଣକାରୀ କାର୍ଯ୍ୟ କରିବାକୁ ମଧ୍ୟ ପଛେଇ ନଥାନ୍ତି । ଆଉ କିଛି ନାରୀକୁ ପଣ୍ୟ ସାମଗ୍ରୀ ଭାବେ ରାତି ଅଧେ କିଣି ସକାଳ ହେବା ପୂର୍ବରୁ ରାସ୍ତା କଡେ ଛାଡ଼ି ଯାଆନ୍ତି । ସବୁର ମୁକ ସାକ୍ଷୀ ଭଗବାନ ନିଶ୍ଚୟ ସବୁ ଦେଖିଥିବେ, କେମିତି ସହିବାକୁ ସକ୍ଷମ ପ୍ରଭୁ । 

ଏତିକିରେ ସରିନି, ଶରୀରକୁ ଝୁଣି ଖାଇ ମନ ପୁରେନି ଯେ ରକ୍ତ କାଢି ନେଇ, ହତ୍ୟା କରି, ଅଙ୍ଗ ପ୍ରତ୍ୟଙ୍ଗ ବିକ୍ରି କରି ଦିଅନ୍ତି । ଏହି ବେପାରରେ କୁଆଡେ ମୋଟା ଅଙ୍କ ରୋଜଗାର ହୁଏ ।

ଆଉ ଏମିତି କିଛି ଯନ୍ତ୍ରଣା ଦେଖିବାକୁ ଧୈର୍ଯ୍ୟ ନାହିଁ ମୋର। ହଁ ମାଆ ଅସଲ କଥା ତୋତେ କହିବାକୁ ଭୁଲି ଗଲି । ନାରୀଟିଏ ନିଜ ପରିବାରରେ ବି ସୁରକ୍ଷିତ ନୁହେଁ ବରଂ ଅବହେଳିତ, ନିର୍ଯ୍ୟାତିତ ଆଉ ସବୁ କଥା ନିରର୍ଥକ । ପରିବାର ବିରୋଧୀ, ଅହଂକାରୀ ମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ତିଳେ ବି ସହଜସାଧ୍ୟ

ନୁହେଁ । 

ପରୀ ତୋ ପଛରେ ଏଠି କେତେ ରାଜନୀତି କେତେ କନ୍ଦଳ । ସବୁ ଚାଲିବ, ତୁ କଣ ଫେରି ଆସି ପାରିବୁ ? ତୋ ମାଆ କୋଳ କଣ ପୁଣି ହସିବ ଉଠିବ, ତୋ ଶୂନ୍ୟ ସ୍ଥାନ କେହି ପୁରା କରି ପାରିବେ ?? ଉତ୍ତର ନା ନା ନା । 

ଆହୁରି ଶୁଣୁ, ମୋର ବାହା ଘର ହେଲା, ସବୁ ସହିଲି ହସି ହସି, ଯେତେ ଦୁଃଖ ଆଉ ସୁଖ ଆସିଲା, ବାହାଘର ଛ ମାସ ବି ପୁରି ନଥାଏ, ପଡ଼ିଶା ଘର ମାଉସୀ କହିଲେ, ବୋହୁ ଏଥର କୋଳକୁ କୂଳକୁ ପୁତ୍ର ସନ୍ତାନଟେ ଆଣ, ମୁଁ ଅବାକ୍ ହେଇ ଚାହିଁ ରହିଥାଏ । ଧନ୍ୟ ସେ ଲୋକ, ନାରୀଟିଏ ହିଁ ତ ନାରୀର ଶତ୍ରୁ । ମାଉସୀ ମୋର ମାଆ ହେବାର ଖବର ପାଇବା ଯାଏ, ପୁରା ବର୍ଷେ ଯାଏ ମୋତେ ଅତିଷ୍ଠ କରିଦେଲେ, ମୁଁ ଆଉ ଘର ଦୁଆର ବାହାରକୁ ବି ବାହରି ପାରିଲିନି ତାଙ୍କୁ ଡରି । ସବୁ ଦିନ ଖବର କାଗଜରେ ଟିଭିରେ ଶହ ଶହ ପରୀ ବଳି ପଡୁ ଥିବାର ଖବର ଶୁଣି ମାଆ ମନ ଆଜି କନ୍ୟା ସନ୍ତାନଟେ ଧରାକୁ ଆଣିବାକୁ ଡରି ଯାଉଛି । 

କିଏ କହିଲା ମୋତେ ପୁତ୍ ନର୍କରୁ ଉଦ୍ଧାର କର, କିଏ କହୁଛି ପୁତ୍ରଟିଏ ଜନ୍ମ ହେଉ ବଂଶ ରକ୍ଷା ହେଇ ଯିବ, ପୁଣି କିଏ କହେ ମୋ ମୁହଁରେ ଶେଷ ବେଳେ ନିଆଁ ଦେବ ।ଧନ୍ୟ ଏ ମଣିଷ ସମାଜ, କେତେ ଆଶା ମୁହଁରେ ନିଆଁ ମାଡିବା ପାଇଁ ପୁଣି ପୁଅ ଦରକାର । ମୁଁ ମାତ୍ର ମାଆ ହେବ ଖବର ଶୁଣି ପରୀଟେ ପାଇଁ ନିତି ଭାବୁଥିଲି । ଶ୍ରୀ ନାଆଁ ବି ବାଛି ସାରି ଥିଲି । 

ମୁଁ ବୋଧେ ହତଭାଗି ଥିଲି, ମୋ କୋଳକୁ ପୁଅଟେ ଆସିଲା । ପିଲା ଜନ୍ମ ପରେ ବହୁତ କଷ୍ଟରେ ବଞ୍ଚି ଗଲି । ମୋ ପରିବାରରେ ପିଲା ହେବାର ଖବର ଶୁଣି, କେହି ଟିକେ ଖୁସି ଜଣ ପଡୁ ନଥିଲେ । 

ପ୍ରଥମ ପିଲା ବାପାଙ୍କ ଘରେ ଜନ୍ମ ହୁଏ କହି ଛାଡ଼ି ଦେଇ ଥିଲେ । ହୋସ ଆସିବା ବେଳକୁ ବାପା କହୁଥିଲେ ତି ଘର ଲୋକଙ୍କୁ ସମସ୍ତଙ୍କୁ ଖବର ଦେଇଥିଲି, କେହି ଟିକେ ତୋତେ ଦେଖିବାକୁ ଆସିଲେନି । ଆସିଲେ ଯେ ଛଅ ମାସ ପରେ । ବୁଝି ପାରିଲିନି ଏ ଦୁନିଆକୁ ଏଯାଏ । 

ମୋ ପରୀ ଏ ଦୁନିଆ ତୋ ପାଇଁ ଉପଯୁକ୍ତ ନଥିଲା । ତୁ ପରା ସବୁ ବାପା ମାଆଙ୍କ ସୋନ ପରୀ, ଉପରେ ଶାନ୍ତିରେ ରହିବୁ । ଏଠି ଲୋକ ମାନେ କାଟି ଦେଇଥିବା ତୋ ଯାଦୁ ପର ଜଲଦି କଅଁଳି ଆସିବ । ତୋ କ୍ଷତ ଶୀଘ୍ର ଶୁଖି ଯିବ । ତୁ ତୋ ମନ ଇଚ୍ଛାରେ ଗୀତ ଗାଇ ଯୁଆଡେ ଇଚ୍ଛା ସିଆଡେ ଉଡି ବୁଲିବୁ, ହେଲେ ଏ ନର୍କକୁ ଆଉ ଫେରିବା ନାଆଁ ନେବୁନି ।



Rate this content
Log in

Similar oriya story from Tragedy