Gangotri Priyadarshini

Tragedy Inspirational

3  

Gangotri Priyadarshini

Tragedy Inspirational

ସଙ୍ଘର୍ଷ ବନାମ ଜୀବନ

ସଙ୍ଘର୍ଷ ବନାମ ଜୀବନ

4 mins
243



ଜନ୍ମ ମୃତ୍ୟୁର ଦୋଛକିରେ ଜୀବନଟା ବେଳେ ବେଳେ ଭାରି ଅସମ୍ଭବ ମନେ ହୁଏ । ସୁଖ ଦୁଃଖର ଲୁଚକାଳି ମଧ୍ୟରେ ସୁଖ ଭିତରେ ହଜି ଯାଇ ଦୁଃଖକୁ ଏତେ ସହଜରେ ଗ୍ରହଣ କରି ହୁଏନି । କାହାକୁ ଦୁଃଖ ଦରକାର ? ହଁର ଉତ୍ତର ବହୁତ କମ୍ ମିଳିବ । କିଏ କେମିତି ବଞ୍ଚୁଛି,ବଞ୍ଚିବା ଲୋକ ହିଁ ଜାଣେ ପରିସ୍ଥିତିର ଗୁରୁତ୍ୱ କେତେ ଅଧିକ ?


ଜୀବନ ତା ଢଙ୍ଗରେ ଅବିଶ୍ରାନ୍ତ ଭାବେ ଚାଲେ, ମଣିଷ ଭଲରେ ବଞ୍ଚିବା ପାଇଁ ଜୀବନ ତମାମ କେତେ ଯେ ଫନ୍ଦି ଫିକର କରି ଟିକେ ଶାନ୍ତିରେ ବଞ୍ଚିବାକୁ ପ୍ରଯତ୍ନ କରେ । କିଏ ଜାଣିଥିଲା ଏମିତି ଗୋଟେ ରୋଗ ଆସିବ, ଯିଏ ତାର କରାଳ ଛାୟାରେ ସମଗ୍ର ବିଶ୍ୱକୁ କବଳିତ କରିବା ସହ ବିଶ୍ୱବ୍ୟାପୀ ମୃତ୍ୟୁର ତାଣ୍ଡବ ସୃଷ୍ଟି କରି ଚାଲିଛି ।


କରୋନା ମାଡି ଚାଲିଛି, ଭଗବାନଙ୍କ ପାଖେ ଆପଣା ଛାଏଁ ଉଠି ଯାଉଛି ପ୍ରାର୍ଥନାର ହାତ । ଘଣ୍ଟ ଘୋଡେଇ ରଖ ମୋ ପରିବାରକୁ । 

ମଣିଷ ପରା ସାମାଜିକ ପ୍ରାଣୀ, କେମିତି ରହିବ ସାମାଜିକ ଦୂରତାକୁ ଦ୍ୱାହି ଦେଇ ? ଆଜି କାଲି କୌଣସିଥିରେ ମନ ନାହିଁ କଳ୍ପନାଙ୍କର । ଯଥା ସମୟ ବ୍ୟବଧାନରେ, ହାତ ମୁହଁ ସାବୁନରେ ଧୋଇବା, ମାସ୍କ ବ୍ୟବହାର କରିବା,ଯଥା ସମ୍ଭବ ବାହାରକୁ ନଯାଇ ଘରେ ରହିବା,ପରିବାରର ସମସ୍ତଙ୍କ ଉପରେ ଅଙ୍କୁଶ ଲଗେଇ ନିଜେ ବି ବୀତସ୍ପୃହ ହୋଇ ପଡିଲେଣି । ଆଉ କେତେ ଦିନ ଏମିତି,ସମ୍ଭବତଃ କରୋନା ବିଶ୍ଵ ମହାମାରୀର ପ୍ରତିଷେଧକ ବାହାରିବା ପର୍ଯ୍ୟନ୍ତ । ଏତେ ବାରଣ ସତ୍ତ୍ଵେ ବି ସ୍ୱାମୀଙ୍କୁ ମଝିରେ ମଝିରେ ଅଟକାଇ ହେଉ ନାହିଁ । 



ରାତି ଏଗାରଟା ପଇଁତିରିଶ । ଟିଭିରେ ଏକ ସିରିଆଲ ଦେଖୁ ଦେଖୁ ଆଖିପତା ମାଡି ଆସିଲା କଳ୍ପନାଙ୍କର । ଉପର ଘରେ ଏକାନ୍ତବାସରେ ସ୍ଵାମୀ । ଗତ ଚାରି ଦିନ ହେବ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ଶଯ୍ୟାଶାୟୀ । ପାଖରେ ଥାଇ ବି କିଛି କରି ନ ପାରିବାର ଅଭାବବୋଧକୁ ଯେତିକି ଅନୁଭବ କରୁଛନ୍ତି, ତା ଠାରୁ ଅଧିକା ଅଣନିଃଶ୍ୱାସୀ କରୁଛି ଏ ସାମାଜିକ ବାସନ୍ଦ । ଘର ସାମ୍ନାରେ ନାଲି ରଙ୍ଗର ରିବନ୍ ବନ୍ଧା ହେବା ପରଠୁ ଲାଗୁଛି ଯେମିତି ସେମାନେ ଏବେ ନିହାତି ଏକୁଟିଆ ହୋଇ ଯାଇଛନ୍ତି । 



କଳ୍ପନା ଶୋଇବାକୁ ଯାଉଛନ୍ତି,ହଠାତ୍ ତାଙ୍କ ମୋବାଇଲ ବାଜି ଉଠିଲା । ଏତେ ରାତିରେ ପୁଣି କାହାର କଲ । ଡରରେ ଯେମିତି ତାଙ୍କ ନିଃଶ୍ୱାସ ବନ୍ଦ ହେଇ ଯିବ । ଯେମିତି ସେ ଅଜଣା କଲ ଉଠେଇଛନ୍ତି,ସେପଟୁ ଶୁଭିଲା " ହେଲୋ କଳ୍ପନା ମିଶ୍ର କହୁଥିଲେ ",

ହଁ କହୁଥିଲି, ଆପଣ କିଏ ? " ମୁଁ ଡାକ୍ତର ଅଜୟ ଦାସ, ନୀଳାଚଳ କୋଭିଡ ହସ୍ପିଟାଲ୍ ରୁ କହୁଥିଲି,ଆପଣଙ୍କ ବାପା ବୈରାଗୀ ମିଶ୍ର ବର୍ତ୍ତମାନ ରାତି ୧୨.୨୦ରେ ମୃତ୍ୟୁ ବରଣ କଲେ । ଜଲଦି ହସ୍ପିଟାଲ୍ ବାହାରେ ପହଂଚି ବାକି ଫର୍ମାଲିଟି ପୁରା କରି ଦିଅନ୍ତୁ । 


ତଳେ କଚାଡି ହୋଇ ପଡିଲେ କଳ୍ପନା । ଦୁଃଖ କଣ ଏମିତି ସହ ସମ୍ବନ୍ଧି ସାଙ୍ଗରେ ନେଇ ଆସେ । କାନରେ ଖାଲି ବାପାଙ୍କ କଥା ସବୁ ନିସ୍ତବ୍ଧରେ ପିଟି ହେଇ ଚାଲି ଯାଉଥାନ୍ତି । ଏମିତି କିଏ ବିଦାୟ ନିଏ,ବୋଉ ବି ବାର ବର୍ଷ ତଳେ ଦିମାସ କୋମାରେ ରହି ଗଲା ଯେ ଶେଷ ସମୟରେ ବାପା, ବୋଉ ଦି ଜଣ ଯାକ ମୁହଁ ଛପା କରି ଆଗ ପଛ କରି ଚାଲି ଗଲେ । 


କରୋନା କାଳରେ କଣ ସବୁ ହେଇ ଯାଉଥିଲା ତାଙ୍କ ଜୀବନରେ । କଣ କରିବେ,କୁଆଡେ ଯିବେ, ସାନ ଭାଇକୁ,ସ୍ୱାମୀଙ୍କୁ କଣ କହି କାହାକୁ କେମିତି ସାନ୍ତ୍ୱନା ଦେବେ,ନିଜେ କଣ କରି ସାହସ ଧରିବେ,କିଛି ମୁଣ୍ଡରେ ପଶୁ ନଥିଲା ।


ମହାମାରୀଟାରେ ଜୀବନ ତଳିତଳାନ୍ତ ହେଇଗଲା । ଦିନ ଥିଲା ଲାଗୁଥିଲା ; ବାପା, ଭାଇ, ସ୍ୱାମୀ,ପୁଅ, ଝିଅ ଅଚଳାଚଳ ସମ୍ପତ୍ତି, ଚାକର ପୁଝାରୀ, ବନ୍ଧୁବାନ୍ଧବ ଭଗବାନ କୋଉଥିରେ ଅଭାବ କରି ନାହାନ୍ତି । ଏତେ ସୁଖ ସୌଭାଗ୍ୟ ଖୁବ କମ୍ ଲୋକଙ୍କ ଭାଗ୍ୟରେ ଭଗବାନ ଖଞ୍ଜି ଥାଆନ୍ତି । ମାତ୍ର କଳ୍ପନାଙ୍କ ପାଇଁ,ସ୍ଥିତି ଆଜି ସମ୍ପୂର୍ଣ୍ଣ ଭିନ୍ନ, ଏକା ଏକା ଏ ସମାଜରେ ଜୀବନ ବୋଝ ନୁହେଁ ତ ଆଉ କଣ ? 


ନା' ସବୁ କୋହ ପିଇ ଆଗେଇ ବାକୁ ପଡ଼ିବ । ଜୀବନରେ ଯେତେ ବାଧା ବିଘ୍ନ ଆସୁ ପାଦ ଚାଲିବାକୁ ହେବ । ମୃତ୍ୟୁ ତ ଚିରନ୍ତନୀ ସତ୍ୟ ଟିଏ, ସାମ୍ନା କରିବାକୁ ପଡ଼ିବ । ସମସ୍ତଙ୍କ ମୁହଁକୁ ଚାହିଁ ସାହସ ଧରିବାକୁ ହେବ । ଭିଡ଼ି ନେବାକୁ ହେବ ବାକି ଆୟୁଷକୁ ଜୀବନର ଅନ୍ତିମ ସୋପାନ ପର୍ଯ୍ୟନ୍ତ । ଅନ୍ତତଃ ବର୍ତ୍ତମାନ ଠାରୁ ସବୁ ଘଟଣାକୁ ସମୟ ଚକ୍ରରେ ମୁଖସାକ୍ଷୀ ଭଳି ସଜେଇବା ପାଇଁ ପ୍ରସ୍ତୁତ ହେବା ଉଚିତ ହେବ ।


ଏକ ମୁହାଁ ହେଇ ତଳ ଘରକୁ ଦୌଡି ଗଲେ କଳ୍ପନା ଦେବୀ । ଜଣେ ବନ୍ଧୁଙ୍କୁ ସବୁ କହି ଡକେଇ ଲେ ସକାଳେ ଜଲଦି ଘରକୁ ଆସି ହସ୍ପିଟାଲ ଯାଇ ବାପାଙ୍କୁ ଶେଷ ଦେଖା କରିବାକୁ । ଉପର ଘରକୁ ସାହସ ବାନ୍ଧି ଗଲେ, ସ୍ୱାମୀଙ୍କୁ ଏବଂ ପରିବାରର ସମସ୍ତଙ୍କୁ କହିବାକୁ ପଡ଼ିବ ବାପାଙ୍କ ଦେହାନ୍ତ ଖବର । ଅଧ ଅାଉଜା କବାଟ ଫାଙ୍କରୁ ଦେଖିଲେ,ସ୍ୱାମୀ ଏଯାଏ ଶୋଇ ନାହାନ୍ତି । କେମିତି କହିବେ ସେ ? ବାହାରୁ କୋହ ଭରା ସ୍ଵରରେ କହିଲେ,ଏଇ ଶୁଣ ଟିକେ,କବାଟ ପାଖକୁ ଧୀରେ ଆସିବାକୁ ଚେଷ୍ଟା କର । ସ୍ୱାମୀ ହଁ ହଁ ଆସୁଛି ବୋଲି କହି ଆସିଗଲେ । ଇଏତ ସେହି ମଣିଷ, ଯାହା ଛାତିରେ ମୁଣ୍ଡ ରଖି ମୁଁ କେତେ ବିପଦକୁ ଆଡେଇ ଦେଇଛି । ଆଜି ସେତକ ବି ମୋ ପାଇଁ ନାହିଁ । ଶୁଣ ଗୋଟେ କଥା କହିବାର ଥିଲା, 

ହଁ କୁହ କଳ୍ପନା,କଣ ହେଇଛି କୁହ ? ତୁମେ ଏତେ ଦୁଃଖୀ କାହିଁକି ଜଣା ପଡୁଛ? ବାପା ଆମକୁ ଛାଡ଼ି ଚାଲି ଗଲେରେ ! ହେ ଭଗବାନ୍, ତାପରେ କିଛି ସମୟର କରୁଣ ନିରବତା । କାହାକୁ, କିଏ,କେମିତି ସାନ୍ତ୍ୱନା ଦେବେ ? ସମସ୍ତେ ଶବ୍ଦ ଶୂନ୍ୟ । 


କଳ୍ପନା ଶୁଣ ତୁମକୁ ସାହସୀ ହେବାକୁ ପଡ଼ିବ,ଏମିତି ସମୟରେ । ତୁମକୁ ଦୁଇ ଦୁଇଟା ପରିବାରକୁ ସମ୍ଭାଳିବା ପାଇଁ ପଡ଼ିବ । ଆଜି ତୁମେ ତୁମ ସର୍ବଂସହାର ପରିଚୟକୁ ସାବ୍ୟସ୍ତ କର କଳ୍ପନା । ଏଇ କଥା ଦିପଦକୁ ଶୁଣି ନିଷ୍ପ୍ରଭ ରାତିର ଶେଷ ପ୍ରହରକୁ ସ୍ୱାମୀଙ୍କ ଦରଜା ବାହାରେ ଅପେକ୍ଷା କରି ରହିଲେ କ୍ରନ୍ଦନରତା କଳ୍ପନା । ବାପାଙ୍କର ଗୁଣ ବାହୁନି ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେବା ଛଡା ଆଉ କିଛି ବାଟ ବି ଦିଶୁ ନଥିଲା । ସକାଳ ହେଲାରୁ ସବୁ ପ୍ରକାର ବ୍ୟବସ୍ଥା କରି ବାପାଙ୍କର ସବୁ କାର୍ଯ୍ୟ ଶେଷ କଲେ ଭାଇ ଭଉଣୀ ମିଶି । 


ଆଉ ଡରର ପ୍ରଶ୍ନ ନାହିଁ । କିଛି ଗୋଟେ କରିବା ପାଇଁ ପଡ଼ିବ,ସବୁ ବୁଝା ବୁଝି କରି ନିଜ ଆଡୁ କରୋନା ଟିକାର ମାନବ ପରୀକ୍ଷଣ ପାଇଁ ନିଜ ନାଆଁ ଦେଇଛନ୍ତି କଳ୍ପନା, ପ୍ରତି ପରୀକ୍ଷଣ ସଫଳତା ଆଡକୁ ଅଗ୍ରସର ହେଉଛି । କିଛି କରି ଦେଖାଇବାର ସ୍ପୃହା ବାର ବାର ମନକୁ ଆନ୍ଦୋଳିତ କରୁଛି । କରୋନା ଯୋଦ୍ଧା ଭାବେ ଦେଶବାସୀଙ୍କ ଲାଗି ନିଜକୁ ଉତ୍ସର୍ଗ କରି ବାପାଙ୍କୁ ନିଜର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କଳ୍ପନା । ଇତି ମଧ୍ୟରେ ସ୍ୱାମୀ ମଧ୍ୟ ଆରୋଗ୍ୟ ଲାଭ କରି ସାରିଛନ୍ତି,ସମସ୍ତେ ପରିସ୍ଥିତିକୁ ହୃଦୟଙ୍ଗମ କରି ଭୟ ଶୂନ୍ୟ ହେଇ ଗଲେଣି । ସମୟ ତ ଲାଗିବ ନିଶ୍ଚୟ, ଆମକୁ ଧୈର୍ଯ୍ୟ ଧରି ପୃଥିବୀର ଆରୋଗ୍ୟ ଲାଭ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ପ୍ରତ୍ୟେକଙ୍କୁ ନିଜ ନିଜର ଭିତ୍ତିଭୂମିରେ କରୋନାକୁ ମାତ୍ ଦେଇ ଦେଶକୁ ଜିତେଇବାର ପ୍ରତିଜ୍ଞା ନେବାକୁ ପଡିବ । କଳ୍ପନାଙ୍କ ଉତ୍ସର୍ଗକୁ ଆଜି ଦେଶ ସେବାର ଜ୍ୱଳନ୍ତ ଉଦାହରଣ ଭାବେ ମାନିନେବାକୁ ପଡିବ । 






Rate this content
Log in

Similar oriya story from Tragedy