Gangotri Priyadarshini

Abstract Tragedy Classics

3  

Gangotri Priyadarshini

Abstract Tragedy Classics

ଭଲ ଦିନ ଅପେକ୍ଷାରେ

ଭଲ ଦିନ ଅପେକ୍ଷାରେ

2 mins
209



ମୋ ବାହାଘର ପରେ ପରେ ଘରୁ ନେଇଥିବା ଘର କରଣା ଜିନିଷ ସବୁ ଦେଖିବାକୁ ବାହାର କରୁଥିଲି । ପାଖରେ ପରିବାରର ଅନ୍ୟ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ । ସବୁ ଦେଖିବା ଭିତରେ ଗୋଟେ ଷ୍ଟିଲ ଖଡ଼ିକା ଦେଖିଲି ଆଉ ସେଥିରେ ଲେଖା ଥିଲା " ଅଛେ ଦିନ୍ ଆ ଗୟେ " ।


ଲେଖାଟି ଦେଖି ସମସ୍ତେ ଖୁବ୍ ହସିଥିଲୁ । ହେଲେ ମୁଁ ମନ ଭିତରେ ଭାବୁଥାଏ , ସବୁକିଛି ଏମିତି ଆଖି ସାମ୍ନାକୁ ଆସେନି । ଭାବିଥିଲି ବାପାଙ୍କ ଘରେ ତ ଶୁଣିଥିଲି ଝିଅ ଜନମ ତ ପରଘରକୁ , ବିବାହ ପରେ ଏଇ ଘର ତ ମୋର ପ୍ରତ୍ୟେକଟି ସୃଷ୍ଟିକୁ ମୁଁ ମୋ ନିଜସ୍ଵ ସ୍ପର୍ଶରେ ଜୀବନ୍ତ କରିବି । ସମସ୍ତେ ବୋଧେ ସମୟ ଚାହୁଁ ଥିଲେ ,ମୋତେ ନିଜର କରିବାକୁ । ମୋର ପ୍ରତ୍ୟେକ କାର୍ଯ୍ୟ ସନ୍ଦେହ ପରିସର ଭୁକ୍ତ ହେଉଥିଲା । ବିବାହ ଭଳି ପବିତ୍ର ସମ୍ପର୍କ କୁ ତ ବିଶ୍ୱାସ କରାଯାଇ ଥାଆନ୍ତା । ସବୁ ସମ୍ପର୍କ ନିଜ ଯାଗାରେ ଠିକ ଥିଲେ ,ମୋତେ ନିଜର ବୋଲି ମାନିବାକୁ ସମସ୍ତେ ଯେପରି ମନ ଦରଜାକୁ ଶକ୍ତ ଭାବେ ବନ୍ଦ କରି ଦେଇଥିଲେ । ଅଧା ଗଢା ସ୍ଵପ୍ନ ସବୁ ଲୁହ ହେଇ ତରଳି ବହିବା ଆରମ୍ଭ କରି ଦେଇଥିଲେ ମାେ ଅସ୍ତିତ୍ବ ପରିବାର ଭିଡ଼ରେ ପ୍ରଶ୍ନବାଚୀ ସାଜିଥିଲା । କିଛି ଦିନ ପରେ ବୁଝିଥିଲି ପ୍ରତ୍ୟେକ ଦିନ ପରୀକ୍ଷା ଦେବାକୁ ହୁଏ ; ଅଗ୍ନିସ୍ନାନ କରିବା ପାଇଁ ପଡେ ସମସ୍ତଙ୍କ ପାଖେ ନିଜକୁ ନିଜର ସାବ୍ୟସ୍ତ କରିବା ପାଇଁ । ଏବେ ବି ଅସମର୍ଥ ସ୍ନେହରେ ବାନ୍ଧି ରଖିବାକୁ ସମସ୍ତଙ୍କୁ । ସବୁଥିରେ ସମ୍ମତି ଥାଏ , ବିନା ଦ୍ବିଧାରେ ମାେ ମୁଣ୍ଡରେ ଲଦି ଦେଉ ଥିବା ଭୁଲକୁ ବୋଝ ଭଳି ବୋହି ଚାଲିଛି, ଚାଲିବି ମଧ୍ୟ ଜଡ ହେବାର ଡାକରା ଆସିବା ଯାଏ । ଜୀବନ ଯାତ୍ରା ପ୍ରତ୍ୟେକ ମୁହୂର୍ତ୍ତରେ ମୋ ପାଇଁ ପ୍ରଶ୍ନବାଚୀ । ସବୁ ଦିନ ଖାଏ ,ପିଏ ,ହସେ , ହସାଏ ,କଟୁ ମନ୍ତବ୍ୟ ଶୁଣେ ନ ଶୁଣିଲା ଭଳି ଚୁପ୍ ରୁହେ । କେବେ କେମିତି ବାପାଙ୍କ ଘରକୁ ଗଲେ , ସମସ୍ତେ ପଚାରନ୍ତି ଶାଶୁ ଘରେ ସବୁ ଭଲ ତ ? ହସି ହସି କହି ମନକୁ ମନ ଉତ୍ତର ଦିଏ " ଅଛେ ଦିନ ଅବ୍ ତକ୍ ନହିଁ ଆୟେ " । ନାରୀ ସତରେ ଶବ୍ଦ ବଡ଼ ଅବୁଝା ଆଉ ମୁଁ ଏଠି ନାରୀ ଜନ୍ମକୁ ନେଇ ସନ୍ଦିହାନ । 


Rate this content
Log in

Similar oriya story from Abstract