Gangotri Priyadarshini

Romance

3  

Gangotri Priyadarshini

Romance

ମାେ ପ୍ରେମିକା ମାେ ଜୀବନ ସାଥି

ମାେ ପ୍ରେମିକା ମାେ ଜୀବନ ସାଥି

4 mins
227



ଖୁବ୍ ଭଲ ଲାଗେ ବେଳା ଭୂମିରେ ଏକାନ୍ତରେ ବସି ଚୁପଚାପ୍ ଦୂର ସମୁଦ୍ରର ଉତ୍ତାଳ ତରଙ୍ଗକୁ ଦେଖିବା । ବେଳାଭୂମିରେ ପିଟି ହୋଇ ଲହରୀର ବାରମ୍ବାର କରୁଥିବା ପ୍ରେମ ନିବେଦନ ମନ ଭିତରେ ଜିଦର ଦାନା ବାନ୍ଧୁ ଥିଲା । ସତରେ କେଡେ ଜିଦିଆ ତରଙ୍ଗ । 

ଯାହା ବି ହେଲେ ପ୍ରତି ମାସରେ ଦୁଇ ତିନି ଥର ଅଫିସ୍ ସାରି ଏଇଠି କିଛି ସମୟ ବସିକି ଯାଆନ୍ତି ଲଗ୍ନା । ନାଆଁଟି ସୃତିଲଗ୍ନା, ଭାରି ବିନ୍ଦାସ ଝିଅଟେ । ମୋର ବର୍ତମାନର ହର୍ତା କର୍ତ୍ତା ଦଇବ ବିଧାତା, ମୋ ପ୍ରାଣପ୍ରିୟା । 

ଖିଆଲି ଝିଅଟେ, ମନ ଖୋଲି ହସିବାକୁ ଭଲ ପାଆନ୍ତି, କେଜାଣି କେମିତି ପ୍ରଥମ ଦେଖରେ ମନେ ମନେ ପ୍ରେମ କରି ବସିଲି । ମୁଁ ଲଗ୍ନାଙ୍କର ଏକ ମାତ୍ର ସ୍ବାମୀ ସୁବୋଧ । ଆମେ ଦୁହେଁ ପୁରୀର ହୋଇ ଥିବାରୁ, ସମୁଦ୍ର କୂଳ ଦୁହିଁଙ୍କର ପ୍ରିୟ ସ୍ଥାନ ବୋଲି ବେଶୀ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । ହଁ କଥା କୋଉଠି ଛାଡ଼ିଥିଲି ??

ସେହି ଦିନ ବୋଧେ ସେ ଶୁଭ ଲଗ୍ନରେ ମୁଁ ଲଗ୍ନା ଙ୍କୁ ଭେଟିବାର ସୌଭାଗ୍ୟ ଅର୍ଜନ କଲି । ଆମେ ଦୁହେଁ ପରସ୍ପର ଠାରୁ ଅଳ୍ପ କିଛି ଦୂରରେ ବସିଥିଲୁ, ସେ ମୋ ଆଡେ ଦେଖି ନଥିଲେ, ମାତ୍ର ମୁଁ ବସିବା ପୂର୍ବରୁ ଚାରିଆଡେ ନଜର ଘୁରେଇ ଆଣିଲା ବେଳକୁ ମୋଠୁ କିଛି ଦୂରରେ ଝିଅଟେ, ସୁନ୍ଦରୀ ନହେଲେ ବି ଅସୁନ୍ଦରି ମଧ୍ୟ ନୁହନ୍ତି । ଆକର୍ଷଣୀୟ ଚେହେରା, ମୋର ଅଜାଣତରେ ସେ ଏକାକୀ ଝିଅ ଆଡେ ବାରମ୍ବାର ନଜର ଦୌଡ଼ି ଯାଉଥିଲା । ଏହି ଦେଖିବା ଭିତରେ ଦେଖିଲି, ମିସ ଲଗ୍ନା ଚା ବିକାଳି ଠୁ କପଟେ ଚାହା ପିଇଲେ, ଚାହା ବାଲା ସହ ଅଳ୍ପ କେଇ ମିନିଟ ଗପ କଲେ । କାହିଁକି କେଜାଣି ଭାରି ଇର୍ଷା ବୋଧ ହେଲା, ଜୋରରେ ଡାକିଲି ଏ ବାବୁ ଆମ ଆଡେ ଟିକେ ଚାହା ଦେଇ ଯାଅ ତ ଟିକେ । କହିଲି କଡ଼ା ଚାହା ଟିକେ ଦେ, ଭାବିଥିଲି ପଚାରିବି ତୁ କଣ କଥା ହେଉଥିଲୁ ସେ ଝିଅ ସହ, ମାତ୍ର ଏଇ ଭିତରେ କୋଳାହଳ, ଚିତ୍କାରରେ ବୁଡିଗଲା, ବୁଡିଗଲା ବଞ୍ଚାଅ ଶୁଣି ପ୍ରକୃତିସ୍ଥ ହେଇ ପଚାରିଲି, ଆରେ ବାବୁ କିଏ ଗୋଟେ ବୁଡି ଗଲାଣି ବୋଧେ, ସମସ୍ତେ ଏକ ମୁହାଁ ହେଇ ଦୌଡିଲୁ । 


ସେଦିନ କାହିଁ ଜଣେ ବି ଲାଇଫ ଗାର୍ଡ ଆଖ ପାଖରେ ନଥିଲେ । ସମସ୍ତେ ପାଣିରେ କିଛି ଦୂର ଯାଇ ଖାଲି ହୋ ହାଲ୍ଲା କରୁ ଥାଆନ୍ତି । ଏଇ ଭିତରେ ଅନ୍ଧାର ହେଇ ଗଲାଣି ବୁଡି ଯାଇଥିବା ଲୋକକୁ ବଞ୍ଚେଇବା ବି କଷ୍ଟକର ବ୍ୟାପାର, ଅଚାନକ ଗୋଟେ ଝିଅ ପାଣି ଭିତରକୁ ଭିତରକୁ ଯାଇ ଅଣ୍ଟାଏ ପରେ ପାଣିରେ । ଆରେ ପାଗେଳିଟା ନା କଣ ? କୁଆଡେ ମାଡି ଯାଉଛି ଏ ଲହଡ଼ିରେ । ମୁଁ ବି କିଛି କୁଆଡୁ ନା ଭାବି, ଡେଇଁ ପଡିଲି ପାଣି ଭିତରକୁ । ଆଉ କିଛି ଭାବିବାର ବେଳ ନଥାଏ । କାହିଁକି ସ୍ଵତଃପବୃତ୍ତ ଭାବେ ଡେଇଁଲି ମୁଁ ଆଜି ଯାଏ ବି ଜାଣି ପାରିନି ।ଅନ୍ଧାର ଆଉ ପାଣି ଛଡ଼ା କିଛି ଦିଶୁ ନଥାଏ । ଏଇ ଭିତରେ ଲାଇଫ ଗାର୍ଡ ମାନେ ଆସି ପାଣି ଭିତରକୁ ଯାଇ ସାରି ଥାଆନ୍ତି । 


ମୁଁ ବହୁତ ଚେଷ୍ଟା କରି ପାଗେଲି ଭଳି ଝିଅଟାକୁ ବଞ୍ଚେଇ ଭିଡ଼ି ଭିଡ଼ି ଆଣି କୂଳକୁ ଆସିବା କ୍ଷଣି ଲୋକମାନେ ମୋତେ ଆଉ ସେ ଝିଅ ସହ ପ୍ରଥମେ ବୁଡି ଯାଇଥିବା ଲୋକକୁ ଉଦ୍ଧାର କରି ନେଇ ନିକଟସ୍ଥ ଡାକ୍ତର ଖାନାରେ ପହଞ୍ଚାଇ ଦେଇ ଥାଆନ୍ତି । ତିନି ଜଣ କେହି ହୋସରେ ନଥାଉ । 


ଆଶୁ ଚିକିତ୍ସା ପରେ ମୋତେ ଚେତା ଆସି ଯାଇଥାଏ, ଆଉ ମୁଁ ପାଖ ବେଡକୁ ଚାହିଁଲା ବେଳକୁ ସି ବିଚରେ ମୁଁ ଦେଖିଥିବା ଝିଅଟି, ମନକୁ କେତେ କଥା ପାପ ଛୁଉଁ ଥାଏ । ମୁଁ ଭାବୁଥାଏ ସେ ଝିଅଟି ବୋଧେ ମାନସିକ ଚାପରେ ଥିଲା, ନହେଲେ ଏତେ ସାହାସରେ ପାଣି ଭିତରକୁ ଯାନ୍ତା ବା କାହିଁକି । ହାତ ଘଣ୍ଟା ଆଡେ ଚାହିଁଲି । ରାତି ୧୦ଟା ହେଲାଣି । ଘର ଲୋକ ସିଆଡେ ବ୍ୟସ୍ତ ହେଉଥିବେ । 


ମୋ ଫୋନଟା ବି କାହିଁ କେଉଁଠି ଦିଶୁ ନଥାଏ, ହୁଏତ ପାଣିରେ ପଡି ଯାଇଥିବ । ସେ ଝିଅର ପାଖକୁ ଯାଇ ଦେଖିଲି, ନିରବେ ଶୋଇ ଯାଇଛି ମୋ କଳ୍ପନା କନ୍ୟା । ସେତେବେଳ ଠୁ କାହିଁକି କେଜାଣି ଛାତି ତଳେ ନିଆରା ଭାବଟେ ତରଙ୍ଗାୟିତ ହେଉଛି । ଭାରି ଆପଣାର ଲାଗୁଛି ଏଇ ଝିଅଟି । ଆଉ କିଛି ନ ଭାବି ସେଇଠି ସେ ଝିଅର ହୋସ ଆସିବା ଯାଏ ଅପେକ୍ଷା କରିବା ହିଁ ଉଚିତ୍ ମନେ କରି ବସି ରହିଲି । ଦୁଇ ଘଣ୍ଟା ପରେ ଝିଅଟିର ହୋସ ଆସିଲା, ଡାକ୍ତର ଆସି ଅବସ୍ଥା ଦେଖି କହିଲେ ବର୍ତମାନ ସେ ଭଲ ଅଛନ୍ତି ; ଚାହିଁଲେ ଘରକୁ ନେଇ ଯାଇ ପାରିବେ । ଟିକେ ଆଶ୍ୱସ୍ତି ମିଳିଲା । ସେ ଧିରେ ଧିରେ ଉଠିବାକୁ ଚେଷ୍ଟା କରୁ ଥାଆନ୍ତି । ମୁଁ ଶୋଇ ରହିବାକୁ ଈଶାରା କଲି, ସାହସ କରି ପଚାରିଲି ଏମିତି ଭୁଲ୍ କାହିଁକି କରୁଥିଲେ, ଆତ୍ମହତ୍ୟା କରିବା କେତେ ଠିକ୍ ;ପରିସ୍ଥିତି ରୁ ମୁକୁଳିବା ପାଇଁ । ସେ ବଲବଲ କରି ମୋତେ ଅନେଇ ଥାଏ । 


ଆତ୍ମହତ୍ୟା ମୁଁ କାଇଁ କରିବି, ମୁଁ ସେ ଲୋକକୁ ବଞ୍ଚେଇବାକୁ ଯାଇ ପାଣିରେ ପଶି ଯାଇଥିଲି, ପହଁରା ଜଣା ନଥିଲା ବୋଲି ବୁଡିଗଲି । ସବୁ ଶୁଣି ଆଉ କଣ କହିବି, ଖାଲି ଯାହା ଭାବୁ ଥାଏ । କି ପାଗେଳି ଝିଅ ଇଚ୍ଛା କଲା ଆଉ ପାଣି ଭିତରକୁ ଚାଲିଗଲା, ଯିଏ ଅନ୍ୟ ପାଇଁ ଏତେ ଭାବୁଛି ସେ ନିଶ୍ଚେ ଭଲ ଝିଅଟେ ହେଇଥିବ । ମନ ଆପେ ଆପେ ଲଗ୍ନାଙ୍କ ପାଖେ ବନ୍ଧା ପଡି ପଡି ଯାଉଥାଏ । ଏମିତି କିଛି ସମୟ କଥା ହେବା ପରେ ସେ ପଚାରିଲେ, ଆପଣ କିଏ, ଏଠି ମୋ ପାଖେ କାହିଁକି ? ମୋଠୁ ସବୁ ଶୁଣି ଜୋରରେ ହସିବାକୁ ଲାଗିଲେ ।

ପରେ ଜାଣିଲି, ମୋ ପ୍ରେମିକାଙ୍କର ଧାରାବାହିକ ନିଶା ବି ପ୍ରବଳ । ସବୁ ଦାଇଲଗ୍ ଶୁଣେଇ ଖୁବ୍ ହସାଏ ଆଉ ହସେ ।

କହିଲେ ମୋତେ ତ ପାଗେଳି ଭାବିଲେ ଭାବିଲେ, ପାଣିକୁ କାହିଁ ଡେଇଁଲେ, ମୁଁ ତ କେହି ନିଜର ନୁହେଁ ଆପଣଙ୍କର ? ମୋ ପାଖେ ଉତ୍ତର ଥିଲା, ହେଲେ ମୁଁ ଆଉ କିଛି କହି ପାରୁ ନଥିଲି କି ମୁଁ ପ୍ରଥମ ଦେଖାରେ ତୁମକୁ ମନ ଦେଇ ସାରିଛି ।


କିଛି ସମୟ ଚୁପ୍ ହେଇ ବସିଲୁ, ତାପରେ ମୁଁ କହିଲି ଛାଡନ୍ତୁ ଯାହା ତା ହେଲା ହେଲା ଏବେ ଘରକୁ ଯିବା । ମୁଁ ଲଗ୍ନାଙ୍କୁ ନେଇ ତାଙ୍କ ଠିକଣାରେ ପହଞ୍ଚେଇ, ନାଆଁ ଆଉ ଫୋନ୍ ନମ୍ବର ଦିଆ ନିଆ ହେଇ ବିଦାୟ ନେବା ବେଳକୁ ଝିଅଟା ଆଖି ଲୁହରେ ଭରି ଯାଇଥିଲା । ମୁହୂର୍ତ୍ତେ ବି ସେଠୁ ହଟିବାକୁ ଇଚ୍ଛା ନଥିଲା, ମୁଁ ତ ଆପଣାର ବୋଲି ଭାବି ସାରିଥିଲି ତାଙ୍କୁ, ହୁଏତ ସେ ସେମିତି କିଛି ଭାବୁ ନଥିଲେ ।


ତାପରେ ଢେର୍ କଥା ବାର୍ତ୍ତା, ମନ ଦିଆନିଆ ଆଉ ପୁଣି ଜୀବନ ସାଥି । ପୂର୍ବ ଭଳି ଦୁହେଁ ସେମିତି ବେଳାଭୂମି ଯାଇ ପୁରୁଣା ସ୍ମୃତି ସବୁ ସାଉଁଟି ବସୁ । ଆଜି ବି ଲଗ୍ନା ମୋତେ ପୂର୍ବ ଭଳି ଆନମନା କରନ୍ତି । ଜୀବନ ରାସ୍ତାରେ ଏମିତି ସମ୍ପର୍କ ସବୁ ହୃଦୟରେ ବାନ୍ଧି ହେଇ ଯାନ୍ତି । ଆଜିବି ଆମେ ଦୁହେଁ ବେଳାଭୂମିରେ ତରଙ୍ଗାୟିତ ନୀଳ ଜଳ ରାଶି ଦେଖି ସଂସାର ପ୍ରତି ମୋହଗ୍ରସ୍ତ ହୋଇଉଠୁ । 




Rate this content
Log in

Similar oriya story from Romance