Gangotri Priyadarshini

Abstract Fantasy Inspirational

4  

Gangotri Priyadarshini

Abstract Fantasy Inspirational

ଜୀବନ ଏମିତି କାହାଣୀ

ଜୀବନ ଏମିତି କାହାଣୀ

3 mins
209



ଜୀବନରେ କିଛି ସ୍ଵପ୍ନ ଦେଖିବା ଆଉ ସେ ସବୁ କୁ ବାସ୍ତବତା ରେ ପରିଣତ କରିବା ଯାତ୍ରାରେ ,ମନୁଷ୍ୟ କେତେ ଦୁଃଖ କଷ୍ଟ ସହି ଆଗକୁ ବଢ଼ିଥାଏ, ଜଣେ ଅନୁଭବି ବ୍ୟତୀତ ଆଉ କେହି ବୁଝି ପାରିବା ଏତେ ସହଜ ନୁହେଁ । 


ମୁଁ ଅନାମିକା , ପାଠ ପଢିବା ସମୟରୁ ସବୁବେଳେ ଆତ୍ମନିର୍ଭରଶୀଳ ହେବା,ସ୍ଵାଭିମାନୀ ହୋଇ ବଞ୍ଚିବା ପାଇଁ ଚାହିଁଥିଲି । ପଢା ଶେଷ ପରେ ସରକାରୀ ଚାକିରୀ ଟେ ପାଇଁ ବହୁତ ଚେଷ୍ଟା କରି ବିଫଳ ହେଲି । ସମୟର ଏହି ଜଟିଳ ବାଟରେ କେତେବେଳେ ସ୍ଵାଭିମାନୀ ଝିଅଟେ ପାଲଟିଗଲି ଜାଣି ପାରିଲି ନାହିଁ । ଚାକିରୀ ପାଇଁ ଲାଗିବ ସହ ମୁଁ ପ୍ରାଇଭେଟ ଚାକିରୀ କରି ନିଜର ଆବଶ୍ୟକତା ପୂରଣ କରିବା ସହ ଆବଶ୍ୟକ ସ୍ଥଳେ ଅନ୍ୟକୁ କିଛି ସାହାଯ୍ୟ କରିଦିଏ । 


ନିଜର ଗୋଟେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ଚକ୍କର ରେ , ସରକାରୀ ଚାକିରୀ ପାଇଁ ଉଦ୍ଦିଷ୍ଟ ଅନେକ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଇ ଶେଷ ମୁହୂର୍ତ୍ତରେ ଅକୃତକାର୍ଯ୍ୟ ହୋଇ

ସମୟ ସବୁ ନଷ୍ଟ ହେଇ ଯିବା ପରେ ; ମୋର ଅସନ୍ତୋଷ ଭାବ ମଧ୍ୟ ବଢ଼ି ଚାଲିଲା । ଧୀରେ ଧିରେ ମୁଁ ସାଙ୍ଗ ସାଥି ମାନଙ୍କ ଠାରୁ ଦୂରେଇ ବାକୁ ଲାଗିଲି ।ନିଜର ଯତ୍ନ ନେବା ଭୁଲିଗଲି । 


ଏପଟେ ବୟସ ବଢିବା ସହ ,ମୋର ବଦଳୁ ଥିବା ନୈରାଶ୍ୟ ଜନକ ବ୍ୟବହାର ରେ ପରିବାର ଲୋକ ଅତ୍ୟନ୍ତ ମ୍ରିୟମାଣ ହୋଇ ପଡୁଥିଲେ । ସେମାନେ ମୋର ଅଶାନ୍ତି ର କାରଣ ଜାଣି ମଧ୍ୟ ନିରୁପାୟ ଥିଲେ । ଭଲ ଭଲ ବିବାହ ପ୍ରସ୍ତାବ ମଧ୍ୟ ଆସୁଥିଲା । ମୁଁ ବୁଝି ପାରୁ ନଥିଲି ସରକାରୀ ଚାକିରି ନହେବା ତ ମୋତେ କଷ୍ଟ ଦେଉଥିଲା ନା ମୁଁ ନିଜକୁ ଅସଫଳ ବୋଲି

ଭାବି ଭାବି କଷ୍ଟ ପାଉଛି । ଏମିତି ଗୋଟେ ରବିବାର ରେ ପୂର୍ବ ନିର୍ଦ୍ଧାରିତ ପ୍ରୋଗ୍ରାମ ଅନୁଯାୟୀ ମୋତେ ଦେଖିବାକୁ ଜଣେ ଭଦ୍ରଲୋକ ଆସିଲେ ,ତାଙ୍କ ସହ ତାଙ୍କର ପରିବାର ର ଅନ୍ୟ ଚାରିଜଣ ସଦସ୍ୟ ମଧ୍ୟ ଆସିଥାନ୍ତି । କିଛି ସମୟ ର କଥା ବାର୍ତ୍ତା ,ଜଳ ପାନ ସେବନ ପରେ , ସେମାନେ ସେତିକି ବେଳେ ହିଁ ମୁଁ ତାଙ୍କର ପସନ୍ଦ ହେଇଛି ଆଉ ଅମା ଘର ଲୋକ କେବେ ତାଙ୍କ ଘରକୁ ଯାଇ କଥା ବାର୍ତ୍ତା କରିବାକୁ କହି ଯିବା ପାଇଁ ପ୍ରସ୍ତୁତ ହେଲେ। ଗଲା ପୂର୍ବରୁ ସେହି ଭଦ୍ରବ୍ୟକ୍ତି ( ଅନୁପମ ରାୟ ) ଙ୍କ ର ମାଆ ମୋର ମୋବାଇଲ ନମ୍ବର ଟି ନେବ ପାଇଁ ଚାହିଁବାରୁ ମୁଁ ଦେଇ ଦେଲି । ଦୁଇ ଦିନ ଉତ୍ତାରୁ ଦିନ ଦଶଟା ହେଇଥିବ ବୋଧେ ମୋତେ ଗୋଟେ କଲ ଆସିଲା,ମୁଁ ଉଠେଇବାରୁ ସେପଟୁ ଶୁଭିଲା କିଏ ଅନାମିକା କହୁଥିଲେ କି?

ମୁଁ କହିଲି ହଁ କହୁଥିଲି , ଆପଣ କିଏ କହୁଥିଲେ ?


ସେପଟୁ ଶୁଭିଲା ମୁଁ ଜଣେ ଅଚିହ୍ନା ବନ୍ଧୁ କହୁଥିଲି ,ମାେ ନାଆଁ ଅନୁପମ ରାୟ ,ସେଦିନ ବିବାହ ପ୍ରସ୍ତାବ ନେଇ ଆପଣଙ୍କ ଘରକୁ ଆସିଥିଲୁ । 

ମୁଁ ନମସ୍କାର ଜଣେଇ ,କହିଲି କୁହନ୍ତୁ କଣ କିଛି କଥା ହେବାର ଥିଲା କି ?

ସେ କହିଲେ ଯଦି ଖରାପ ଭାବିବେ ତାହା ହେଲେ ମୁଁ ଆପଣଙ୍କୁ ଆଜି ସନ୍ଧ୍ୟା ପାଞ୍ଚଟା ବେଳେ ବାହାରେ ଅଳ୍ପ ସମୟ ଭେଟ ହୋଇ କିଛି କଥା ହେବ ପାଇଁ ଚାହୁଁଛି । 

ମୁଁ କହିଲି ଘରେ ପଚାରି ଜଣଉଛି ଆପଣଙ୍କୁ , ସେ କହିଲେ ଠିକ୍ ଅଛି । ଘରେ କହିବାରୁ ସମସ୍ତେ ଖୁସି ହୋଇ କହିଲେ ଯାଆ ଭେଟ କରି ଆସିବୁ । ମୁଁ ଜଣେଇ ଦେବା ଉଚିତ ମନେ କରି , କଲ୍ କରି ସାକ୍ଷାତ ଜାଗା ବୁଝିନେଲି । 

ଦେଖା ହେଲା ଜଣେ ଭଲ ବନ୍ଧୁଙ୍କ ପରି ମୋର ପ୍ରତ୍ୟେକ କଥା ସେ ଜାଣନ୍ତି ବୋଲି କହିଲେ ( ଯାହା ସବୁ ସେ ମାେ ବାପା ମାଆ ଙ୍କ ଠାରୁ ଶୁଣିଥିଲେ ) ,ଖୁସି ହୋଇ କହିଲେ ଯେ ମୋର ଚିନ୍ତାଧାରା ତାଙ୍କୁ ପସନ୍ଦ ବୋଲି ,ଆଉ ସେ ନିଜେ ମଧ୍ୟ ମୋତେ ବିବାହ କରିବାକୁ ଇଛୁକ । ମୁଁ ସବୁ ଶୁଣି ନିଜକୁ ନ ଅଟକାଇ କାନ୍ଦି ପକେଇଲି , ଟିକେ ସ୍ୱାଭାବିକ ହେବ ପରେ ଗୋଟେ ଜାଗାରେ କଫି ପିଇ ଘରକୁ ଫେରିଲୁ ଆଉ ସେ ମୋତେ ଅମା ଘରେ ଛାଡ଼ି ଦେଇ ଗଲେ । ମୋତେ କାହିଁକି କେଜାଣି ଅନୁପମଙ୍କ ସହ କଥା ହେଇ ଟିକେ ଭଲ ଲାଗୁଥାଏ ,ଯେମିତି ବହୁତ ଦିନ ପରେ ଗୋଟେ ଭଲ ସାଙ୍ଗ ସହ ଦେଖା ହେଲା ଭଳି । 


କିଛି ଦିନ ପରେ ମୋର ବିବାହ ଶେଷ ହୋଇଗଲା ,ମାଆ ବାପା ବେଶ ଖୁସି ଥାଆନ୍ତି । ଅନୁପମ ଙ୍କ ପରିବାର ମଧ୍ୟ ମୋତେ ନିଜର କରି ସାରିଥାନ୍ତି। ମୋ ସ୍ୱାମୀଙ୍କର ପ୍ରେରଣାରେ ମୁଁ ତାଙ୍କୁ ତାଙ୍କର ବ୍ୟବସାୟରେ ସହଯୋଗ କରିବାକୁ କରିବାକୁ ଲାଗିଲି ,ଯଦ୍ୱାରା ମୁଁ ମଧ୍ୟ ସମାଜରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କଲି । ଏଇ କିଛି ବର୍ଷ ଭିତରେ ମୁଁ ସମାନ ସମୟ ଭିତରେ ପରିବାର ସମ୍ଭାଳିବା ,ସମସ୍ତଙ୍କ ପ୍ରତି ଥିବା ଦାୟିତ୍ୱବୋଧ କୁ ଗୁରୁତ୍ବ ଦେଇ କାର୍ଯ୍ୟ କରିବା,ସ୍ନେହ ସମାଦର ରେ ପରସ୍ପର ର ଆବଶ୍ୟକତା ଇତ୍ୟାଦି ବୁଝିବା ରେ ମଧ୍ୟ ମୁଁ ସଫଳ ହୋଇ ପାରିଛି ।  


ଆଜି ମୁଁ ମାେ ସ୍ଵପ୍ନ କୁ ସଫଳତାରେ ରୂପାନ୍ତରିତ କରି ପାରିଛି ବୋଲି ମୁଁ ବହୁତ ଖୁସି । ନିଜ ସମୟ ର ଉପଯୁକ୍ତ ଉପଯୋଗ କରିବା ସହ ,ମାେ ମନରେ କୁହୁଡି ଭଳି ଗଭୀର ଅଶାନ୍ତି ର ଆସ୍ତରଣ ସୃଷ୍ଟି କରୁଥିବା ହୀନ ଭାଵନା କୁ ଦୂରୀଭୂତ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ପ୍ରତି ପାଦିତ କରି ପାରିଛି ।


ଜୀବନ କେତେବେଳେ କେମିତି ମୋଡ଼ ବଦଳେଇବ କିଏ ଜାଣେ ? ନିଜ ଅନ୍ତର୍ମନ ର ଡାକରା ଶୁଣି , ସକାରାତ୍ମକ ଚିନ୍ତାଧାରା କୁ ଗୁରୁତ୍ବ ଦେବାକୁ ପଡ଼ିବ ; ତାହାହେଲେ ଯାଇ ଜୀବନକୁ ଗୋଟିଏ ଚାହିଁବା ମୁତାବକ ଶୈଳୀରେ ବଞ୍ଚିହେବ । 



Rate this content
Log in

Similar oriya story from Abstract