STORYMIRROR

ପ୍ରଶାନ୍ତ କୁମାର ବିଦ୍ୟାଧର

Romance Tragedy Action

4  

ପ୍ରଶାନ୍ତ କୁମାର ବିଦ୍ୟାଧର

Romance Tragedy Action

ଇତି ତୁମ ଅନନ୍ୟା

ଇତି ତୁମ ଅନନ୍ୟା

5 mins
15


ପ୍ରିୟ ଅରଣ୍ୟ ,


ପ୍ରଣାମ !!


ଆକାଶର ଯେମିତି ଆଦି ନାହିଁ କି ଅନ୍ତ ନାହିଁ।ସମୁଦ୍ରର ଯେମିତି କ୍ଷୟ ନାହିଁ କି ବୃଦ୍ଧି ନାହିଁ ଏବଂ ସୂର୍ଯ୍ୟଙ୍କର ଯେପରି ଉଦୟ ନାହିଁ କି ଅସ୍ତ ମଧ୍ୟ ନାହିଁ ଠିକ୍ ସେମିତି ମନୋକାମନା ର ସେମିତି ପୂର୍ଣ୍ଣତା ନାହିଁ କି ଶୂନ୍ୟତା ନାହିଁ ମଧ୍ୟ। ସେମିତି ଆମ ସମ୍ପର୍କର ବି'ମଧ୍ୟ ସଂଜ୍ଞା ନାହିଁ କି ଶେଷ କଥା ନାହିଁ ତେବେ ଏହି ପତ୍ର ଖଣ୍ଡିକ ରେ ଶେଷ କଥା କହିବି କିପରି ?


କଣ କହି ପ୍ରଣାମ କରିବି ଚିନ୍ତା କରିବାକୁ ସମୟ ନାହିଁ କାରଣ ମୁଁ ଆଜି ମୋ ମନର ଦେବତାଙ୍କୁ ଅନେକ ଦୂରରୁ ଥାଇ ସ୍ବପ୍ନ ବିଭୋରୀତ ମନ ଏବଂ ହୃଦୟରେ ପାଇ ବେଶ ଖୁସି ଅରଣ୍ୟ ।


ହେ ଶୁଣ ,


ତୁମର ମନ ଅଛି ନା,"ସେଇ ସନ୍ଧ୍ୟାର କଥା । ହଠାତ୍ ମୋର ବିବାହ ସ୍ଥିର ହେଲା , ତୁମ ସହିତ କଥବାର୍ତ୍ତା କରିବାକୁ ସମୟ ପାଇଲି ନାହିଁ ସତ କିନ୍ତୁ ମୋତେ ଯେମିତି ଲାଗୁଥିଲା ତୁମେ ମୋ ପାଖରେ ଅଛ ..! ମୋ ସ୍ଵପ୍ନ ମଧ୍ୟ ସତ ହେଲା । ତୁମେ ସେଦିନ ମୋତେ ସର୍ପ୍ରାଇଯ ଦେବାପାଇଁ ତୁମ ଆସିବା ଖବର ଜଣାଇ ନଥିଲ। ମୋତେ ଆଭାସ ହେଲା ଯେ ସତରେ ତୁମେ ଏଇଠି କେଉଁଠି ଅଛ ତା'ପରେ ମୁଁ ତୁମକୁ କଲ୍ କନେକ୍ଟ କରିଲି କିନ୍ତୁ ମୁଁ ଜାଣିପାରିଲି ନାହି କଲ ରିଶିଭ୍ କରିବାକୁ ଏତେ ବିଳମ୍ବ କଣ ପାଇଁ ?


ପୁଣି ହଠାତ ତୁମର କଲ୍ ଡ୍ରପ ହେଲା । ବାରମ୍ବାର ମନରେ ପ୍ରଶ୍ନ ଆସିଲା ,ସତରେ କଣ ତୁମେ ମୋତେ ପସନ୍ଦ କରୁନ?


କଣ ମୁଁ ତୁମ ପାଇଁ ଯୋଗ୍ୟା ନୁହେଁ ?


ପୁଣି ଭାବିଲି ସତରେ ମୁଁ କେଡେ ବୋକି ଝିଅ ଟେ !!


ଯାହାର ଦିନର ଆରମ୍ଭ ତୁମରି ହସରୁ ହୁଏ ଆଉ ଶେଷ ତୁମ ନୀରବତା ରେ ହୁଏ ,ତା ସହିତ କଣ ତୁମେ ଏଭଳି କରିପାରିବ ?


ସତରେ ତୁମେ ସଦାବେଳେ କୁହ ଅନନ୍ୟା ତୁମେ ଗୋଟେ ବୋକୀ ଝିଅ। କଣ ମ' କିଛି ଜାଣିପାରୁନ । ଠିକ୍ ସେହି ସମୟରେ ତୁମ କାର ଟି' ଆସି ଲାଗିଲା ମୋ ସାମ୍ନାରେ। ଭାବିଲି ଖୁବ୍ ଗାଳି ଦେବି ସେଇ କାରବାଲା କୁ। କିନ୍ତୁ ମୋ ନୀରବତା କୁ ଭଙ୍ଗକରି ତୁମେ ଡୋର ଖୋଲି ଆସି ମୋ ଆଖି ଦୁଇଟାକୁ ପଛରୁ ଚାପିଧରି ମୋ ଅଧର ରେ ଚୁମ୍ବନ ଦେଇ କହିଲ ହେ ...!


ମୁଁ କିଏ ଗେସ କରିଲ ..!!


କେମିତି ବା'ତୁମର କଣ୍ଠସ୍ବର ବାରିପlରିବି ନାହିଁ ମୁଁ। ମୋ ଖୁସିର ସିମାଟପିଗଲା ଏବଂ ମୁଁ ତୁମକୁ ନିର୍ଲ୍ଲଜିଙ୍କ ଭଳି ଚୁମିଲାଗିଲି ସେଇ ଚେନ୍ନାଇ କୋଲକାତା ଜାତୀୟ ରାଜପଥ ନମ୍ବର ୧୬ ର କରିଡ଼ର ରେ ।


 ଅରଣ୍ୟ , ତୁମେ ମୋର ପ୍ରଥମ ପ୍ରେମ । ମୁଁ ଜାଣିନି କଣ ପାଇଁ ତୁମ ମୋ ଜୀବନରେ ଏମିତି ଧୂମକେତୁ ଭଳି ପଶିଆସିଲ। ତୁମେ ଆସିବାପରେ ମୋ ଜୀବନ ର ସବୁକିଛି ପରିବର୍ତ୍ତନ କରିଦେଲ। ମୁଁ ପାଗଳିଭଳି ପ୍ରତ୍ୟେକ ମୁହୂର୍ତ୍ତରେ ତୁମକୁ ଚାହିଥିଲି ସେଇ ସବୁଜ ପତ୍ରରେ। ପହିଲି ପ୍ରଭାତ ର ସବୁଜ ପତ୍ରରେ ଚାହିଁ ଦେଲେ ଦିଶି ଯାଏ ଚୁନା ଚୁନା ଆକାଶ ଟା'। କାହିଁ ଖୁବ୍ ଆପଣାର ଲାଗେ ଆକାଶ ଟା' ମଧ୍ୟ, "ଇଚ୍ଛାହୁଏ ନୀଳ ଆକାଶର ସବୁଜିମା ତଳେ ଗୋଟେ ଛୋଟ ଚଢ଼େଇଭଳି ଉଡ଼ିଉଡ଼ି ତୁମ ପାଖକୁଯାଇ ପହଁଞ୍ଚିବାକୁ।


ସତରେ ଅରଣ୍ୟ ,କେତେ ନିଆରାଥିଲା ଆମର ସେଇ ମିଳନର ପର୍ବ। ସେଠାରେ କେବଳ ତୁମେ ଥିଲ ଆଉ ମୁଁ । ସତରେ ଏଇଟା କର୍ମଫଳ ନା ମୋ ଭାଗ୍ୟ ଫଳ ଏଇ ଜୀବନର । ପାଣି ସୁଅ ଭଳି ଉଭୂରି ଆସି ସବୁ ଅଧା ରହିଗଲା ମୋ ପ୍ରେମର ଜୀବନରେ। ବୋଧହୁଏ ଏଇ ପଙ୍କ୍ତି କେହିଜଣେ ମୋ ପାଇଁ ରଚନା କରିଥିଲେ ଯେ "ଯଦି କାହାକୁ ଧୋକା ଦେଇ ଥାଅ ଭାବି ଖୁସି ହୁଅନି ଯେ ସେ ଲୋକଟା ନିହାତି ମୁର୍ଖ ଓ ବୋକା ବୋଲି, ମନେ ରଖୁବା ଉଚିତ ସେ ତୁମକୁ ବିଶ୍ବାସ କରିଥିଲା ଯାହାର ଯୋଗ୍ୟ ତୁମେ ନୁହଁ !!


ହେ ,ପ୍ରିୟ ଅରଣ୍ୟ ଆଜି ଏମିତି ଲାଗୁଚି ମୁଁ ମୋର ପ୍ରାପ୍ୟ ପାଇଛି । ମୁଁ ତୁମର ଯୋଗ୍ୟା ନଥିଲି। ତୁମ ବିଶ୍ୱାସ ର ହତ୍ୟା କରିଛି ମୁଁ । ବିଧିର ବିଧାନ କେ କରିବ ଆନ । କେମିତି ଆସିଲା ଏହି ଅଦିନ ପ୍ରଳୟ ଏବଂ ସବୁକିଛି ବୁହାଇ ନେଇ ଚାଲିଗଲା ମହାଦଧିର ଗର୍ଭକୁ। କିନ୍ତୁ କଣ ବା' ଉପାୟ ଥିଲା ମୋ ପାଖରେ ତୁମେ କୁହନା। ତୁମପାଇଁ ନୀରବରେ ବସି ଯେବେ ମୁଁ ଦୁଇ ଧାର ଲୁହ ଗଡ଼େଇଦିଏ ତେବେ ମୋ ସଖୀ ସିଲି ଓ ମିଲି ଦୁଇଟା ତୁମକୁ ଖୁବ୍ ଇର୍ଷାକରନ୍ତି । କୁହନ୍ତି ଆମେ ଘୃଣା କରୁଛୁ ତୋ ଅରଣ୍ୟକୁ। ଯାହାକୁ ତୁ ଏତେ ଭଲପାଉ, ସେ ଏମିତି କେମିତି ମଣିଷ କେବଳ ତୋତେ ଦୂରରେ ରଖି ଜଳାଇ ମାରୁଛନ୍ତି। କିନ୍ତୁ ତାଙ୍କ କଥାକୁ କାଟି ମୁଁ କୁହେ ସେ ତପୋବନ ରେ ଜଳି ଜଳି ଅଙ୍ଗାର ରୁ ନିଜ କାୟା ବିସ୍ତାର କରିଥିବା ହୀରା ହେଉଛନ୍ତି ମୋ ଅରଣ୍ୟ। ସେ ହୀରା ବୋଲି ତାଙ୍କ ପ୍ରେମର ରଶ୍ମି ରେ ମୋତେ ଆଲୋକିତ ଖାଲି କରୁ ନାହାନ୍ତି। ଦିନେ ତୁମେ ଦେଖିବ ମୋର ଏଇ ଅରଣ୍ୟ ତାଙ୍କ ନାମର ସାର୍ଥକତା ପୂର୍ଣ୍ଣ କରିବେ । ସାରା ଜଗତ ତାଙ୍କର ଆଲୋକରେ ଆଲୋକିତ ହେବ। ତାପରେ ଜାଣିଛ କଣ ହୁଏ , ଥମିଯାଏ ଯେତେସବୁ ଝଡ଼ଝଞ୍ଜା। ସ୍ରୋତ, ସ୍ତବ୍ଧ, ନୀରବ,ନିଶ୍ଚଳ ହେଇଯାଏ ସବୁ କିଛି ।


ବିରହ ଅଗ୍ନିରେ ମୁଁ ଜଳିପୋଡ଼ି ଛଟପଟ ହୁଏ ଗୋଟିଏ ନିରୀହ କପୋତୀ ଭଳି।ସବୁ କିଛି ଶୂନ୍ୟ ,ନୀରବ ନିଶ୍ଚଳ ଲାଗେ। ମୋ ଧମନିରେ ରକ୍ତକଣିକା ଗୁଡ଼ିକ ପ୍ରହାହ ହୁଅନ୍ତି ନାହିଁ। ନିସ୍ତବ୍ଧ ହୁଏ ସବୁ ସ୍ନାୟୁତନ୍ତ୍ର କାରଣ ତୁମ ମୁଁହ ମୋ ସାମ୍ନାରେ ଯେତେବେଳେ ଭାସମାନ ହୁଏ କିନ୍ତୁ ମୁଁ ନାଚାର ହେଇଯାଏ। ପରେ ଯେତେବେଳେ ମୋତେ ଜୋର ଜବରଦସ୍ତି ଭିଡ଼ି ନେଇଗଲେ ବିବାହ ମଣ୍ଡପକୁ , ସେତେବେଳେ ମୋ ହୃଦ ଗ୍ରନ୍ଥି ହାହାକାର କରି ଚିତ୍କାର କରିଉଠିଲା , ଆଉ କଣ କହିଲା ଜାଣିଛ ଅନନ୍ୟା ତୁ କେବଳ ଅରଣ୍ୟଙ୍କ ବାଗଦାତା।


କିଛି ସମୟ ମଧ୍ୟରେ ମୁଁ ଅଚେତ ହେଇଗଲି।ମୋତେ ଚିକିତ୍ସା କରୁଥିଲେ ଡକ୍ଟର ସମୀର।ଚେତନା ଫେରିବା ପରେ ସେ ମୋତେ କିଛି ପ୍ରଶ୍ନ ପଚାରିଲେ ମୁଁ ଉତ୍ତର ଦେଲି ଏବଂ ସେ କହିଲେ ଅନନ୍ୟା ତୁମେ ପନ୍ଦର ଦିନ ର ଅନ୍ତସତ୍ୱା। କଣ କରିବି ଚିନ୍ତା କରିପାରିଲି ନାହିଁ। ସମାଜର ଭୟ ଏବଂ ମୋ ବାପା ମାଆଙ୍କ ମାନସମ୍ମାନ ପ୍ରତିପତ୍ତି ପାଇଁ ମୁଁ ବାଧ୍ୟ ହେଇ ବେଦୀରେ ବସି ବିବାହ କରିଲି। ପଥର କରିଲି ମୁଁ ମୋର ହୃଦୟକୁ । ଯାହାର ପ୍ରେୟସୀ ହେଇ ସାରା ଜୀବନ ବିତାଇବାକୁ କଥା ଦେଇଥିଲି ତାଙ୍କୁ ଠକି ମୁଁ ଚାଲିଗଲି ମୋ ଶାଶୁଘର ।


ଜୀବନର ଗତିପଥ ପରିବର୍ତନ ହେଲା କାହାକୁ ଦୋଷ ଦେବି ? ଏଇ ଯେମିତି ଆପଣଙ୍କ ଭୁଲ କେବଳ ଆପଣଙ୍କର, ଆପଣଙ୍କ ଅସଫଳତା କେବଳ ଆପଣଙ୍କର । କାହାକୁ ଏହାର ଦୋଷ ଦିଅନ୍ତୁ ନାହିଁ । ସେହି ଭୁଲରୁ ଶିକ୍ଷା ଗ୍ରହଣ କରି ଆଗକୁ ବଢିଚାଲନ୍ତୁ ଠିକ୍ ସେହିଭଳି ମୁଁ ମଧ୍ୟ ଆଗକୁ ଆଗକୁ ପାଦ ଥାପି ଚାଲିଲି । ତୁମ ଅନନ୍ୟା ହାର ମାନିନାହିଁ । ତୁମ ସନ୍ତାନ କୁ ଗର୍ଭରେ ଧାରଣ କରି ମୁଁ ଆଜି ପାଇଛି "ନୂଆ ଅତିଥି " ର କୋମଳ ସ୍ପର୍ଶ । ମୁଁ ଆଜି ସଂପୂର୍ଣ୍ଣ ହେଇ ମଧ୍ୟ ଅସମ୍ପୂର୍ଣ୍ଣl ଅରଣ୍ୟ । ତୁମର ଏବଂ ମୋର ଏଇ କୋମଳ କାଲିକା ର ନାମ ମୁଁ ସୌପନିକା ରଖିଛି । ସେ ଏବେ ଠିକ୍ ତୁମଭଳି ଲାଗୁଚି ଅରଣ୍ୟ। କିନ୍ତୁ ଭାଗ୍ୟର ବିଡମ୍ବନା ଦେଖ ନା ମୁଁ କେବେ ତାକୁ କହିପାରିବି ସେ ତୁମ ଝିଅ , ନା କାହାକୁ କହିପାରିବି ତୁମେ ତାର ବାୟୋଲୋଜିକଲ ଫାଦର।


ଏବେ ମୋ କାହାଣୀର ଅନ୍ତ ଘଟିଲା । ନୂଆ ଯୁଗର ପ୍ରାରମ୍ଭ ହେଲା ଏଇ " ନୂଆ ଅତିଥି" ସୌପନିକା ସହିତ । ତାକୁ ତୁମେ ଆଶୀର୍ବାଦ କର । ଆମ ଝିଅ କୁ ତୁମରି ଚଲାପଥ ରେ ଚଲାଇବାକୁ ଚେଷ୍ଟା କରିବି ।


କାହା ହୃଦୟକୁ କଷ୍ଟ ଦେଇ କେବେ ଶାନ୍ତିରେ ରହି ହେବନି , ମୁଁ ଅନୁଭବ କରୁଛି ସେଇ କଷ୍ଟ।କଷ୍ଟ ସେଇଟା ନୁହେଁ ଯାହା ସହି ହୁଏନାହିଁ। ସବୁଠାରୁ ବଡ କଷ୍ଟ ତ ସେଇଟା ଯାହା କେବେ କାହାକୁ କହିହୁଏ ନାହିଁ।


ସେଦିନର ସ୍ମୃତି ତୁମର ମନ ଅଛି କି ନାହିଁ । ମୁଁ କହିଥିଲି ଖଣ୍ଡେ ଶାଢ଼ୀ ମୋ ପାଇଁ ପଠାଇବ ଯାହାକୁ ପିନ୍ଧି ମୁଁ ସାବିତ୍ରୀ ବ୍ରତ କରିବି ,ମୋ ସ୍ବାମୀଙ୍କ ମଙ୍ଗଳ କାମନା କରି । କିନ୍ତୁ ଏବେ ଏତିକି କହିବି ମରିବା ପୂର୍ବରୁ ମୁଁ ତୁମ ହାତରୁ ଟିକେ ସିନ୍ଦୂର ପିନ୍ଧି ରାମ ନାମ ସତ୍ୟ ହେ ନାରା ରେ ଆରାମରେ ପରଲୋକକୁ ଯିବି। ମରିବା ପୂର୍ବରୁ ତୁମକୁ ଥରେ ଦେଖିବାକୁ ଚାହୁଁଚି । କିନ୍ତୁ ତୁମ ଅଭିମାନ ସରିନାହିଁ ଜାଣିଛି ତଥାପି ମୋର ଶେଷ ଅନୁରୋଧ ରଖିବ ବୋଲି ଆଶା ଓ ବିଶ୍ୱାସ ।


ମୁଁ ତୁମର ଦୋଷୀ ଅରଣ୍ୟ। ମୋତେ କ୍ଷମା କରିବ ।


ଆଉ ସ୍ୱଳ୍ପ ସମୟ ରହିଲା ମୋ ପାଖରେ । ମୁଁ ଭୟଙ୍କର ରୋଗରେ ପଡ଼ିଛି କିଏ ଜାଣିଛି କେତେବେଳେ ଏଇ ପ୍ରାଣ ଚାଲିଯିବ। "ନୂଆ ଅତିଥି" କୁ ଆପଣେଇ ନେବ ନା ...


କୁହ ଅରଣ୍ୟ ??

ତୁମେ ତାକୁ ମାଆ ଓ ବାପାର ସ୍ନେହ ଦେବ ନା ?

ମୋ "ସୌପନିକା" ତୁମକୁ ଲାଗିଲା ...

ଆଉ ବିଶେଷ କିଛି ଲେଖିବାକୁ ସତ୍ ସାହସ ନାହିଁ । ଶରୀର କ୍ଷୀଣ ହେଉଛି ।

ମୋତେ କ୍ଷମା କରିବ ମୋ ପ୍ରାଣ ଧନ । ତୁମ ବିନା ବଞ୍ଚିବା ସମ୍ଭବ ନୁହେଁ । ମନ କଷ୍ଟ କରିବ ନାହିଁ।

ରଖୁଛି

"ଇତି ତୁମର ଅନନ୍ୟା" ।



Rate this content
Log in

Similar oriya story from Romance