ହାଡୁ ସାହୁ
ହାଡୁ ସାହୁ
ଯାବତ୍ୟ କର୍ମ କରିବା ପରେ ମୀନା ବାପା ସରଜୁ କୁ କହିଲେ ,ବୁଝିଲ ସରକୁ ସମୟ ବାକି ଅଛି ତା'ପୂର୍ବରୁ ବନ୍ଧ ବାନ୍ଧି ନିଅ ନହେଲେ ନେଡି ଗୁଡ କହୁଣି କି' ବୋହିଗଲାପରେ ଆଉ ଚାଟିବାକୁ ମୁହଁ ପାଇବନାହିଁ ।
_ ତୁମେ କ'ଣ କହିବାକୁ ଚାହୁଁଛ ମୀନା ବାପା ? ତମେ କ'ଣ ଭାବିଛ ପିଲା ଦୁଇଟିଙ୍କୁ ଏଭଳି ମୁଁ ଛାଡ଼ିଦେବି ହଇରାଣ ହେବାକୁ । ଆରେ ଆମେପରା ତାଙ୍କର ସବୁ କିଛି ..! ଏମିତି ଏଣୁ ତେଣୁ ଗପିବା ବନ୍ଦ କର ।
_ କଣ ଆଉ ଭାବିବି ସରଜୁ । ଏଇ ଦୁନିଆଁ ର ରୂପ ରଙ୍ଗ ଦେଖି ଭାରି କଷ୍ଟ ହେଉଛି । ସମସ୍ତଙ୍କ ପାଇଁ ସବୁକିଛି କରିବା ପରେ ସେଇମାନେ କହୁଛନ୍ତି କଣ କିଏ କରିଛି ଆମ ପାଇଁ ? ଏକଥା ଶୁଣିବା ପରଠାରୁ ମୋ ମୁଣ୍ଡ ଘୁରେଇ ହେଉଛି । ହଉ ଯାହା ସେଇ କଳା ଠାକୁରଙ୍କ ବରାଦ । କିନ୍ତୁ ମୋ ଜୀବନରେ ମୁଁ ହାର ମାନିବି ନାହିଁ । ହାଲୁ ସାରେ କହିଲା ଭଳି ମୁଁ ଗାତ ଖୋଳି ମରିବି ଲୋ ସରଜୁ । ମୁଁ ସେଭଳି ବାପା ନୁହେଁ ଯେ ,ବୃଦ୍ଧକାଳେ ପିଲାଙ୍କ ପଇସା କୁ ଅନେଇ ବଞ୍ଚିବି ।
ସ୍ବାମୀ ହାଡୁଙ୍କ କଥାରେ ସରଜୁ ଟିକେ ଗରମ ହେଇ କହିଲେ ,ବୁଝିଲ ତୁମେ ପରା ଅଭିମାନୀ ଦୁର୍ଯ୍ୟୋଧନ। ତୁମେ ଗାଣ୍ଡିବଧାରି ଅର୍ଜ୍ଜୁନ।କାଉଁରିଆ କାଠି ଭାଙ୍ଗିଯିବ ପଛେ ନଇଁବ ନାହିଁ।ଏଇ ଗୁଣ ଛାଡ଼ ମୋ ପତି ପରମେଶ୍ବର। ଏମିତି ତୁଛାରେ ଗାରୁ ଗାରୁ ଆଉ ହୁଅନି । ଭାତ ସାଙ୍ଗକୁ ଏଇ ଖଡା ଶାଗଭଜା ଟିକେ କରିଛି ତାକୁ ଖାଇ ଯାଆ କଣ କର । ଆଉ ତ ଅଫିସ ନାହିଁ । ସାଙ୍ଗସାଥୀ ମେଳରେ ଦିନ କଟିବ ନହେଲେ କେଉଁ ସୁନ୍ଦରୀ ଯୁବତୀଙ୍କ ସହିତ ବାର୍ତ୍ତାଳାପ କରିବ । ବାଡି ଖାଇ ଗୁଡ଼ାଙ୍କୁ ଏଇ ଅଧ ଦରବୁଢ଼ା ଭେଣ୍ଡିଆ ମିଳୁଛି ଖାଲି । ହାଏ ରେ ମୋ ଫୁଟା କରମ । ଶାଶୁ କୁଆଡେ କହୁଥିଲେ ମୋ ପୁଅ , ପୂଜା ପlଠରେ କୁଆଡେ ପାରଙ୍ଗମ ହେଲେ ପୁଅ କୌଳିକ ବୃତ୍ତି କରିବେ କଣ ଚାକିରୀ କରି ଏଇ ଛତରଖାଇ ପୂଜାଙ୍କ ପୂଜା କରୁଥିଲେ ବୋଧେ ।
ମୀନା ବାପା , " ସରୁଜୁଙ୍କ କଥା ଶୁଣି କହିଲେ ଆଲୋ ହେ ତୋ '। ଗୋଷ୍ଟି ବୁନିଆଦି....! ଚୁପ୍ ଟିକେ ହୁଅ। ଖାଲି ତୁଛlରେ ବଜର ବଜର ହଉଛୁ । ମୋତେ ଗୋଟେ ପାଣି ବୁହା ସେଣା ଭାବି ବୁହାଇ ଚାଲୁଛୁ ବୋଧେ । ଚୁପ୍ ... ପୁରାପୁରି ଚୁପ୍ ।ଶଳା କିଛି ନକହିବାରୁ ବେଶୀ ଉଦ୍ଧତ...!
ସରଜୁ ଟିକେ ଫୁଲେଇ ରାଗ ଦେଖେଇ କହିଲେ , ତମେ ଚୁପ୍ । ଆଉ ମୁଁ ଡରିବି ନାହିଁ ତୁମର ଏଇ ପାଟିକୁ। ଏବେ ତୁମକୁ କିଏ ପଚାରେ । ମୋର ଦୁଇ ଦୁଇଟା ପୁଅ , ବୋହୂ ଅଛନ୍ତି । ଛୋଟ ପିଲା ଦୁଇଟା ଅଛନ୍ତି । ଦୁଇଟା ଝିଅ ଅଛନ୍ତି ଆଉ ମୋ ଉପରେ ଗରମ ନ ଦେଖେଇ କୁଆଡେ ଯାଉଛ ଯାଆ । କେତେ ଅନେଇ ଅଛନ୍ତି । ସବୁ ସୁଖର ସାଥୀ ଲୋ ଧନ । ଦୁଃଖରେ କେବଳ ଏଇ ସରଜୁ ଠିଆ ହେଇଥିଲା , ହେଇଚି ଏବଂ ଠିଆ ହେଇଥିବ ମଧ୍ୟ ।
ମୀନାବାପା ଘରୁ ବାହାରି ଚାଲିଗଲେ । ସରଜୁ ମଧ୍ୟ ଚାଲିଗଲା ନିଜର ଶୋଇବା ଘରକୁ। ବାପା ଦେଇଥିବା ପଲଙ୍କ ଉପରେ ପଡ଼ି ଶୁଁ... ଶୁଁ. ହେଇ କାନ୍ଦିବାରେ ଲାଗିଚି । ନିଜକୁ କୋଷୁଚି । ନିଜ ଭାଗ୍ୟକୁ ନିନ୍ଦା କରୁଛି ଆଉ କହୁଛି। ହାଏ ରେ ବିଧାତା ଶେଷରେ ଏଇଆ କଲୁ। ବିଚରା ଗିରସ୍ତ ଟା ରାତିରେ ଶୋଇ ପାରୁନି । ଚିନ୍ତାରେ ଚିନ୍ତାରେ କଳlକlଠ ପଡିଗଲାଣି । ବାପା ମରିଗଲେନି ଯେ ସବୁ ବୋଝ ନଦିଦେଇ ଶାନ୍ତିରେ ଚାଲିଗଲେ । ଦୁଇ ଦୁଇଟା ଛୋଟ ପିଲାଙ୍କ ଯାବତ୍ୟ ଖର୍ଚ୍ଚ ସହିତ ଘର ଖର୍ଚ୍ଚ ପୁଣି ଔଷଧ ଖର୍ଚ୍ଚ । ସବୁ ହେଲାପରେ ସାନ ଭାଇର ବିବାହ , ଘରଦ୍ୱାର ସବୁ କରି ଧରି ଶେଷରେ ପାଇଲା କଣ ? ପିଲାମାନଙ୍କର ଏବେ ମୁଣ୍ଡକୁ ହାତ ପାଇଲା ପରେ ଏଡ଼େ କଥା କହି ଲୋକାଟା ର ମନ୍ ଭାଙ୍ଗିଦେଲେନି ଯେ ଜୀବନରୁ ମାରିଦେଲେ । ତଥାପି କଣ କରିବି ମା ବଦଳରେ ମାଆ ହେଇଛି । ଭାଉଜ କିଏ ଆଉ ମାଆ କିଏ ? ପ୍ରତିବାଦ କରିବି କଣ ପାଇଁ । ତାଙ୍କର ସବୁ କଥାରେ ହଁ ମାରି ଚାଲିଲି , ଚୁଉଁ ତକ କରିନଥିଲି ।କିନ୍ତୁ ଆଜି ସେମାନଙ୍କୁ ଛାଡ଼ିବି କିପରି ? କିନ୍ତୁ..ନା କିଛି କରିପାରୁଛି ନା ସହି ପାରୁଛି ।
ଅଜ୍ଞାତ ପଥିକ...କେତେଦିନ ଚାଲିବ ପୃଥକ ପୃଥକ ଏହି ଦୁନିଆଁର ମାର୍ଗରେ, ଥରେ ଆବଶ୍ୟକତା ଶେଷ ହେବା ପରେ ସମ୍ପର୍କ ସମାପ୍ତ ହୋଇଯାଏ ଏବଂ ଯେଉଁ ସମ୍ପର୍କ ଆବଶ୍ୟକତା ପୂରଣ ପାଇଁ ଗଢା ଯାଇ ଥାଏ, ତା ଏକ ସମ୍ପର୍କ ନୁହେଁ ଏହା ଲୋକଦେଖାଣିଆ ହୋଇ ଥାଏ..କିନ୍ତୁ ସରଳ "ଅଜ୍ଞାତ ପଥିକ..."ଟି ସବୁ ଜାଣି ମଧ୍ୟ ଚାଲିଥାଏ ସେହି ନୀରବ ରାସ୍ତାରେ ।
ଏମିତି ଅନେକ ଅନାବନା ଚିନ୍ତା କରି ସରଜୁ ଆଖିରୁ ଲୁହ ଝରେଇ ଝରେଇ ତକିଆଟା ଓଦା କରିସାରିଲାଣି ସେ ଜାଣି ପାରିନି। ଠିକ୍ ସେତିକି ବେଳେ କାହାର ଡାକରା ଶୁଣି ସେ କାନ ଡେରି କଣ୍ଠ ସ୍ବର ଶୁଣିବାକୁ ଚେଷ୍ଟା କରିଲା । ଦେଖିଲା ରତନି ଅପା ହାଉଳି ଖାଇ ଡlକ ଛାଡ଼ିଚି ।
ସରଜୁ ... ସରଜୁ ଲୋ ...
ଆଲୋ ହେ ମୀନା ବୋଉ । ଆଲୋ କଣ ହେଇଚି ଆଜି ଦୁଆର ଖୋଲୁନୁ ଯେ ।
ଆଲୋ ହେ ସରଜୁ ... କବାଟ ଖୋଲେ...!!
ମୀନା ବୋଉ ସରଜୁ ଆସି କବାଟ ଖୋଲି କହିଲା କଣ ହେଇଚି କି ନାନୀ । ଏଡ଼େ ଜୋର ରେ କାହିଁକି ପାଟି କରି ଡାକୁଛ । ଠିକ୍ ସେତିକି ବେଳକୁ ଗଙ୍ଗା ନନା ଓ ଚାରିଜଣ ଭେଣ୍ଡିଆ ପିଲା " ହାଡୁସାହୁ"ଙ୍କ ମର ଶରୀର କୁ ଗାଁ ପାଖ ମଶାଣି ପାଖରୁ ଉଠାଇ ଆଣି ଆସି ପହଁଚିଗଲେ । ଦୁଆର ମୁହଁରେ ଶୁଆଇ ଦେଇ କହିଲେ ବଡ଼ ବୋଉ ଏଇ ଦେଖ ବଡ ବୋଉ , ମଶାଣି ପାଖରେ ବଡବାପା ମୁହଁ ମାଡ଼ି ପଡ଼ିଥିଲେ ତାଙ୍କୁ ଏଠିକି ଟେକି ଆଣିଛୁ।
ସରଜୁ ଦିହରେ ନିଆଁ ଲାଗିଗଲା । ବୁକୁ ଫଟା ଚିତ୍କାର କରି କାନ୍ଦିବାକୁ ଲାଗିଲା ସରଜୁ । ମୀନା , କୁନା କୁଆଡେ ଗଲ ମୋ ଧନ , ଦୌଡ଼ି ଆସ ରେ ତୁମ ବାପାଙ୍କର କଣ ହେଇଯାଇଛି । ଦେଖୁ ଦେଖୁ ଗାଁ ଗୋଟlକର ଲୋକ ରୁଣ୍ଡ ହେଇଗଲେଣି କିଏ କହୁଛି "
ହାଡୁସାହୁ" ଆଉ ନାହାନ୍ତି । ସେ ଚାଲିଗଲେ ।
ଲୋକଙ୍କ କଥା ଶୁଣି , ସରଜୁ କଇଁ କଇଁ ହେଇ ଜୋର୍ ଜୋର୍ ରେ କାନ୍ଦିବାକୁ ଲାଗିଲା ।
ମୋ ସଂସାର ଭାସିଗଲା ରେ ...
ମୋ ବାବୁ ମୋତେ ଛାଡ଼ି ଚାଲିଗଲେ ...!!
ମୋ ପୁଅ , ଝିଅ ଆଜିଠାରୁ ବାପା ଛେଉଣ୍ଡ ହେଇଗଲେ । କିଏ ଆଉ ତାଙ୍କୁ ରାଗ , ପ୍ରେମ , ଦେଖାଇବ । କିଏ ଆଉ ତାଙ୍କ ସଉକ କଥା ବୁଝିବ । ମୋ ସଂସାର ଉଚ୍ଛନ୍ନ ହେଇଗଲା ।
ଠିକ୍ ଏତିକି ବେଳକୁ ,ଜଣେ ଛୁଆ କହିଲା ଆରେ ତାଙ୍କ ସlର୍ଟ ପ୍ୟାକେଟରେ କଣ ଗୋଟେ କାଗଜ ଅଛି ତାକୁ କାଢି ଖୋଲି ଦେଖ କଣ ସେଇଟା ।
ସେଇ କାଗଜ କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସେଇଟା ଗୋଟେ ସାଧା କାଗଜ ନୁହେଁ ଚିଠି ଖଣ୍ଡେ .. ଯେଉଁଥିରେ ଲେଖା ଥିଲା ...!
ପ୍ରିୟ ମୀନା ବୋଉ ,
ମୋର ଆଶୀର୍ବାଦ ତୋ ସାଙ୍ଗରେ ଥିଲା ଏବଂ ମୋ ଶରୀର ପାଉଁଶ ରେ ମିଶିଲା ପରେ ମଧ୍ୟ ରହିବ । ବ୍ୟସ୍ତ ହେବୁ ନାହିଁ ମୁଁ ଚାଲିଗଲା ପରେ । "ସମୟ ବାକି" ଥାଉ ଥାଉ ମୁଁ ମୋର ସବୁ କାମ ସରିଦେଇଚି । ମୋ ବାପାଙ୍କୁ ଦେଇଥିବା ବଚନ ପାଳନ କରିଛି । ତୁ ଆଗରୁ ଯେମିତି ଚଟାଣ ଭଳି ଥିଲୁ ଏବେ ସେମିତି ମଧ୍ୟ ରହିବୁ । କାହାରି କୁ ଅପେକ୍ଷା କରିବୁନାହିଁ ଯେ ତୋତେ କିଏ ସାହାର୍ଯ୍ୟ କରିବ । ସବୁ କାଗଜ ପତ୍ର ଘରେ ଗଡରେଜ୍ ରେ ଅଛି । ଟଙ୍କା ପଇସା ସବୁ ତୋ ନାମରେ କରିଦେଇଛି । ଦୁଃଖ ଏତିକି ତୁମ ପାଇଁ କି ମୋ ପୁଅ କୁନା, ଝିଅ ମୀନା ପାଇଁ କିଛି କରିପାରିଲି ନାହିଁ । ଆଶା ଥିଲା ସବୁ ଛୁଆ ଗୁଡାଙ୍କୁ ବିବାହ କରିବି ଆଉ ସବୁ ପୁଣ୍ୟ ଗୁଡ଼ା ଗଣ୍ଠିଲି ବାନ୍ଧି ନେଇଯିବି କିନ୍ତୁ ମୋ ଆଶା ଆଶାରେ ରହିଗଲା । ଯାହାଙ୍କୁ ପୁଅ ଝିଅ ଭାବିଥିଲି ସେମାନେ ମୋତେ ଏବେ ପରକରିଦେଲେ । ବହୁତ୍ ବାଧିଲା ଲୋ ସରଜୁ । କଷ୍ଟ ସହିପlରିଲି ନାହିଁ । କିନ୍ତୁ ମୋତେ ଏବେ ଆରପାରି ଖବର ଜଣା ପଡ଼ିଁଲାନି ତେଣୁ ତୋ ପାଇଁ ଖଣ୍ଡିଏ ଚିଠି ଲେଖି ଯାଉଚି ସବୁଦିନ ପାଇଁ ଚିର ବିଦାୟ ନେଇ ।
ସରଜୁ , ତୁ ଜାଣିଛୁ ମୁଁ ତୋତେ ଅନେକ ପ୍ରେମ କରେ । ତୁ ତୋ ବାପା ଘରକୁ ଗଲେ ମୋତେ ଲାଗେ ମୋ କଲିଜା ଟା କିଏ ଟାଣି ନେଇଗଲା ଭଳି ତେଣୁ ତୋ ସହିତ କଜିଆ କରେ । ସରଜୁ ଲୋ , ଘର ର ବଡ଼ ପୁଅ ହେଇ ଜନ୍ମ ହେବା ଗୋଟେ ଅଭିଶାପ । ଏଇ ଦୁନିଆଁ ସ୍ୱାର୍ଥପର ଲୋକଙ୍କ ଦ୍ୱାରା ଗଢା ,ତେଣୁ ସଜାଗ ହେଇ ରହିବୁ l ତୁ ଜାଣିଛୁ ତୋତେ କିଛିଦିନ ମୁଁ କଣ ପାଇଁ ଏକାକୀ ଛାଡ଼ଥିଲି ରହିବାକୁ କାରଣ ଏଇ ସଂସାର ସହିତ ଏକାକୀ ମଣିଷଙ୍କୁ କିପରି ଲଢ଼ିବା ଆବଶ୍ୟକ ତାହା ଶିଖାଇବା ପାଇଁ । ଆଉ ଗୋଟିଏ କଥା ମନ ରଖିବୁ "ଯେଉଁମାନେ ଖୁସି ଅଛନ୍ତି, ସେମାନେ କେବଳ ସେମାନଙ୍କ ପାଖରେ ଥିବା ବିଷୟରେ ଚିନ୍ତା କରନ୍ତି, ଯେଉଁମାନେ ଖୁସିରେ ରହି ପାରୁନାହାନ୍ତି, ସେମାନେ କେବଳ ଯାହା ତାଙ୍କପାଖରେ ନାହି, ସେହି ବିଷୟରେ ଚିନ୍ତା କରନ୍ତି ।"ଆଉ ତୁ ଦେଖିବୁ ମୁଁ ଯେତେବେଳେ ଆର ପlରିକୁ ଯିବି ମୋ ମୁହଁରେ ଖିଲି ଖିଲି ହସ ଝଲସି ଥିବ । ପାଖରେ ଥିବେ ମୋ କଳା ଠାକୁର ଆଉ ମାଁ ଉଗ୍ରାତରା । ସେଇମାନେ କେବଳ ତୋ ସlହା ଭରସା । ତାଙ୍କୁ ପୂଜା କରିବୁ ।
ଏ ଦୁନିଆ ଟା ରଙ୍ଗମଞ୍ଚ ଲୋ ସରଜୁ
ଆମେ ସବୁ କଳାକାର
ନିଜ ଅଭିନୟ ସାରି ଫେରିଯିବା
ସବୁ କରିଦେଇ ପର ।l
ପ୍ରେମ ଆଉ ମୃତ୍ୟୁ ଦୁଇଟି ଯାକ ସମାନ। ନା ବୟସ ଦେଖନ୍ତି,ନା ସମୟ ଦେଖନ୍ତି, ନା ଜାଗା ଦେଖନ୍ତି ।ତେଣୁ "ସମୟ ବାକି" ଥିଲା ବେଳେ ଯାହା କରିବା କଥା କରିବ । ହଉ ମୁଁ ଟିକେ ଆଗ ଯାଇ ଚନ୍ଦ୍ରପୃଷ୍ଠ ରେ ଜାଗା ଖଣ୍ଡେ କିଣି ଘର କରିବି ଯେଉଁଠି ରହିବା କେବଳ " ତୁ ଆଉ ମୁଁ " ମାନେ ଏଇ "ହାଡୁସାହୁ ଏବଂ ତାର ମିଣୀପି ସରଜୁ " ।
ଏ ଦୁନିଆଁ କୁ ଖାଲି ହାତରେ ଆସିଥିବା ମଣିଷ ସବୁକିଛି ପାଇବା ପାଇଁ ଜୀବନ ସାରା ସଂଘର୍ଷ କରିଥାଏ ଆଉ ଶେଷରେ ସବୁକିଛି ଛାଡ଼ି ଖାଲି ହାତରେ ଏ ସଂସାରରୁ ଚାଲିଯାଇଥାଏ, ଏହା ହିଁ ଜୀବନର ପ୍ରକୃତ ସତ୍ୟ...। ତେଣୁ ତୁ ମନଦୁଃଖ କରିବୁ ନାହିଁ । ମୋତେ ଡାକରା ଆସିଲାଣି , ମୁଁ ବହୁତ ଶୀଘ୍ର ଚାଲିଯିବି "ସମୟ ବାକି" ଥାଉ ଥାଉ ।
।।ଇତି ।।
ତୁମ ପ୍ରେମିକ ପ୍ରବର
"ହାଡୁସାହୁ"
ଚିଠି ପଢ଼ି ସମସ୍ତଙ୍କ ମୁହଁରୁ ଝରି ଯାଉଚି ଲୁହ । ହସ ଓ କାନ୍ଦ ମିଶା କଣ୍ଠ ସ୍ଵରେ ସମସ୍ତେ କହିଲେ ଯେ "ହାଡୁସାହୁ" ତୁମ ଆତ୍ମା କୁ ଶାନ୍ତି ମିଲୁ ।
ଧନ୍ୟ ତୁମେ "ହାଡୁସାହୁ"।
"ରାମ ନାମ ସତ୍ୟ ହେ
ଔର ସବ ମିଥ୍ୟା ହେ ""
