ସାବତ ସ୍ବାମୀ
ସାବତ ସ୍ବାମୀ
ସମୟ ବଦଳୁଛି ମନ ବି ବଦଳୁଛି ତେବେ ତମେ ଭୁଲି ଯାଉଥିବ ତ୍' ତୁମ ଜନ୍ମଦିନ। ତୁମ ବିବାହ ବାର୍ଷିକୀ ,ତୁମ ସ୍ବାମୀଙ୍କ ଜନ୍ମଦିନ। ସବୁକିଛି ମନେ ରୁହେ ତୁମର କାହିଁକି ନା' ଏସବୁ ସଂପର୍କ ତୁମ ପାଇଁ ଗୁରୁତ୍ବ ରଖେ କିନ୍ତୁ ମୁଁ ମନେ ରୁହେନି ଯାହା। ମୁଁ ଖାଲି ମିଛରେ ମାନ ଅଭିମାନ କରେ ଯାହା ତୁମପାଇଁ ମୂଲ୍ୟହୀନ ଅଟେ। ତୁମର ଦୁଃଖକଷ୍ଟ କୁ ନିଜର କରି , ନିଜେ ନିଜ ଉପରେ ଦାଉ ସାଧି ଏ ଜୀବନକୁ ନଷ୍ଟ କରିବାକୁ ଇଛାକରେ ।
ଆଉ କଥା ହେବିନି କି ଡିଷ୍ଟର୍ବ କରିବି ନାହିଁ ..!
ରହୁଛି ।
ପାରିବ ଯଦି କ୍ଷମା କରିବ। ହଁ ରଖିବା ପୂର୍ବରୁ ଗୋଟେ କଥା କହିବି ମନେ ରଖିବ "ଝଡ଼ି ଯାଇଥିବା ଫୁଲ କେବେ ଗଛକୁ ଫେରି ଆସେନା। ଠିକ୍ ଯେପରି "ସଜ ଗୋଲାପ " ମିଳନର ଆକାଂକ୍ଷା ନେଇ ଭ୍ରମର କୁ ଆକର୍ଷିତ କରେ ଏବଂ ନିରୀହ ଭଅଁର ଟା' ତାର ସେଇ ମଧୁର ଗନ୍ଧକୁ ନିଜର ସ୍ବପ୍ନ ଭାବି ,ସେ ତାର ଚତୁର୍ପlର୍ଶ୍ୱ ରେ ଘୁରିବୁଲେ ସଂରକ୍ଷଣ କରିବାପାଇଁ କିନ୍ତୁ ସେଇ ସଜ ଗୋଲାପ କଣ କରେ ଜାଣିଛ ? ବୃନ୍ତରୁ ନିଜକୁ ଅଲଗା କରି ଝରିପଡେ । ତା'ପରେ ବିଚରା ଭଅଁର ତାର ସେଇ ପାଖୁଡ଼ାରେ ନିଜ ଜୀବନକୁ ଝାସ ଦିଏ । ତେଣୁ ଅତୀତ ବିଷୟରେ ଚିନ୍ତା ନକରି, ବର୍ତ୍ତମାନକୁ ଭଲପାଆନ୍ତୁ ମିସ୍ ରାଣୀ ।
କିଛି ସମୟ ପରେ ଶେଷ କେଇପଦ କଥା ମେସେଜ ବକ୍ସ ରେ ଟାଇପ କରିସାରି ପ୍ରଦୀପ ଚୁପ୍ ଚାପ୍ ହେଇଗଲେ । ସତରେ କେତେ ନିର୍ବୋଧ ଏଇ ଜୀବନ ଯାହାକୁ ଦିନେ ସେ ଏତେ ଭଲପାଉଥିଲେ ଆଜି ସେଇ ଜୀବନକୁ ଘୃଣା କରିଛନ୍ତି। ମନ ପଡ଼ୁଚି ସେଦିନ ସନ୍ଧ୍ୟାରେ ଘଟିଥିବା କାହାଣୀ କିନ୍ତୁ ବୋଧହୁଏ ଏସବୁ ତୁମର ମନ ନଥିବ..
ଟ୍ରେନ ର ସେଇ ପ୍ରଥମ ଦେଖା ସାକ୍ଷାତ । ଖାଁ ... ଖାଁ ଲାଗୁଥାଏ ସାରା ଟ୍ରେନ ଟା। ହଠାତ୍ ମୁଁ ନସର ପସର ହେଇ କୋଚ ଭିତରେ ପ୍ରବେଶ କରିଲି ଆଉ ଅନ୍ୟ ଦ୍ଵାର ଦେଇ ତୁମେ । କିନ୍ତୁ ଆମ ଦୁଇଜଣଙ୍କ ସିଟ ସାମ୍ନା ସlମ୍ନୀ ଥିଲା । ସାହସ ପାଇନଥିଲା ତୁମ ସହିତ କିଛି ପଦେ କଥା ହେବାକୁ । ତଥାପି ମଣିଷ କେତେ ସମୟ ଏମିତି ନିର୍ଜନ କୋଚ ମଧ୍ୟରେ ଚୁପ୍ ଚାପ୍ ବସି ରହିବ । ହଠାତ୍ ତୁମେ କିଛି କହିଲ ଆଉ ମୁଁ ମଧ୍ୟ । ସେଦିନର ସେଇ ଶବ୍ଦର ଲଢେଇ ସତେ ଯେମତି ଲାଗୁଥିଲା ଅଚାନକ କଳାବାଦଲ ଦୁଇଟା ଘନୀଭୂତ ହେଇ ବର୍ଷାର ରୂପ ରଙ୍ଗ ନେଇ ବରଷି ଗଲା ।
କ୍ଷଣିକ ମଧ୍ୟରେ ଆମେ ଦୁହେଁ ଖୁବ୍ ଜୋର ରେ ହସିଲେ।ତୁମେ ମୋତେ ଚାହୁଁଥିଲ ଏବଂ ମୁଁ ମଧ୍ୟ ତୁମକୁ। ତୁମ ରୂପ ଲାବଣ୍ୟ ରେ ମୁଁ ମୋହିତ ହେଇଗଲି। ମନେ ମନେ ଭାବିଲି ଆଃ...କେତେ ସୁନ୍ଦର ଝିଅ ଟେ । ସତରେ କଣ ଏଇ ଝିଅ ମୋ ପାଇଁ ବିଧାତା ଗଢ଼ିଛନ୍ତି। ପୁଣି ମନରେ ଆସିଲା କିଛି ପିଲାଳିଆମି କଥା ମୁଁ ମନେ ମନେ ଇଂରାଜୀ ଶବ୍ଦରେ କହିଲି ହାର୍ଟ ଟୁ ହାର୍ଟ କନେକ୍ଟ , ହେ ବେବୀ ଡୁ ୟୁ ଲଭ ମୀ ..! ମୋ ମନର ଭାବନା ସତେ ଯେମିତି ତୁମେ ଶୁଣି ପାରିଲ ଏବଂ ତୁମେ ପଚାରିଲ ଯେ କଣ ମୋତେ କିଛି କହିଲେ କି ସାର୍ ??
ମୁଁ ମନା କରି କହିଲି ନାଇଁ ତ..!!
ଆଛା ଆପଣଙ୍କୁ କିଛି ଶୁଭିଲା କି ମିସ୍...?
ତୁମେ କହିଲ ମାଇଁ ସେଲ୍ଫ ରାଗିଣୀ , ମୋତେ ମୋ ସାଙ୍ଗମାନେ ଡାକନ୍ତି ରାଣୀ । ତାପରେ ମୁଁ ଟିକେ ହସିଲି ଏବଂ କହିଲି ମୁଁ ପ୍ରଦୀପ । ତାପରେ ସମୟ ଏମିତି ଗଡି ଚାଲିଲା ଆମେ ଦୁହେଁ ଖୁବ୍ ପରିଚିତ ହେଇଗଲେ ସତେ ଯେପରି ଆମର ସମ୍ପର୍କ ଟା' ଏବେର ନୁହେଁ ଜନ୍ମ ଜନ୍ମର । ଯୁଗ ଯୁଗର । ତାରି ମଧ୍ୟରେ କେତେବେଳେ ବିଶାଖାପାଟନମ ରେଲୱେ ଷ୍ଟେସନ ଆସିଗଲା ଏବଂ ଢେରସାରା ଲୋକ ଚଢ଼ିଗଲେ କୋଚ ମଧ୍ୟରେ । ମୋତେ ବିରକ୍ତ ଲାଗିଲା କିନ୍ତୁ ତୁମେ ଜାଣିପlରିଲ ଯେ ମୋ ବିରକ୍ତିର କାରଣଟା ଏବଂ କହିଲ ପ୍ରଦୀପ ମୁଁ ତୁମକୁ କେମିତି ଲାଗୁଛି ?
ମୁଁ , ଟିକେ ଶାନ୍ତ ହେଇ କହିଲି ଖୁବ୍ ସୁନ୍ଦର କିନ୍ତୁ ଏଇ ଲୋକ ଗୁଡ଼ା ଭଲ ନୁହଁନ୍ତି। ଖାଲି କଚର ମଚର ହେବେ ଆଉ ଆମେ ଟିକେ ଠିକ୍ ରେ କଥା ବି' ହେଇ ପାରିବା ନାହିଁ ।
ତୁମେ ଟିକେ ହସି କହିଲ ଯେ କଣ , ଜଣେ ଅଜଣା ଅପରିଚିତ ଝିଅ ପାଇଁ ତୁମେ ଏତେ ବ୍ୟସ୍ତ ହେଉଛ । ମୁଁ କଣ ଚାଲି ଯାଉଚି କୁଆଡେ । ବ୍ୟସ୍ତ ହୁଅନି ତୁମେ ଅର୍ଡର୍ କରିଥିବା ଖାଦ୍ୟ ର ପଇସା ଦେଇ ଯିବି ମୁଁ । ଅବଶ୍ୟ ତୁମ କଥାର ଅର୍ଥ ମୋତେ ତା'ପରଦିନ ଜଣା ପଡିଲା କାରଣ ତୁମେ ଯେତେବେଳେ କହିଲ ଯେ ମୋତେ ସ୍କାନର ଦିଅ ପ୍ରଦୀପ । ଆଉ ତୁମେ ସଂପୂର୍ଣ୍ଣ ପେମେଣ୍ଟ ଟା ଦେଇ ଥିଲ ଆଉ ମୁଁ ପାଇଥିଲି ତୁମ ସେଲ ଫୋନ୍ ନମ୍ୱର୍ ।
ସମୟ ହେଇଗଲା । ତୁମ ଗନ୍ତବ୍ୟ ସ୍ଥଳ ପହଞ୍ଚିଗଲା କିନ୍ତୁ ତୁମେ ଚୁପ୍ ଚାପ୍ ଚାଲିଗଲ ମୋତେ ନ ଜଣେଇ । ମୋ ଭାବନା ର ଅନ୍ତରାଳ ରେ ହଜିଥିବା ମନଟା କୁ କହିଲି କୁଲ....ଅଲ୍ ଇଜ୍ ୱେଲ...!!
ତାପରେ ଫୋନ୍ ଦ୍ଵାରା କଥା ହେଲି ତୁମ ସହିତ ।ତୁମେ ଅନେକ ଏଣ୍ଟରେନ୍ସ ନେବା ପରେ ମୁଁ କ୍ୱାଲିଫାଏ କରିଲି। ଦିନ ପରେ ଦିନ ଚାଲିଗଲା। ଅନେକ ପରିଶ୍ରମପରେ ମୁଁ ତୁମ ମୁହଁରୁ ଶୁଣିଲି ଆଇ ଲଭ୍ ୟୁ। ତା'ପରେ ତୁମେ ପଚାରିଲ ଯେ ପ୍ରଦୀପ କଣ ମୁଁ ତୁମ ଯୋଗ୍ୟା ହେଇ ପାରିବି ?
କଣ ମୁଁ ତୁମ ସ୍ତ୍ରୀ ହେଇପାରିବି ?
କଣ ତୁମେ ମୋତେ ବିବାହ କରି ଖୁସି ପାଇବ?
କୁହ ପ୍ରଦୀପ କୁହ ?
ତୁମ ପ୍ରଶ୍ନର ଉତ୍ତର ରେ ମୁଁ କହିଲି , ବହୁତ୍ ପୂର୍ବରୁ ମୁଁ ତୁମକୁ ମୋ ସ୍ତ୍ରୀ ରୂପେ ଗ୍ରହଣ କରିଛି କିନ୍ତୁ ଏବେ ତୁମ ମୁହଁରୁ ଶୁଣି ବହୁତ୍ ଖୁସି । ତାପରେ ମୁଁ କହିଲି ଏ ଶୁଣ , ତୁମେ ମୋ ପାଇଁ ସେଇ "ସଜ ଗୋଲାପ" ଯାହାକୁ ପାଇବାକୁ ଅନେକ ଭଅଁର ପାଗଳ ..!
ତୁମେ ହସିଲ ଆଉ କହିଲ , ପାଗଳ ଏତେ ଭଲ ପାଉଛ ମୋତେ ?
ତାପରେ...ତୁମେ କହିଲ ମୁଁ ମଧ୍ୟ ତୁମ ବିନା ଅଧା ଅଧୁରା । ମୋତେ ସମ୍ପୂର୍ଣ୍ଣ କରିନିଅ ନା ... ଠିକ୍ ସେଦିନ ତୁମ ସହିତ ମୁଁ ମଧ୍ୟ ପୂର୍ଣ୍ଣତା ପାଇଗଲି । ସେଦିନ ତୁମେ ମୋତେ ପ୍ରଣାମ କରି କହିଲ ମୁଁ କେବଳ ତୁମର ..!
ମୁଁ ଖୁସି ହେଇ କହିଲି ଥେଙ୍କ୍ ୟୁ ଇଣ୍ଡିଆନ ରେଲୱେ । ତୁମ ପାଇଁ ମୁଁ ସ୍ବାମୀ ହେଇଗଲି । ମନ ହେଉଥିଲା ଖୁବ୍ ଚିତ୍କାର କରି କହିବି ଆଇ ଲଭ୍ ୟୁ ରାଣୀ । ତୁମେ ଖାଲି ରାଣୀ ନୁହେଁ ମୋ ହୃଦୟର ରାଣୀ କିନ୍ତୁ ଜୀବନରେ ଦିନେ ଏମିତି କାଳ ବୈଶାଖୀ ଆସିବ ମୁଁ ଜାଣି ନଥିଲି ।
ତୁମର ବିବାହ ଠିକ୍ ହେଇଗଲା । ତୁମେ ଏବେ ଆଉ ଜଣଙ୍କ ର ଭାବି ସ୍ତ୍ରୀ। ଆସ୍ତେ ଆସ୍ତେ କଳା ମେଘ ଟା ସବୁକିଛି ଛଡେଇ ନେଲାପରି ଲାଗିଲା । ମୁଁ ଅଣନିଶ୍ୱାସୀ ହେଇଗଲି । ଯାହାର ସକାଳ , ସଞ୍ଜ ମୋରି କଥାରେ ହେଉଥିଲା ସେ ଏବେ ସଂପୂର୍ଣ୍ଣ ବଦଳି ଯାଇଛନ୍ତି। ବ୍ୟବହାର କରୁଛନ୍ତି ଯେମିତି ମୁଁ ଆଜି ଜଣେ ଅଜଣା ଅପରିଚିତ ବlଜ୍ୟ ଲୋକ ବୋଧେ ।ସମ୍ପର୍କ ରଖିବା ପାଇଁଁ ବୁଦ୍ଧି ନୁହେଁ ହୃଦୟକୁ ନିର୍ମଳ ରଖିବା ଉଚିତ୍ ସତ କହିବା ସ୍ପଷ୍ଟ କହିବା ସାମ୍ନାରେ କହିବା ଯିଏ ନିଜର ହୋଇ ଥିବ ସେ ବୁଝିପାରିବ ଯିଏ ପର ହୋଇଥିବ ସେ ଚାଲିଯିବ। ତୁମର ପରିବର୍ତ୍ତନ ରେ ମୁଁ ସ୍ୱର ମିଳାଇ ଚାଲିଲି । କିନ୍ତୁ ତୁମେ କହି ପାରିବ ରାଣୀ ଏଇ ସାବତ ଶବ୍ଦ ର ଅର୍ଥ କଣ ??
ଜାଣିନ ନା , " ମୁଁ କହୁଚି ଶୁଣ ..! ଏହି ଶବ୍ଦର ଅର୍ଥ ହେଲା ପରିବାର ମଧ୍ୟରେ ରହୁଥିବା ଜଣେ ରକ୍ତସମ୍ପର୍କ ବିହୀନ ଅଜଣା ବ୍ୟକ୍ତି ? ବୋଧ ହୁଏ ତୁମ ପାଇଁ ମୁଁ ସେଇ ମଣିଷ ..!!
ରାଣୀ ,
ଜଣେ ବ୍ୟକ୍ତି କେବେ ଭାଙ୍ଗିପଡେ ନାହିଁ, କିମ୍ବା ବିଛିନ୍ନ ହୁଏ ନାହିଁ ....ସେ କେବଳ ପରାଜିତ ହୁଏ, ବେଳେ ବେଳେ ନିଜ ଭାଗ୍ୟଦ୍ୱାରା ଏବଂ ବେଳେବେଳେ ନିଜ ପ୍ରୀୟଜନଙ୍କ ଦ୍ଵାରା...ନିଜ ପ୍ରେୟସୀ ଦ୍ଵାରା କାରଣ ସେ ପରା ଜଣେ ପରାଜିତ "ସାବତ ସ୍ବାମୀ" ।
