କୁହୁକ ହାର
କୁହୁକ ହାର
ମଣିପୁର ରାଜ୍ୟରେ ଜଣେ ବ୍ୟକ୍ତ ବାସ କରୁଥିଲେ । ସେ ଧନୁର୍ବିଦ୍ୟା ରେ ପାରଙ୍ଗମ ଥିଲେ । ତେଣୁ କ୍ଷତ୍ରିୟ ବୀର ଭାବରେ ପରିଚିତ ବୀରଭଦ୍ର । କିଛି ଦିନ ଗଲା ବୀରଭଦ୍ର ପାରିଧି ପାଇଁ ବାହାରିପଡିଲେ ଘୋର ଅରଣ୍ୟ ମଧ୍ୟକୁ । କିଛି ସମୟ ଯିବାପରେ ନିକାଞ୍ଚନ ସୁନଶାନ ଜଙ୍ଗଲରେ ବୀରଭଦ୍ରଙ୍କୁ ଏକାକୀ ପାଇ ଗୋଟିଏ ମହାବଳ ବାଘ ତାଙ୍କ ଉପରକୁ ଆକ୍ରମଣ କରିଲା । ମହାବଳ ବାଘର ଆକ୍ରମଣ ରେ ବୀରଭଦ୍ର ବହୁତ ଖଣ୍ଡିଆ ଖାବରା ହୋଇଯାଇଥିଲେ କିନ୍ତୁ ବୀରଭଦ୍ରଙ୍କ ବୀରତା ଯୋଗୁଁ ମହାବଳ ବାଘ ର ମୃତ୍ୟୁ ହେଲା ।
ବାଘ ସହିତ ଲଢେଇ କରିବା ସମୟରେ ବୀରଭଦ୍ର ସିନା ବୀରତା ଦେଖାଇ ବାଘକୁ ମୃତ୍ୟୁ ମୁଖକୁ ପଠାଇଲେ କିନ୍ତୁ ତାଙ୍କ ଦେହର କ୍ଷତ ବିକ୍ଷେତ ଯୋଗୁଁ ସେ ସେହି ସ୍ଥାନରେ ଯନ୍ତ୍ରଣାରେ ଛଟପଟ ହେଇ ଚେତାଶୂନ୍ୟ ହେଇ ପଡିରହିଲେ ।
ବୀରଭଦ୍ର କିଛି ସମୟ ପଡ଼ି ରହିବା ଭିତରେ ପାଖରେ ବିଚରଣ କରୁଥିବା ଜଣେ ଗନ୍ଧର୍ବ କନ୍ୟା ସେଠାରେ ତାଙ୍କର ସଖୀମାନଙ୍କ ସହିତ ଆସି ପହଞ୍ଚିଗଲେ । ବୀରଭଦ୍ରଙ୍କ ସାହସିକତା କାର୍ଯ୍ୟ ପାଇଁ ସେ ମନ୍ତ୍ରମୁଗ୍ଧ ହେଇଗଲେ ଏବଂ ନିଜର ହସ୍ତକୁ ନେଇ ବୀରଭଦ୍ର ଙ୍କ ଶରୀର ରେ ଥିବା କ୍ଷତ ସ୍ଥାନରେ ସଞ୍ଚାଳନ କରିଲେ ଯାହା ଦ୍ଵାରା ସାହସୀ ଯୁବକ ବୀରଭଦ୍ର ଚେତାରୁ ଫେରି ଉଠି ବସିଲେ । ସେ ଏବେ ସଂପୂର୍ଣ୍ଣ ଆରୋଗ୍ୟ ହେଇ ସାରିଥିଲେ ଏବଂ ତାଙ୍କ ସାମ୍ନାରେ ଥିବା ଗନ୍ଧର୍ବ କନ୍ୟାଙ୍କୁ ଅପଲକ ନୟନରେ ଘୁରି ଚାହିଁଲେ ଏବଂ ଯକ୍ଷ କନ୍ୟା ମଧ୍ୟ ଠିକ୍ ସେହିଭଳି ଭାବେ ବୀରଭଦ୍ରଙ୍କ ବଳିଷ୍ଠ ଏବଂ ନବମନ୍ମଥ ଚେହେରା ଦେଖି ବିମୋହିତ ହେଇ ଚାହିଁ ରହିଲେ ।
କିଛି ସମୟ ଦୁହେଁ ଦୁହିଁଙ୍କୁ ଏଭଳି ଚାହିଁବା ଦ୍ଵାରା ଯକ୍ଷ କନ୍ୟା "ପଦ୍ମ କୁମାରୀ " ଲାଜେଇ ଯାଇ ମୁହଁ ପୋତି ତଳକୁ ଚାହିଁ ଭୂମିକୁ ନିଜ ନଖଦ୍ୱରା ବିଦାରିବାକୁ ଲାଗିଲେ ।
ଏହିଭଳି ଅନେକ ସମୟ ବିତିଗଲା । ଗନ୍ଧର୍ବ କନ୍ୟା ପଦ୍ମ କୁମାରୀଙ୍କ ସଖୀମାନେ ନିଜ ନିଜ ମଧ୍ୟରେ ଟୁପୂର୍ ଟାପୂର୍ ହେବା ଆରମ୍ଭ କରିଦେଲେ ଏବଂ ବୀରଭଦ୍ର ତଥା ପଦ୍ମ କୁମାରୀ ଦୁହେଁ ଆଳାପ କରିଲେ । କିଛି ସମୟ ଆଳାପ କରିବାପରେ ଗନ୍ଧର୍ବ କନ୍ୟା ପଦ୍ମ କୁମାରୀ କହିଲେ ,ହେ ମାନ୍ୟବର ମୁଁ ଆପଣଙ୍କ ରୂପ ଯୌବନ ଏବଂ ନବମନ୍ମଥ ବଳିଷ୍ଠ ଚେହେରା ଦେଖି ଆପଣକୁ ପ୍ରେମ କରିବସିଛି । ଆପଣଙ୍କର ଯଦି କିଛି ଆପତ୍ତି ନଥାଏ ତେବେ ମୁଁ ଆପଣଙ୍କୁ ଗlନ୍ଧର୍ବ ନୀତି ଅନୁସାରେ ବିବାହ କରିବାକୁ ପ୍ରସ୍ତୁତ ।
ପଦ୍ମ କୁମାରୀଙ୍କ ମୁଖରୁ ଏଭଳି କଥା ଶୁଣିବା ପରେ ଯୁବକ ବୀରଭଦ୍ର କହିଲେ ହେ ପ୍ରିୟେ ମୁଁ ମଧ୍ୟ ତୁମର ଏଇ ରୂପ ଯୌବନ ଏବଂ ଲାଲିତ୍ୟ ଭରା କଣ୍ଠସ୍ୱର ଶୁଣିବାକୁ ପ୍ରସ୍ତୁତ ଏବଂ ମୁଁ ମଧ୍ୟ ତୁମକୁ ପ୍ରେମ କରିବସିଛି କିନ୍ତୁ ଏହା ଆମର ଜୀବନ ର ଘଟଣା । ଏହାକୁ ତୁମେ ଶିଘ୍ରତା ନକରି ଟିକେ ଭଲ ଭାବରେ ଚିନ୍ତା କରିଲେ ଭଲ ହେବ ।
ବୀରଭଦ୍ରଙ୍କ କଥନ ଶୁଣିବା ପରେ ପଦ୍ମ କୁମାରୀ ପ୍ରଶ୍ନ ଅlଳରେ କହିଲେ ଯେ ପତିଙ୍କ ସହଚାର୍ଯ୍ୟ ପତ୍ନୀଙ୍କୁ ସ୍ବର୍ଗ ସୁଖ ପ୍ରାପ୍ତି ହୁଏ । ତେବେ କଣ ଦିବ୍ୟଲୋକ ଠାରୁ କଣ ଭୁଲୋକ ଉତ୍ତମ ନୁହେଁ?
ପଦ୍ମକୁମାରି ଙ୍କ କଥନ ଶୁଣି ଯୁବକ ବୀରଭଦ୍ର କହିଲେ ଯେ ମୁଁ ଜାଣି ପାରୁଛି ଯେ ତୁମେ କ୍ଷଣିକ ଆକର୍ଷଣ ରେ ବିମୋହିତ ହେଇ ଏଭଳି କହୁଚ୍ଛ ..!!
"ନା ' , ପ୍ରିୟବର । ମୋର ପ୍ରେମ ଶାଶ୍ଵତ ଓ ସତ୍ୟ । ଏହା ଶୁଣି ବୀରଭଦ୍ର କହିଲେ ତେବେ ଏହା କେତେ ସତ୍ୟ ଜାଣିବା ପାଇଁ ମୁଁ ତୁମର ପରୀକ୍ଷା ନେବାକୁ ଚାହୁଁଛି ?
ମୁଁ ତୁମକୁ ପ୍ରେମ କରୁଛି ଏବଂ ତୁମେ ମୋତେ । ତଥାପି ମୁଁ ତୁମକୁ କିଛିଦିନ ସମୟ ଦେଉଛି ନିଜ ବିଷୟ ରେ ଚିନ୍ତକରିବାକୁ ଏବଂ ସେଥିରେ ଯଦି ଆମେ ନିର୍ଦ୍ଧିଷ୍ଟ ହେଇପାରିବା ନାହିଁ ତେବେ ଆମେ ନିଶ୍ଚିନ୍ତ ରୂପେ ପରିଣତ ବୟସ ଷାଠିଏ ରେ ବିବାହ କରିବା ଏବଂ ଜୀବନର ଆନନ୍ଦ ନେବା । ଏବେ ତୁମେ ଚିନ୍ତା କରିବାପାଇଁ ମୁଁ ତୁମକୁ ଛଅ ମାସ ସମୟ ଦେଉଛି କାରଣ ଏହି ଭୁ ଲୋକ ରେ ତୁମଭଳି ଯକ୍ଷ କନ୍ୟା ଏଠାରେ ଜୀବନ ବିତାଇବା ଅସମ୍ଭବ ତେଣୁ ଏହି ଛଅ ମାସ ବିତୀବାପରେ ମୁଁ ଏହି କଦମ୍ବ ବୃକ୍ଷ ମୂଳରେ ତୁମକୁ ଅପେକ୍ଷା କରିବି ଏବଂ ତୁମେ ଏଠିକି ଆସିବ ତାପରେ ଆମେ ଦୁହେଁ ଦୁହିଁଙ୍କୁ ଗlନ୍ଧର୍ବ ବିବାହ କରିବା । ଏବେ
ବୀରଭଦ୍ର ଙ୍କ ମୁହଁରୁ ଏତିକି କଥା ଶୁଣିବା ପରେ ଗନ୍ଧର୍ବ କନ୍ୟା ପଦ୍ମ କୁମାରୀ ସେଠାରୁ ଚାଲିଗଲେ ଏବଂ ବୀରଭଦ୍ର ମଧ୍ୟ ନିଜ ଘରକୁ ଫେରିଲେ ।
ଦିନ ସରୁନି କି ରାତ୍ରୀ ମଧ୍ୟ ପାହୁନି। ଦୁହେଁ ଦୁହିଁଙ୍କ ବିଷୟରେ ନିଜ ନିଜ ଘରେ ଚିନ୍ତନ କରିବାକୁ ଲାଗିଲେ ଯେ କେବେ ଏହି ଅବଧି ଛଅ ମାସ ସରିବ ଏବଂ ଦୁହେଁ ପରସ୍ପରକୁ ଭେଟି ଗନ୍ଧର୍ବ ନୀତିରେ ବିବାହ କରି ସୁଖ ସଂସାର କରିବେ ।
ଭାବନାରେ ଏହି ଭଳି ଭାବେ କଟିଗଲା ପାଞ୍ଚମାସ। ଅବଧି ରୁ ବଳିଅଛି ମାତ୍ର ଏକମାସ ସମୟ । ଏହା ମଧ୍ୟରେ ଦୁହିଁଙ୍କ ମନ ଅତିଷ୍ଟ ହେଲା କିନ୍ତୁ ବୀରଭଦ୍ର ନିଜ ବଚନ କୁ ଧ୍ୟାନ ରଖି ସ୍ଥିର କରିଲେ ଯେ ଉଚିତ୍ ସମୟରେ ପହଞ୍ଚିବେ । କିନ୍ତୁ ଯକ୍ଷ କନ୍ୟା ପଦ୍ମ କୁମାରୀ ଏକ ଦିନ ପୂର୍ବରୁ ଆସି ପହଞ୍ଚିଲେ ସେଇ କଥା କଥିତ ଅରଣ୍ୟ ମଧ୍ୟରେ ।
ଅରଣ୍ୟରେ ପହଞ୍ଚିବାପରେ ପଦ୍ମକୁମାରୀ ଧରାପୃଷ୍ଠାର ଅପରୂପା ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ଭିତରେ ଗୋଟିଏ ପୁଷ୍କରିଣୀ ଦେଖିଲେ । ସେଠାରେ ପୁଷ୍କରିଣୀ ର କାଚକେନ୍ଦୁ ଭଳି ଜଳ ଦେଖି ପୁଷ୍କରିଣୀ ରେ ଜଳକ୍ରୀଡା କରିବାକୁ ମନବଳାଇଲେ। ତେଣୁ ସେ ନିଜର ଗଳାରେ ପିନ୍ଧିଥିବା କଣ୍ଠହାର କୁ ଉତ୍ତାରି ଗୋଟିଏ ବୃକ୍ଷ ମୂଳରେ ରଖି ପୁଷ୍କରିଣୀ ଭିତରକୁ ଚାଲିଗଲେ ।
ଦେଖୁ ଦେଖୁ ଯକ୍ଷ କନ୍ୟା ପଦ୍ମ କୁମାରୀ ଜଳକ୍ରୀଡା ରେ ମଗ୍ନ ହେଇଗଲେ କିନ୍ତୁ ଯେତେବେଳେ ସେ ଭାବିଲେ ଯେ ଠିକ୍ ସମୟରେ ଯାଇ ପହଞ୍ଚିବାକୁ ପଡ଼ିବ ସେ କଦମ୍ବ ବୃକ୍ଷ ମୂଳରେ । କାରଣ ସେଠାରେ ଠିକ୍ ସମୟରେ ସୌନ୍ଦର୍ଯ୍ୟ ଓ ବୀରପୁରୁଷ ବୀରଭଦ୍ର ଆଗରୁ ଆସି ପହଞ୍ଚିଥିବେ ଏବଂ ଦୁହେଁ ବିବାହ କରିବେ ।
ଯକ୍ଷ କନ୍ୟା ପଦ୍ମ କୁମାରୀ ପୁଷ୍କରିଣୀ ରୁ ବାହାରି ଆସି ଦେଖିଲେ ଯେ ଜଣେ ଜଣେ ମାନବକନ୍ୟା ଆସି ତାଙ୍କ କଣ୍ଠହାର ପିନ୍ଧିଥିବା ଦେଖି କହିଲେ ଯେ କିଏ ତୁମେ ? ତୁମେ ମୋ କଣ୍ଠହାର ଚୋରିକରି ପିନ୍ଧିଛ।ଏହି କଣ୍ଠହlର ପିନ୍ଧିବାର ଯୋଗ୍ୟତା ତୁମର ନାହିଁ , ଏହି ହାର ସାଧାରଣ ନୁହେଁ ତେଣୁ ତୁମେ ମୋତେ ଯଥା ଶୀଘ୍ର ଫେରାଇ ଦିଅ ।
ପଦ୍ମ କୁମାରୀ ଙ୍କ ପ୍ରଶ୍ନର ଉତ୍ତର ରେ ପଦ୍ମିନୀ କହିଲେ ମୁଁ ପଦ୍ମିନୀ । ପଦ୍ମିନୀ ଜନ୍ମରୁ ସମର୍ପିତା , ଏକଥା ସଭିଙ୍କୁ ଜଣା । ଏଇ ଭୁଲୋକ ର ପୁଷ୍କରିଣୀ, ଝରଣା , ନଦୀ , ବନ୍ , ପାହାଡ଼ ଙ୍କ ସହିତ ସ୍ଵୟଂ ଦିବାକର ଆଦିତ୍ୟ ଭାସ୍କରଙ୍କୁ ମଧ୍ୟ , ତଥାପି ପଦ୍ମିନୀ ଖଦ୍ୟୋତ ଙ୍କୁ ସୂର୍ଯ୍ୟ ନାରାୟଣ ଭାବି ତାରି ପ୍ରେମରେ ପାଗଳ ହୁଏ । ଠିକ୍ ସେହିଭଳି ମୁଁ ମଧ୍ୟ ବୀରଭଦ୍ର ଙ୍କୁ ବିବାହ କରିବାକୁ ସ୍ଥିର କରିଛି । ସେ ମୋ ପ୍ରେମିକ । ଏମିତି ଏହି ହାର ପିନ୍ଧିବା ପରେ ସେ ମୋର ତିରସ୍କାର ନକରି ବିବାହ କରିବେ । ତେଣୁ କିଛି କ୍ଷଣ ଏହି " କୁହୁକ ହାର" ମୋ ଗଳାରେ ଥାଉ । ଆମ ବିବାହ ସରିଲେ ମୁଁ ତୁମକୁ ପୁନଃ ୱାପସ କରିଦେବି ।
ପଦ୍ମିନୀ ର କଥନ ଶୁଣି , ପଦ୍ମ କୁମାରୀ କହିଲେ ତୁମେ ବିବାହ କରିବ । କଣ ପାଇଁ ତୁମକୁ ବିବାହ କରିବେ ବୀରଭଦ୍ର । ପୂର୍ବ ଆଳାପ ଭିତରେ ଆମର କଥା ଥିଲା ଯେ ମୁଁ ତୁମକୁ କିଛିଦିନ ସମୟ ଦେଉଛି ନିଜ ବିଷୟ ରେ ଚିନ୍ତାକରିବାକୁ ଏବଂ ସେଥିରେ ଯଦି ଆମେ ନିର୍ଦ୍ଧିଷ୍ଟ ହେଇପାରିବା ନାହିଁ ତେବେ ଆମେ ନିଶ୍ଚିନ୍ତ ରୂପେ ପରିଣତ ବୟସ ଷାଠିଏ ରେ ବିବାହ କରିବା ଏବଂ ଜୀବନର ଆନନ୍ଦ ନେବା । ଏବେ ଆମର ସେଇ ଅବଧି ପୁରା ହେଇଛି । ବୀରଭଦ୍ର କହିଥିଲେ ଛଅ ମାସ ବିତିବାପରେ ମୁଁ ଏହି କଦମ୍ବ ବୃକ୍ଷ ମୂଳରେ ତୁମକୁ ଅପେକ୍ଷା କରିବି ଏବଂ ତୁମେ ଏଠିକି ଆସିବ ତାପରେ ଆମେ ଦୁହେଁ ଦୁହିଁଙ୍କୁ ଗାନ୍ଧର୍ବ ବିବାହ କରିବା । ତେଣୁ ତୁମେ ସେ କଣ୍ଠ ହାର ମୋତେ ଦେଇ ଏଠାରୁ ଚାଲିଯାଅ ।
ପଦ୍ମ କୁମାରୀଙ୍କ କଥନ ଶୁଣି ପଦ୍ମିନୀ ଆଚମ୍ବିତ ହେଇ ମନେ ମନେ ଭାବିଲା ଯେ ଯେ ପର୍ଯ୍ୟନ୍ତ ଏହି ଯକ୍ଷ କନ୍ୟା ପଦ୍ମ କୁମାରୀ ଏଠାରେ ଥିବ ତେବେ ମୋର ବିବାହ ବିରଭଦ୍ରଙ୍କ ସହିତ ସମ୍ଭବ ନୁହେଁ ତେଣୁ ସେ ଚିନ୍ତା କରିଲା ଏବଂ ଭାବିଲା ଯେ ଏହି କଣ୍ଠ ହାର ଯଦି ଯକ୍ଷ କନ୍ୟାଙ୍କ ର ତେବେ ଏହା ନିଶ୍ଚିନ୍ତ " କୁହୁକ ହାର " ତେଣୁ ଏହି "କୁହୁକ ହାର" କୁ ଧରି ମୁଁ ଯାହା କାମନା କରିବି ତାହା ଅବଶ୍ୟ ପୁରଣ ହେବ। ଏତିକି ଭାବି ପଦ୍ମିନୀ କହିଲା ହେ " କୁହୁକ ହାର" ଯଦି ତୁମେ ସତ୍ୟ ତେବେ ଏହି ନାରୀ କୁ ଗୋଟିଏ ଶୁକ ପକ୍ଷୀ କରିଦିଅ ଏବଂ ମୋତେ ବୀରଭଦ୍ର ଙ୍କ ସହିତ ବିବାହ କରାଇ ଦିଅ ।
ପଦ୍ମିନୀ ଙ୍କ ମୁହଁରୁ ଯେପରି ଏଭଳି ଶବ୍ଦ ବାହାରିଛି ତୁରନ୍ତ ପଦ୍ମ କୁମାରୀ ଶୁକ ପକ୍ଷୀ ରେ ପରିଣତ ହେଇ ସେଠାରୁ ମନ୍ ଦୁଃଖ କରି ଉଡ଼ି ଚାଲିଗଲେ । ଏବଂ ପଦ୍ମିନୀ , " ପଦ୍ମ କୁମାରୀ"ଙ୍କ ଶରୀର ଧାରଣ କରି ଯାଇ କଦମ୍ବ ଗଛ ମୂଳରେ ଛିଡା ହେଲେ । କିଛି ସମୟ ମଧ୍ୟରେ ବୀରଭଦ୍ର ସେଠାକୁ ଆସିଲେ ଏବଂ ପଦ୍ମ କୁମାରୀ ରୂପୀ ପଦ୍ମିନୀ ଙ୍କୁ ବିବାହ କରି ଘର ସଂସାର କରିଲେ ।
ଏହା ମଧ୍ୟରେ ବିତିଗଲା ଅନେକ ବର୍ଷ ଏବଂ ମାସ । ଶୁଆ ଟିକୁ ଜଣେ ବ୍ୟାଧ ଧରିନେଲା ଏବଂ ଏହାକୁ ନେଇ ବିରଭଦ୍ରଙ୍କୁ ବିକ୍ରି କରିଲା । ତେବେ ପଦ୍ମିନୀ କୁ ଜଣା ନାହିଁ ଯେ ଏହି ଶୁଆ "ପଦ୍ମ କୁମାରୀ " ବୋଲି ତେଣୁ ସେ ତାକୁ ବିବିଧ ପାଠ ପଢ଼ାଇ କଥା କହିବା ଶିଖାଇଲା। ଏବଂ ଏବେ ପଦ୍ମ କୁମାରୀ ସମସ୍ତ ଭାଷା ଜ୍ଞାନ ପାଇବା ପରେ ବୀରଭଦ୍ର ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯାଇ କହିଲା ।ବାବୁ ତୁମେ ବହୁତ୍ ସୁନ୍ଦର । ତୁମକୁ ପାଇ ବାବୁଆଣି ବହୁତ ଖୁସି ଅଛନ୍ତି କିନ୍ତୁ ଦୁଃଖର ବିଷୟ ଯେ ମୁଁ ଏଠାରେ ବନ୍ଧା ହେଇ ପଡ଼ିଛି । ମୋ ପ୍ରେମକୁ ପାଇବାକୁ ଡହଳ ବିକଳ ହେଉଛି । ମୋ ବାବୁ ମୋ ପାଖରୁ ଅନେକ ଦୂରରେ ଅଛନ୍ତି । ଏତିକି କହି ଶୁକ ପକ୍ଷୀ କ୍ରନ୍ଦନ କରିବାକୁ ଲାଗିଲା ।
ଶୁକ ପକ୍ଷୀର କ୍ରନ୍ଦନ ଶୁଣି ବୀରଭଦ୍ରଙ୍କ କୋମଳ ମନ ତରଳି ଗଲା । ଏବଂ ସେ କହିଲେ ତୁମେ କଣ ଏଠାରେ ଖୁସିରେ ନାହିଁ କି ?
ଶୁକ ପକ୍ଷୀ କହିଲା ନାଁ , ମୁଁ ଏଠାରେ ଅଛି ଆଉ ମୋ ପ୍ରୀୟବର ଆଉ କାହା ସହିତ ପ୍ରେମରେ ମଶଗୁଲ୍ ଥିବେ । ଆପଣ ଅନୁମତି ଦେବେ ଯଦି ମୁଁ ତାଙ୍କୁ ଏଠାକୁ ଡାକି ଆଣିବି କିନ୍ତୁ ଟିକେ ଅସୁବିଧା ଅଛି ..! ସେ ମୋ ସହିତ ବନ୍ଧନ ରେ ରହିବାକୁ ପସନ୍ଦ କରିବେ ନାହିଁ । କିନ୍ତୁ କଣ କରିବା ଭାବୁଛି ।
ବୀରଭଦ୍ର କହିଲେ କଣ ଭାବୁଛ ? ସେ ଏଠାକୁ କିପରି ଆସିବେ ଏବଂ କଣ ପାଇଁ ଆସିବେ ? ଏହାର କାରଣ କଣ ତୁମକୁ ଜଣା ?
_ ହଁ , ମୋତେ ଜଣା ଅଛି ।
_ କଣ ଜାଣିଛ ତେବେ କୁହ ! ମୋର ସହାୟତା ଆବଶ୍ୟକ ଯଦି କୁହ ।
ବୀରଭଦ୍ର ଙ୍କ କଥନ ଶୁଣି ଶୁକ ପକ୍ଷୀ କହିଲା ,ବାବୁ ତୁମ ଏହି ସବୁ ବିଷୟରେ କିଛି ଜାଣିନ ବୋଧେ କାରଣ ..! ବାବୁଆଣି ଙ୍କ କଣ୍ଠରେ ଶୋଭିତ ରତ୍ନ ହାର ବଡ଼ ଗୁଣ ବାନ ତାକୁ ପିନ୍ଧି ଯଦି ମୁଁ ମୋ ପ୍ରୀୟବରଙ୍କୁ ଦେଖାଇବି ସେ ଖୁସିରେ ମୋ ସହିତ ଏଠାକୁ ଆସିବେ ତାପରେ ଆମେ ଦୁହେଁ ଆମ ବଂଶ ବିସ୍ତାର କରିବୁ ଏବଂ ଆପଣ ଆମ ଛୁଆକୁ ବିକ୍ରି କରି ଧନ ଉପାର୍ଜନ କରି ପାରିବେ ।
ଏହା ଶୁଣି ଲୋଭି ପଦ୍ମିନୀ ଖୁସି ହେବା ସହିତ ବୀରଭଦ୍ର ମଧ୍ୟ ଖୁସି ହେଲେ ଏବଂ ପଦ୍ମ କୁମାରୀ ଙ୍କ ଗଳାରେ ସେ ହାର ପକାଇ କହିଲା ଏଇ ନିଅ ।
ପ୍ରକୃତ ପଦ୍ମ କୁମାରୀ (ଶୁକ ପକ୍ଷୀ)ଙ୍କ ଗଳାରେ ଯେମିତି " କୁହୁକ ହାର" ପଡ଼ିଛି ଠିକ୍ ସେହି ସମୟରେ ଶୁକ ପକ୍ଷୀ ନିଜ ଅସଲୀ ରୁପକୁ ଫେରି ପାଇ ସମସ୍ତ କାହାଣୀ ଶୁଣାଇଲେ। ଏହା ଦେଖି ପଦ୍ମିନୀ ନିଜ ଅସଲୀ ରୂପକୁ ଫେରି ପାଇଲେ ଏବଂ ଘୃଣା ଓ ତିରସ୍କାର ର ପାତ୍ର ହେଇ ସବୁଦିନ ପାଇଁ ଘର ଛାଡ଼ି ଚାଲିଗଲେ ।
ପଦ୍ମିନୀ ଙ୍କ ଘର ଛାଡ଼ିବା ପରେ , "ପଦ୍ମ କୁମାରୀ " କହିଲେ ହେ ପ୍ରିୟେ ଏବେ ଆମେ ବିବାହ କରିପାରିବା ତ ..!!
ଚାଲନ୍ତୁ ତେବେ ଆମେ ଗାନ୍ଧର୍ବ ନୀତିରେ ବିବାହ କରିବା । କିନ୍ତୁ ପଦ୍ମ କୁମାରୀ ଙ୍କ କଥନ ଶୁଣି ବୀରଭଦ୍ର କହିଲେ , ହେ ପ୍ରିୟେ ଏବେ ମୁଁ ତୁମ ସହିତ ବିବାହ କରିପାରିବି ନାହିଁ । କାରଣ ମୁଁ ତୁମ ଯୋଗ୍ୟ ନୁହେଁ । ମୁଁ ବିବାହିତ ପୁରୁଷ । କିନ୍ତୁ ତୁମେ ଏଇଟା ଭାବ ନାହିଁ ଯେ ମୋ ବିବାହ କରିବା ଦ୍ୱାରା ତୁମ ପ୍ରତି ଥିବା ମୋର ପ୍ରେମ ହେବ ନଚେତ୍ ନୁହେଁ । ତୁମେ ଏବେ ତୁମର ଯକ୍ଷ ଲୋକ କୁ ଫେରି ଯାଆ । ଏଠାରେ ତୁମେ କେବଳ ପ୍ରତାରଣା ର ଶିକାର ହେଇ ନାହିଁ । ମୁଁ ମଧ୍ୟ ପ୍ରତାରିତ ହେଇଛି । ତୁମ ପାଇଁ ଏଠାରେ କେବଳ କଷ୍ଟ ହିଁ କଷ୍ଟ । ଏହା ଶୁଣି " ପଦ୍ମ କୁମାରୀ " କହିଲେ ପ୍ରୀୟବର ଯାହା ତୁମର ଇଚ୍ଛା । ମୁଁ ଆଉ କଣ କହିବି କିନ୍ତୁ ଯିବା ପୂର୍ବରୁ କଣ୍ଠ ହାର ବା " କୁହୁକ ହାର"କୁ କୁ ସନ୍ତକ ରୂପେ ବୀରଭଦ୍ର ଙ୍କୁ ଦେଇ ଫେରିଗଲେ ନିଜଲୋକକୁ ।
।।ସମାପ୍ତ ।।
କାହାଣୀ ପଢ଼ିଲେ କିନ୍ତୁ ମୋର ମନର ସନ୍ଦେହ ଦୂରକାରୀ କିଛି ପ୍ରଶ୍ନର ଉତ୍ତର ଦେବାକୁ ଅନୁରୋଧ ।
କ_ କଣ ବୀରଭଦ୍ର , ପଦ୍ମ କୁମାରୀ ଙ୍କୁ ପସନ୍ଦ କରୁ ନଥିଲେ ? ଯଦି କରୁଥିଲେ ତେବେ ସ୍ବୀକାର କାହିଁକି କରିଲେ ନାହିଁ ?
ଖ_ ପଦ୍ମ କୁମାରୀ କଣ ପାଇଁ କୁହୁକ ହାର"କୁ କୁ ସନ୍ତକ ରୂପେ ବୀରଭଦ୍ର ଙ୍କୁ ଦେଇ ଫେରିଗଲେ ନିଜଲୋକକୁ?
ଗ _ ଯକ୍ଷ କନ୍ୟା ପଦ୍ମ କୁମାରୀ ଚାହିଁଥିଲେ , କୁହୁକ ହାର ଦ୍ଵାରା ବିବାହ କରିଥାନ୍ତେ କିନ୍ତୁ ସେ ସେପରି ନକରି "କୁହୁକ ହାର"କୁ କୁ ସନ୍ତକ ରୂପେ ବୀରଭଦ୍ର ଙ୍କୁ ଦେଇ ଫେରିଗଲେ ନିଜଲୋକକୁ ଫେରିଯିବା କୁ ଚୟନ କରିଲେ କଣ ପାଇଁ ? କଣ ସେ ତାଙ୍କୁ ପ୍ରେମ କରୁନଥିଲେ ?
ଘ _ ପଦ୍ମିନୀ କଣ ପାଇଁ ଚାଲିଗଲେ ? କଣ ଏହି ସବୁ ପ୍ରେମ ନା ଆକର୍ଷଣ ?
ଆପଣମାନଙ୍କ ଉତ୍ତର ଅପେକ୍ଷାରେ ।
ରାତି ହେଲା ତିନିଟା
ସକାଳୁ ଉତ୍ତର ଦେବେ ଚାରିଟା
ମୋ କାହାଣୀ ସରିଲା
ମଲ୍ଲି ଫୁଲ ବାସ ଚହଟିଲା ।।
ମଲ୍ଲି କୁ ନେବ ତୋଳି
ପାଖରେ ବସେଇ ନାତି ନାତୁଣୀ ,
ଓ ପ୍ରେମିକ ପ୍ରେମିକା ମାନଙ୍କ ମନକୁ ନେବ ଜିଣି।।
