ମୁଁ ଭଲ ବାପା ନୁହେଁ
ମୁଁ ଭଲ ବାପା ନୁହେଁ
ଅଭିନାଶ ବାବୁ ,
ହୋ ଅଭିନାଶ ବାବୁ ,
କିପରି ଅଛନ୍ତି ..?
ଆପଣଙ୍କ ଭଳି ମଣିଷ ଆଜି ୱିଲ ଚେୟାର ରେ ? ପୁଣି ଏଇ ସ୍ଥାନରେ ।
ଅଭିନାଶ ବାବୁ , କଣ ଆପଣ ଏଠାକୁ ବୁଲିବାକୁ ଆସିଛନ୍ତି କି ?
ରୁପମ୍ ବାବୁଙ୍କ କଥା ଶୁଣି , ଅଭିନାଶ ବାବୁ କହିଲେ ସେ ଅନେକ କାହାଣୀ ।
ଦାନ ଚାଳନା ର ଶିକାର ମୁଁ ହେଇଗଲି ।
କାରଣ ...
"ମୁଁ ଭଲ ବାପା ନୁହେଁ..!"
I am not a good father...
ଅର୍ଥ କଣ , ଅଭିନାଶ ବାବୁ ?
କେଉଁ ଦାନ ...?
କିପରି ଦାନ?
ଏହା ଏକ ଭୟାନକ ଦୁର୍ଭିକ୍ଷ ର କାହାଣୀ ।କାରଣ ...
"ମୁଁ ଭଲ ବାପା ନୁହେଁ..!"
ସବୁ କଥା କହିପାରିବି ନାହିଁ କିନ୍ତୁ ସମ୍ୟକ୍ ଭାବେ କହୁଛି ...
"ବାହାରେ ହସେ ମୁଁ ଭିତରେ କାନ୍ଦେ
ବାହାରେ ହସେ ମୁଁ ଭିତରେ କାନ୍ଦେ
ଏହି ମୋର ପରିଚୟ
ମୁଁ କଳିଙ୍ଗ ହସ୍ପିଟାଲ ରିସର୍ଚ୍ଚ ଏମ. ଡି , କଟକ ର ବି
ମରିସାରିବି ତଥାପି , ବଞ୍ଚିବା ପାଇଁ କି
କରିବି ମୁଁ ଅଭିନୟ ..."
କଣ ମିଷ୍ଟର ରୁପମ ଆପଣ ଶୁଣି ପାରିବେ ଏହି ପାରିବାରିକ ମହା ଦୁର୍ଭିକ୍ଷ ର କାହାଣୀ ..!
ତେବେ ଶୁଣନ୍ତୁ....
ଅଭିନାଶ ବାବୁ , ପତ୍ନୀ ସୁରେଖା ,ପୁଅ ଅନୁପ ଏବଂ ଝିଅ ଅମିତା ଓ ଅନାମିକା ଙ୍କୁ ନେଇ ସୁଖ ଶାନ୍ତିରେ ଜୀବନ ବିତାଉଥିଲେ କଟକ ସହର ରେ । କଥାରେ ଅଛି କଟକ ସହର ଧବଳ ନଗର । କିନ୍ତୁ ନାମ ସିନା ଧବଳ ହେଲେ କାରନାମା ସବୁ କଳା ।
ପରିବାର ର ସୁଖ ,ଶାନ୍ତି ଏବଂ ସମୃଦ୍ଧି ପାଇଁ ଅଭିନାଶ ବାବୁ କଠିନ ରୁ କଠିନ ପରିଶ୍ରମ କରୁଥିଲେ । ଦିନ ପରେ ଦିନ ଚାଲିଗଲା। ଅଭିନାଶ ବାବୁ କଟକ ବଡ଼ ମେଡ଼ିକାଲ ର ଏମ. ଡି ହେଲେ । କଳିଙ୍ଗ ମେଡିକାଲ ଓ ରିଶ୍ଚର୍ଚ୍ଚ ଏମ.ଡି ପରେ ଅନେକ ଅନେକ ସୁନାମ ଅର୍ଜନ କରି ଦୁଃଖ ସୁଖେ ସଂସାର ଚଳାଈ ଚାଲିଥିଲେ । ଭଗବାନଙ୍କ ଆଶୀର୍ବାଦ ତଥା ନିଜର ପରିଶ୍ରମ ବଳରେ ସେ ଅନେକ କୃର୍ତ୍ତିତ୍ୱ ହାସଲ କରି ପାହାଚ ପରେ ପାହାଚ ଚଢ଼ି ଆଗକୁ ବଢ଼ି ଚାଲିଲେ ।
ସମୟ ସହିତ ତାଳ ମେଳ ଦେଇ ଚାଲିଥିବା , ଅଭିନାଶ ବାବୁଙ୍କ ପତ୍ନୀ ସୂରେଖା ୧୯ ବର୍ଷ ତଳେ ଗୋଟେ ବିମାର ରେ ପଡ଼ି ଆରପାରିକୁ ଚାଲିଗଲେ । କିନ୍ତୁ ପତ୍ନୀ ବିୟୋଗ ରେ ଅଭିନାଶ ବାବୁ ହତାଶ ହେଇ ପଡ଼ିଥିଲେ ସତ କିନ୍ତୁ ଭାଙ୍ଗି ନପଡ଼ି କିମ୍ବା ନିଜର ସ୍ବାର୍ଥ ନଦେଖି ଛୁଆ ତିନୋଟିଙ୍କୁ ଖୁବ୍ ପାଠ ସାଠ ପଢ଼ାଇ ବଡ଼ ମଣିଷ କରିଲେ । ଦୁହେଁ ଆଇ.ସି .ସି ଷ୍ଟୁଡେଣ୍ଟ୍ । ପୁଅ ମଧ୍ୟ ପାଠ ସାଠ ପଢ଼ି ଭଲ ଚାକିରୀ କରିଲା । ପରିବାର ରେ ଶାନ୍ତି ଫେରିଲା ।
ଧିରେ ଧିରେ ଛୁଆ ମାନଙ୍କ ବିବାହ ବୟସ ହେଲା । ଯଥା ସମୟରେ ଅଭିନାଶ ବାବୁ ବଡ଼ ଝିଅ ଓ ସାନ ଝିଅର ବିବାହ କରାଇଲେ।ବାକି ରହିଲା ସାନ ପୁଅ ଅନୁପ ର ପାଳି ।
ବୟସ ହେଲା । ସରକାରୀ ଜଞ୍ଜାଳ ରୁ ଅବସର ମିଳିଲା । ଅଭିନାଶ ବାବୁ , ଅବସର ନେଇ ଘରକୁ ଆସିଲେ । ଛୁଆ ମାନଙ୍କ ପାଖରେ ନିଜର ଏକାକୀ ଜୀବନକୁ ଉତ୍ସର୍ଗ କରି ବୃଦ୍ଧା ଅବସ୍ଥାରେ ଶାନ୍ତିରେ ରହିବାକୁ ଚେଷ୍ଟା କରିଲେ ।
କିନ୍ତୁ ....
"ଦଇବ ଦଉଡ଼ି ମଣିଷ ଗାଇ
ଜେଣିକି ଟାଣିବ ସେଣୀକି ଯାଇ । "
ଏବଂ ତା’ପରେ ତାଙ୍କର ସମସ୍ତ ଇଚ୍ଛା କେବଳ ଏତିକିରେ ହ୍ରାସ ପାଇଯାଏ ଯେ...
ଏବେ ସେ ଶାନ୍ତି ପାଇବାକୁ ଚାହୁଁଛନ୍ତି ଆଉ କିଛି ନୁହେଁ । କିନ୍ତୁ ଅଭିନାଶ ବାବୁ ଯେତିକି ଶାନ୍ତି ଖୋଜିବାକୁ ଗଲେ , ଠିକ୍ ଅନୁରୂପ ତାଙ୍କ ଠାରୁ ଶାନ୍ତି ସେତିକି ଦୂରେଇ ଦୂରେଇ ଚାଲିଗଲା ...!
ସାନ ପୁଅ ଅନୁପ ର ବିବାହ କରିବାକୁ ମନସ୍ଥ କରିଲାପରେ । ଝିଅ ଟିଏ ଦେଖିଲେ ସି .ଡି.ଏ କଟକ ରୁ । ଝିଅ ଟି ଡି.ଏ.ଭି ସ୍କୁଲ ଷ୍ଟୁଡେଣ୍ଟ୍। ତା ସହିତ ଏମ.ଏ ଇକୋନୋମିକ୍ସ ରେଭେନ୍ସା ରୁ ।
ବିବାହ ସ୍ଥିର ହେଲା । ପଶା ପାଲିର ଗୋଟି ଚାଳନା ହେଲା । ବିବାହ ପୂର୍ବରୁ ଝିଅ " ଦାନ ଚଳା" କାର୍ଯ୍ୟ ଆରମ୍ଭ କରି , ଅଭିନାଶ ବାବୁଙ୍କ ପୁଅକୁ କହିଲା ଯେ ତୁମେ ସହର ରେ ଖଣ୍ଡିଏ ଥ୍ରୀ ବି. ଏଚ. କେ କୋଠାଘର କ୍ରୟ କର ।
କିନ୍ତୁ ଅଭିନାଶ ବାବୁଙ୍କ ପୁଅ କହିଲା ଏତେବଡ ଘର ର ଆବଶ୍ୟକ କଣ । ଆମେ ଦୁହିଙ୍କ ଗୋଟିଏ ରୁମ୍ ଏବଂ ବାପାଙ୍କର ଗୋଟିଏ । କିନ୍ତୁ ଝିଅ ମନା କରିଦେଲା ।
ବିବାହ ସରିଲା ତାପରେ ଘରେ ଆରମ୍ଭ ହେଲା ମହା ଦୁର୍ଭିକ୍ଷ। ଅକାଳ ପଡିଲା । ବିବାହର ଦୀର୍ଘ ଅଢେଇ ମାସ ପରେ ପୁଅ ଅନୁପ ଆଣି ଅଭିନାଶ ବାବୁ ଙ୍କୁ ଏହି ବୃଦ୍ଧଶ୍ରମ ରେ ଛାଡି ଚାଲିଗଲା । କାରଣ ...!
"ମୁଁ ଭଲ ବାପା ନୁହେଁ..!"
"ବାହାରେ ହସେ ମୁଁ ଭିତରେ କାନ୍ଦେ
ବାହାରେ ହସେ ମୁଁ ଭିତରେ କାନ୍ଦେ
ଏହି ମୋର ପରିଚୟ
ମୁଁ କଳିଙ୍ଗ ହସ୍ପିଟାଲ ରିସର୍ଚ୍ଚ ଏମ.ଡି , କଟକର ବି
ମରିସାରିବି ତଥାପି , ବଞ୍ଚିବା ପାଇଁ କି
କରିବି ମୁଁ ଅଭିନୟ ..."
ମୋତେ ବୁଝିବାକୁ କିଛି ସମୟ ଲାଗିଲା ଯେ ଜ୍ଞାନୀ ହେବା ଅର୍ଥ ହେଉଛି ଚୁପ୍ ରହିବା ଏବଂ ଜିନିଷଗୁଡ଼ି
କୁ ଛାଡି ଦେବା, ଯଦିଓ ସେଗୁଡ଼ିକ ତୁମକୁ ଭାଙ୍ଗିଦିଏ। ତେବେ ତାଙ୍କ ବିନା ରହିବା ଭଲ କାରଣ ...
"ମୁଁ ଭଲ ବାପା ନୁହେଁ..!"
।।ସମାପ୍ତ ।।
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି , ଖୋର୍ଦ୍ଧା, ଓଡ଼ିଶା ।।
